Workshop-cum-Photography Exhibition on the occasion of 18th Pravasi Bharatiya Divas
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଫଟୋଗ୍ରାଫି କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ସାହୁ ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ପ୍ରବାସୀମାନଙ୍କ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫଟୋଗ୍ରାଫି କ୍ଲବ୍ର ସଂଯୋଜିକା ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ ଫଟୋଗ୍ରାଫି ଉପରେ ଏକ କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ତୋଳିତ ବିଭିନ୍ନ ଫଟୋର ଏକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । କମ୍ପ୍ୟୁଟର ପ୍ରୟୋଗ ବିଭାଗ ମୁଖ୍ୟ ପ୍ରଫେସର ଏମ୍. ହିମବିନ୍ଦୁ, ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ଓ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଏହାର ମୂଲ୍ୟାୟନ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନକୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Road Saftety Awareness @MSCBU
National Seminar at Odia Department
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ 'ସାମାଜିକ ଦାୟବଦ୍ଧତା ଓ ଆଧୁନିକ ଓଡ଼ିଆ ସାହିତ୍ୟ' ଶୀର୍ଷକ ଏହି ଆଲୋଚନାଚକ୍ରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସାହିତ୍ୟରେ ସାମାଜିକ ଦାୟବଦ୍ଧତା ଏକ ଅନୁଭୂତି ଲବ୍ଧ ବାସ୍ତବତା ବୋଲି ଅଭିହିତ କରିଥିଲେ । ସମାଜକୁ ଅତି ନିକଟରୁ ବାସ୍ତବବାଦୀ ଦୃଷ୍ଟିକୋଣରୁ ଦେଖିବାର ଯେଉଁ ସାହିତ୍ୟିକ ମାନଙ୍କର ଦକ୍ଷତା ଅଛି ସେମାନେ ତାକୁ କଳାତ୍ମକ ଶୈଳୀରେ ପ୍ରକାଶ କଲେ ତାହା କାଳଜୟୀ ହୋଇଥାଏ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ ଗବେଷକ ତଥା ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ ଯୋଗଦାନ କରି ସାହିତ୍ୟର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ସମ୍ବନ୍ଧରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ବାସ୍ତବତାର ସ୍ୱରୁପ ସମ୍ବନ୍ଧରେ ବିଶ୍ଲେଷଣ କରିବାକୁ ଯାଇ ସେ କିର୍କେଗାର୍ଡ୍ଙ୍କ ଜୀବନ ଓ ସାହିତ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡ଼ିଆ ସାହିତ୍ୟରେ ସାମାଜିକ ଅଙ୍ଗୀକାରବଦ୍ଧତାର ମାପକାଠିରେ ସେ ଗୋପୀନାଥ ମହାନ୍ତିଙ୍କୁ ଶ୍ରେଷ୍ଠ ସାହିତ୍ୟିକ ବୋଲି ବିବେଚନା କରିବା ସହ ଆଜିର ସାହିତ୍ୟ ବହେମିଆନ୍ ମାନଙ୍କର ଚରାଭୂଇଁ ପାଲଟି ଯାଇଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ପରିଷଦର ସଦସ୍ୟ ପ୍ରଫେସର ରାଜେଶ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ଏକ ଆଲୋଚନାଚକ୍ରରେ ଯୋଗଦାନ କରିଥିବାରୁ ଆନନ୍ଦ ବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରର ଆବାହକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ସମାରୋହରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଦୁଇଦିବସୀୟ ଜାତୀୟ ସଂପାନରେ ପ୍ରଥମ ଦିବସର ବିଷୟ ଭିତ୍ତିକ ଆଲୋଚନା କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନଟବର ଶତପଥୀଙ୍କ ସଭାପତିତ୍ୱରେ ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନର ସହକାରୀ ପ୍ରଫେସର ଡ. ଇନ୍ଦ୍ରମଣି ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ସହକାରୀ ପ୍ରଫେସର ଲକ୍ଷ୍ମୀପ୍ରିୟା ବେହେରା, ଝାଡ଼ଖଣ୍ଡ କୋହ୍ଲଣ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ମନୋଜ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ସମୀର ଭୋଇ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଜୟନ୍ତ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଅପରାହ୍ନର ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନାରାୟଣ ସାହୁଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରଞ୍ଜନ କୁମାର ସେଠୀ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୁମନ୍ତ୍ର ନାୟକ, ଓ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ବାଙ୍ଗିରିପୋଷିର ପ୍ରାଧ୍ୟାପକ ଡ. ନିର୍ମଳ ଚନ୍ଦ୍ର ସାହୁ, ବହରାଗୋଡ଼ା ମହାବିଦ୍ୟାଳୟ ଝାଡ଼ଖଣ୍ଡର ସହକାରୀ ପ୍ରଫେସର ଡ. ବାଳକୃଷ୍ଣ ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ଆଲୋଚନାଚକ୍ରର ଉଦ୍ଯାପନୀ ସମାରୋହରେ ଆଲୋଚନାଚକ୍ରର ଆବାହକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ପୌରୋହିତ୍ୟ କରିଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସେ ଜଣେ ଓଡ଼ିଆ ଅଧ୍ୟାପିକା ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶିକ୍ଷକଟିଏ ନିଜେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ରହିବାବେଳେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅଙ୍ଗୀକାର କରାଇବା ବିଧେୟ ବୋଲି ସେ ମତପ୍ରକାଶ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗିରିଶଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବ୍ୟକ୍ତି ସହିତ ସମାଜର ସମ୍ପର୍କ, ସମାଜ ସହିତ ସାହିତ୍ୟର ସମ୍ପର୍କ, ବ୍ୟକ୍ତି ସହିତ ସାହିତ୍ୟର ସମ୍ପର୍କର ଏକ ଗାଣିତିକ ସମାବେଶ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏ ସମସ୍ତର ଅନ୍ତସ୍ୱର କିପରି ପ୍ରତିବଦ୍ଧ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଏ ଆଲୋଚନାଚକ୍ରରେ ପାଠ ହୋଇଥିବା ସମସ୍ତ ପ୍ରବନ୍ଧ ଓ ଆଲୋଚନାର ନିର୍ଯ୍ୟାସ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ବିନ୍ଧେଶ୍ୱରୀ କଲିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ମୋଟ ପଇଁତିରିଶ ଜଣେ ଗବେଷକ / ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଆଜିର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ପ୍ରଫେସର ପ୍ର. କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜଗତ୍ବନ୍ଧୁ ଆଚାର୍ଯ୍ୟ ଓ ଡ. ଅବନୀ କୁଣ୍ଡୁ ରହିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଫେସର ଦେବାଶିଷ ମହାପାତ୍ରଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବଶା ସମୀକ୍ଷକ ଭାବେ ରହିଥିଲେ । ଶେଷରେ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକ ହୃଷୀକେଶ ମହାନ୍ତ ଓ ରାଜକୁମାର ପାତ୍ରଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...