Extramural Lecture for Academic Enrichment @MSCBU



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଆନ୍ତରିକ ଗୁଣବତ୍ତା ସେଲ୍‌ ଦ୍ୱାରା ଏକ ଶିକ୍ଷାମୂଳକ ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକାର ୟୁନିଭର୍ସିଟି ଅଫ୍ ନର୍ଥ ଜର୍ଜିଆର ଇନଷ୍ଟିଚ୍ୟୁଟ୍ ଫର୍ ଏନ୍‌ଭାଇରନମେଣ୍ଟାଲ୍ ସ୍ପେସିଆଲ୍ ଏନାଲିସିସ୍‌ର ପ୍ରଫେସର ଡଃ ସୁଧାଂଶୁ ପଣ୍ଡା  “ଜିଓଏଆଇ ଏଣ୍ଡ ଜିଓସ୍ପେସିଆଲ୍ ମଡେଲିଙ୍ଗ୍ ଟେକ୍ନୋଲୋଜି ଅଟୋମେସନ୍ ଆପ୍ରୋଚ୍ ଫର୍ ଏଫିସିଏଣ୍ଟ୍ ପ୍ରୋଆକ୍ଟିଭ୍ ଏନ୍‌ଭାଇରନମେଣ୍ଟାଲ୍ ମ୍ୟାନେଜମେଣ୍ଟ୍ ଡିସିଜନ୍ ସପୋର୍ଟ୍ ସିଷ୍ଟମ୍ ଡେଭଲପମେଣ୍ଟ” ଶୀର୍ଷକ ବିଷୟରେ ଏକ ଶିକ୍ଷାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର୍ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ଜିଓଏଆଇ ଏବଂ ଜିଓସ୍ପେସିଆଲ୍ ମଡେଲିଙ୍ଗ୍ ପ୍ରଯୁକ୍ତି ପରିବେଶ ପରିଚାଳନାରେ ଏକ ବିପ୍ଳବ ଆଣିଛି ଏବଂ ଏହା ସ୍ୱୟଂଚାଳିତ ଏବଂ ପ୍ରତିରକ୍ଷାମୂଳକ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ବିକଶିତ କରି ପରିବେଶଗତ ସଙ୍କଟକୁ ପୂର୍ବାନୁମାନ କରିବା ଏବଂ ତାହାର ପରିଚାଳନାରେ ଅଧିକ ଦକ୍ଷତା ଆଣିପାରିବ । ଏହି ପ୍ରଯୁକ୍ତି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଗବେଷଣା ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନୂଆ ଦିଗ ଖୋଲିପାରିବ । ଆନ୍ତରିକ ଗୁଣବତ୍ତା ସେଲ୍‌ ତରଫରୁ ଡ. ଜନ୍ମେଞ୍ଜୟ ନାୟକ  ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

One day Seminar on " Harnessing nature power for sustainable Development tomorrow" @MSCBU

 

Vice-Chancellor Prof. Mahendra Kumar Mohanty speaking in the One day Seminar on " Harnessing nature power for sustainable Development tomorrow


The seminar showcased real-world applications, including rooftop solar installations, solar-powered parking structures integrated with EV charging facilities, and various energy-saving measures. Leading specialists Mr. Krishna Nayak and Mr. Parameswar Panigrahy offered deep expertise on renewable energy initiatives, regulatory frameworks, and cutting-edge agrivoltaic systems that simultaneously boost crop yields and renewable power generation.



Brain Storming Workshop on Industry Academia Collaboration @MSCBU

  

Mr. Sambit Satapathy, Managing Director, Akshay Seeds Pvt. Ltd, Aurangabad is the speaker in Brain Storming Workshop on Industry Academia Collaboration 

International Day of Yoga 2026 Celebration by NSS PG Unit and CDOE of MSCBU

 

ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ଏହାର ପିଜି ୟୁନିଟ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ଥିମ୍ “ୟୋଗା ଫର୍ ହେଲ୍ଥି ଏଜିଙ୍ଗ୍”କୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସମ୍ବୋଧନ କରି କହିଥିଲେ ଯେ, “ୟୋଗକୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅଂଶ ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଯୋଗ ଦ୍ୱାରା ନକାରାତ୍ମକ ଚିନ୍ତା ତଥା ବ୍ୟର୍ଥଚିନ୍ତନରୁ ମନକୁ ମୁକ୍ତି, ସକାରାତ୍ମକ ଏବଂ ଶକ୍ତିଶାଳୀ ଚିନ୍ତନରେ ମନକୁ ନିୟୋଜନ, ମାନସିକ ଶାନ୍ତି, ଏକାଗ୍ରତା ବୃଦ୍ଧି, ବ୍ୟକ୍ତିତ୍ୱର ବିକାଶ ଓ ସମ୍ବନ୍ଧ ସମ୍ପର୍କରେ ମଧୁରତାର ଉତ୍ତରଣ ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଓ ନ୍ୟାଚୁରୋପାଥି ବିଭାଗର ସହକାରୀ ପ୍ରଫେସର ଡ. ସୁଜାତା ପଣ୍ଡା ପ୍ରଟୋକଲ ଅନୁସାରେ ସମସ୍ତଙ୍କୁ ଯୋଗାଭ୍ୟାସ ଓ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ବେଶ୍ରା, ଡ. ପ୍ରିୟଙ୍କା ଦାସ, କର୍ମଚାରୀ ଶ୍ରୀ ଅଜୟ କୁମାର ବଳ, ଶ୍ରୀମତି ସୁସ୍ମିତା ପାତ୍ର, ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । 


ସେହିଭଳି ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ କମ୍ୟୁନିଟି ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ଶଙ୍ଖାଭଙ୍ଗା ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ କରାଯାଇଥିଲା । ସିଡିଓଇ ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ବୟସ୍କ ନାଗରିକ, ପିଲାମାନେ, ଯୂବଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏଭଳି ପ୍ରାୟ ୮୦ ଜଣ ଯୋଗଦାନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ମାରକ ଟି-ସାର୍ଟ୍‌ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଶ୍ରୀ ବଳଭଦ୍ର ହେମ୍ବ୍ରମ୍, ୱାର୍ଡ ମେମ୍ବର ପୁଣ୍ଟା ସୋରେନ୍, ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଯୋଜକ ଶ୍ରୀ ଅନନ୍ତ କିଶୋର, ଏଡିଇଓ ମହେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


'Ek Ped Maa ke Naam' programme @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ୧୧ ଜୁନ ୨୦୨୬ ତାରିଖରେ “ମା’ଙ୍କ ନାମରେ ଗୋଟିଏ ଗଛ (ଏକ୍ ପେଡ୍ ମା କେ ନାମ୍)” ଶୀର୍ଷକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ସବୁଜ ପୃଥିବୀ ଗଠନ ଏବଂ ମାତୃତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ସ୍ନାତ୍ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ବିଶ୍ଵବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜ ମା’ଙ୍କ ନାମରେ ଏକ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ବକ୍ତାମାନେ ତାଙ୍କ ଉଦ୍ବୋଧନରେ ବୃକ୍ଷରୋପଣର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଗଛର ଭୂମିକା ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। “ଆଜି ଗଛ ଲଗାନ୍ତୁ, ଆସନ୍ତାକାଲିକୁ ସୁନ୍ଦର କରନ୍ତୁ” ଏବଂ “ପ୍ରକୃତିକୁ ବଞ୍ଚାନ୍ତୁ, ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଭଳି ସନ୍ଦେଶ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଲଗାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ପରିଚର୍ଯ୍ୟା କରିବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ନିଭାଇବାକୁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ  ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳ, ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ବେଶ୍ରା, ଅଜୟ କୁମାର ବଳ, ସୁସ୍ମିତା ପାତ୍ର, ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Seminar on “Role of Educational Institutions in the Process of Human Development and Nation Building” @MSCBU



 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖାର ମିଳିତ ସହଯୋଗରେ “ମଣିଷ ତିଆରି ଓ ଦେଶ ନିର୍ମାଣ ପ୍ରକ୍ରିୟାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ କେବଳ ବୃତ୍ତିମୂଳକ ଜ୍ଞାନ ନୁହେଁ, ବରଂ ନୈତିକ ମୂଲ୍ୟବୋଧ, ଦେଶପ୍ରେମ ଏବଂ ସମାଜ ସେବାର ଭାବନା ସହିତ ଗଢ଼ି ତୋଳିବା ଦ୍ୱାରା ଜାତି ଗଠନରେ ସହାୟକ ହେବା ପାଇଁ ଉଦ୍ଦିଷ୍ଟ ଓ ବିଶ୍ୱବିଦ୍ୟାଳୟ ଏହି ଦିଗରେ ସର୍ବଦା ପ୍ରତିବଦ୍ଧ ରହିବ ବୋଲି କହିଥିଲେ । ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ୍ ଭାନୁଦାସ ଧାକ୍ରାସ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଅନୁସାରେ ମନୁଷ୍ୟ ଗଠନ ହିଁ ପ୍ରକୃତ ଶିକ୍ଷା ବୋଲି କହିବା ସହ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ଜ୍ଞାନ ଦାନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଏବଂ ଜାତୀୟ ଚେତନା ଜାଗ୍ରତ କରି ଦେଶ ଗଠନରେ ମୂଳ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖାର ନଗର ପ୍ରମୁଖ ଶ୍ରୀ ଶିବ ଶଙ୍କର ଗିରି  ଓଁକାର ଏବଂ ଶାନ୍ତି ମନ୍ତ୍ର ଆବୃତ୍ତି କରିଥିଲେ ଓ ନଗର ସଞ୍ଚାଳକ ଶ୍ରୀ ସନ୍ଦୀପ କୁମାର ଚାନ୍ଦ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନରେ ଆଦର୍ଶ ହୋଇ ଜାତିର ଭବିଷ୍ୟତ ଗଢ଼ିବାରେ ମୂଖ୍ୟ ଭୂମିକା ଗ୍ରହଣ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରପେସର ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Sensitization/Awareness programme (Brain Storming Session on Suatainable Startups) and joint lunch of 'Climate Didi' and 'Climate Startup'

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱ ପରିବେଶ ଦିବସ ଅବସରରେ “ଧାରଣକ୍ଷମ ଷ୍ଟାର୍ଟଅପ୍ ଉପରେ ମାନସମନ୍ଥନ” ଏବଂ ‘କ୍ଲାଇମେଟ୍ ଦିଦି’ ଓ ‘କ୍ଲାଇମେଟ୍ ଷ୍ଟାର୍ଟଅପ୍’ର ଯୁଗ୍ମ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ ପରିବେଶ ସଂରକ୍ଷଣ ଏବଂ ଅର୍ଥନୈତିକ ବିକାଶର ସମନ୍ୱୟ ହିଁ ଆଧୁନିକ ସମୟର ମୂଳ ମନ୍ତ୍ର; ଯୁବକମାନେ ଧାରଣକ୍ଷମ ଷ୍ଟାର୍ଟଅପ୍ ଆରମ୍ଭ କରି କେବଳ ନିଜର ରୋଜଗାର ସୃଷ୍ଟି ନୁହେଁ, ସମାଜରେ ପରିବର୍ତ୍ତନ ଆଣିବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ବିଶ୍ୱବିଦ୍ୟାଳୟ ଏହିପରି ଉଦ୍ୟୋଗକୁ ସର୍ବଦା ପ୍ରୋତ୍ସାହିତ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଅର୍ଗାନିକ୍ ସ୍ପେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ବାୟୋଆର୍‌ଟିଏମ୍ ଇଣ୍ଡଷ୍ଟ୍ରି, କାନାଡାର କଣ୍ଟ୍ରି ମ୍ୟାନେଜର ଡଃ ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ଷ୍ଟାର୍ଟଅପ୍ ହେଉଛି ଭବିଷ୍ୟତର ଚାବି; ଜୈବିକ କୃଷି, ପରିବେଶ-ଅନୁକୂଳ ପ୍ରଯୁକ୍ତି ଏବଂ ପୁନଃବ୍ୟବହାରଯୋଗ୍ୟ ଉପାଦାନ ଉପରେ ଆଧାରିତ ଉଦ୍ୟୋଗ ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାବଲମ୍ବୀ ହେବୁ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଛାଡ଼ି ଯିବୁ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଉଦ୍ୟମୀ ହେବା ଉଚିତ୍ ବୋଲି ସେ ମତପୋଷଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ଯୁବ-କୈନ୍ଦ୍ରିକ ପଦକ୍ଷେପ ହିସାବରେ ‘କ୍ଲାଇମେଟ୍ ଦିଦି’ ଓ ‘କ୍ଲାଇମେଟ୍ ଷ୍ଟାର୍ଟଅପ୍’ର ଲୋକାର୍ପଣ କରାଯାଇଥିଲା ।  ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ୟୁନିଭର୍ସିଟି ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ସମ୍ୱେଦୀକରଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ ଆଗାମୀ ଦିନର ଜଳବାୟୁ ସଙ୍କଟର ଆହ୍ୱାନ ଗୁଡ଼ିକର ମୁକାବିଲାରେ ସହାୟକ ହେବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ୟମିତା ଦିଗରେ ଏଭଳି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ସଚେତନତା ଓ ସମ୍ବେଦୀକରଣ ସଂଯୋଜକ ତଥା ଆବାହକ ପ୍ରଫେସର ରାଜେଶ କୁମାର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଯୁଗ୍ମ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ବକ୍ତା ହିସାବରେ ପୂର୍ବୋଦୟ ଓଡ଼ିଶାର ଆବାହକ ଶ୍ରୀ ଓଁକାର ପରିଡ଼ା, ପୂର୍ବୋଦୟ ଓଡ଼ିଶା ଫାଉଣ୍ଡେସନର ଶ୍ରୀ ଚଣ୍ଡୀ ପ୍ରସାଦ ସୁଆର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରସାୟନ ବିଜ୍ଞାନ ବିଭାଗର ଡ. ଲିଙ୍ଗରାଜ ବେହେରା ଓ ଡ. ଆଶିଷ କୁମାର ଜେନା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଅଣଶିକ୍ଷକ କର୍ମଚାରୀ ଏଭଳି ୨୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୃକ୍ଷରୋପଣ କରାଯାଇଥିଲା ।

Awareness Programme on Quantum Computing and Cryptography @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ଆଣ୍ଡ୍‌ କ୍ରିପ୍ଟୋଗ୍ରାଫି' ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ତିନି ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ହେଉଛି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା; ବର୍ତ୍ତମାନକୁ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଭିନ୍ନ ଲ୍ୟାବ୍‌ ଓ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡ଼ିକରେ ଉପଲବ୍‌ଧ କିନ୍ତୁ ଦିନ ଆସିବ ଆମେ ସମସ୍ତେ କ୍ୱାଣ୍ଟମ୍ କମ୍ପ୍ୟୁଟର ବ୍ୟବହାର କରିପାରିବା । କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ଏକ ଆନ୍ତଃବିଷୟକ ଗବେଷଣା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ରେ ଏଭଳି ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥିପାଇଁ ଜାତୀୟ କ୍ୱାଣ୍ଟମ୍ ମିଶନ କାର୍ଯ୍ୟକାରୀ କରୁଅଛି । ଏହି କାର୍ଯ୍ୟକ୍ରମ କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍‌ରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜୟନଗରମ୍‌ ସ୍ଥିତ ଏସ୍‌ଆଇଟିଏଏମ୍‌ର ପ୍ରଫେସର ଭି.ଜି. ପ୍ରସୁନା କହିଥିଲେ ଯେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ ଏବେ ଆଉ କେବଳ ଲ୍ୟାବର ଗବେଷଣାରେ ସୀମିତ ନ ରହି ଏକ ବାସ୍ତବତାର ରୂପ ନେଲାଣି ଏବଂ କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି ପାରମ୍ପରିକ ଏନକ୍ରିପ୍ସନ୍ ପଦ୍ଧତିକୁ ପୁରୁଣା କରିଦେବା ସହ ଆମର ବୈଷୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ୟୁନିଭର୍ସିଟି ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ ଓ କ୍ରିପ୍ଟୋଗ୍ରାଫି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ର ବିକାଶ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉତ୍ପଳ ରାୟ, ସନ୍ଦୀପ ଦତ୍ତା, ରୌନକ ବିଶ୍ୱାସ, ବିଜୟନଗରମ୍‌ ସ୍ଥିତ ଏସ୍‌ଆଇଟିଏଏମ୍‌ର ସହକାରୀ ପ୍ରଫେସର ଶ୍ରୀମତୀ ଆର୍‌. ଶ୍ୱେତା ଓ ଆଇ.ବି.ଏମ୍‌ କ୍ୱାଣ୍ଟମ୍ ପ୍ରଶିକ୍ଷକ ଶ୍ରୀ ଜୟକୁମାର ବୈତ୍ୟାଶଙ୍କର ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଭଳି ୧୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

"Dream, Build, Inspire: From Green Campuses to Entrepreneurial Journeys" - a day with Dr. Sesha Kisan @MSCBU






In a vibrant celebration of sustainable innovation and entrepreneurial spirit, Maharaja Sriram Chandra Bhanja University successfully hosted the MSCBU Connect Seminar Series session titled “Dream, Build, Inspire: From Green Campuses to Entrepreneurial Journeys” on April 25, 2026, under the PM-USHA initiative. The program, which commenced at 11:00 AM, aimed at integrating sustainable engineering practices with social innovation to inspire the next generation of future leaders. Convener Dr. Cuckoo Mahapatra warmly welcomed participants, followed by an insightful address from Hon’ble Vice-Chancellor Prof. Mahendra Kumar Mohanty, a PhD in Renewable Energy from IIT Delhi, who highlighted the development and significance of green campuses and encouraged students to utilize university laboratories for testing sustainable innovations, including solar energy projects. The highlight of the day was the motivational journey shared by renowned chemist and NISER Gold Medalist Dr. Sesha Kisan, Founder and CEO of Dr. Sesha Kisan Pharma Pvt. Ltd., who captivated the audience with his story—from grazing cattle in Sambalpur to advanced research in Germany—and practical insights on transforming academic research into viable commercial solutions through resilience and an entrepreneurial mindset. The session featured interactive discussions, case studies on green initiatives, and an engaging Q&A where students, researchers, and faculty actively participated. A vote of thanks was extended to PM-USHA Nodal Officer Prof. Indrajit Nayak for his support. The event, attended by faculty, students, and researchers from MSCB University and affiliated colleges, successfully enhanced awareness of renewable energy and social innovation, strengthened interdisciplinary collaboration, and established MSCBU Connect as a vital bridge between academic knowledge and real-world impact, leaving participants motivated to pursue impactful careers.

Induction of new students of CDOE of MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ନିଜ ବକ୍ତବ୍ୟରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୂରବର୍ତ୍ତୀ ଶିକ୍ଷା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ । ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିବା ସହ ଏହି ଅନୁସ୍ଥାପନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ବିଷୟରେ ସଠିକ୍ ଧାରଣା ଦେବ ବୋଲି କହିଥିଲେ । ପୁଣି କେନ୍ଦ୍ର ଦ୍ୱାରା ଦିଆଯାଉଥିବା ବିଭିନ୍ନ ସାର୍ଟିଫିକେଟ୍‌ ଓ ଡିପ୍ଲୋମା ପାଠ୍ୟକ୍ରମରେ ମଧ୍ୟ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ, ଅର୍ଥନୀତି ବିଭାଗର ସୁଜାତା ମହାକୁଡ଼, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ସଂସ୍କୃତ ବିଭାଗର ଡ. ଦେବବ୍ରତ ପଣ୍ଡା ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼ ପାଠ୍ୟକ୍ରମ ଗୁଡ଼ିକର ପରିଚୟ ସବିଶେଷ ଆଲୋଚନା କରିଥିଲେ । ଶେଷରେ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram Chandra Bhanja Deo University




72 days countdown to International Day of Yoga - 2026 @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଶୁକ୍ରବାର ଦିନ, ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ୭୨ ଦିନିଆ କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ପାଇଁ ଏହାକୁ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଏକ ସାଧାରଣ ଯୋଗ ପ୍ରୋଟୋକଲ ଅଭ୍ୟାସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଏହି ଅଧିବେଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ, ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ଶଙ୍କର ପାତ୍ର, ପ୍ରଫେସର ଏମ୍‌ ହିମବିନ୍ଦୁ, ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅଧିବେଶନରେ ୯୦ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ୧୧୬ ଜଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ୩୮୪ ଜଣ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ୩୧ ଜଣ କର୍ମଚାରୀ ଏପରି ସମୁଦାୟ ୬୨୧ ଜଣ ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଏବଂ ପ୍ରଶିକ୍ଷକ ଡକ୍ଟର ସୁଜାତା ପଣ୍ଡା, ଡକ୍ଟର ହିମାଂଶୁ ପରିଡା, ଡକ୍ଟର ସୁଜାତା ଜେନା, ଡକ୍ଟର ସାଗର ମନ୍ତ୍ରୀ ଏବଂ ଶ୍ରୀ କମଳ ବୈଠାଙ୍କ ଏହି ଯୋଗାଭ୍ୟାସକୁ ପରିଚାଳନା କରିଥିଲେ । ସିଡିଓଇର ଉପନିର୍ଦ୍ଦେଶକ ଡକ୍ଟର ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପଦକ୍ଷେପର ଏକ ଅଂଶ ଭାବରେ, ଗୁରୁବାର ଦିନ ପ୍ରଥମାର୍ଦ୍ଧରେ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ଏକ ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦ୍ୱିତୀୟାର୍ଦ୍ଧରେ "ସୁସ୍ଥତା, ଜ୍ଞାନ ଏବଂ ବିଶ୍ୱ ଶାନ୍ତି ପାଇଁ ଯୋଗ" ବିଷୟବସ୍ତୁ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ଯୋଗ ବିଜ୍ଞାନ ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଦିନେଶ ପ୍ରସାଦ ସ୍ୱାଇଁ ଓ ଓଡ଼ିଶା  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ଏବଂ ଶାରୀରିକ ଶିକ୍ଷା ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଭରତ କୁମାର ପଣ୍ଡା ବକ୍ତା ଭାବେ ଯୋଗ ଦେଇ ଯୋଗର ବୈଜ୍ଞାନିକ, ଚିକିତ୍ସାଗତ ଏବଂ ପ୍ରତିରୋଧକ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ସହ ଚାପ ପରିଚାଳନା, ଜୀବନଶୈଳୀ ବିକାର ରୋକିବା, ମାନସିକ ସ୍ୱାସ୍ଥ୍ୟ, ଆଭ୍ୟନ୍ତରୀଣ ଶାନ୍ତି ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ ।

Bahi Hata @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବହିହାଟ ସମାପନ ହୋଇଯାଇଛି । ଓଡ଼ିଶା ସରକାରଙ୍କ 'ଓଡ଼ିଆ ପକ୍ଷ' ପାଳନ ଅବସରରେ 'ଆସ ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଯାୟୀ ମୟୂରଭଞ୍ଜ ତଥା ବହିରାଗତ ଲେଖକ ଓ ବିତରକ ମାନଙ୍କ ପ୍ରଦର୍ଶିତ ବହିହାଟରେ ୨୯ଟି ଷ୍ଟଲ୍‌ରେ ବହି ବିକ୍ରି ହୋଇଥିଲା । ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଏହି ବହିହାଟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ସାହିତ୍ୟ ଜୀବନ ସହିତ କିପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ସେ ବିଷୟରେ ଆଲୋକପାତ କରିବା ସହ ପୁସ୍ତକ ଗୁଡ଼ିକର ଡିଜିଟାଇଜେସନ ଦ୍ୱାରା ତାହା ଅଧିକରୁ ଅଧିକ ଲୋକଙ୍କୁ ପଢ଼ିବାର ସୁଯୋଗ ଦେଇପାରିବ ବୋଲି ସେ କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବହିହାଟରେ କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସାହିତ୍ୟ ଓ ସାଂସ୍କୃତିକ ପରିଷଦ ତରଫରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବାରିକ କୁଳପତି ପ୍ରଫେସର ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୁଣି ପରିଷଦ ତରଫରୁ କବି ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ସହ-ସମ୍ପାଦକ ଡ. ସ୍ୱରୁପାନନ୍ଦ ବିଷୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବହିହାଟରେ ଭାଗନେଇଥିବା ସମସ୍ତ ଲେଖକ ଓ ବିତରକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଏକ କବିତା ପାଠୋତ୍ସବରେ ୪୭ ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

We got a new VC...

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କୁଳପତି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସର୍ବପ୍ରଥମେ କୁଳପତି ପ୍ରଫେସର ମହାନ୍ତି ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତ ଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଗଣ ପୁଷ୍ପଗୁଚ୍ଛ ଦେଇ ପ୍ରଫେସର ମହାନ୍ତିଙ୍କୁ ସ୍ୱାଗତ କରିଥିଲେ । 

ପ୍ରଫେସର ମହାନ୍ତି ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଗ୍ରେଡ୍‌ରେ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ଏବଂ ବିଶ୍ୱବିଦ୍ୟାଳୟର ଉନ୍ନତିର ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶ୍ୱବିଦ୍ୟାଳୟକୁ ଶିକ୍ଷା, ଉଦ୍ଭାବନ ଓ ସମାଜ ସେବାରେ ଉତ୍କର୍ଷତାର କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖି ଆଗାମୀ ଚାରି ବର୍ଷରେ ଆଧୁନିକ ପାଠ୍ୟକ୍ରମ ବିସ୍ତାର, ବିଶେଷ କରି ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା ଓ ପରିବେଶ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । ଗବେଷଣା ଓ ଉଦ୍ଭାବନକୁ ଶକ୍ତିଶାଳୀ କରିବା ସହ ବିଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ସହଯୋଗିତା, ଛାତ୍ର-ଛାତ୍ରୀ ବିନିମୟ ଓ ଯୌଥ ଗବେଷଣା ପାଇଁ ସେ କାର୍ଯ୍ୟ କରିବା ସହ କ୍ଲାସରୁମ୍, ଲାଇବ୍ରେରୀ ଓ କ୍ରୀଡ଼ା ସୁବିଧାର ଆଧୁନିକୀକରଣ, ଏକୀକୃତ ଇ-ସମର୍ଥ ଇଆରପି ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ଫଳ ଓ ୩୦ ଦିନ ମଧ୍ୟରେ ସାର୍ଟିଫିକେଟ୍ ପ୍ରକାଶ, ଅଧ୍ୟାପକ ଓ ମାନବ ସମ୍ପଦ ବିକାଶ ପାଇଁ ସମସ୍ତ ପଦ ପୂରଣ, ଜାତୀୟ ଶିକ୍ଷା ନୀତି ୨୦୨୦ର ସମସ୍ତ ମାପଦଣ୍ଡକୁ ନେଇ କାର୍ଯ୍ୟ କରାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଓୟୁଏଟି ରେ ପ୍ରଫେସର ଭାବେ ସଫଳତାର ସହିତ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ଜନ୍ମ ୧୯୬୫ ମସିହା । ସେ ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ଶୁକ୍ଳେଳେଶ୍ୱରର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ବୃତ୍ତିଗତ ଶିକ୍ଷାର ଆରମ୍ଭ ହୋଇଥିଲା ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି.), ଭୁବନେଶ୍ୱରରୁ । ୧୯୮୮ ମସିହାରେ ସେ ଓ.ୟୁ.ଏ.ଟି.ରେ କୃଷି ଯନ୍ତ୍ର ଓ ପ୍ରଯୁକ୍ତିବିଦ୍ୟାରେ ବି.ଟେକ୍ ଡିଗ୍ରୀ ଲାଭ କରି ପ୍ରଥମ ଶ୍ରେଣୀ ସହ ଅନର୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୯୦ ମସିହାରେ  ଆଇ.ଆଇ.ଟି ଖଡ଼ଗପୁର ରୁ ଏମ.ଟେକ୍ ସମାପ୍ତ କରିଥିଲେ । ଏହା ପରେ ୨୦୦୩ ମସିହାରେ ଦିଲ୍ଲୀ ଆଇ.ଆଇ.ଟି.ରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ । ପ୍ରଫେସର ମହାନ୍ତି ବାୟୋଡିଜେଲ୍, ସୋଲାର୍ ଡ୍ରାଏର୍ ଏବଂ ବାୟୋଇଥାନଲ୍ ପରି କ୍ଷେତ୍ରରେ ଗବେଷଣା କରିବା ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Hands-on Training on 'Artificial Intelligence for Interdisciplinary Research' @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ଆନ୍ତଃବିଷୟିକ ଗବେଷଣାରେ କୁତ୍ରିମ ବୁଦ୍ଧିମତ୍ତାର ଭୂମିକା' ଶୀର୍ଷକ ଏକ ବ୍ୟବହାରିକ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ କୁତ୍ରିମ ବୁଦ୍ଧିମତ୍ତା ଆଜିର ଯୁଗରେ ଏକ ବାସ୍ତବିକତା ଏବଂ ଏହା ଆଧୁନିକ ଗବେଷଣା ପାଇଁ ଏକ ଶକ୍ତିଶାଳୀ ଉପକରଣ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଷୟରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡିଆର୍‌ଡିଓ, ଚାନ୍ଦିପୁରର ବୈଜ୍ଞାନିକ ଶ୍ରୀ ସୁପର୍ଣ୍ଣକାନ୍ତି ଦାସ କହିଥିଲେ ଯେ ଏଆଇ ପ୍ରଯୁକ୍ତି କେବଳ ଏକ ସଫ୍ଟୱେୟାର ନୁହେଁ, ଏହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ସମନ୍ୱୟ; ତଥ୍ୟ ଯୁଗ ପରେ ବର୍ତ୍ତମାନ ଏଆଇ ଯୁଗ ଏବଂ ଏଆଇର ଏହି ବିଜୟଧାରା ଆଗାମୀ ଦିନରେ ବଳବତ୍ତର ରହିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ଟ୍ରେନିଙ୍ଗ୍ ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ କହିଥିଲେ ଯେ ଏହି ପ୍ରଶିକ୍ଷଣ ମାଧ୍ୟମରେ ଗବେଷକମାନେ ବାସ୍ତବିକ ସମସ୍ୟାର ସମାଧାନ ପାଇଁ ବ୍ୟବହାରିକ ତାଲିମର ଅଭିଜ୍ଞତା ଲାଭ କରିବେ ଏବଂ ଏହା ଆମ ବିଶ୍ୱବିଦ୍ୟାଳୟକୁ ଆଇଏଆଇ ଗବେଷଣାରେ ଅଗ୍ରଣୀ କରିବ।ରେ ସହାୟକ ହେବ । ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ଆଟଲାଣ୍ଟା ସ୍ଥିତ ବ୍ରାଣ୍ଡସ୍କେପ୍‌ସ କମ୍ପାନୀର ପ୍ରଯୁକ୍ତିବିଦ୍ୟା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ମାନସ କୁମାର ରଥ ଓ ସହଯୋଗୀ ଉପାଧ୍ୟକ୍ଷ ଡକ୍ଟର ତନ୍ମୟ ସ୍ଵାଇଁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର,ପ୍ରାଣୀ ବିଜ୍ଞାନର, ଗଣିତ, ପଦାର୍ଥ ବିଜ୍ଞାନର, ରସାୟନ ବିଜ୍ଞାନର, ବ୍ୟବସାୟ ପ୍ରଶାସନର, ଆର୍‌ଏସ୍‌ଜିଆଇଏସ୍‌ର ଓ ଜୈବ ପ୍ରଯୁକ୍ତି ବିଭାଗର ପ୍ରାୟ ୪୦ରୁ  ଉର୍ଦ୍ଧ୍ୱ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Annual Day celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର 'ବାର୍ଷିକ ଉତ୍ସବ -୨୦୨୬' ଉଦ୍ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ ସମ୍ମେଳନ କକ୍ଷରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରେ ଛାତ୍ର ଜୀବନରେ ଶୃଙ୍ଖଳା ଓ ନୈତିକତାର ଆବଶ୍ୟକତା ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରମୋଦ କୁମାର ଶତପଥୀ ପୃଷ୍ଠପୋଷକ ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ କୃତିତ୍ୱ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଗବେଷଣା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଯୁଗପୋଯୋଗୀ ଆଧୁନିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ବାରିପଦାର ବିଶିଷ୍ଟ ସାହିତ୍ୟିକ ତଥା ସାମାଜିକ କର୍ମୀ କବିବିଷ୍ଣୁ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟତାର ବିକାଶ ନିମିତ୍ତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ସମ୍ବନ୍ଧରେ ଅଭିବ୍ୟକ୍ତି ରଖିଥିଲେ । ଶିକ୍ଷାର ବିକାଶ ସହ ମାନବିକତା କିପରି ମରି ମରି ଯାଉଛି ତାହାର ଏକ ଚିତ୍ର ସେ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ କୁଳସଙ୍ଗୀତର ନୂତନ ସଂସ୍କରଣ ମୁଖ୍ୟଅତିଥି ଦ୍ବାରା ଲୋକାର୍ପିତ ହୋଇଥିଲା ଓ ସଭାରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଶ୍ଵବିଦ୍ୟାଳୟର ମୁଖପତ୍ର ବନାନୀ କୁ ଅତିଥିଗଣ ଉନ୍ମୋଚନ କରିଥିଲେ । ସାଂସ୍କୃତିକ କମିଟିର ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ଯକ୍ରମର ବିବରଣୀ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଆ ବିଭାଗର ଗବେଷିକା ସବିତା ବାରିକ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ, ଝୋଟି, ଓଡ଼ିଆ ଓ ଇଂରାଜୀ ତର୍କ, ପ୍ରବନ୍ଧ, ସଙ୍ଗୀତ ଗାନ, ଏକକନୃତ୍ୟ, ସାମୂହିକ ନୃତ୍ୟ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Celebration of Utkal Divas @MSCBU

 

ଭାଷା ଓ ଭୂମି ଜାତୀୟତାର ସ୍ମୃତି ଚାରଣ ସ୍ମାରକୀ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକାନବେତମ ଉତ୍କଳ ଦିବସ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ ଗଠନରେ ଆମ ପୂର୍ବ ପୁରୁଷମାନଙ୍କର ଅସୀମ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆମେ ତାଙ୍କର ଉତ୍ତର ଦାୟାଦ ଭାବରେ ନିଜର ନୈତିକ ଦାୟିତ୍ୱ ସମ୍ପନ୍ନ କରି ତାଙ୍କର ତ୍ୟାଗର ମହତ୍ତ୍ୱ ରକ୍ଷା କରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବାରିପଦାର ସମାଜସେବୀ ତଥା ଶିକ୍ଷାବିତ୍‌ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗଦାନ କରି ନିଜ ବକ୍ତବ୍ୟରେ ଆନ୍ତରିକତା ବିନା ଜାତୀୟତା ତିଷ୍ଠି ରହିପାରିବ ନାହିଁ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପଫେସର ବବ୍ରୁବାହନ ମହାପାତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ବିବରଣୀକୁ ନିଜ ଅଭିଭାଷଣରେ ଜୀବନ୍ତ କରି ତୋଳି ଧରିଥିଲେ । ମାତୃଭାଷା କିପରି ଗୋଟିଏ ପ୍ରଦେଶ ଗଠନ କରିବାରେ ଭିତ୍ତିଭୂମି ରୂପେ ଦଣ୍ଡାୟମାନ ହୋଇ ରହିଥିଲା, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁଷ୍ପା ପାତ୍ର ଯୋଗଦାନ କରି ଭାଷା ଓ ସାହିତ୍ୟର ଚର୍ଚ୍ଚା କିପରି ଜାତୀୟତାବୋଧ ସୃଷ୍ଟି କରେ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରଙ୍ଗୋଲି ପ୍ରତିଯୋଗିତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀ ଶାଶ୍ୱତୀ ଆଚାର୍ଯ୍ୟ ପ୍ରଥମ, ଓଡ଼ିଆ ବିଭାଗ ଛାତୀ କାବେରୀ ଜେନା ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ଅନୁରାଧା ଦାସ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନ ଓ ଓଡ଼ିଆ ବିଭାଗ ଛାତ୍ରୀ ପ୍ରମିଳା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ର ନିତିଶ କୁମାର ରାଉତ ପ୍ରଥମ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ଅର୍ଜୁନ କୁମାର ବାରିକ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ସ୍ୱାତୀ ସ୍ୱାଗତିକା ରାୟ ଯୁଗ୍ମ ଭାବେ ଦ୍ୱିତୀୟ ଓ ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଲତିକାଞ୍ଜଳି ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପିଠା ପ୍ରତିଯୋଗିତାରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଉତ୍କଳିକା ମହାନ୍ତ ପ୍ରଥମ ଏବଂ ଦଳଗତ ଭାବେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ର ନିତିଶ କୁମାର ରାଉତ, ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ସୁଧାଂଶୁ ଶେଖର ପ୍ରଧାନ ଓ ବ୍ୟବସାୟ ପ୍ରଶାସନ ବିଭାଗର ଛାତ୍ରୀ ଅର୍ଘ୍ୟରୁପା ରାଉତ ଯୁଗ୍ମ ଭାବରେ ଦ୍ୱିତୀୟ ଏବଂ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ରୀ ସାଇଶିଖା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରୀ ମାନସୀ ମିଶ୍ର ଅତିଥିଗଣଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗଦାନ କରିଥିଲେ ।

Eight-Day Hand's on training on Archeological excavation at Kamta, Kuliana

 

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ସହାୟତାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗ ତରଫରୁ ଏକ ପ୍ରାଗଐତିହାସିକ ଯୁଗୀୟ ଆଠ ଦିନିଆ କର୍ମଶାଳା କୁଳିଅଣା ଠାରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶର୍ମା ସେଣ୍ଟର ଫୋର୍ ହେରିଟେଜ ଏଜୁକେସନ ସେଣ୍ଟର ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ପୁରୀ ସର୍କଲ ମିଳିତ ସହଯୋଗରେ ଆୟଜିତ କରିଥିଲେ। ଆଜି ଏହି ଆଠ ଦିନିଆ କର୍ମଶାଳା ଉଦଯାପିତ ହୋଇଥିଲା ଏଥିରେ  ଜାତୀୟ ମନୁମେଣ୍ଟ ଓଥିରିଟିର ପୂର୍ବତନ ଚେୟାରମେନ ତଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବାସା,ବୀରବଲ ସାହାନୀ ପାଲିଓସାଇନ୍ସ ଅନୁଷ୍ଠାନ ର ବୈଜ୍ଞାନିକ ଡ଼ଃ ଅଞ୍ଜଳୀ  ତ୍ରିବେଦୀ,  ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ଡ଼ଃ ଦେବଜାନୀ ଭୂୟାଁ , ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ,   ବିଶ୍ଵବିଦ୍ୟାଳୟ ପିଏମ୍ ଉଷା ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାଏକ,  ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ଏବଂ ଜନଜାତି ବିଭାଗ ର ଆସୋସିଏଟ ପ୍ରଫେସର ଡଃ ବସନ୍ତ କୁମାର ମହାନ୍ତ ଏବଂ ଡ଼ଃ ଭୁବନେଶ୍ୱର ଶବର ଯୋଗଦାନ କରି କର୍ମଶାଳାକୁ ଉଦଯାପିତ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ଏବଂ ଜନଜାତି ବିଭାଗ, ଇତିହାସ ବିଭାଗ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗଙ୍ଗାଧର ବିଶବବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିଲେ। ଏହି ଆଠଦିନିଆ କର୍ମଶାଳା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଠାରେ ଲୁଚି ରହିଥିବା ପ୍ରାଗଐତିହାସିକ ଯୁଗର ସାମଗ୍ରୀର  ପୁନଃଜୀବିତ ଉପରେ ଗୁରୁତ୍ୱ ଦିଆଯାଇଥିଲା।  ଏହି ସପ୍ତାହବ୍ୟାପୀ କର୍ମଶାଲାରେ ଯୋଗଦେଇ , ପ୍ରଫେସର ଶାନ୍ତି ପାପୁ ତାମିଳନାଡୁର ପ୍ରାଗଐତିହାସିକ ସଂସ୍କୃତି ସହିତ କୁଳିଅଣାର ପ୍ରାଗଐତିହାସିକ ସଂସ୍କୃତିର ସମାନତା ଥିବାର ମତ ପ୍ରକାଶ କରିଥିଲେ। ପୁରାସଂସ୍କୃତିୟ ଉଦ୍ଭିଦ ବିଜ୍ଞାନୀ ଡ଼ଃ ଅଞ୍ଜଳୀ ତ୍ରିବେଦୀଙ୍କ ମତାନୁସାରେ, ପୁରାସଂସ୍କୃତିୟ ଉଦ୍ଭିଦର ପ୍ରମାଣ ମିଳିବା ଉଦ୍ଦେଶ୍ୟରେ ଏହି (କୁଳିଅଣା) ଅଞ୍ଚଳରୁ ମାଟିର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟସ୍ଥିତ ଭୂତତ୍ତ୍ୱ ବିଜ୍ଞାନୀ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀଙ୍କ ଅନୁସାରେ, କୁଳିଅଣା ଅଞ୍ଚଳରେ ଏକ ପ୍ରାଚୀନ ଲୁପ୍ତ ନଦୀ କିମ୍ବା ଜଳସ୍ରୋତର ପ୍ରମାଣ ଥିବାର ସମ୍ଭାବନା ରହିଛି। ଏହି ଅଞ୍ଚଳରୁ ପ୍ରାଚୀନ ଯୁଗୀୟ ସଂସ୍କୃତିର ସମୟକାଳ ତଥା ଗଛପତ୍ର, ପରିବେଶ ଓ ପାରିବେଶିକ ପରିସ୍ଥିତିର ବୈଜ୍ଞାନିକ ପ୍ରମାଣ ପାଇବା ଉଦ୍ଦେଶ୍ୟରେ କାମତାସ୍ଥିତ ପୁରାତତ୍ତ୍ୱ ଉତ୍ଖନନ ସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି, ଯାହାକୁ ଭାରତର ବିଭିନ୍ନ ବୈଜ୍ଞାନିକ ସଂସ୍ଥାମାନଙ୍କ ପାଖକୁ ପଠାଇବା ପାଇଁ ଯୋଜନା କରାଯାଇଛି। ଏହି ଉତ୍ଖନନରୁ ମିଳିଥିବା ପ୍ରାଗଐତିହାସିକ ଯୁଗୀୟ ସଂସ୍କୃତିର ପ୍ରମାଣଗୁଡ଼ିକର ପରୀକ୍ଷା ଫଳାଫଳ ଆସିବା ପରେ, ଏହି କୁଳିଅଣା ଅଞ୍ଚଳ କେବଳ ଭାରତରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କରିପାରିବ ବୋଲି ଭାରତୀୟ ଜାତୀୟ ସ୍ମାରକ ପ୍ରାଧିକାରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱବିଦ ଡ଼ଃ ବସନ୍ତ କୁମାର ମହାନ୍ତ ତଥା କୁଳିଅଣା ଅଞ୍ଚଳର ପ୍ରାଗଐତିହାସିକ ଓ ପୁରାତତ୍ତ୍ୱ ବିଷୟର ଗବେଷକ ମନୁ ନାୟକ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

କୁଳିଅଣା ଠାରେ ୧୯୪୮ ମସିହାରେ ପ୍ରସ୍ତର ଯୁଗର ପ୍ରଥମେ କୋଲକାତା ବିଶ୍ୱବିଦ୍ୟାଳୟର ନିର୍ମଳ ବୋଷ ଓ ଧରଣୀ ସେନ ଉତଖନନ କରିଥିଲେ, ଯାହାକି ମୟୂରଭଞ୍ଜ ଓଡ଼ିଶାର ପୁରାତତ୍ତ୍ୱ ଇତିହାସରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଞ୍ଚଳ ଭାବେ ପରିଚିତ। ପୂର୍ବରୁ ଏଠାରେ ସାର୍କ ପୋସିଲ୍ ଇତ୍ୟାଦି ମିଳିଥିବାବେଳେ ପ୍ରସ୍ତର ଯୁଗର ରହସ୍ୟ ଉନ୍ମୋଚିତ ହୋଇଥିଲା ।  ମୟୂରଭଞ୍ଜର ବିଭିନ୍ନ ସ୍ଥାନ ବିଶେଷକରି ଶିମିଳିପାଳର ଆଖପାଖ ଅଞ୍ଚଳ, କୁଳିଅଣା ଓ ବୁଢାବଳଙ୍ଗ ନଦୀ ଅବବାହିକାରୁ ମିଳିଥିବା ପ୍ରସ୍ତର ହତିଆର ଓ ଅନ୍ୟାନ୍ୟ ଅବଶେଷ ନିମ୍ନ ପ୍ରସ୍ତର ଯୁଗରୁ ଆରମ୍ଭ କରି ମଧ୍ୟପ୍ରସ୍ତର ଯୁଗ ଓ କେତେକ ସ୍ଥଳରେ ଉଚ୍ଚ ପ୍ରସ୍ତର ଯୁଗ ଓ ମେସୋଲିଥିକ୍ ଯୁଗ ସହିତ ନୂତନ ପ୍ରସ୍ତର ଯୁଗ ସମ୍ପର୍କିତ ବୋଲି ପୁରାତତ୍ତ୍ବବିଦ ମତ ରଖୁଛନ୍ତି । ଏହି ଅବଶେଷର ଆନୁମାନିକ ବୟସ ପ୍ରାୟ ଅଢେଇ ଲକ୍ଷ ବର୍ଷର ବୋଲି କୁହାଯାଉଛି। ଏହା ଏହି ଅଞ୍ଚଳରେ ମାନବ ବାସର ଦୀର୍ଘ ଐତିହାସିକ ପରମ୍ପରାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ପ୍ରାଚୀନ କାଳରେ ଶିମିଳିପାଳ, କୁଳିଅଣା ତଥା ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକା ଓ ମଧ୍ୟଭାଗରେ ପ୍ରାଗ୍-ଐତିହାସିକ ମାନବ ବାସ ପାଇଁ ବିଶେଷ ଭାବେ ଉପଯୁକ୍ତ ଥିଲା | ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ସମ୍ପଦ, ଘନ ଜଙ୍ଗଲ, ଶିକାର ଯୋଗ୍ୟ ପଶୁପକ୍ଷୀ ଓ ପ୍ରସ୍ତର ହତିଆର ତିଆରି ପାଇଁ ଆବଶ୍ୟକ କ୍ୱାର୍ଟଜାଇଟ୍, କ୍ୱାର୍ଟଜ୍ ପରି କଞ୍ଚାମାଲ ସହଜରେ ମିଳିପାରୁଥିଲା ।

Similipal Biodiversity Festival @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସେଣ୍ଟର ଫର୍‌ ଶିମିଳିପାଳ ଷ୍ଟଡ଼ିଜ୍‌ ଓ ଯଶିପୁରସ୍ଥିତ ସେଣ୍ଟର ଫର୍‌ ରିଜିଓନାଲ୍‌ ଏଜୁକେସନ ଫରେଷ୍ଟ ଆଣ୍ଡ୍‌ ଟୁରିଜିମ ଡେଭଲପମେଣ୍ଟ ଏଜେନ୍‌ସି (ସିଆର୍‌ଇଏଫ୍‌ଟିଡିଏ)ର ମିଳିତ ସହଯୋଗରେ ଶିମିଳିପାଳ ଜୈବବିବିଧତା ଉତ୍ସବ ଅବସରରେ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଯୋଗଦାନ କରି ନିଜ ବକ୍ତବ୍ୟରେ ଶିମିଳିପାଳର ଜୈବ ବିବିଧତା ଓ ପରିବେଶ ସୁରକ୍ଷାରେ ତାର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୟୂରଭଞ୍ଜର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପି.ସି. ଗୋଗ୍‌ନେନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିମିଳିପାଳର ସାମ୍ପ୍ରତିକ ସ୍ଥିତି ଓ ତାର ସୁରକ୍ଷା ଉପରେ ଅଭିଭାଷଣ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏଫ୍‌ଇଏସ୍‌ ସଂସ୍ଥାର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଜ୍ୟୋତି ପ୍ରକାଶ ରଥ ଯୋଗଦାନ କରି ଶିମିଳିପାଳର ସମ୍ପର୍କରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାରିପଦାର ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡ଼ା ଯୋଗଦାନ କରି ଶିମିଳିପାଳରେ ବନ୍ୟଜନ୍ତୁ ମାନଙ୍କର ଅବସ୍ଥିତିର ଏକ ଚିତ୍ର ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆର୍‌ଇଏଫ୍‌ଟିଡିଏ ସଂସ୍ଥାର ଯୁଗ୍ମ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଓ ଉପସଭାପତି ଡକ୍ଟର ବିଜୟଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଐତିହାସିକ ଉତ୍ସବରେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ, ସାନ୍ତାଳୀ, ଅର୍ଥନୀତି, ରାଜନୀତି ବିଜ୍ଞାନ, ସାମାଜିକ କାର୍ଯ୍ୟ, ଜୈବପ୍ରଯୁକ୍ତି ଆଦି ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

Shastriya Bhasa Divas celebration @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ତ୍ରୟୋଦଶ ଶାସ୍ତ୍ରୀୟ ଭାଷା ଦିବସ ତଥା ପରିଷଦର ସପ୍ତମ ବାର୍ଷିକ ଉତ୍ସବ ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏହି ସମାରୋହରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଓଡ଼ିଆ ପାଇଁ ଏହି ଶାସ୍ତ୍ରୀୟ ଭାଷା ଦିବସ କିପରି ଗୌରବମୟ ସେ ବିଷୟରେ ଆଲୋକପାତ କରିବା ସହ ଓଡ଼ିଆ ଭାଷା ପ୍ରତି ମମତ୍ୱବୋଧ ଓ ସ୍ୱାଭିମାନ ହିଁ ଏ ଜାତିକୁ ବଞ୍ଚାଇ ରଖିବ ବୋଲି ସେ କହିଥିଲେ । ବିଶିଷ୍ଟ ସ୍ତମ୍ଭକାର ତଥା ବର୍ଷିୟାନ ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲା ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଭାଷାର ସୁରକ୍ଷା ପାଇଁ ଗଭୀର ଅଧ୍ୟବସାୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଭାଷାକୁ ଆମ ଦୈନନ୍ଦିନ ବ୍ୟବହାରରେ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ କରିଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ଏଥିରେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ପର୍କରେ ନିଜ ପରାମର୍ଶ ରଖିଥିଲେ । ସମ୍ମାନିତ ବକ୍ତା ଭାବେ ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜଗତ୍‌ବନ୍ଧୁ ଆଚାର୍ଯ୍ୟ ଯୋଗଦାନ କରି ଆମେ ଓଡ଼ିଆ ଭାବରେ ଗର୍ବ କଲାବେଳେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମାନଙ୍କର ସମସ୍ୟାର ଚିନ୍ତା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ସ୍ମରଣୀୟ ଦିବସରେ ମୟୂରଭଞ୍ଜର ବରିଷ୍ଠ ସାହିତ୍ୟିକ, ସଙ୍ଗଠକ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ସାହୁଙ୍କୁ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡକ୍ଟର ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସହ-ସମ୍ପାଦକ ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସ୍ନେହାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସହ-ସମ୍ପାଦକ ଡକ୍ଟର ଶିଶିର ବେହେରା, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଆ ତର୍କ ପାଇଁ ମାନସୀ ମିଶ୍ର, ସୌମ୍ୟରଞ୍ଜନ ଦାଶ, ବନ୍ଦନା ସହୁ, ଓଡ଼ିଆ ପ୍ରବନ୍ଧ ପାଇଁ ଅଞ୍ଜନା ଭଟ୍ଟ, ସନ୍ଧ୍ୟାରାଣୀ ସାହୁ, ଦୀପ୍ତିରେଖା ରାଉତ, ଓଡ଼ିଆ ଗଳ୍ପ ଲିଖନ ପାଇଁ ଅଞ୍ଜନା ଭଟ୍ଟ, ଗାର୍ଗୀଶ୍ରୀ ମହାନ୍ତ, ତପସ୍ୱିନୀ ନାୟକ, ଓଡ଼ିଆ କବିତା ଲିଖନ ପାଇଁ ସ୍ମୃତି ସବୁଜିମା ଦାସ, ରୁଲି ବେହେରା, ଅଞ୍ଜନା ଭଟ୍ଟ, ଓଡ଼ିଆ ଭାଷାରୁ ଅନୁବାଦ ପାଇଁ ଧର୍ମେନ୍ଦ୍ର ଖମାରୀ, ପାଣ୍ଡୁ କୁମାର ମୁର୍ମୁ, ସ୍ନେହମୟୀ ପୂଜାରୀ, ଓଡ଼ିଆ କବିତା ପାଠ ପାଇଁ ସୀମାଲତା ସାହୁ, ତପସ୍ୱିନୀ ନାୟକ, ସ୍ମୃତି ସବୁଜିମା ଦାସ, ଶାସ୍ତ୍ରୀୟ ସଙ୍ଗୀତ ଗାନ ପାଇଁ ଶାରଦା ପ୍ରସନ୍ନ ରାଉତ, ପ୍ରବୀଣ ପ୍ରଧାନ, ସୁପ୍ରଭା ମହାନ୍ତି, ଶାସ୍ତ୍ରୀୟ ନୃତ୍ୟ ପାଇଁ ବର୍ଷାରାଣୀ ଜେନା, ଲିପ୍‌ସା ମହାନ୍ତ ପ୍ରମୁଖ ପ୍ରଥମ୍, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଡକ୍ଟର ରତ୍ନାକର ଚଇନିଙ୍କ ଲିଖିତ ଏବଂ ବିଶ୍ଵବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଶାନ୍ତିସ୍ୱରୁପ ବସାଙ୍କ ନିର୍ଦ୍ଦେଶିତ ନାଟକ "ଅନ୍ୟ ଏକ ଶ୍ରବଣ କୁମାର" ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ମଞ୍ଚସ୍ଥ କରାଯାଇଥିଲା । ଏଥିରେ ଚିତାକର୍ଷକ ଅଭିନୟ ପାଇଁ ପ୍ରଥମ ସ୍ଥାନରେ ବର୍ଷାରାଣୀ ଜେନା, ଦ୍ୱିତୀୟ ସ୍ଥାନରେ ସୀମାଲତା ସାହୁ ଓ ତୃତୀୟ ସ୍ଥାନରେ ରଶ୍ମିତା ବେରାଙ୍କୁ ପୁରସ୍କୃତ କରାଯାଇଥିଲା ।

National Science Day Celebration @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ନିଜ ବକ୍ତବ୍ୟରେ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ "ବିଜ୍ଞାନରେ ମହିଳା: ବିକଶିତ ଭାରତର ପ୍ରେରଣା" ଉପରେ ଆଲୋଚନା କରିବା ସହିତ ବିଜ୍ଞାନର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭୂମିକା ସଂପର୍କରେ ସଚେତନ କରାଇଥିଲେ । ଏତଦ୍‌ବ୍ୟତୀତ ବିଶ୍ୱବିଦ୍ୟାଳୟରେ ତୃଣମୂଳସ୍ତରୀୟ ଗବେଷଣା ଏବଂ ଏହାର ସୁଦୃଢୀକରଣ ପାଇଁ ପରାମର୍ଶ ଦେଇଥିଲେ ।  କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ ଏବଂ ଆବାହକ ତଥା ଗବେଷଣା ଓ ବିକାଶ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ଭାମିଡିପତି ନିଜ ବକ୍ତବ୍ୟରେ ଆଇନ୍‌ଷ୍ଟାଇନ୍‌ର ଗ୍ରାଭିଟି ତତ୍ତ୍ୱରେ ବ୍ଲାକ୍‌ ହୋଲ୍‌ର ଧାରଣା ବିଜ୍ଞାନର ଏକ ଆକର୍ଷଣୀୟ ଅଧ୍ୟାୟ ବୋଲି ଅଭିହିତ କରବା ସହ ଛାତ୍ରଛାତ୍ରୀଙ୍କୁ ଜୀବନର ସକଳ କାର୍ଯ୍ୟରେ ବୈଜ୍ଞାନିକ ଆଭିମୁଖ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ସେ ସୁଯୋଗ ଓ ଭିତ୍ତିଭୂମିର ଅଭାବ ଥିଲେ ହେଁ ବୈଜ୍ଞାନିକ ଗବେଷଣା ସମ୍ଭବ ବୋଲି ଆମ ପୂର୍ବସୁରୀ ବୈଜ୍ଞାନିକମାନଙ୍କଠୁ ଶିଖିବାର ଅଛି ବୋଲି ସେ କହିଥିଲେ । ଅନ୍ୟତମ ବକ୍ତା ଭାବେ ଆଇଆଇଟି ଖଡ଼ଗପୁରର ପ୍ରଫେସର ଶାନ୍ତନୁ ଧର ଅଭାଷୀ ମାଧ୍ୟମରେ "ସୁଲଭ ସ୍ୱାସ୍ଥ୍ୟ ପାଇଁ ଅଭିନବ ପ୍ରକ୍ରିୟାକରଣ ମାଧ୍ୟମରେ ସ୍ଥାୟୀ ବାୟାମାଟେରିଆଲ ଗୁଡ଼ିକ" ଶୀର୍ଷକ ବକ୍ତବ୍ୟ ରଖିଥିଲେ । ସେହିଭଳି ଆଇଆଇସିବି କଲିକତାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୁଚେତା ତ୍ରିପାଠୀ ଆଭାଷୀ ମାଧ୍ୟମରେ ନିଜ ବକ୍ତବ୍ୟରେ ଓମିକ୍ସ ଯୁଗ ପରେ ଜିନୋମ ଡାଟାକୁ ମେସିନ୍ ଲର୍ନିଂ ମାଧ୍ୟମରେ ପରିଚାଳନା କରିବା ବିଜ୍ଞାନର ଏକ ନୂତନ ଅଧ୍ୟାୟ ଏବଂ ମହିଳାମାନେ ଏହି କ୍ଷେତ୍ରରେ ଅସାଧାରଣ ଯୋଗଦାନ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ କୁକୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ  ବିଜ୍ଞାନ ଗଳ୍ପ ଲିଖନ, କ୍ୱିଜ୍‌ ଓ ତର୍କ ଆଦି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟର ବିଭିନ୍ନ ବିଜ୍ଞାନର ପ୍ରାୟ ୧୫୦ ଛାତ୍ରଛାତ୍ରୀ ପୋଷ୍ଟର ମାଧ୍ୟମରେ ନିଜର ଗବେଷଣା ପ୍ରଦର୍ଶନ ଷ୍ଟଲ୍‌ ଗୁଡ଼ିକ ଅତିଥିଗଣ ଉଦ୍‌ଘାଟନ କରିଥିଲେ । ଅନୁବନ୍ଧିତ ମହାବିଦ୍ୟାଳୟଙ୍କ ମଧ୍ୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ବାରିପଦା, ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟେନ୍‌ସି ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌, ସାଇ ସାଧନା କଲେଜ ଅଫ୍‌ ବେସିକ୍‌ ସାଇନସ୍‌, ବି.ବି. ମହାବିଦ୍ୟାଳୟ ବାଇଗଣବାଡ଼ିଆ, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ, ଆର୍‌.ଡି.ଏସ୍‌ ଡିଗ୍ରୀ ମହାବିଦ୍ୟାଳୟ କୁଣ୍ଡାବାଇ, ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ବୈଶିଙ୍ଗା ଓ ସୁକୃଳି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।


National Awareness and Sensitization Programme @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୌତିକ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ୨୫ରୁ ୨୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ହେଉଥିବା ଭାରତ ସରକାରଙ୍କ ପିଏମ-ଉଷା ଦ୍ୱାରା ପ୍ରାୟୋଜିତ “ଭୌତିକବିଜ୍ଞାନରେ ପ୍ରୟୋଗାଧାରିତ ଓ ସାଦ୍ଧାନ୍ତିକ ଗବେଷଣାର ସମ୍ଭାବନା” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଓ ଯୁବ ଗବେଷକମାନଙ୍କ ଉପକାର ନିମନ୍ତେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଇଁ ଭୌତିକ ବିଜ୍ଞାନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ ।  ନାଇଜର ଭୁବନେଶ୍ୱରର ପ୍ରଫେସର ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଓ ପ୍ରଫେସର କାର୍ତ୍ତିକେଶ୍ୱର ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭୌତିକବିଜ୍ଞାନର ବିଭିନ୍ନ କ୍ଷେତ୍ରର ସମ୍ଭାବନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ପିଏମ-ଉଷାର ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାଏକ ଭୌତିକବିଜ୍ଞାନର ବିଭିନ୍ନ ଶାଖାର ଭବିଷ୍ୟତ ସମ୍ଭାବନା ବିଷୟରେ ମତାମତ ରଖିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ନାଇଜରର ପ୍ରଫେସର ତପନ ମିଶ୍ର, ଭୌତିକୀ ସଂସ୍ଥାନ ଭୁବନେଶ୍ୱରର ପ୍ରଫେସର ଅରୁଣ କୁମାର ନାୟକ ଏବଂ ଆଇସିଟି-ଆଇଓସି ଭୁବନେଶ୍ୱରର ପ୍ରଫେସର ରମାକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଭାଗୀୟ ପ୍ରଫେସର ସୁସ୍ମିତା କର, ଡ. ଜ୍ୟୋତିରଞ୍ଜନ ସାହୁ ଓ ଡ. ଶ୍ରୀକୃଷ୍ଣ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Remembering Maharaja Sriram Chandra Bhanja Deo on his death anniversary


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥି ପାଳିତ ହୋଇଯାଇଛି । ଏହି ଅବସରରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାରାଜାଙ୍କ ସ୍ମୃତିଚାରଣ କରିଥିଲେ । ନିଜ ଅଭିଭାଷଣରେ ପ୍ରଫେସର ଶତପଥୀ ମହାରାଜାଙ୍କ ଓଡ଼ିଶା ତଥା ମୟୂରଭଞ୍ଜ ନିମନ୍ତେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣରେ ମହାରାଜାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂ ନିଜ ବକ୍ତବ୍ୟରେ ପ୍ରଜାବତ୍ସଳ ମହାରାଜାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାବାସୀ ଚିର ଋଣୀ ରହିବେ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

National Integration Camp - 2026 @MSCBU





ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସଂହତି ଶିବିର-୨୦୨୬ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍) ବ୍ୟୁରୋ ଏବଂ ଏନ୍‌ଏସ୍‌ଏସ୍ ରିଜିଓନାଲ୍ ଡିରେକ୍ଟୋରେଟ୍, ଭୁବନେଶ୍ୱର ଦ୍ୱାରା ଫେବ୍ରୁଆରୀ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରର ଉଦ୍‌ଘାଟନୀ ସମାରୋହରେ  ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିଲେ ଓ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି ଏକ ଜାତୀୟ ସ୍ତରର ଶିବିର ଆୟୋଜନ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ବାଛିଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଏହାର ସଫଳ ରୂପାୟନ ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି କହିଥିଲେ । ଛାତ୍ରଛାତ୍ରୀଙ୍କୁ ନୈତିକ ମୂଲ୍ୟବୋଧ ପ୍ରତି ସଜାଗ ରହି ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ସେ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଥିଲେ ଯେ ଏହି ଶିବିର ଭାରତର ବିବିଧତା ମଧ୍ୟରେ ଏକତାର ସନ୍ଦେଶ ଦେଇଛି ଏବଂ ଯୁବକ ଯୁବତୀ ମାନେ ଦେଶର ଏକତା ଓ ସମୃଦ୍ଧି ପାଇଁ ସକ୍ରିୟ ଭୂମିକା ନେବେ ଓ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୟୂରଭଞ୍ଜର ମହାରାଣୀ ଶ୍ରୀମତି ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ କହିଥିଲେ ଯେ ଏହି ଶିବିର ଯୁବକ ଯୁବତୀ ମାନଙ୍କୁ ଭାରତର ସାଂସ୍କୃତିକ ବିବିଧତାର ସୌନ୍ଦର୍ଯ୍ୟ ଦେଖାଇବ ଏବଂ ମୟୂରଭଞ୍ଜର ଐତିହ୍ୟ ଓ ପରମ୍ପରାକୁ ସମଗ୍ର ଦେଶରେ ପ୍ରଚାର କରିବାରେ ସହାୟକ ହେବ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ବିଜେତା ଶ୍ରୀ ଚରଣ ହେମ୍ବ୍ରମ୍ ସାନ୍ତାଳୀ ଭାଷାରେ ନିଜର ବକ୍ତବ୍ୟ ଦେଇ ସମସ୍ତଙ୍କୁ ଆକର୍ଷିତ କରିବା ସହ ଦେଶମାତୃକାରେ ସେବାରେ ବ୍ରତୀ ହେବା ପାଇଁ ପ୍ରେରଣା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ କହିଥିଲେ ଯେ ଏହି ଶିବିର ଭାରତର ବିବିଧତାକୁ ଏକତ୍ର କରି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଜାତୀୟ ଏକତାର ଭାବନା ଜାଗ୍ରତ କରିଛି ଓ ଏକ ଭାରତ ଶ୍ରେଷ୍ଠ ଭାରତ ଗଠନ ଦିଗରେ ସହାୟକ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ଜାତୀୟ ସଂହତିର ବିକଳ୍ପ ନାହିଁ ଏବଂ ଆମକୁ ସମସ୍ତ ଆଞ୍ଚଳିକ ଭେଦଭାବକୁ ଭୂଲି ଏ ଦିଗରେ ଯତ୍ନବାନ୍‌ ହେବାକୁ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ନିହାର ରଞ୍ଜନ ଦାସ ମୟୂରଭଞ୍ଜଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଟିତ ରଘୁନାଥ ମୁର୍ମୁଙ୍କ ମାଟି ବୋଲି କହିବା ସହ ଆମ ଭାଷା ଆମର ଗର୍ବ ବୋଲି କହିଥିଲେ ଏବଂ ଶିବିରାର୍ଥୀଙ୍କୁ ମା ଓ ମାଟି ନିମନ୍ତେ କାର୍ଯ୍ୟକରିବା ପାଇଁ ଆହ୍ୱାନ କରିଥିଲେ । ଏନଏସଏସ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଓ ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ଅନାମ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧ୍ୟାପିକା ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଶିବିରର ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ୧୫ଟି ରାଜ୍ୟରୁ ୨୧୧ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ସହ ମୟୂରଭଞ୍ଜର ୩୯୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରୁଅଛନ୍ତି ।  ଏହି ସାତ ଦିନିଆ ଶିବିରରେ ଅଂଶଗ୍ରହଣକାରୀମାନେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ଗସ୍ତ କରିବା ସହ ଭାରତର ସବୁଠାରୁ ସ୍ୱଚ୍ଛ ଗ୍ରାମ ଭାବରେ ଜଣାଶୁଣା ପ୍ରସିଦ୍ଧ, ସ୍ୱଚ୍ଛ ଏବଂ ସ୍ଥାୟୀ ଆଦିବାସୀ ଗ୍ରାମ ବୋବେଇଜୋଡା ପରିଦର୍ଶନ କରିବେ ଏବଂ ବିଭିନ୍ନ ପ୍ରତିଯୋଗିତା, ବାରିପଦା ସହରରେ ଏକ ସାଂସ୍କୃତିକ ରାଲି, ବିଭିନ୍ନ ସଚେତନତା ସମ୍ବନ୍ଧୀୟ ବୈଷୟିକ ଅଧିବେଶନରେ ଯୋଗ ଦେବେ । ପ୍ରତ୍ୟେକ ଦିନ ଅଂଶଗ୍ରହଣକାରୀ ଦଳଗୁଡ଼ିକ ଦ୍ୱାରା ବିବିଧତା ମଧ୍ୟରେ ଏକତା ପ୍ରଦର୍ଶନ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

One-day Awareness Programme on Prevention of Sexual Harassment in Higher Education Institutions

 

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ  ବିଶ୍ଵବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ଵାରା “ଉଚ୍ଚଶିକ୍ଷା ଅନୁଷ୍ଠାନରେ ଯୌନ ନିର୍ଯାତନାର ନିବାରଣ” ଶୀର୍ଷକ ଉପରେ ଏକ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।   କାର୍ଯ୍ୟକ୍ରମର  ବିଶ୍ଵବିଦ୍ୟାଳୟର  ଛାତ୍ର ଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ, ଗବେଷକ ଗବେଷିକା  ତଥା ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ବହୁ ସଂଖ୍ୟାରେ  ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଭାରେ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସଙ୍ଗୀତ ଗାନ କରିଥିଲେ ଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ ।  କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରି ବିଶ୍ୱବିଦ୍ୟାଳୟ କିପରି ତାର ପରିସର ମଧ୍ୟରେ ଛାତ୍ର ଛାତ୍ରୀ ତଥା ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଇଛନ୍ତି ସେସମ୍ବନ୍ଧରେ ନିଜସ୍ବ ବକ୍ତବ୍ୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାମାଜିକ ତଥା ସ୍ୱୀକୃତିପ୍ରାପ୍ତ ପୋସ ପ୍ରଶିକ୍ଷିକା ନମ୍ରତା ଚଢା ମୁଖ୍ୟ ବକ୍ତାରୂପେ ଯୋଗଦାନ କରି ସାମ୍ପ୍ରତିକସ୍ଥିତିରେ ମହିଳାମାନଙ୍କ ଉପରେ ଘଟୁଥିବା ନିର୍ଯାତନା ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ବାରିପଦା ଓକିଲ ସଂଘର ସଭ୍ୟା ତଥା ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ସୁଜାତା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନାରୀମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାର ଦଣ୍ଡବିଧି ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।  ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବାରିପଦାର ଓକିଲ ସଂଘର ପ୍ରାକ୍ତନ ସଭାପତି ବିଭୁପ୍ରସାଦ ଦାସ ଯୋଗଦାନକରି ଶିକ୍ଷାଅନୁଷ୍ଠାନମାନଙ୍କ ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ପ୍ରତି କିପରି ସଚେତନ ରହିବେ ସେ ସମ୍ବନ୍ଧରେ ଅଲୋଚନା କରିଥିଲେ । ଅନ୍ୟତମ ଅତିଥି ଆଲୋଚିକା ଓଡ଼ିଶା ରାଜ୍ୟ ମହିଳା କମିଶନର ପ୍ରାକ୍ତନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଯୋଗଦାନ କରି ମହିଳାମାନେ ନିଜପ୍ରତି ହେଉଥିବା ଅତ୍ୟାଚାର ସମ୍ବନ୍ଧରେ ମୁହଁ ଖୋଲିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଆବାହିକା ପ୍ରଫେସର ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ପ୍ରାରମ୍ଭ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଆଇସିସିର ମୁଖ୍ୟ ଲକ୍ଷ୍ୟ ଯାହା ଶିକ୍ଷାନୁଷ୍ଠାନରେ ମହିଳାମାନଙ୍କୁ ଲିଙ୍ଗଗତ ଅତ୍ୟାଚାରରୁ ସୁରକ୍ଷା ଦେବା, ଅଭିଯୋଗକୁ ନ୍ୟାୟସଙ୍ଗତ ଭାବେ ତଦନ୍ତ କରିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ପରିବେଶ ନିର୍ମାଣ କରିବା ଉପରେ ଆଲୋକପାତ କରିଥିଲେ । ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ତଥା କାର୍ଯ୍ୟକାରୀ ସମ୍ପାଦକ ଡକ୍ଟର ପ୍ରିୟରଞ୍ଜନ ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ତଥା ସହକାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ବିଷ୍ଣୁପ୍ରିୟା ହାଁସଦାଃ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକର୍ମର ଦ୍ବିତୀୟ ଅଧିବେଶନକୁ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ସୁସ୍ମିତା କର ଏବଂ କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଏମ. ହିମାବିନ୍ଦୁ ଅଧ୍ୟକ୍ଷତା କରିଥିଲେ। ସହକାରୀ ରେଜିଷ୍ଟ୍ରାର ଶ୍ରୀ ସଞ୍ଜୀବ ତନ୍ତୀ, ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟ, ଭଗବତୀ ପଣ୍ଡା, ଶୁଭାକାଂଖିନୀ ତ୍ରିପାଠୀ, ସବିତା ବାରିକ, ଓ ସୁଭେନ୍ଦୁ ମିଶ୍ର ସହାୟତା କରିଥିଲେ।

Hands-on Training Programme on Data Analytics using R & DEA @MSCBU

 


ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତା ୦୨-୦୨-୨୦୨୬ ରିଖ ଠାରୁ ତା ୦୬-୦୨-୨୦୨୬ ରିଖ ପର୍ଯ୍ୟନ୍ତ ଅର୍ଥନୀତି ବିଭାଗରେ “R ଓ DEA ମାଧ୍ୟମରେ ତଥ୍ୟ ବିଶ୍ଳେଷଣ” ବିଷୟକ ଏକ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ପୃଷ୍ଠପୋଷକ ରୂପେ ଯୋଗ ଦେଇଥିବା ବେଳେ, ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ, ପ୍ରଫେସର ଇନ୍ଦ୍ରଜିତ ନାୟକ ସହ-ପୃଷ୍ଠପୋଷକ, ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରିୟ ରଞ୍ଜନ ଦାଶ ମୁଖ୍ୟ ଅତିଥି ଏବଂ BIITM, ଭୁବନେଶ୍ୱର ର ଡ. ଦେବବ୍ରତ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ସମାରୋହର ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ବିଷୟବିଶେଷଜ୍ଞ ରୂପେ ଆଇ ଆଇ ଟି ଖଡ଼ଗପୁର ର ଡ. ମଣ୍ଟୁ କୁମାର ମହାଳିକ, ଆଇ ଆଇ ଟି ରୂର୍କୀ ର ଡ. ପ୍ରତାପ ଚନ୍ଦ୍ର ମହାନ୍ତି, ଆଇ ଆଇ ଟି ଗୋଆ ର ଡ. ସୁନୀଲ ପାଉଲ, ରେଭେନ୍ଶା ବିଶ୍ୱବିଦ୍ୟାଳୟ ର ଡ. ମନୋଜ କୁମାର ଦାସ, ଆୟୋଜକ ବିଶ୍ୱବିଦ୍ୟାଳୟ ର ଡ. ଶର୍ମିଲା ସୁବୁଦ୍ଧି ଏବଂ ସେନ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ର ଡ. ବିକ୍ରମଜିତ ଘୋଷ ପ୍ରମୁଖ ଯୋଗ ଦେଇଥିଲେ । ପାଞ୍ଚ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଓଡିଶା ସମେତ ଭାରତର ବିଭିର୍ନ ପ୍ରଦେଶରୁ ତିରିଶ ଜଣ ଶିକ୍ଷାବିଦ୍ ଓ ଶୋଧକର୍ତ୍ତା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହରେ ଡ. ମନୋଜ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଏବଂ ପିଏମ-ଉଷା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହିଭଳି ଅନ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାପାଇଁ ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁଙ୍କୁ ଉତ୍ସାହିତ କରିଥିଲେ । ତତ୍ପରେ ସମସ୍ତ ପ୍ରତିଭାଗୀମାନଙ୍କ ଠାରୁ ବିଭାଗଦ୍ୱାରା ଭବିଷ୍ୟତରେ ହେବାକୁଥିବା ଅନ୍ୟ କାର୍ଯ୍ୟକ୍ରମ ଗୁଡିକୁ କିପରି ଆହୁରି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ସେଥିପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତ ନିଆଯାଇଥିଲା ଓ ସମସ୍ତ ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉଦଯାପନୀ ସମାରୋହ ର ଶେଷରେ ପ୍ରୋଗ୍ରାମ ର ଆୟୋଜନ ସଚିବ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୁକ୍ତ ଆୟୋଜନ ସଚିବ ଶ୍ରୀ ବିଶ୍ୱଜିତ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।

Bidu Chandan Puja @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର  ସାନ୍ତାଳୀ ବିଭାଗ ଓ ହେରିଟେଜ୍ କ୍ଲବ ଦ୍ବାରା ବିଶ୍ବବିଦ୍ୟାଳୟର ପବିତ୍ର କୁଞ୍ଜରେସ୍ଥିତ ଜାହିରାପୀଠରେ ଜ୍ଞାନ, ବୁଦ୍ଧି, ଶିକ୍ଷା ଏବଂ ସମସ୍ତ କଳାର ପ୍ରତିନିଧିତ୍ଵ କରୁଥିବା ଦେବାଦେବୀ ବିଦୁ ଚାନ୍ଦାନଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟ ସାନ୍ତାଳୀ ବିଭାଗର ସଂଯୋଜକ ଡ଼ ଯତିନ୍ଦ୍ରନାଥ ବେଶ୍ରାଙ୍କ ତତ୍ତ୍ଵାବଧାନତାରେ ପାରମ୍ପରିକ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏବଂ ନାୟକେ ଆନପା କିସ୍କୁଙ୍କ ଦ୍ବାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ସମସ୍ତେ ବିଦୁ ଚାନ୍ଦାନ ନେହର ଗାନ କରିଥିଲେ ଏବଂ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଓ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼. ବିଷ୍ଣୁପ୍ରିୟା ହାଁସଦାଃ ମଧ୍ୟ ଉପସ୍ଥିତ ଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ଅତିଥି ଅଧ୍ୟାପକ ପୀଲଚୁଆନୁ ଠାକୁର ମୁର୍ମୁ ଓ ଅଧ୍ୟାପିକା ନାନଗୀ ମାର୍ଣ୍ଣି  ଗବେଷକ ସଞ୍ଜୟ କୁମାର ହେମ୍ବ୍ରମ୍ ଓ ଦୁର୍ଗା ସୋରେନ ବିଭାଗର ଛାତ୍ର ଛାତ୍ରୀ ଗଣେଶ ଟୁଡୁ, ପାଣ୍ଡୁ କୁମାର ମୁର୍ମୁ, ଧାନୀପ୍ରୀୟା ସୋରେନ, ସଙ୍ଗୀତା ମୁର୍ମୁ, ମମତା, ଲକ୍ଷ୍ମୀ, ସଞ୍ଜିବ, ଶ୍ରୀଧର, ବାଲ୍ହି, ସୁନିତା ଉପସ୍ଥିତ ଥିଲେ ଏବଂ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ବାରିପଦା, ଏମ୍ ସି ଏ ଏମ୍ କଲେଜ ମହାରାଜପୁର ଓ  ଉତ୍କଳ ବନାନୀ ସ୍ନାତକ ମହାବିଦ୍ୟାଳୟ ଚକ୍ ଶୁଳିଆପଦା ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Three-day National Seminar on Dialogue Policy & Development on PVTGs for Viksit Bharat 2047

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାମାଜିକ କାର୍ଯ୍ୟ ବିଭାଗ ଦ୍ଵାରା ଆୟୋଜିତ "ଡାଇଲଗ, ପଲିସି ଆଣ୍ଡ ଡେଭେଲପମେଣ୍ଟ ଅନ୍ ପାର୍ଟିକୁଲାର୍‌ଲି ଭଲ୍‌ନେରେବଲ ଟ୍ରାଇବାଲ୍‌ ଗ୍ରୁପ୍‌ସ୍‌ ଫର୍‌ ବିକଶିତ ଭାରତ ୨୦୪୭" ଶୀର୍ଷକ ଏକ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ମାର୍ଗଦର୍ଶନ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରକୁ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ନିଜ ଅଭିଭାଷଣରେ ଛାତ୍ର ଜୀବନରେ ଶୃଙ୍ଖଳା ଓ ସ୍ୱାବଲମ୍ବୀତା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ଛାତ୍ରଜୀବନରେ ଆତ୍ମନିର୍ଭରଶୀଳତା ହିଁ ମଣିଷକୁ କିପରି ଭବିଷ୍ୟତରେ ସହନଶୀଳତା, ସ୍ୱାଧ୍ୟାୟ ଓ ପରୋପକାରିତା ଶିଖାଇଥାଏ ତାହା ନିଜ ଛାତ୍ରଜୀବନର ଉଦାହରଣରୁ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ  ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼ା ଯୋଗଦାନ କରି ନିଜ ବକ୍ତବ୍ୟରେ ସମାଜରେ ହଜିଯାଉଥିବା ଜନଜାତି ସମ୍ପ୍ରଦାୟମାନଙ୍କର ସୁରକ୍ଷା ପାଇଁ ସମୂହ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ରାୟପୁରର କୁଶାଭାଉ ଠାକ୍‌ରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଶ୍ଵବିଦ୍ୟାଳୟର ବିଜ୍ଞାପନ ଓ ଲୋକସମ୍ପର୍କ ବିଭାଗ ମୁଖ୍ୟ ଡ. ଆଶୁତୋଷ ମଣ୍ଡବି ଯୋଗଦାନ କରି ଜନଜାତିର ବିକାଶ ପାଇଁ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବୈଷୟିକ ସମାଜ ସେବକ ସଂଘର ସଭାପତି ଡ. ଗାୟତ୍ରୀ ପଟ୍ଟନାୟକ ଯୋଗଦାନ କରି ଜନଜାତି ବିକାଶ ଦିଗରେ ସମାଜସେବୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପିଭିଟିଜିଙ୍କ ବିକାଶରେ ସହାୟକ ହେବ ବୋଲି କହିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ବିଭାଗୀୟ ସହକାରୀ ପ୍ରଫେସର ପାଏଲ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଭାଗୀୟ ସହକାରୀ ପ୍ରଫେସର ଡ. ସୁଜୟ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ, କିସ୍‌ ବିଶ୍ୱବିଦ୍ୟାଳୟ, ବିଜେପି କଲେଜ ଓ ବିଭିନ୍ନ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକ ଯୋଗଦାନ କରିଛନ୍ତି । ମୟୂରଭଞ୍ଜର ଖଡ଼ିଆ, ମାଙ୍କିଡ଼ିଆ ସାନ୍ତାଳ ଆଦି ବହୁ ଜନଜାତି ଏଥିରେ ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।

Republic Day celebration @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରେ ୭୭ ତମ  ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ସମେତ ଅନ୍ୟ ସମସ୍ତ ଅତିଥିଗଣ ବିଶ୍ବବିଦ୍ୟାଳୟ ପରିସରରେ ସ୍ଥାପିତ ପୁଣ୍ୟଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ । ପରେ ପ୍ରଫେସର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିବାପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନିଜର ଅଭିଭାଷଣରେ ପ୍ରଫେସର ଶତପଥୀ ସମ୍ବିଧାନ ପ୍ରଣୟନ ସମୟର ବିବରଣୀ ପ୍ରଦାନ କରିଥିଲେ । ପ୍ରତ୍ୟେକ ଭାରତୀୟ ନିଜ ଦାୟିତ୍ଵକୁ ସୁଚାରୁ ପରିଚାଳନା କରିବାହିଁ ଦେଶମାତୃକା ପ୍ରତି ନିଜର ଯଥାର୍ଥ ସେବା ବୋଲି ଅଭିହିତ କରି ଏକ ବିକଶିତ ଭାରତ ଗଠନ ଦିଗରେ ଆମେ ସମସ୍ତେ ସଚେଷ୍ଟ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ନାଗରିକର ନୈତିକ ଦାୟିତ୍ବ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା ସାଧାରଣତନ୍ତ୍ର ଦିବସ ଆମ ପାଇଁ ଗର୍ବ ଓ ଗୌରବର ବିଷୟର ବୋଲି ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରବୀଣ ପ୍ରଧାନ,ସତ୍ୟପ୍ରକାଶ ପତି, ସୁରକ୍ଷାକର୍ମୀ ପ୍ରେମ କୁମାର ପାତ୍ର ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ବିଶ୍ଵବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ, ଛାତ୍ରଛାତ୍ରୀ,ସୁରକ୍ଷାକର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଶ୍ଵବିଦ୍ୟାଳୟର କ୍ରୀଡାଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

One-week National Skill Development Programme on Mobile App Development

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର  କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ବାରା 'ମୋବାଇଲ୍ ଆପ୍ ବିକାଶ' ସଂପର୍କରେ ସାପ୍ତାହିକ ଦକ୍ଷତା ବିକାଶ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷାଦ୍ୱାରା ପ୍ରାୟୋଜିତ  ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦ୍‌ଘାଟନ କରିଥିଲେ । ଏଭଳି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ଶିକ୍ଷାର ଗୁଣାତ୍ମକ ବିକାଶରେ ମୋବାଇଲ୍ ଆପ୍ ବ୍ୟବହାର ଓ ତା'ର ବହୁବିଧ ବିକାଶ ସଂପର୍କରେ କିପରି ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିବେ ସେ ସଂପର୍କରେ କୁଳପତି ଶତପଥୀ ତାଙ୍କର ଅଭିମତ ରଖିଥିଲେ । ସେହିପରି ମୁଖ୍ୟଅତିଥି ଭାବରେ ଆଇଆଇଟି ଧାନବାଦର ସିଷ୍ଟମ ଇଂଜିନିୟରର ଅଧ୍ୟକ୍ଷ ଡକ୍ଟର କୌଶିକ ମଣ୍ଡଳ ଏହି ଆପ୍‌ର ବ୍ୟବହାରର ଗୁଣବତ୍ତାକୁ ଛାତ୍ରଛାତ୍ରୀ ତଥା ଯୁବବର୍ଗ ବ୍ୟବହାର କରି ଆପଣାର ବ୍ୟକ୍ତିତ୍ବ ବିକାଶ ସହିତ  କର୍ମନିଯୁକ୍ତି ଏବଂ ଆବଶ୍ୟକ ଡିଜିଟାଲ ସୁବିଧା ସୁଯୋଗ ସଂପର୍କରେ କିପରି ଜ୍ଞାନ ଲାଭ କରିପାରିବେ, ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବରେ ସୁନାମଧନ୍ୟ ପ୍ରେରଣାଦାୟୀ ବକ୍ତା ଶ୍ରୀଯୁକ୍ତ ଅବିନାଶ ସାମିଲ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମୋବାଇଲ ଆପ୍ ବିକାଶ ସମ୍ପର୍କିତ ଅବଧାରଣାକୁ ବ୍ୟବହାର କରି ଉଚ୍ଚଶିକ୍ଷାରେ ତଥା ନିଜର ଭବିଷ୍ୟତର କାର୍ଯ୍ୟଦକ୍ଷତାକୁ ଛାତ୍ରଛାତ୍ରୀମାନେ କିପରି ଅଧିକ ତ୍ବରାନ୍ବିତ କରିପାରିବେ, ସେ ସଂପର୍କରେ ବୁଝାଇ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ନିଜର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଭିଜିତ ତ୍ରିପାଠୀ ଏବଂ ବାଙ୍ଗାଲୋର ସ୍ଥିତ ଡିଏକ୍ସଓପିଏସ୍‌ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶୁଭମ୍ ଶର୍ମା ଯୋଗଦେଇ ମୋବାଇଲ ଆପ୍ ବିକାଶର ଉପଯୋଗିତା, ତା'ର ବ୍ୟାବହାରିକ ଦିଗ ଏବଂ ସେଥିପ୍ରତି ଲୋଡ଼ା ସଚେତନତା ସଂପର୍କରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମର ବାସ୍ତବ ରୂପାୟନ ପାଇଁ ଆହ୍ୱାନ ଜଣାଇଥିଲେ।  ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ କାର୍ଯ୍ୟକ୍ରମର ସଫଳତା  ସଂପର୍କରେ ଅଭିମତ ପ୍ରଦାନ କରିଥିଲେ। ଏହି ସାପ୍ତାହିକ କାର୍ଯ୍ୟକ୍ରମର ଆବାହକ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ସଫଳ ରୂପରେଖ ସଂପର୍କରେ ଅଭିମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା ଏବଂ ସହ-ଆବାହକ ଡକ୍ଟର ଶର୍ମିଳା ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭାଗର ଅଧ୍ୟାପକମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଏକ ସପ୍ତାହ ଧରି ଆୟୋଜିତ ହେବାକୁ ଥିବା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକମାନେ ଯୋଗଦାନ କରିବା ସହିତ ବିଶ୍ବବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି କାର୍ଯ୍ୟକ୍ରମ ଆବାହକ ଡକ୍ଟର ଜନ୍ମେଞ୍ଜୟ ନାୟକ ସୂଚନା ପ୍ରଦାନ କରିଛନ୍ତି।

National Seminar on Frontiers in Chemical Science-III 2026 @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଦ୍ଵାରା ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଦିବସର ଉଦ୍‌ଘାଟନୀ ପର୍ବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସିଏସ୍‌ଆଇଆରର ଏମିରେଟସ ବୈଜ୍ଞାନିକ ଭାବରେ ଅବସ୍ଥାପିତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂପ୍ରତିକ ସ୍ଥିତିରେ ରସାୟନ ବିଜ୍ଞାନର ଅଗ୍ରଗତି ସମ୍ବନ୍ଧରେ ସାରଗର୍ଭକ ଅଭିଭାଷଣ ରଖିଥିଲେ। "ରସାୟନ ବିଜ୍ଞାନ ଓ ସନ୍ତୁଳିତ ପରିବେଶ" ଶୀର୍ଷକ ଏହି ଆଲୋଚନାଚକ୍ରରେ ଜାମସେଦପୁରସ୍ଥ ସିଏସ୍‌ଆଇଆର୍ ଏନ୍‌ଏମ୍‌ଏସର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ତ୍ରିଲୋଚନ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରସାୟନ ବିଜ୍ଞାନକୁ ପରିବେଶର ସନ୍ତୁଳନରେ କିପରି ଉପଯୋଗ କରାଯାଇପାରିବ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଆଲୋଚନା ଚକ୍ରର ମୁଖ୍ୟବକ୍ତା ଭୁବନେଶ୍ବରସ୍ଥ ନାଇଜରର  ନିର୍ଦ୍ଦେଶକ ପ୍ରଫେସର ହୀରେନ୍ଦ୍ର ନାଥ ଘୋଷ ଯୋଗଦାନ କରି ରସାୟନ ବିଜ୍ଞାନର ଅଲଟ୍ରାଫାଷ୍ଟ ସ୍ପେଟ୍ରୋସ୍କୋପୀ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।  ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ଲିଙ୍ଗରାଜ ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିବା ବେଳେ ବିଭାଗୀୟ ସହକାରୀ  ପ୍ରଫେସର ଡକ୍ଟର ଅମର କୁମାର ଦୋରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ।ବିଶ୍ବବିଦ୍ୟାଳୟର ପିଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାୟକ ସରକାରୀ ବ୍ୟବସ୍ଥାରେ ଗବେଷଣା ଓ ଆଲୋଚନାଚକ୍ର ପାଇଁ ପ୍ରୋତ୍ସାହନ ଦିଗ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ରସାୟନ ବିଜ୍ଞାନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଆଶୀଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ ଆଲୋଚନାଚକ୍ରରେ ଆଲୋଚକ ଭାବରେ ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ପ୍ରଫେସର ସୁମିତା ରଏ,  ଭୁବନେଶ୍ୱର ଆଇସିଟିର ସହଯୋଗୀ ପ୍ରଫେସର ଡକ୍ଟର ନିମାଇଁ ମିଶ୍ର, ବ୍ରହ୍ମପୁର ଆଇଜରର ବିଭାଗ ମୁଖ୍ୟ ଡକ୍ଟର ମଳୟ କୁମାର ରଣା , ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ଡକ୍ଟର ଅଞ୍ଚନ କୁମାର ବେଜ,ଭୁବନେଶ୍ୱର ଆଇଆଇଟି ପ୍ରଫେସର ତାବ୍ରେଜ ଖାନ୍, ଭୁବନେଶ୍ବରର ପ୍ରଫେସର ପ୍ରିୟବ୍ରତ ମହାପାତ୍ର ଯୋଗଦାନ କରି ଆଲୋଚନା କରିଥିଲେ।  ମୁଖ୍ୟଅତିଥି ଆଲୋଚନାଚକ୍ରର କାର୍ଯ୍ୟକ୍ରମ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହି ଆଲୋଚନାଚକ୍ରରେ ସାତଜଣ ଗବେଷକ ମୌଖିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ଆଠଜଣ ଗବେଷକ ପୋଷ୍ଟର ଉପସ୍ଥାପନ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାଚକ୍ରରେ ଅନୁବନ୍ଧିତ ମହାବିଦ୍ୟାଳୟ ମାନଙ୍କର ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ବିଶ୍ବବିଦ୍ୟାଳୟର ସଙ୍ଗୀତ ଗାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ପ୍ରଥମଦିନ ସନ୍ଧ୍ୟାରେ ଗବେଷିକା ସନ୍ଧ୍ୟାରାଣୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦ୍ବିତୀୟ ଦିନ 'ବନ୍ଦେ ଉତ୍କଳ ଜନନୀ ' ଗାନରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ମହାନ୍ତ , ଚିନ୍ମୟ ବେହେରା, ହରିଶଙ୍କର ବେହେରା, ନିଳୀମା ତ୍ରିପାଠୀ, ରୀକା ପଣ୍ଡା,  ଗଣେଶ୍ୱର ମୁଖୀ ପ୍ରମୁଖ  ସହଯୋଗ କରିଥିଲେ।

Two-day National Seminar on the occasion of Centenary Celebration of Ol Chiki Script @MSCBU


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାନ୍ତାଳୀ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଓଲ୍ ଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ "ଓଲ୍ ଚିକି- ପୂର୍ବେ ଓ ଏବେ: ପରିବର୍ତ୍ତନଶୀଳ ବିଶ୍ୱରେ ଓଲ୍ ଚିକି ଲିପି- ଆହ୍ୱାନ ଏବଂ ସମ୍ଭାବନା" ଶୀର୍ଷକ ଏହି ଜାତୀୟ ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଓଲ୍ ଚିକି ଲିପିର ଶତବର୍ଷ ଉତ୍ସବ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ଏକ ଐତିହାସିକ ଘଟଣା ଏବଂ ଆମର ବିଶ୍ୱବିଦ୍ୟାଳୟ ଏହାର ଉତ୍ସବ ଆୟୋଜନ କରି ସାନ୍ତାଳୀ ସମାଜର ଗର୍ବକୁ ସମ୍ମାନ ଜଣାଇଛି ଏବଂ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରି ରାଷ୍ଟ୍ରୀୟ ଏକତାକୁ ସଶକ୍ତ କରିବ ବୋଲି କହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନାକୁ ହାଁସଦା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଓଲ୍ ଚିକି ଲିପି ସାନ୍ତାଳୀ ଭାଷା ଓ ସଂସ୍କୃତିର ଅସ୍ତିତ୍ୱର ପ୍ରତୀକ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ସମାଜର ଗର୍ବର ବିଷୟ, ଆଧୁନିକ ଡିଜିଟାଲ୍ ଯୁଗରେ ଏହାର ବ୍ୟବହାର ବଢ଼ାଇବା ପାଇଁ ଆମେ ନୂଆ ପ୍ରଯୁକ୍ତି ଓ ଶିକ୍ଷା ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଓଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଶ୍ରୀ ଚୁନିୟାନ୍ ରଘୁ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ତାଙ୍କ ପିତାମହ ପଣ୍ଡିତ ରଘୁନାଥ ମୁର୍ମୁ ଓଲ୍ ଚିକି ଲିପି ସୃଷ୍ଟି କରି ସାନ୍ତାଳୀ ସମାଜକୁ ଏକ ନିଜସ୍ୱ ଲିପି ଦେଇଥିଲେ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ଭାଷାର ବିକାଶରେ ଏକ ମାଇଲଖୁଣ୍ଟ । ଆମକୁ ଏହାକୁ ସଂରକ୍ଷଣ କରି ନୂଆ ପିଢ଼ିକୁ ହସ୍ତାନ୍ତର କରିବାକୁ ହେବ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଏହି ଆଲୋଚନାଚକ୍ର ସାନ୍ତାଳୀ ଭାଷା ଓ ଲିପିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତିରେ ଯୋଗଦାନ କରିବ ବୋଲି କହିଥିଲେ ।  ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ସହାୟକ ହେବ ଏବଂ ଏହା ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟ ସହ ସଂଗତିପୂର୍ଣ୍ଣ ବୋଲି କହିଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜକ ଡ. ଯତୀନ୍ଦ୍ର ନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ପଦ୍ମଶ୍ରୀ ବିଜେତା ଡ. ଦମୟନ୍ତୀ ବେଶ୍ରା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଅବରରପ୍ରାପ୍ତ ପ୍ରଫେସର ଡ. ରତନ ହେମ୍ବ୍ରମ୍‌, ସହକାରୀ ପ୍ରଫେସର ଡ. ଖୁଦିରାମ ମୁର୍ମୁ, ଏମ୍‌ପିସି ଅଟୋନମସ କଲେଜର ସହକାରୀ ପ୍ରଫେସର ଡ. ଲକ୍ଷ୍ମଣ ବାସ୍କେ, ଭୁବନେଶ୍ୱର କିସ୍‌ର ଏକାଡେମିକ୍‌ ନିର୍ଦ୍ଦେଶକ ଡା. କାଡେ ସୋରେନ, ସିଧୋ କାହ୍ନୋ ବିର୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପାଲ୍‌ଟନ ମୁର୍ମୁ, ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାମୁ ହେମ୍ବ୍ରମ୍‌, ସାନ୍ତାଳୀ ୱିକିପେଡ଼ିଆର ଏଡ୍‌ମିନ୍‌ ଶ୍ରୀ ଆର୍‌. ଅଶ୍ୱିନ୍‌ ବଞ୍ଜମ୍‌ ମୁର୍ମୁ, ପଶ୍ଚିମବଙ୍ଗ ବେଲଦା କଲେଜର ସହକାରୀ ପ୍ରଫେସର ଡ. ଶ୍ୟାମ ମୁର୍ମୁ, ବାଙ୍କୁରା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅଞ୍ଜନ କର୍ମକାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।

Extramural Lecture for Academic Enrichment @MSCBU

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଆନ୍ତରିକ ଗୁଣବତ୍ତା ସେଲ୍‌ ଦ୍ୱାରା ଏକ ଶିକ୍ଷାମୂଳକ ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ...