Odisha Startup Yatra Bootcamp - 2023 @MSCBU
Wildlife Week Celebration @MSCBU
ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ସଚେତନତା ସପ୍ତାହ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ର ଲିଟେରାରୀ କ୍ଲବ୍ ସହଯୋଗିତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟ ସମ୍ମଳନ କକ୍ଷ ରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୁ ରୂପେ ଯୋଗିଦାନ କରି ନିଜସ୍ବ ବକ୍ତବ୍ୟରେ ଶିମିଳିପଳ ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥ୍ ରୂପେ ଯୋଗଦାନ କରି ନିଜର ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କର ବନ୍ୟପ୍ରାଣୀ ମାନଙ୍କ ସମ୍ବନ୍ଧରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବାସ୍ତବ ଜ୍ଞାନର ଆବଶ୍ୟକତା ଅଛି ବୋଲି କହିଥିଲେ । ବିଶ୍ବବିଦ୍ୟାଳୟ ଅନ୍ତର୍ନିହିତ ଗୁଣବତ୍ତା ପରିମାପ ବିଭାଗର ନିର୍ଦ୍ଦେଶିକା କମ୍ପ୍ୟୁଟର ପ୍ରାୟୋଗିକ ବିଭାଗ ପ୍ରଫେସର ଏମ. ହିମାବିନ୍ଦୁ ସ୍ବତନ୍ତ୍ର ଅତିଥ୍ ଭାବରେ ଯୋଗଦାନ କରି ପ୍ରାକୃତିକ ପରିବେଶକୁ ଆପଣାର କରି ବଞ୍ଚିବାର କୌଶଳ ଆମେ ଶିମିଳିପାଳର ଆଦିମ ଅଧିବାସୀମାନଙ୍କଠାରୁ ଶିକ୍ଷା କରିବାର ଅଛି ବୋଲି ବକ୍ତବ୍ୟ ରଖୁଥଲେ । ଏଥିରେ ଲିଟେରାରୀ କ୍ଲବ୍ ର ସଂଯୋଜିକ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ ମଞ୍ଚ ପରିଚାଳନା କରିବାବେଳେ ବିଭାଗୀୟ ଅନ୍ୟତମ ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ନାୟକ, ଡକ୍ଟର ଅଶୋକ କୁମାର ମଲ୍ଲିକ, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ସହଯୋଗ କରିଥିଲେ । ବିଭାଗୀୟ ବରିଷ୍ଠ ସହକାରୀ ପ୍ରଫେସର ଡକ୍ଟର ସୃଷ୍ଟିଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ ସମସ୍ତ ବିଭାଗର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିବା ସହିତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ।
Workshop on Career Guidance and Job Opportunities
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନ୍ସେଲିଂ କର୍ମଶାଳା ବୁଧବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍ସେଲିଂ ସେଲ୍ ଓ ପ୍ଲେସ୍ମେଣ୍ଟ୍ ସେଲ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭୟକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ନିପୁଣତା ଓ ଜ୍ଞାନକୁ ପାଥେୟ କରି ନିଜର କ୍ୟାରିୟର ଗଢ଼ିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁଣି ଅନ୍ୟମାନଙ୍କ ଆଶା ଆକାଂକ୍ଷା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ସେ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଢ଼ିବାରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗ ବାରାକପୁରର ସି.ଆଇ.ଏଫ୍.ଆର୍.ଇ ର ନିର୍ଦ୍ଦେଶକ ଡ. ବି.କେ. ଦାସ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଢ଼ିବା ସହିତ ନିଜ ପରିବାରକୁ ନ ଭୁଲି ଯିବାପାଇଁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍. ହିମବିନ୍ଦୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଶକ୍ତି, ଦୁର୍ବଳତା, ସୁଯୋଗପ୍ରବଣତା ଓ ସାମ୍ନାକରୁଥିବା ଆହ୍ୱାନ୍ ଗୁଡ଼ିକ ଚିହ୍ନିବା ହିଁ ଏକ ସଫଳ କ୍ୟାରିୟର ଗଠନର ଲକ୍ଷଣ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍ସେଲିଂ ସେଲ୍ର ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତିନିଦିନିଆ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ଲେସ୍ମେଣ୍ଟ୍ ସେଲ୍ର ସଂଯୋଜିକା ତଥା ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. କବିତା କୁମାରୀ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ପ୍ରତାପ କୁମାର ଜେନା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ, ବ୍ୟବସାୟ ପ୍ରଶାସନ ବିଭାଗର ଅଧ୍ୟାପକ ଡ. ସୀତାରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗନେଉଛନ୍ତି । ଆଗାମୀ ତିନିଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଓ ରାଜ୍ୟବାହାରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ସମ୍ପର୍କିତ ପରାମର୍ଶ ଦେବା ସହ ଭାବ ବିନିମୟ କରିବେ ।
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...