Two-day National Seminar on the occasion of Centenary Celebration of Ol Chiki Script @MSCBU


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାନ୍ତାଳୀ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଓଲ୍ ଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ "ଓଲ୍ ଚିକି- ପୂର୍ବେ ଓ ଏବେ: ପରିବର୍ତ୍ତନଶୀଳ ବିଶ୍ୱରେ ଓଲ୍ ଚିକି ଲିପି- ଆହ୍ୱାନ ଏବଂ ସମ୍ଭାବନା" ଶୀର୍ଷକ ଏହି ଜାତୀୟ ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଓଲ୍ ଚିକି ଲିପିର ଶତବର୍ଷ ଉତ୍ସବ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ଏକ ଐତିହାସିକ ଘଟଣା ଏବଂ ଆମର ବିଶ୍ୱବିଦ୍ୟାଳୟ ଏହାର ଉତ୍ସବ ଆୟୋଜନ କରି ସାନ୍ତାଳୀ ସମାଜର ଗର୍ବକୁ ସମ୍ମାନ ଜଣାଇଛି ଏବଂ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରି ରାଷ୍ଟ୍ରୀୟ ଏକତାକୁ ସଶକ୍ତ କରିବ ବୋଲି କହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନାକୁ ହାଁସଦା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଓଲ୍ ଚିକି ଲିପି ସାନ୍ତାଳୀ ଭାଷା ଓ ସଂସ୍କୃତିର ଅସ୍ତିତ୍ୱର ପ୍ରତୀକ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ସମାଜର ଗର୍ବର ବିଷୟ, ଆଧୁନିକ ଡିଜିଟାଲ୍ ଯୁଗରେ ଏହାର ବ୍ୟବହାର ବଢ଼ାଇବା ପାଇଁ ଆମେ ନୂଆ ପ୍ରଯୁକ୍ତି ଓ ଶିକ୍ଷା ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଓଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଶ୍ରୀ ଚୁନିୟାନ୍ ରଘୁ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ତାଙ୍କ ପିତାମହ ପଣ୍ଡିତ ରଘୁନାଥ ମୁର୍ମୁ ଓଲ୍ ଚିକି ଲିପି ସୃଷ୍ଟି କରି ସାନ୍ତାଳୀ ସମାଜକୁ ଏକ ନିଜସ୍ୱ ଲିପି ଦେଇଥିଲେ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ଭାଷାର ବିକାଶରେ ଏକ ମାଇଲଖୁଣ୍ଟ । ଆମକୁ ଏହାକୁ ସଂରକ୍ଷଣ କରି ନୂଆ ପିଢ଼ିକୁ ହସ୍ତାନ୍ତର କରିବାକୁ ହେବ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଏହି ଆଲୋଚନାଚକ୍ର ସାନ୍ତାଳୀ ଭାଷା ଓ ଲିପିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତିରେ ଯୋଗଦାନ କରିବ ବୋଲି କହିଥିଲେ ।  ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ସହାୟକ ହେବ ଏବଂ ଏହା ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟ ସହ ସଂଗତିପୂର୍ଣ୍ଣ ବୋଲି କହିଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜକ ଡ. ଯତୀନ୍ଦ୍ର ନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ପଦ୍ମଶ୍ରୀ ବିଜେତା ଡ. ଦମୟନ୍ତୀ ବେଶ୍ରା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଅବରରପ୍ରାପ୍ତ ପ୍ରଫେସର ଡ. ରତନ ହେମ୍ବ୍ରମ୍‌, ସହକାରୀ ପ୍ରଫେସର ଡ. ଖୁଦିରାମ ମୁର୍ମୁ, ଏମ୍‌ପିସି ଅଟୋନମସ କଲେଜର ସହକାରୀ ପ୍ରଫେସର ଡ. ଲକ୍ଷ୍ମଣ ବାସ୍କେ, ଭୁବନେଶ୍ୱର କିସ୍‌ର ଏକାଡେମିକ୍‌ ନିର୍ଦ୍ଦେଶକ ଡା. କାଡେ ସୋରେନ, ସିଧୋ କାହ୍ନୋ ବିର୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପାଲ୍‌ଟନ ମୁର୍ମୁ, ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାମୁ ହେମ୍ବ୍ରମ୍‌, ସାନ୍ତାଳୀ ୱିକିପେଡ଼ିଆର ଏଡ୍‌ମିନ୍‌ ଶ୍ରୀ ଆର୍‌. ଅଶ୍ୱିନ୍‌ ବଞ୍ଜମ୍‌ ମୁର୍ମୁ, ପଶ୍ଚିମବଙ୍ଗ ବେଲଦା କଲେଜର ସହକାରୀ ପ୍ରଫେସର ଡ. ଶ୍ୟାମ ମୁର୍ମୁ, ବାଙ୍କୁରା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅଞ୍ଜନ କର୍ମକାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।

Two-day National Workshop on Impact of Drug Addiction on Families & Communities Role of Youth @MSCBU



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସମାଜସେବା ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ସମାପନ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ "ନିଶାମୁକ୍ତ ପରିବାର ଓ ସମାଜ ଗଠନରେ ଯୁବସମାଜର ଭୂମିକା" ଶୀର୍ଷକ ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ନିଶାମୁକ୍ତ ସମଜ ସମ୍ବନ୍ଧରେ ବକ୍ତବ୍ୟମାନ ଉପସ୍ଥାପନ କରିଥିଲେ । ପ୍ରଥମ ଦିବସର ଉଦଘାଟନୀ ପର୍ବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନିମ୍‌ହାନ୍‌ସ୍‌ ବେଙ୍ଗାଲୁରୁର ପ୍ରଫେସର ଶ୍ରୀଦେବୀ ଏୟୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଭାରତର ରାଜ୍ୟଗୁଡ଼ିକରେ ନିଶାର ପ୍ରଭାବ ଓ ପରିଣତି ସମ୍ବନ୍ଧରେ ତଥ୍ୟଭିତ୍ତିକ ବିବରଣୀ ପ୍ରଦାନ କରିବା ସହିତ ଏକ ନିଶାମୁକ୍ତ ଭାରତ ଗଠନର କୌଶଳ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପଦାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ସାମ୍ପ୍ରତିକ ସମାଜରେ ନିଶାର କୁପରିଣତି ସମ୍ବନ୍ଧରେ ଆଲୋଚନା କରିଥିଲେ ।  ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କର୍ମଶାଳାର ଆବାହକ ଡ. ଶୁଭେନ୍ଦୁ କୁମାର ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ବିଭାଗୀୟ ଅଧ୍ୟାପିକା ପାଏଲ୍‌ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ଶତପଥୀ ନିଶା ନିବାରଣ ସମ୍ବନ୍ଧରେ ପ୍ରତ୍ୟେକ ବ୍ୟକ୍ତିର ଭୂମିକା ଉପରେ ଆଲୋଚନା କରିବା ନିଶାରୁ ଦୂରେଇ ରହିବାକୁ ସେ ଯୁବସମାଜକୁ ଆହ୍ୱାନ କରିଥିଲେ । ନିମ୍‌ହାନ୍‌ସ୍‌ ବେଙ୍ଗାଲୁରୁର ପ୍ରଫେସର ଗୋବିନ୍ଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ସମାଜରେ ଜନସଚେତନତା ସୃଷ୍ଟି କରିପାରିବ ବୋଲି କହିଥିଲେ । ଆବାହକ ଡ. ଶୁଭେନ୍ଦୁ କୁମାର ଶତପଥି ଅଧ୍ୟକ୍ଷତା କରିଥିଲେ ଓ ଅଧ୍ୟାପକ ଡ. ସୁଜୟ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ କର୍ମଶାଳାରେ ଓଡ଼ିଶା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦର ଏନ୍‌ଏସ୍‌ଏସ୍‌ ସଂଯୋଜକ ଡ. ବିଶ୍ୱମୋହନ ଜେନା, ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋର ଇନ୍‌ସ୍ପେକ୍ଟର ବିନୋଦ ବିହାରୀ ସାମନ୍ତରା, ସେଚ୍ଛାସେବୀ ଅନୁଷ୍ଠାନ ଆଭାର ପ୍ରତିଷ୍ଠାତା ସୁଧୀରଚନ୍ଦ୍ର ଦାସ, ସଲାମ୍‌ ଜୀବନ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ଇମ୍ରାନ ଅଲି, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆକାଶଚନ୍ଦ୍ର ସାହୁ, ବିହାର ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ଓ ସମ୍ବନ୍ଧ ବିଜ୍ଞାନ ସଂସ୍ଥାନର ଜୟପାଲ ମାଝୀ, ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରଶ୍ମିରେଖା ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇଥିଲେ । ଏହି କର୍ମଶାଳାରେ ଏସ୍‌ସିବି ମେଡିକାଲ କଲେଜ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଏମ୍‌ପିସି ଅଟୋନମସ୍‌ କଲେଜ, ଏମ୍‌ସିଏଏମ୍‌ କଲେଜ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୧୧୫ ଜଣ ଅଂଶଗ୍ରହଣ କରିଥିଲେ । ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦାନ କରିଥିଲେ । 


Seminar on the Birth anniversary celebration of Maharaja Sriram Chandra Bhanja Deo

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳନ ସମାରୋହ ସହିତ 'ମହାରାଜାଙ୍କ ମହାନୁଭବତା' ଶୀର୍ଷକ ଏକ ଆଲୋଚନାଚକ୍ର  ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉତ୍ତରଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଗୁଣଗାନ କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର କିପରି ଜଣେ ପ୍ରଜାବତ୍ସଳ ରାଜା ଭାବରେ ଖ୍ୟାତି ଅର୍ଜନ କରିଥିଲେ,ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସମ୍ଭକାର ପ୍ରଫେସର ଅଭିରାମ ବିଶ୍ଵାଳ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନାଲେଖ୍ୟ ଉପସ୍ଥାପନା କରିବା ସହିତ ଶ୍ରୀରାମଚନ୍ଦ୍ରଙ୍କୁ ଜଣେ ଦୂରଦୃଷ୍ଟିସଂପନ୍ନ ବହୁଦିଗ୍‌ଦର୍ଶୀ ସଫଳ ରାଜା ଭାବରେ ନିଜ ଅଭିଭାଷଣରେ ଉପସ୍ଥାପନ କରିଥିଲେ ।ମହାରାଜା ଶ୍ରୀରାମଚନ୍ଦ୍ର ମୟୂରଭଞ୍ଜରେ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ, ଜଳସେଚନ , ସ୍ୱାୟତ୍ତ ଶାସନବ୍ୟବସ୍ଥା, ସୁଦୃଢ଼ ବିଚାର ବ୍ୟବସ୍ଥା , ପୋଲିସ ବ୍ୟବସ୍ଥା , ଭାଷା ସାହିତ୍ୟର ବିକାଶ ଦିଗରେ  ବହୁ କାଳଜୟୀ କାର୍ଯ୍ୟ କରିଯାଇଛନ୍ତି l କଟକରେ ମହାରାଜା ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା , ଶ୍ରୀରାମଚନ୍ଦ୍ର ଭବନର ପ୍ରତିଷ୍ଠା , ରେଭେନ୍ସା ମହାବିଦ୍ୟାଳୟର ସୁରକ୍ଷା ଓ ବିକାଶ ତାଙ୍କ କୀର୍ତ୍ତିରାଜିକୁ ଅମ୍ଳାନ କରି ରଖିଛି ବୋଲି ସେ କହିଥିଲେ l ବିଶ୍ଵବିଦ୍ୟାଳୟ  ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ନିଜସ୍ଵ ବକ୍ତବ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ମହନୀୟତା ବର୍ଣ୍ଣନା କରିଥିଲେ ।  ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ପରିଷଦର ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଭାରପ୍ରାପ୍ତ କୁଳସଚିବ ବିଶ୍ଵବିଦ୍ୟାଳୟ ପରିକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ଶାନ୍ତିସ୍ବରୂପ ବଶା ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।


Workshop on The Fundamental Research Approaches of Social Science for Academic Inquiry @MSCBU

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବ ଏବଂ ଜନଜାତି ଅଧ୍ୟୟନ ବିଭାଗ ପକ୍ଷରୁଶିକ୍ଷାମୂଳକ ଅନୁସନ୍ଧାନ ପାଇଁ ସାମାଜିକ ବିଜ୍ଞାନର ମୌଳିକ ଗବେଷଣା ପ୍ରବୃତ୍ତିଶୀର୍ଷକ କାର୍ଯ୍ୟଶାଳା ରୁ ୧୩ ଡିସେମ୍ବର ୨୦୨୫ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ତପଥୀ ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳାଟି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ପ୍ରାୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଖ୍ୟାତ ବ୍ୟକ୍ତିତ୍ୱମାନେ ଯୋଗଦେଇଥିଲେ। ଉଦ୍ଘାଟନୀ ଅଧିବେଶନରେ କୋଲକାତା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ନୃତତ୍ତ୍ବବିତ୍ ପ୍ରଫେସର ଅରୁପ ରତନ ବନ୍ଦୋପାଧ୍ୟାୟ ପ୍ରଧାନ ଅତିଥି ଭାବେ ଏବଂ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଡ଼ଃ ଜ୍ୟୋତି ରତନ ଘୋଷ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହାର ଶୋଭା ବୃଦ୍ଧି କରିଥିଲେ। ପାଞ୍ଚ ଦିନର ଏହି କର୍ମଶାଳାରେ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ପ୍ରଫେସର ବି.ଭି. ଶର୍ମା, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ - ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର, ଭୁବନେଶ୍ୱର, ରେଭେନ୍ସସା ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର, ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ ଷ୍ଟିଚ୍ୟୁଟ ଗିରିଡିହ, କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ କୋରାପୁଟ, ସ୍ୱାମୀ ବିବେକାନନ୍ଦ ବିଶ୍ୱବିଦ୍ୟାଳୟ କୋଲକାତା ପରି ପ୍ରତିଷ୍ଠିତ ସଂସ୍ଥାନର ଗଣ୍ୟମାନ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ସଂଲଗ୍ନ କଲେଜ୍ମାନଙ୍କର ସ୍ନାତକୋତ୍ତର ଛାତ୍ରଛାତ୍ରୀ ଗବେଷକମାନେ ମଧ୍ୟ ଏହି କର୍ମଶାଳାରେ ଯୋଗଦେଇଥିଲେ। ସମାପନୀ ସମାରୋହକୁ ଜାତୀୟ ସ୍ମାରକ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବାସା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୋଭା ବୃଦ୍ଧି କରିଥିଲେ। ଏହି କର୍ମଶାଳାର ଆୟୋଜକ ଥିଲେ ନୃତତ୍ତ୍ବ ବିଭାଗର ମୁଖ୍ୟ ଏବଂ ପ୍ରସିଦ୍ଧ ନୃତତ୍ତ୍ବବିତ୍ ଡ଼ଃ ମୋନାଲି ଗୋସ୍ୱାମୀ। ବିଭାଗର ଅନ୍ୟାନ୍ୟ ପ୍ରସିଦ୍ଧ ଅଧ୍ୟାପକମାନେ, ଡ଼. ବସନ୍ତ କେ. ମୋହନ୍ତା, ଡ଼. ପ୍ରିୟଙ୍କା ଦାସ, ଡ଼. ଭୁବନେଶ୍ୱର ସାବର ଓ ଶ୍ରୀ ସୁଭଜିତ ସେନ୍, ସହ-ସଂଯୋଜକ ଭାବରେ ସହଯୋଗ କରିଥିଲେ।

3-days National Seminar @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଏଡ- ଏମ.ଏଡି ବିଭାଗଦ୍ୱାରା "ଏକବିଂଶ ଶତାବ୍ଦୀରେ ଶ୍ରେଣୀଗୃହ ବିବିଧତା ଅନୁଯାୟୀ ପୁନଃ ଓ ବର୍ଦ୍ଧିତ ଶୈକ୍ଷିକ ଦକ୍ଷତା " ବିଷୟ ଆଧାରିତ ପିଏମ୍ - ଉଷା ପ୍ରାୟୋଜିତ ଏକ ତ୍ରି- ଦିବସୀୟ ଜାତୀୟ ଆଲୋଚନାଚକ୍ର  ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ।ସମ୍ମାନିତ ଅତିଥି ରୂପେ ବିଶ୍ଵବିଦ୍ୟାଳୟର ପିଏମ୍ - ଉଷା ସଂଯୋଜକ ପ୍ରଫେସର ଇନ୍ଦ୍ରଜିତ ନାୟକ ନିଜର ଉପସ୍ଥିତି ପ୍ରଦାନ କରି ଶିକ୍ଷା ଓ ଶିକ୍ଷକ ର ମାନ ବର୍ଦ୍ଧନରେ ଦକ୍ଷତାର ଆବଶ୍ୟକତା ଉପରେ ନିଜର ମତ ପୋଷଣ କରିଥିଲେ । ଅନୁଷ୍ଠିତ ଏହି ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ ଶିକ୍ଷାବିଦ୍ ତଥା କଲିକତା ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର  ପ୍ରଫେସର ସନ୍ତୋଷି ହଲଦର୍ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଝାରଖଣ୍ଡ କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ପ୍ରଫେସର ବିମଳ କିଶୋର ଯୋଗ ଦେଇ ସାଂପ୍ରତିକ ସମୟରେ ଶିକ୍ଷା ଓ ଶୈଖିକ ଦକ୍ଷତା ଓ ତାର ଉପଯୋଗିତା ସମ୍ପର୍କରେ ନିଜ ନିଜ ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।ଉକ୍ତ ତ୍ରି - ଦିବସୀୟ କାର୍ଯ୍ୟକ୍ରମରେ ବିଷୟ ବିଶାରଦ ଭାବେ ଭୁନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତଷ୍ଠାନର ପ୍ରଫେସର ହୃଷୀକେଶ ସେନାପତି , ଫକୀରମୋହନ ବିଶ୍ବିଦ୍ୟାଳୟରୁ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଓ ଡ଼. ପ୍ରତିମା ପ୍ରଧାନ , ଡ଼. ଧନେଶ୍ଵର ବେହେରା , ଡ଼ ସଦାନନ୍ଦ ମେହେର , କଲିକତାସ୍ଥିତ ଯାଦବପୁର ବିଶ୍ଵବିଦ୍ୟାଳୟରୁ ଡ଼. ଲଳିତ ଲାଲିତାଭ ମହାକୁଡ , ଡ଼. ବିଦ୍ୟୁତ୍ ପ୍ରଭା ଦାସ ଯୋଗ ଦେଇ ବିଷୟ ଭିତ୍ତିକ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ବିଭାଗୀୟ ଶତାଧିକ ଛାତ୍ରଛାତ୍ରୀ ସହିତ ଅନେକ ଗବେଷକ ଓ ଗବେଶିକା ଏହି କାର୍ଯୟକ୍ରମରେ ଯୋଗ ଦେଇ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସଂପୂର୍ଣ୍ଣ ଆହୋଜନକୁ ବିଭାଗୀୟ ସଂଯୋଜକ ତଥା କାର୍ଯ୍ୟକ୍ରମ ଆବାହକ ପ୍ରଫେସର ରାଜେଶ୍ କୁମାର ସିଂ , ବିଭାଗୀୟ ମୁଖ୍ୟ ତଥା ସହ ଆବାହକ ଡ଼ ଚକ୍ରଧର ନାୟକ , କାର୍ଯ୍ୟକ୍ରମର ସାଂଗଠାନିକ ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାନ୍ତି , ସହ - ସଂଗଠିକା ନିଶିବିଜିତା ନାୟକ ଓ ରୋଜିନା ବେହେରା , ବିଭାଗୀୟ ଅଧ୍ୟାପକ ଗଣ ଯଥା ମୌସୁମୀ ଦତ୍ତ, ପ୍ରକାଶ ଚନ୍ଦ୍ର ଆଦି, ସୌମ୍ୟା ପ୍ରିୟଦର୍ଶିନୀ ମହାନ୍ତି , ପ୍ରଣବକାନ୍ତି ଦତ୍ତ , ସ୍ନେହାଶିଷ ମହାନ୍ତି ପ୍ରମୁଖ ନିଜର ପ୍ରତ୍ୟକ୍ଷ ଯୋଗ ଦନରେ ସମ୍ପାଦନ କରିଥିଲେ ।

Orientation programme on Epidemiological Assessment of Prediabetes and Diabetes through screening @MSCBU

 

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ର ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ ୟୁନିଟ୍ (ଏମ୍‌.ଆର୍‌.ୟୁ) ଦ୍ୱାରା ୧୧ ଡିସେମ୍ବର ୨୦୨୫ ତାରିଖରେ ଏକ ସୁସଂଗଠିତ ଓରିଏଣ୍ଟେସନ୍ କାର୍ୟକ୍ରମ “ଇପିଡିମିଓଲଜିକାଲ୍ ଆସେସମେଣ୍ଟ ଅଫ୍ ପ୍ରିଡାୟାବେଟିସ୍ ଆଣ୍ଡ୍ ଡାୟାବେଟିସ୍ ଥ୍ରୁ ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ସ୍ ଇନ୍ କଲେଜ୍ ଆଣ୍ଡ୍ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍ ଅଫ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ” ବିଷୟରେ, ଏମ୍‌.ଏସ୍‌.ସି.ବି ୟୁନିଭର୍ସିଟି, ବାରିପଦାର କନଭେନସନ୍ ହଲ୍‌ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଏସ୍‌.ସି.ବି. ମେଡିକାଲ୍ କଲେଜର ପ୍ରଫେସର ଡ଼ଃ ଜୟନ୍ତ ପଣ୍ଡା (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍) ଅନଲାଇନ୍ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରି-ଡାୟାବେଟିସ ଓ ଡାୟାବେଟିସ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସଚେତନତା ବିଷୟରେ ଅବଗତ କରିଥିଲେ। ଅନୁଷ୍ଠାନରେ ପି.ଆର୍.ଏମ୍‌.ଏମ୍‌.ସି.ଏଚ୍ ର ଡିନ୍ ଏଣ୍ଡ୍ ପ୍ରିନ୍ସିପାଲ୍ ପ୍ରଫେସର ଡ଼ଃ ପ୍ରତିଭା ପଣ୍ଡା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏମ୍‌.ଆର୍‌.ୟୁ ର ନୋଡାଲ୍ ଅଫିସର ପ୍ରଫେସର ଡ଼ଃ ବୁଧିଆ ମାଝି (ଡିପାର୍ଟମେଣ୍ଟ ଅଫ୍ ପେଡିଆଟ୍ରିକ୍ସ), କୋ-ନୋଡାଲ୍ ଅଫିସର ଡ଼ଃ ଭାଗ୍ୟଶ୍ରୀ ପଣ୍ଡା (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍), ପ୍ରକଳ୍ପର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର୍ ଡ଼ଃ ଭବେଶ ଚନ୍ଦ୍ର ଖଟୁଆ (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍) ଓ କୋ-ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର୍ ଡ଼ଃ ପରମିତା ଦେ (ଡିପାର୍ଟମେଣ୍ଟ ଅଫ୍ ବାୟୋକେମିଷ୍ଟ୍ରୀ) ଉପସ୍ଥିତ ଥିଲେ। ଡ଼ଃ ଭବେଶ ଚନ୍ଦ୍ର ଖଟୁଆ ପ୍ରି-ଡାୟାବେଟିସ୍ ଓ ଡାୟାବେଟିସ୍ ର ପରିସ୍ଥିତି, ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ ମାଧ୍ୟମରେ ମୂଲ୍ୟାଙ୍କନ, ରୋଗ ସଚେତନତା, ପ୍ରତିଷ୍ଠାନୀୟ ଓ ସମ୍ପ୍ରଦାୟ ଲାଭ, ଏବଂ ଭବିଷ୍ୟତ ଗବେଷଣା ଓ ପ୍ରୟୋଗ ସମ୍ପର୍କରେ ସଂକ୍ଷିପ୍ତ ଭାବରେ ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ କରିବା ପାଇଁ ଏମ୍‌.ଆର୍‌.ୟୁ ର ବୈଜ୍ଞାନିକ ଡ଼ଃ ସଶୀଭୂଷଣ ଦାଶ, ଡ଼ଃ ହିମାଦ୍ରି ଗୌରବ ବେହୁରିଆ, ଏବଂ ମିସ୍‌ ମିତାଲି ମହାପାତ୍ର, ମିସ୍‌ ଅଲିଶା ପ୍ରିୟଦର୍ଶିନୀ ପଣ୍ଡା ସମ୍ପୂର୍ଣ୍ଣ ଭାବେ ପ୍ରବନ୍ଧନ କରିଥିଲେ। ୩୦୦ରୁ ଅଧିକ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ଏହାକୁ  ସଫଳ କରିଥିଲେ।

Skill Development Programme @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କ୍ୟାରିଅର୍ କାଉନସେଲିଂ ସେଲ୍ ଦ୍ୱାରା "ଛତୁ ଉତ୍ପାଦନ ଏବଂ ଚାଷ ପ୍ରଣାଳୀ" ଶୀର୍ଷକ ଏକ ସପ୍ତାହ ବ୍ୟାପୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯକ୍ରମ ଆଗାମୀ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନଙ୍କର କ୍ୟାରିଅର୍ ଗଠନରେ ସହାୟକ ହେବ ଏବଂ ଏହା ସେମାନଙ୍କୁ କୃଷି ଉଦ୍ୟୋଗୀତା ଓ ସ୍ୱନିର୍ଭରଶୀଳତା ଦିଗରେ ପ୍ରୋତ୍ସାହିତ କରିବ ବୋଲି କହିବା ସହିତ ଏହି ପ୍ରକାରର ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ରୋଜଗାରଯୋଗ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓୟୁଏଟିର ପ୍ଲାଣ୍ଟ ପାଥୋଲୋଜିର ପୂର୍ବତନ ପ୍ରଫେସର ପ୍ର. କେ.ବି. ମହାପାତ୍ର  କହିଥିଲେ ଯେ "ଛତୁ ଚାଷ ଏକ ଲାଭଜନକ ଓ କମ୍ ଖର୍ଚ୍ଚରେ ହେଉଥିବା କୃଷି ବ୍ୟବସାୟ ଯାହାକୁ ଯୁବପିଢ଼ି ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ, ଏହି ପ୍ରକାରର ପ୍ରଶିକ୍ଷଣ ବିଶ୍ୱବିଦ୍ୟାଳୟର ଏକ ଅଗ୍ରଣୀ ଉଦ୍ୟମ ଏବଂ ଏହା ଓଡ଼ିଶାରେ ଛତୁ ଚାଷକୁ ପ୍ରୋତ୍ସାହିତ କରିବ ସହ ଯୁବକମାନଙ୍କୁ ନୂଆ ରୋଜଗାରର ମାର୍ଗ ଦେଖାଇବ । ବିଶ୍ୱବିଦ୍ୟାଳୟ ପିଏମ୍ ଉଷା ସଂଯୋଜକ ପ୍ରଫେସର ଇନ୍ଦ୍ରଜିତ ନାଏକ ନିଜ ବକ୍ତବ୍ୟରେ କ୍ୟାରିଅର୍ କାଉନସେଲିଂ ସେଲ୍‌ର ଏହି ଉଦ୍ୟମ ପିଏମ୍ ଉଷାର ମୁଖ୍ୟ ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ସଂଗତିପୂର୍ଣ୍ଣ ଏବଂ ଏହା ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଦକ୍ଷତା ପ୍ରଦାନ କରି ସେମାନଙ୍କର ରୋଜଗାର ସମ୍ଭାବନା ବଢ଼ାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ୟାରିଅର୍ କାଉନସେଲିଂ ସେଲ୍ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ କହିଥିଲେ ଯେ ଏହି ପ୍ରଶିକ୍ଷଣରେ ଛତୁର ଜୀବବିଜ୍ଞାନ, ଚିହ୍ନଟ, ଚାଷ ପ୍ରଣାଳୀ, ସ୍ପନ୍ ଉତ୍ପାଦନ, ବ୍ୟବସାୟିକ ସୁଯୋଗ ଓ ମୂଲ୍ୟ ସଂଯୋଜନ ଉତ୍ପାଦ ବିଷୟରେ ତତ୍ତ୍ୱ ଓ ବ୍ୟବହାରିକ ଉଭୟ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ଏବଂ କ୍ଷେତ୍ର ପରିଦର୍ଶନ ମଧ୍ୟ ଆୟୋଜନ କରାଯିବ । ଏହା ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ରୋଜଗାର ସହ ଯୋଡ଼ିବ ଏବଂ ସେମାନଙ୍କର ଉଦ୍ୟୋଗୀ ମାନସିକତା ଗଢ଼ି ତୋଳିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ, ଆରଡିଏସ୍ ଡିଗ୍ରୀ କଲେଜ, ଆଞ୍ଚଳିକ ମହାବିଦ୍ୟାଳୟ ଗଡ଼ିଆ, ବାରିପଦା କଲେଜ, ଏମ୍‌ପିସି କଲେଜ ଆଦି ଅନୁଷ୍ଠାନର ବିଭିନ୍ନ ବିଭାଗର ୪୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ସମାରୋହରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Odisha AI Symposium - Northern Regional AI Hackathon 2025 @MSCBU

 






ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓ.ଏସ୍‌.ଏ (ଦ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ୍‌), ଓଡ଼ିଶା ଏଆଇ, ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍‌ବେଡ୍‌ ଓ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟିର ପୃଷ୍ଠପୋଷକତାରେ ହେଉଥିବା ଏହି ହାକାଥନର ପୁରସ୍କାର ବିତରଣ ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ବିଜେତା ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଉତ୍ତର ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହି ଗୌରବମୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ ଏବଂ ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ଏଆଇ ରାଜଧାନୀ ଭାବେ ସ୍ଥାପନ କରିବାର ବୃହତ୍ ଉଦ୍ୟମର ଅଂଶ ହିସାବରେ ଓଡ଼ିଶା ଏଆଇ ନୀତି, ଓଡ଼ିଶା ଭିଜନ, ଭାରତ ଏଆଇ ମିଶନ ଓ ବିଶ୍ୱବ୍ୟାପୀ ଏଆଇ ଧାରା ସହ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଏହି ହାକାଥନ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ହାକାଥନର ଚେୟାର ତଥା ନିଷ୍ଟ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ସୁକାନ୍ତ କୁମାର ମହାପାତ୍ର, ସିମ୍ପୋଜିୟମ୍‌ କୋ-ଚେୟାର ତଥା ଆମେରିକାସ୍ଥିତ ସାଉଥ୍‌ ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରଶାନ୍ତ ମହାପାତ୍ର, ସିମ୍ପୋଜିୟମ୍‌ କୋ-ଚେୟାର ତଥା ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଅଶ୍ୱିନୀ କୁମାର ନନ୍ଦ ଓ ଅପେରେସନାଲ୍‌ ଚେୟାର ତଥା ଆମେରିକାସ୍ଥିତ ଜନ୍‌ସ୍‌ ହପ୍‌କିନ୍‌ସ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଶୁତୋଷ ଦତ୍ତାଙ୍କ ଦିଗ୍‌ଦର୍ଶନ ପାଇଁ ଏବଂ ସର୍ବୋପରି କାର୍ଯ୍ୟକ୍ରମ ଓ ପୁରସ୍କାର ରାଶିକୁ ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍‌ବେଡ୍‌ ଓ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟି ପ୍ରାୟୋଜକତା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ ଯୋଗଦେଇଥିଲେ । ହାକାଥନରେ ସମୁଦାୟ ୧୨ଟି ଟିମ୍‌ର ୩୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ପ୍ରୋଟୋଟାଇପ୍ ଡେମୋ ଦେଖାଇଥିଲେ । ବିଚାରକ ମଣ୍ଡଳୀ ଭାବେ ଭୁବନେଶ୍ୱର ନାଇଜରର ସହଯୋଗୀ ପ୍ରଫେସର ଡ. ଶୁଭଙ୍କର ମିଶ୍ର, ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ସହକାରୀ ପ୍ରଫେସର ଡ. ଦେବାଶିଷ ମହାପାତ୍ର ଓ କୋଲକାତାର ଆର୍‌ସ୍କ୍ୟୁଏର୍‌ରିସ୍କ୍‌ଲ୍ୟାବ୍‌ର ଟିମ୍‌ ଲିଡର ରତନଲାଲ୍‌ ମହନ୍ତ ଯୋଗଦେଇଥିଲେ । 

ପ୍ରଥମ ପୁରସ୍କାର ରୂପେ ₹୧୨,୦୦୦ ରାଶି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିବପ୍ରସାଦ ପୃଷ୍ଟି, ସୁଚିସ୍ମିତା ଦାଶ, ସନ୍ଦୀପ କୁମାର ମହାନ୍ତ ଓ ସୁଧାଂଶୁ ସେଠୀଙ୍କୁ  ପ୍ରଦାନ କରାଯଇଥିଲା । ଦ୍ୱିତୀୟ ପୁରସ୍କାର ରୂପେ ₹୮,୦୦୦ ରାଶି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଚନ୍ଦ୍ରଶେଖର ବେହେରାଙ୍କୁ ଓ ତୃତୀୟ ପୁରସ୍କାର ଭାବେ ₹୫,୦୦୦ ରାଶି ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ ସରାଙ୍ଗର ଶୁଭମ କୁମାର ଜେନା, ଅଭିଷେକ ଟିପିରିଆ, ବିବେକ ସାମଲ ଓ ଦିପୁନା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନୋଟି ଟିମ୍‌ ଭୁବନେଶ୍ୱର ସୋଆରେ ଆଗାମୀ ୧୮ ଡିସେମ୍ବରରେ ହେବାକୁ ଥିବା ଓଡ଼ିଶା ଏଆଇ ସିମ୍ପୋଜିୟମ୍‌ର ଫାଇନାଲ୍‌ ହାକାଥନରେ ଭାଗନେବେ । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ନୋଡାଲ୍‌ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ପରିଚାଳନା କରିଥିଲେ ଓ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଜ୍ୟୋତିକିଶୋର ମହାନ୍ତ ଓ ସତ୍ୟବାନ ଦାସ ପ୍ରମୁଖ ସହଯୋଗ କରିଥିଲେ ।


District Level Volunteers Leadership Training Programme @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ପିଜି ୟୁନିଟ୍ ଦ୍ୱାରା ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ "ଜିଲ୍ଲା ସ୍ତରୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫" ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଏନ୍ଏସ୍ଏସ୍ ଭଳି କାର୍ଯ୍ୟକ୍ରମ ଛାତ୍ରମାନଙ୍କୁ ସମାଜ ପ୍ରତି ଦାୟିତ୍ୱବାନ୍ କରି ଦେଶ ଗଠନରେ ସହାୟକ ହେଉଛି ଏବଂ ଏହି ପ୍ରଶିକ୍ଷଣ ସେମାନଙ୍କୁ ଆଗାମୀ ଦିନରେ ନେତୃତ୍ୱ ନେବାକୁ ଗଢ଼ି ତୋଳିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଡିଏଫ୍ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ପରିବେଶ ସଂରକ୍ଷଣରେ ଯୁବକମାନଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଡିପିଓ ଡକ୍ଟର ଅନମ ଚରଣ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଆର୍.କେ. ସିଂହ କହିଥିଲେ ଯେ ଯୁବକମାନେ ଦେଶର ଭବିଷ୍ୟତ ଏବଂ ଏନ୍ଏସ୍ଏସ୍ ସେମାନଙ୍କୁ ସଚେତନ ନାଗରିକ ଭାବେ ଗଢ଼ି ତୋଳୁଛି । ଏସ୍ଏନ୍ଓ ଡକ୍ଟର ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ସରକାରଙ୍କ ଯୁବ ନୀତି ଅନୁଯାୟୀ ଏହି ପ୍ରଶିକ୍ଷଣ ଯୁବକମାନଙ୍କୁ ସଶକ୍ତ କରିବ ।  କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କ୍ୟାମ୍ପସ୍‌ରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ପ୍ରଥମ ଦିବସର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡକ୍ଟର ଶୁଭେନ୍ଦୁ କୁମାର ଶତପଥି ଯୁବକଙ୍କ ସମାଜ ବିକାଶରେ ଭୂମିକା ବିଷୟରେ କହିଥିଲେ, ମଧୁସୂଦନ ଦାସ ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ଦିଲ୍ଲୀପ ଭୋଇ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଦେଇଥିଲେ । ଦ୍ୱିତୀୟ ଦିବସରେ ଡକ୍ଟର ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ଯୋଗ ଓ ଶ୍ରମଦାନ ପରେ ସାଲ୍‌ଖ୍ ମୁର୍ମୁ ରାସ୍ତା ସୁରକ୍ଷା, ଡକ୍ଟର ଯତୀନ୍ଦ୍ର ନାଥ ବେଶ୍ରା ନେତୃତ୍ୱ, ଡକ୍ଟର ବସନ୍ତ ମହାନ୍ତ ଆଦିବାସୀ ସଂସ୍କୃତି ସଂରକ୍ଷଣ, ଡକ୍ଟର ଅନମ ଚରଣ ରାଉଳ ସ୍ୱେଚ୍ଛାସେବାର ମହତ୍ତ୍ୱ, ଶ୍ରୀମତୀ ଉଷା ଶତପଥୀ ନୈତିକ ନେତୃତ୍ୱ, ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଡିଜିଟାଲ୍ ସାକ୍ଷରତା ଏବଂ ଡକ୍ଟର ସୀତାରାମ ଦାସ ଉଦ୍ୟୋଗୀତା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ ଓ ବିତର୍କ ପ୍ରତିଯୋଗିତା ହୋଇଥିଲା । ତୃତୀୟ ଦିବସରେ ଯୋଗ, କ୍ୟାମ୍ପସ୍ ପରିଷ୍କାର ଓ ବୃକ୍ଷରୋପଣ ପରେ ପ୍ରକାଶ କୁମାର ବାରିକ ଶିଶୁ ଅଧିକାର, ବିଶ୍ୱନାଥ ମୁଣ୍ଡା ଅଗ୍ନି ସୁରକ୍ଷା, ପ୍ରଶାନ୍ତ କୁମାର ନାୟକ ବିପର୍ଯ୍ୟୟ ପରିଚାଳନା ଏବଂ ସବିତା ମାଝୀ ଅପରାଧ ନିବାରଣ ଓ ସାଇବର୍ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ରିଲ୍ସ୍ ନିର୍ମାଣ, କ୍ୱିଜ୍ ଓ ଚିତ୍ରକଳା ପ୍ରତିଯୋଗିତା ହୋଇଥିଲା । "ମାଇ ପ୍ଲାନ୍ ଫର୍ କ୍ୟାମ୍ପସ୍ ଭଲ୍ୟୁଣ୍ଟିଅର୍ସ" କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ନିଜ ନିଜ କ୍ୟାମ୍ପସ୍‌ରେ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସବ୍‌କଲେକ୍ଟର ଡକ୍ଟର ଦୟାସିନ୍ଧୁ ପରିଡ଼ା ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମ ନେତୃତ୍ୱ ବିକାଶ, ସାମାଜିକ ସଚେତନତା ଓ ଦକ୍ଷତା ବୃଦ୍ଧିରେ ଅତ୍ୟନ୍ତ ସଫଳ ହୋଇଥିଲା ।

Capacity Building Programme on Digital & Financial Literacy @MSCbU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗ, ଗତ ୦୫-୦୬ ଡିସେମ୍ଵରରେ ଏକ ଜାତୀୟ ସ୍ତରୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ "ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା (DiFi)" ଶୀର୍ଷକରେ ଅନୁଷ୍ଠିତ କରିଥିଲା। ଭାରତ ସରକାରଙ୍କ ପି.ଏମ୍-ଉଷା ଦ୍ଵାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗଦେଇଥିଲେ। ଏହି ଉଦ୍ଘାଟନୀ ସମାରୋହରେ ଆଇ.ଆଇ.ଟି ଖଡ଼ଗପୁର ର ପ୍ରଫେସର ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ, ଆର୍.ବି.ଆଇ (RBI) ର ପ୍ରାକ୍ତନ ମୁଖ୍ୟ ଅର୍ଥନୀତିକ ଉପଦେଷ୍ଟା ଶ୍ରୀ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା, ଆଇ.ଆଇ.ଟି ଖଡ଼ଗପୁର ର ପ୍ରଫେସର ଜିତେନ୍ଦ୍ର ମହାକୁଡ଼ ସମ୍ମାନିତ ଅତିଥି ଏବଂ ପି.ଏମ୍-ଉଷାର ବିଶ୍ଵବିଦ୍ୟାଳୟ ନୋଡ଼ାଲ୍ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାୟକ ଉପପୃଷ୍ଠପୋଷକ ଭାବେ ଯୋଗ ଦେଇଥିଲେ। ଉକ୍ତ ସମାରୋହରେ ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ଅତିଥି ଏବଂ ବିଷୟବସ୍ତୁ ପରିଚୟ ପ୍ରଦାନ କରିଥିଲେ ଏବଂ ସହ-ସଂଯୋଜକ ଓ ଟ୍ରେଜରର୍ ଡକ୍ଟର ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୋଗ୍ରାମ ସହ-ସଂଯୋଜକ ଶ୍ରୀ ବିଶ୍ଵଜିତ ଷଡ଼ଙ୍ଗୀଙ୍କ ସହ ସୁଜାତା ମହାକୁଡ଼ ଏବଂ ସଞ୍ଜିତା ପାଗଲ୍ ମଞ୍ଚ ପରିଚାଳନା କରିଥିଲେ। ଏହି କ୍ଷମତା ବିକାଶ କାର୍ଯ୍ୟକ୍ରମରେ ବାରିପଦାର ଏ.ଏସ.ପି ଶ୍ରୀ ଦୀପକ କୁମାର ଗୋଚ୍ଛାୟତ, ସାଇବର୍ କ୍ରାଇମ୍ ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ଶ୍ରୀ ପ୍ରଦୀପ କୁମାର ମାଝୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଧାକର ପାତ୍ର, ରେଭେନ୍ସା ବିଶ୍ଵବିଦ୍ୟାଳୟର ଡକ୍ଟର ମନୋଜ କୁମାର ଦାସ, ଏମ.ଏସ.ସି.ବି ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଆଦିତ୍ୟ କୁମାର ପାତ୍ର, ଏମ.ଏସ.ସି.ବି ବିଶ୍ଵବିଦ୍ୟାଳୟର ପ୍ରଫେସର ଏମ୍. ହିମାବିନ୍ଦୁ, ଆଇ.ଏମ୍.ଆଇ (IMI) ର ଡକ୍ଟର ପ୍ରୀତିସ୍ କୁମାର ସାହୁ, ବରିଷ୍ଠ ଆଡଭୋକେଟ୍ ଶ୍ରୀ ବିଭୁପ୍ରସାଦ ଦାସ ଏବଂ LIC କଟକ ଡ଼ିଭିଜନର ଡକ୍ଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ଏ‌ହି କାର୍ଯ୍ୟକ୍ରମରେ ସର୍ବମୋଟ୍ ୧୨୭ଜଣ ଛାତ୍ରଛାତ୍ରୀ ଏବଂ ଶୋଧାର୍ଥୀ ଅଂଶଗ୍ରହଣ କରିଥିଲେ।

National Workshop on Adoption of Academic Bank of Credits @MSCBU


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର  ଏନଏଡି' ସେଲ୍ ଦ୍ବାରା 'ଏବିସି ଆଇଡିର ବ୍ୟବହାର ଓ ଉପଯୋଗୀତା' ସଂପର୍କିତ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷାଦ୍ୱାରା ପ୍ରାୟୋଜିତ  ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ ର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରି ସେମାନଙ୍କ ସମସ୍ତ ସୂଚନା ସହ ଆବଶ୍ୟକ ସହାୟତାକୁ କିପରି ଉଚ୍ଚଶିକ୍ଷାରେ ବିନିଯୋଗ କରିପାରିବେ ସେ ସଂପର୍କରେ କହିଥିଲେ। ସେହିପରି ମୁଖ୍ୟଅତିଥି ଭାବରେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ଆଞ୍ଚଳିକ ସଂଯୋଜକ ରବି ପାଣ୍ଡେ ଏହି ଆଇଡି ବ୍ୟବହାରର ଗୁଣବତ୍ତା ଓ ଡିଜିଟାଲ ସୁବିଧା ସୁଯୋଗ ସଂପର୍କରେ ତାଙ୍କର ବକ୍ତବ୍ୟ ରଖିଥିବାବେଳେ ସମ୍ମାନିତ ଅତିଥି ଭାବରେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ଓଡ଼ିଶା ରାଜ୍ୟ ସଂଯୋଜକ ସୁଶ୍ରୀ ଲୋପାମୁଦ୍ରା ନାୟକ ଉଚ୍ଚଶିକ୍ଷାରେ ବିଶେଷକରି ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂପର୍କରେ ଅବହିତ ହୋଇ ଉକ୍ତ ପ୍ଲାଟଫର୍ମରୁ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି

ଏବିସି ଆଇଡିର ବାସ୍ତବ ରୂପାୟନ ପାଇଁ ଆହ୍ୱାନ ଜଣାଇଥିଲେ।  ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ କାର୍ଯ୍ୟକ୍ରମର ସଫଳତା  ସଂପର୍କରେ ଅଭିମତ ରଖିଥିବା ବେଳେ ଏନ୍ଏଡି ସେଲ୍‌ର ନୋଡାଲ ଅଧିକାରୀ ଡକ୍ଟର ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମ୍ପାଦକ ତଥା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକମାନେ ଯୋଗଦାନ କରିବା ସହିତ ବିଶ୍ବବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ନୋଡାଲ ଅଧିକାରୀ ଡକ୍ଟର ନାୟକ ସୂଚନା ପ୍ରଦାନ କରିଛନ୍ତି।

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...