World Heritage Day celebration @MSCBU

 



ବିଶ୍ଵ ଐତିହ୍ୟର ଗୁରୁତ୍ଵ ଓ ତାର ରକ୍ଷଣାବେକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତା ୧୮/୦୪/୨୦୨୪ ରିଖ ବିଶ୍ଵବିଦ୍ୟାଳୟର ଜନଜାତି ଅଧ୍ୟୟନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ନୃତତ୍ଵ ଓ ଜନଜାତି ବିଭାଗ,ଇତିହାସ ବିଭାଗ ଓ ଝୁମର certificate courseର ସହଯୋଗରେ ଆୟୋଜିତ ଏଇ ସମ୍ମିଳନୀରେ କାନାଡ଼ା ସ୍ଥିତ ଚଳଚିତ୍ର ନିର୍ମାତା ଓ ଅଧ୍ୟାପକ କିଶଳୟ ରାୟ ଓ ଯାମିନୀ ମାକେଶ୍ଵର ବକ୍ତା ଭାବେ ଓ ଇନ୍ ଟାକ ମୟୂରଭଞ୍ଜର ଡ.ତରୁଣ କୁମାର ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏ ଅବସରରେ ରାୟଗଡାରେ ସଉରା ଜନଜାତିଙ୍କ  ଚିତ୍ରକଳା ପରମ୍ପରା ଉପରେ ଯାମିନୀ ଙ୍କ ନିର୍ମିତ କ୍ଷୁଦ୍ର ବୃତ୍ତଚିତ୍ର "ଇଡି ତାଳ "ପ୍ରଦର୍ଶନ କରା ଯାଇଥିଲା । 

ନୃତତ୍ଵ ଓ ଜନଜାତି ବିଭାଗର ମୁଖ୍ୟ ଡ.ବସନ୍ତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏ ଆସରରେ ଅତିଥି ଡ.ତରୁଣ କୁମାର ଓଝା ମୟୂରଭଞ୍ଜର ଅତୁଲ୍ୟ ଐତିହ୍ୟ ଉପରେ ଆଲୋକପାତ କରିଥିବା ବେଳେ କିଶଳୟ ରାୟ ବାରିପଦା ଛଉ ଉପରେ ନିର୍ମାଣ କରୁଥିବା ସମୟର ଅଭିଜ୍ଞତା ବର୍ଣନା କରିଥିଲେ ।

ବିଭାଗୀୟ ଅଧ୍ୟାପିକା ଡ.ମନାଲି ଗୋସ୍ଵାମୀ ତାଙ୍କର ବକ୍ତବ୍ୟରେ ସ୍ଥାନୀୟ ଐତିହ୍ୟର ସଂରକ୍ଷଣରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । 

ସମ୍ମିଳନୀରେ ଝୁମର ବିଭାଗର ଅଧ୍ୟାପକ କ୍ଷିରୋଦ ଚଂଦ୍ର ମହାନ୍ତ ଛଉ ଓ ଝୁମରର ମାଟି ମୟୂରଭଞ୍ଜର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ନୃତତ୍ଵ ଓ ଜନଜାତି ବିଭାଗର ଅଧ୍ୟାପକ ଶ୍ରୀ ମନୁ ନାୟକ ଓ ଶ୍ରୀ ସୁଭୋଜିତ ସେନ ତଥା   ନୃତତ୍ଵ ଓ ଜନଜାତି ବିଭାଗ, ଇତିହାସ ବିଭାଗର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ।

ଶେଷରେ ଅଧ୍ୟାପିକା ପ୍ରିୟଙ୍କା ଦାସ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Our students shine at Hunar-2024

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ରୀ ସୁଶ୍ରୀ ବିଷ୍ଣୁପ୍ରିୟା ବେହେରା ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ଉତ୍ସବ "ହୁନର-୨୪" ରେ ମେହେନ୍ଦୀ କଳା ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫେରି ଆସିଛନ୍ତି । ଏହି କୃତିତ୍ୱ ପାଇଁ ଆଜି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଷ୍ଣୁପ୍ରିୟାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ କରିଥିଲେ । ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଛାତ୍ର ମଙ୍ଗଳ ଅଧିକାରୀ ପ୍ରଫେସର ମିନତୀ ମଲ୍ଲିକ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମ ପର୍ଯ୍ୟାୟରେ ସେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଶର୍ମିଳା ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ପୂର୍ବାଞ୍ଜଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ଭାଗ ନେବାପାଇଁ ବିଶ୍ୱବିଦ୍ୟାଳୟର ଅନ୍ୟ ଏକ ଛାତ୍ରୀ ସସ୍ମିତା ମହାନ୍ତ (ମଡେଲ୍‌ ପ୍ରତିଯୋଗିତା ନିମନ୍ତେ) ଓ ଅଧ୍ୟାପିକା ସୁଜାତା ମହାକୁଡ଼ଙ୍କ ସହ ଲୁଧିଆନା ଯାତ୍ରା କରିଥିଲେ । ବିଶ୍ୱବିଦ୍ୟାଳୟ ଛାତ୍ର ମଙ୍ଗଳ ଅଧିକାରୀ ପ୍ରଫେସର ମିନତୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତିନି ସଦସ୍ୟ ବିଶିଷ୍ଟ କ୍ଷୁଦ୍ର ଦଳ ସାଂସ୍କୃତିକ ଶୋଭାଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଧାରଣ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରି ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଜାତୀୟ ସ୍ତରରେ ଏହି କୃତିତ୍ୱ ପାଇଁ ବିଶ୍ୱବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି । ଆରମ୍ଭରୁ ପଞ୍ଜୀକରଣ, ଯାତାୟତ ବ୍ୟବସ୍ଥା ଆଦି କାର୍ଯ୍ୟରେ ସହାୟତା କରିଥିବାରୁ ଡ. ମଲ୍ଲିକ ଅଧ୍ୟାପିକା ଶର୍ମିଳା ସୁବୁଦ୍ଧି ଓ ଅଣଶିକ୍ଷକ କର୍ମଚାରୀ ଶ୍ରୀ ଶିଲୁ ମାରାଣ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Utkal Divas Celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣାନବେତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏହି ଉପଲକ୍ଷେ ଆୟୋଜିତ 'ଉତ୍କଳ ଦିବସର ମହତ୍ତ୍ୱ' ଶୀର୍ଷକ ଆଲୋଚନାଚକ୍ରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଉତ୍କଳ ଦିବସକୁ ନିଜ ମାତାଙ୍କ ଜନ୍ମଦିବସ ଭଳି ଆଡ଼ମ୍ବରରେ ସମସ୍ତେ ପାଳନ କରିବା ଉଚିତ ବୋଲି ମତପୋଷଣ କରିବା ସହ ଏହାକୁ ଏକ ଛୁଟି ଦିବସ ରୂପେ ବିଚାର ନ କରି ଆଜିର ଦିନରେ ଓଡ଼ିଆ ଅସ୍ମିତାର ସନ୍ଧାନରେ ବ୍ରତୀ ହେବାପାଇଁ ଶପଥ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ କବି ନୀଳକଣ୍ଠ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଜାତିର ଇତିହାସର ଏକ ଚିତ୍ର ଉପସ୍ଥାପନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଆର ଅସ୍ମିତାକୁ ମନେ ରଖିବାକୁ ହେଲେ ଓଡ଼ିଶାର ଇତିହାସ ମନେ ରଖିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍କଳ ସମ୍ମିଳନୀ ମୟୂରଭଞ୍ଜ ଶାଖାର ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷା କଳ୍ପନା ଷଡ଼ଙ୍ଗୀ  ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ଓ ତହିଁରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମଧୁସୂଦନ ଦାସ ଓ ଉତ୍କଳର ଅନ୍ୟାନ୍ୟ ବରପୁତ୍ର ମାନଙ୍କ ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହ-ସମ୍ପାଦକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କ୍ଲବ ଦ୍ୱାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସାଂସ୍କୃତିକ କ୍ଲବର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...