Three-day NSS Volunteers Empowerment Programme @MSCBU
Centenarian First Photo Journalist of Odisha Sri Purnachandra Bindhani honoured by MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଫଟୋଗ୍ରାଫି କ୍ଲବ୍ ଦ୍ୱାରା ଓଡ଼ିଶାର ସୁନାମଧନ୍ୟ ଶତାୟୁ ଫଟୋ ସାମ୍ବାଦିକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଗୁରୁବାର ଦିନ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଏ ମାଟିର ଏକ ସୁଯୋଗ୍ୟ ସନ୍ତାନ, ଏକ ସଫଳ ଏବଂ ପରିପୂର୍ଣ୍ଣ ମଣିଷ ବୋଲି ବର୍ଣ୍ଣନା କରିବା ସହ ଆଧୁନିକ ଯୁଗର ବିଶ୍ୱକର୍ମା ବୋଲି ଆଖ୍ୟା ଦେଇଥିଲେ । ମୟୂରଭଞ୍ଜ ମାଟି ପ୍ରତିଭା ସୃଷ୍ଟି କରିପାରିବାର ମାଟି - ଶ୍ରୀଯୁକ୍ତ ବିନ୍ଧାଣୀ ତାର ଏକ ଜ୍ୱଳନ୍ତ ପ୍ରମାଣ ବୋଲି ସେ କହିଥିଲେ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଗ୍ରନ୍ଥାଗାରରେ ଶ୍ରୀଯୁକ୍ତ ବିନ୍ଧାଣୀଙ୍କର ୧୦୦ଟି ଫଟୋ ସମ୍ବିଳିତ ଏକ ଗ୍ୟାଲେରୀ ତିଆରି କରାଯିବ ବୋଲି କୁଳପତି ଘୋଷଣା କରିଥିଲେ । ଶ୍ରୀଯୁକ୍ତ ବିନ୍ଧାଣୀ ନିଜ ବକ୍ତବ୍ୟରେ ମାତୃଶକ୍ତିର ବନ୍ଦନା କରିଥିଲେ । ଏହି ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟ କରି ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଏକ କାଳଜୟୀ ପୁରୁଷ ରୂପେ ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ବାରିପଦାର ସିନେ ନିର୍ଦ୍ଦେଶକ ଶ୍ରୀ ଚିନ୍ମୟ ଦାସପଟ୍ଟନାୟକ, ଅଧିବକ୍ତା ଶ୍ରୀ ବିଭୁ ଦାସ, ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ଶ୍ରୀ ପଦ୍ମନାଭ ସାହୁ, ଭାଷ୍ୟକାର ଶ୍ରୀ ସମରେନ୍ଦ୍ର ବଶା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଶ୍ୟାମସୁନ୍ଦର ଦାସ, ମୟୂରଭଞ୍ଜ ସାହିତ୍ୟ ପରିଷଦର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆଶୀଷ କୁମାର ବଶା ପ୍ରମୁଖ ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ବିନ୍ଧାଣୀଙ୍କର ଜୀବନର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଫଟୋଗ୍ରାଫି କ୍ଲବ୍ର ମୁଖ୍ୟ ତଥା ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ପୁଷ୍ପାଞ୍ଜଳି ପରିଡ଼ା ଏହି ସଭାର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିବା କରିଥିଲେ । ଫଟୋଗ୍ରାଫି କ୍ଲବର ଶିକ୍ଷକ ସଭ୍ୟ ତଥା ନୃତତ୍ୱ ଓ ଜନଜାତି ଶିକ୍ଷା ବିଭାଗର ମୁଖ୍ୟ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଫଟୋଗ୍ରାଫି କ୍ଲବର ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ବାରିପଦା ଦେଉଳ ସାହିରେ ଜନ୍ମିତ ଚନ୍ଦ୍ରମୋହନ ବିନ୍ଧାଣୀ ଓ ସୁଗନ୍ଧା ଦେବୀଙ୍କ ସୁପୁତ୍ର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଗତ ଅଗଷ୍ଟ ୨୪ ତାରିଖରେ ଶହେ ବର୍ଷରେ ପ୍ରଦାର୍ପଣ କରି ଫଟୋଗ୍ରାଫି ଇତିହାସରେ ଏକ କିମ୍ବଦନ୍ତୀ ପାଲଟିଛନ୍ତି । ଶ୍ରୀଯୁକ୍ତ ବିନ୍ଧାଣୀ ଏକାଧାରରେ ଜଣେ ଆଲୋକ ଚିତ୍ର ଶିଳ୍ପୀ, ବାସ୍ତୁବିତ୍, ମୁଦ୍ରଣ ଲିପି ସଂସ୍କାରକ, ସାହିତ୍ୟିକ, କବି, ରଥ ନିର୍ମାଣ ଶିଳ୍ପୀ, କାଷ୍ଠ-ଲୌହ କଳାକାର, ଅଭିନେତା, ନାଟ୍ୟକାର, ସାମ୍ୱାଦିକ, ଫଟୋ ସାମ୍ବାଦିକ ଏଭଳି ଅନେକ ପ୍ରତିଭାର ଅଧିକାରୀ ।
ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ବିନ୍ଧାଣୀ ଉତ୍ତୋଳନ କରାଯାଇଥିବା ଫଟୋଗୁଡ଼ିକର ଏକ ଗ୍ୟାଲେରୀ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ଫଟୋଗ୍ରାଫର ଶ୍ରୀ ସୁବ୍ରତ କୁମାର ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦାର ବହୁ ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Celebration of NSS Day @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସ...
-
A five-member team of NAAC has visited the University on a three-day visit to assess and accreditate the academic and intellectual environ...
-
KIIT University - 1st Position MG Kashi Vidaypeeth - 2nd Position Adamas University - 3rd Position MSCB Univeristy 4th Position The 5-day lo...
-
The East Zone Inter-University Volleyball (Men) Tournament at MSCB University was inagurated at Maharaja Sriram Chandra Bhanja Deo Universit...