ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ୍ଥିତ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ପରିସରରେ ‘ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ‘ୱି ଫ୍ରେଣ୍ଡସ୍, ବାରିପଦା’ ଏବଂ ‘ବ୍ଲେସ୍ଡ୍ ଏମ୍ପିସିଆନ୍ସ୍ ୭୬–୮୦’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଏବଂ ପରିବେଶ ସଂରକ୍ଷଣର ଅପରିହାର୍ଯ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ସମସ୍ତଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଜଣାଇବା ସହ ବୃକ୍ଷ ହିଁ ପରିବେଶର ସନ୍ତୁଳନ ରକ୍ଷା ଓ ଏକ ସ୍ଥାୟୀ ଭବିଷ୍ୟତ ଗଠନର ମୂଳ ଆଧାର ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳ, ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ବେଶ୍ରା, ଡ. ପ୍ରିୟଙ୍କା ଦାସ, ଅଜୟ କୁମାର ବଳ, ସୁସ୍ମିତା ପାତ୍ର, ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Subscribe to:
Posts (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...