Felicitation of winners of Innovation and Startup competition - 2025

 






ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୫ର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ବିଜେତା ଡ. ଦମୟନ୍ତୀ ବେଶ୍ରା ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଶ୍ୱବିଦ୍ୟାଳୟର ଅର୍ପିତା ସାହୁ, ସୁଧାଂଶୁ ସେଠୀ, ଦ୍ୱିତୀୟ ସ୍ଥାନରେ ଯଶିପୁର ମହାବିଦ୍ୟାଳୟର ଜଗନ୍ନାଥ ଟୁଡ଼ୁ, ତୃତୀୟ ସ୍ଥାନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଂଶୁମାନ ମହାନ୍ତ, ଚତୁର୍ଥ ସ୍ଥାନରେ ବେତନଟୀ ମହାବିଦ୍ୟାଳୟର ଜ୍ୟୋତିସ୍ମିତା ସାଇରଞ୍ଜନୀ ଓ ପଞ୍ଚମ ସ୍ଥାନରେ ବିଶ୍ୱବିଦ୍ୟାଳୟର ଶୁଭଜିତ ସାହୁ ରହିଥିଲେ । ଏହି ପାଞ୍ଚଟି ଟିମ୍‌ର ପ୍ରତି ଟିମ୍‌କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା ଯାହା କି ସେମାନଙ୍କୁ ୪୦,୦୦୦, ୪୦,୦୦୦, ୨୦,୦୦୦ ଏପରି ୩ଟି କିସ୍ତିରେ ପ୍ରଦାନ କରାଯିବ । ସେଭଳି ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସ୍ତରରେ ଯୋଗ୍ୟତା ପର୍ଯ୍ୟାୟରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ ୨୫,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଅର୍ପିତା ସାହୁ ଓ ସୁଧାଂଶୁ ସେଠୀଙ୍କୁ, ଦ୍ୱିତୀୟ ପୁରସ୍କାର ଭାବେ ୨୦,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଶୁଭେନ୍ଦୁ ମିଶ୍ର, ଅନୁଭବ ମହାପାତ୍ର, ନିର୍ମଳ କୁମାର ବେହେରାଙ୍କୁ ଏବଂ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଶୁଭଜିତ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍‌ ହିମବିନ୍ଦୁ, ଓ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Faculty Training Programme on "Research Medhodology in Odia Language and Literature" @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଆୟୋଜିତ ଓ ଭାରତ ସରକାରଙ୍କ ପିଏମ୍‌ ଉଷା ପ୍ରାୟୋଜିତ ଏକ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯକ୍ରମ ଉଦ୍‌ଘାଟିତ ହୋଇଯାଇଛି । "ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା ପଦ୍ଧତିର ପ୍ରୟୋଗ ବିଧି" ଶୀର୍ଷକ ଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଇତିହାସ ରହିଛି । ନିଷ୍ଠାପର ଗବେଷଣା ଓ ଉଦ୍ୟମ ଦ୍ବାରା ତନ୍ମଧ୍ୟରେ ଥିବା ଅମୂଲ୍ୟ ରତ୍ନ ଉଦ୍ଧାର ହୋଇପାରିବ।  ଗବେଷକମାନେଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିପାରିଲେ ଭାଷାର ସୌକର୍ଯ୍ୟ ପ୍ରତିପାଦିତ ହୋଇପାରିବ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀର ପୂର୍ବତନ ଆବାହକ ତଥା କଟକସ୍ଥିତ କଳା ବିକାଶ କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ କାର୍ଯ୍ୟ କାରଣ ସମନ୍ୱିତ ସନ୍ଦେହାତ୍ମକ ଭାବାବେଗରୁ ଗବେଷଣା ଜନ୍ମ । ସତ୍ୟାନୁସନ୍ଧାନ ନିମିତ୍ତ ବାସ୍ତବ ଗବେଷଣା ନିମିତ୍ତ ଅଧିକରୁ ଅଧିକ ଆଗ୍ରହୀ ଓ କଷ୍ଟସହିଷ୍ଣୁ ହେବା ପାଇଁ ସେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଦେଇଥିଲେ । ବିଶିଷ୍ଟ କବି, ସମାଲୋଚକ ତଥା ସ୍ତମ୍ଭକାର ହରପ୍ରସାଦ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ କୌଣସି ଗବେଷଣା କେବେ ବ୍ୟର୍ଥ ହୁଏ ନାହିଁ । ଏହାର ବିଫଳତାରେ ମଧ୍ୟ ସଫଳତାର ବୀଜ ଲୁଚି ରହିଥାଏ । ଗବେଷକଙ୍କ ମଧ୍ୟରେ ଏକ ନାନ୍ଦନିକ ଭାବ ରହିବା ଆବଶ୍ୟକ । ବିଶ୍ୱର ୧୩୫ଟି ଭାଷା ମଧ୍ୟରେ ଓଡ଼ିଆ ୧୮ ନମ୍ବର ଭାଷା । ଓଡ଼ିଆ ଭାଷାକୁ ଏକ ନମ୍ବର କରିବାକୁ ହେଲେ ଏହାର ପରିଧି ବ୍ୟାପ୍ତ କରିବାକୁ ହେବ ଏବଂ ମୌଳିକ ଗବେଷଣାରେ ବ୍ରତୀ ହେବାକୁ ପଡ଼ିବ ବୋଲି ସେ କହିଥିଲେ । ଚିରାଚରିତ ଭାଷା ଗବେଷଣା ପଦ୍ଧତି ଓଡ଼ିଆ ଭାଷା ପାଇଁ ପ୍ରଯୁଜ୍ୟ ନୁହେଁ କାରଣ ଓଡ଼ିଆ ଭାଷାର ମୌଳିକତା ଅନ୍ୟ ଭାଷାଙ୍କ ଠାରୁ ଭିନ୍ନ । ଏଣୁ ଗବେଷଣା ପଦ୍ଧତିକୁ ଅଧିକ ସୃଜନଶୀଳ ଓ ନିଜସ୍ୱ ଶୈଳୀରେ ବଦଳେଇବାକୁ ହେବ ବୋଲି ସେ ମତପୋଷଣ କରିଥିଲେ । ଏକ ସାରଗର୍ଭକ ଅଭିଭାଷଣ ଦେଇଥିଲେ ।  ବିଭାଗୀୟ ସଂଯୋଜକ ତଥା ଆବାହକ ଡ. ଶିଶିର ବେହେରା ପ୍ରଶିକ୍ଷଣ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମଋ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାର ବିଭାଗୀୟ ସହକାରୀ ପ୍ରଫେସର ଡ. ବିନ୍ଧେଶରୀ କଲିଆ, ହୃଶୀକେଶ ମହାନ୍ତ ଓ ରାଜକୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଫେସର ରଣଜିତ କୁମାର ପରିଡ଼ା, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ଗିରିଶଚନ୍ଦ୍ର ମିଶ୍ର, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ଦୀପ୍ତି ରଞ୍ଜନ ପଟ୍ଟନାୟକ, ପ୍ରଫେସର ଗୌରାଙ୍ଗଚରଣ ଦାଶ, ପ୍ରଫେସର ମନୋରଞ୍ଜନ ପ୍ରଧାନ, ପ୍ରଫେସର କୃଷ୍ଟଚନ୍ଦ୍ର ପ୍ରଧାନ, ପ୍ରଫେସର ଦେବାଶିଷ ପାତ୍ର, ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା, ପ୍ରଫେସର ଉଦୟନାଥ ସାହୁ, ଡ. ବିଜୟଲକ୍ଷ୍ମୀ ଦାସ, ଡ. ଅବନୀ କୁମାର କୁଣ୍ଡୁ, ଡ. ସ୍ମରଣ ନାୟକ, ଡ. ସ୍ୱରୂପାନନ୍ଦ ବିଷୟୀ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Workshop on Legal Awareness Generation programme "Abating the tradition of Witch Hunting in the state of Odisha" @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ "ଓଡ଼ିଶାରେ ଡାହାଣୀ ଶିକାର ପରମ୍ପରାର ଉଚ୍ଛେଦଜନିତ ଆଇନଗତ ସଚେତନତା" ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳରେ ଆଗକାଳରେ କିପରି ଏସବୁ ପରମ୍ପରା ବ୍ୟାପକ ଥିଲା ଏବଂ ଶିକ୍ଷାର ପ୍ରସାର ଫଳରେ ଧିରେ ଧିରେ ତାହା ଲୋପ ପାଇଆସିଲା ତାହା ନିଜସ୍ୱ ଅନୁଭୂତିରୁ ବର୍ଣ୍ଣନା କରି ଏଭଳି ଅମାନବୀୟ ପ୍ରଥାକୁ ଶିକ୍ଷା ଓ ଆଇନ ମାଧ୍ୟମରେ ସମ୍ପୂର୍ଣ୍ଣ ନିର୍ମୂଳ କରିବା ଦିଗରେ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି କହିଥିଲେ । ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମାଜର କିଛି ଲୋକ ମନ୍ଦ ଉଦ୍ଦେଶ୍ୟରେ  ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଅସହାୟ, ବିଧବା ମହିଳା ମାନଙ୍କୁ ଡାହାଣୀ ଆଖ୍ୟା ଦେଇ ଏଭଳି ଅମାନବୀୟ କାର୍ଯ୍ୟ କରୁଛନ୍ତି । ଉପଯୁକ୍ତ ଶିକ୍ଷା ଓ ଆଇନର ଫଳପ୍ରଦ ପ୍ରୟୋଗ ଦ୍ୱାରା ହିଁ ଡାହାଣୀ ଶିକାର ଭଳି ଏକ କୁସଂସ୍କାରକୁ ନିର୍ମୂଳ କରାଯାଇପାରିବ ବୋଲି ସେ କହିଥିଲେ । ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଡାହାଣୀ ଶିକାର ମାମଲାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ହେବ ଏବଂ ଏହି ଅପରାଧ ପାଇଁ ଆଇନ୍‌ରେ ଏକରୁ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ ରହିଛି । ମୟୂରଭଞ୍ଜର ଉପଜିଲ୍ଲାପାଳ ଶ୍ରୀ ଦୟାସିନ୍ଧୁ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କୃତଜ୍ଞତାର ଅଭାବରେ ହିଁ ଏଭଳି କୁସଂସ୍କାର ଗୁଡ଼ିକ ଜନ୍ମ ନେଉଛି ଏବଂ ଏହାର ଦୂରୀକରଣ ପାଇଁ ଗ୍ରାମାଞ୍ଚଳରେ ଯଥେଷ୍ଟ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ ସମ୍ମାନିତ ଅତିଥି  ଭାବେ ଯୋଗ ଦେଇ ମୟୂରଭଞ୍ଜରେ ୨୦୨୦ ରୁ ୨୦୨୫ ମସିହା ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଡାହାଣୀ ଶିକାର ମାମଲାର ପରିସଂଖ୍ୟାନ ପ୍ରଦାନ କରି ହ୍ରାସ ପାଇଛି ଏହାକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ପୋଲିସ୍ ଓ ସମାଜର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଡାହାଣୀ ଶିକାର ଭଳି କୁସଂସ୍କାରର ଦୂରୀକରଣ ଦିଗରେ ଏଭଳି କର୍ମଶାଳା ସହାୟକ ହେବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ସାମାଜିକ ନ୍ୟାୟ ଓ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବ କରିବ ବୋଲି କହିଥିଲେ । କାର୍ଯ୍ୟକାରୀ ସମ୍ପାଦକ ତଥା ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ସୁଜୟ କୁଣ୍ଡୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଉପନିର୍ଦ୍ଦେଶକ ତଥା ସହ-ଆବାହକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଅଭିପ୍ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିହାରର ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜିତ କୁମାର ଚୌଧୁରୀ, ଉତ୍ତରାଖଣ୍ଡର ହେମବତୀ ନନ୍ଦନ ବହୁଗୁଣା ଗରହ୍ୱାଲ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ. ଲାମୁ ସେରିଙ୍ଗ ଡୁକ୍‌ପା ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ମୟୂରଭଞ୍ଜର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିଗଣ ଯୋଗଦାନ କରିଥିଲେ ।

Workshop on "Safe steps: ensuring Women's safety, challenges and solutions in field-based research work" @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବନ୍ୟପ୍ରାଣୀ ଏବଂ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । "ସୁରକ୍ଷିତ ପଦକ୍ଷେପ: କ୍ଷେତ୍ରୀୟ ଗବେଷଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ଦିଗରେ ଆହ୍ୱାନ ଓ ସମାଧାନ" ଶୀର୍ଷକ ଏହି କର୍ମଶାଳାର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଏହି କର୍ମଶାଳା ଫିଲ୍ଡୱାର୍କରେ ମହିଳା ଗବେଷକମାନଙ୍କର ସୁରକ୍ଷା ପ୍ରଦାନ ଦିଗରେ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାରେ ସହାୟକ ହେବ ଓ ଏହା ବିଜ୍ଞାନ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡକ୍ଟର ଆନି ପୂନମ୍ ଯୋଗଦେଇ ମହିଳା ବିଜ୍ଞାନୀମାନଙ୍କର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମହିଳା ଗବେଷକମାନଙ୍କୁ ସୁରକ୍ଷା ନିଶ୍ଚିତ କରିବାରେ ଆବଶ୍ୟକୀୟ ପ୍ରୋଟୋକଲ୍, ଟ୍ରେନିଂ ଏବଂ ଟେକ୍ନୋଲୋଜିର ସହାୟତା ନେବାକୁ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ କ୍ଷେତ୍ରୀୟ ଗବେଷଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ଦିଗରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ମାନକୁ ଉପଯୁକ୍ତ ପଦକ୍ଷେପ ମାନଙ୍କ ନେବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ସଂଯୋଜକ ତଥା ଆବାହକ ଡ. ଶୁଭାନୀ ରଥ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ ଓ ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ ଓ ଡ. ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ମୋନାଲି ଗୋସ୍ୱାମୀ, ପଶ୍ଚିମବଙ୍ଗ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡ. ପ୍ରିୟଙ୍କା ହାଲଦାର ମଲ୍ଲିକ, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଡ. ଶ୍ୱେତାଶ୍ରୀ ପୁରୋହିତ, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର ଶ୍ରୀମତୀ ଜୟଶ୍ରୀ ମିଶ୍ର, ଆଇଆଇଟି ଭୁବନେଶ୍ୱରର ଡ. ମଧୁସ୍ମିତା ଦାଶ, ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝି, ଚେନ୍ନାଇସ୍ଥିତ ଗଣିତୀୟ ବିଜ୍ଞାନ ସଂସ୍ଥାନର ଡ. ଭାରତୀ ଧରପୁରମ, ନୂଆଦିଲ୍ଲୀସ୍ଥିର ୱାଲ୍‌ଡ୍‌ ୱାଇଲ୍‌ଡ ଲାଇଫ୍‌ ଫଣ୍ଡ୍‌ର ମିସ୍‌ ସାଧ୍ୱୀ ସିନ୍ଦୁରା ଓ କଲିକତାର କ୍ଷେତ୍ରୀୟ ଗବେଷିକା ଡ. ଆୟୁସ୍ମିତା ନାଏକ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଆମେ ମୟୂରଭଞ୍ଜିଆ ଓ ବାରିପଦା ପୌର ପରିଷଦ ଆନୁକୂଲ୍ୟରେ ନିକଟରେ ଅନୁଷ୍ଠିତ ହୋଇଥିବା ସଂସ୍କାର ଶିଶୁ ମହୋତ୍ସବ 'ମୟୂରୀ'ରେ ଖ୍ୟାତନାମା ଚିତ୍ରଶିଳ୍ପୀଙ୍କ ତତ୍ତ୍ୱାବଧାନରେ କୁନି କୁନି ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କାଯାଇଥିବା ଶିମିଳିପାଳର ବିଭିନ୍ନ ଚିତ୍ର କ୍ୟାନଭାସ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ଏହି କ୍ୟାନଭାସ ଗୁଡ଼ିକ ବିଶ୍ୱବିଦ୍ୟାଳୟରେ ସମ୍ମେଳନ କକ୍ଷରେ ସବୁବେଳେ ଶୋଭାପାଇବ ।

Hands-on Training on Management Skills @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ପଞ୍ଚ ଦିବସୀୟ ବ୍ୟକ୍ତିଗତ ପ୍ରଶିକ୍ଷଣ କାର୍ଯକ୍ରମ ଉଦ୍‌ଘାଟିତ ହୋଇଯାଇଛି । "ବ୍ୟବସାୟ ପରିଚାଳନା ଦକ୍ଷତା" ଶୀର୍ଷକ ଏହି ବ୍ୟକ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଆଜିର ଗତିଶୀଳ ଯୁଗରେ ବ୍ୟବସାୟ ପ୍ରଶାସନରେ କେବଳ ଶ୍ରେଣୀଶିକ୍ଷା ନୁହେଁ ବରଂ ବ୍ୟବହାରିକ ଦକ୍ଷତାର ଯଥେଷ୍ଟ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଶିଳ୍ପ-ଶିକ୍ଷା ସହଯୋଗର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଭାବେ ଟ୍ରାଇଡେଣ୍ଟ ଏକାଡେମୀର ପ୍ରଫେସର ପ୍ରଭାତ କୁମାର ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ପ୍ରଯୁକ୍ତିବିଦ୍ୟା ଏବଂ ନୈତିକ ଶାସନର ସମନ୍ୱିତକରଣ ଉପରେ ଜୋର୍‌ ଦେଇଥିଲେ । ଭାଇଜାକ୍‌ ଷ୍ଟିଲ୍‌ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ. କିଶୋର ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଳ୍ପାନୁଷ୍ଠାନରେ ବିଭିନ୍ନ କୌଶଳର ପ୍ରୟୋଗ କିପରି ଦିନକୁ ଦିନ ବଦଳିବାରେ ଲାଗିଛି ଏବଂ ନିଯୁକ୍ତିଦାତାମାନେ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ କେଉଁ ସବୁ ଗୁଣର ସନ୍ଧାନ କରୁଛନ୍ତି ସେ ବିଷୟରେ ଏକ ସାରଗର୍ଭକ ଅଭିଭାଷଣ ଦେଇଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ସଂଯୋଜକ ତଥା ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଋ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନ୍‌ଏମ୍‌ଆଇଟି ବିଜିନେସ୍‌ ସ୍କୁଲ୍‌ର ପ୍ରଫେସର ସୁଦୀପ ଘୋଷ, ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ୍‌ କ୍ୟାପ୍‌ଟେନ ସଞ୍ଜୀବ ମହାପାତ୍ର, ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍‌.କେ. ଦିଗଲ, ଏନ୍‌ଆଇଟି ରାଉରକେଲାର ପ୍ରଫେସର ଚନ୍ଦନ କୁମାର ସାହୁ, ଫାଷ୍ଟଟ୍ରାକ୍‌ କନ୍‌ସଲ୍‌ଟାଣ୍ଟ୍‌ର ନିର୍ଦ୍ଦେଶକ ପି. କେ. ପାରିମାଣିକ, କର୍ପୋରେଟ୍ ପ୍ରଶିକ୍ଷକ ସି.ଏମ୍‌.ଏ. ପି.କେ. ସାହୁ, ଗୋଲାପ ଗ୍ରୁପ୍‌ ଅଫ୍‌ ଏଜୁକେସନର ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାସ, ଅର୍‌ମାସ ମୟୂରଭଞ୍ଜର ଡେପୁଟି ସିଇଓ ମିସ୍‌ ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Programme of Legal Awarensss & Mental Health @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ଦ୍ୱାରା ଆୟୋଜିତ "ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ" ଶୀର୍ଷକ କାର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ଶନିବାର ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରତି ବିଶ୍ୱବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ସ୍ଥାପନ ଦ୍ୱାରା ଛାତ୍ରୀଙ୍କ ମଧ୍ୟରେ ମହିଳା ସଶକ୍ତିକରଣ ଓ ଏହାର ଆଇନଗତ ସଚେତନତା ବୃଦ୍ଧି ପାଇବା ବୋଲି ଆଶା ପ୍ରକଟ କରିବା ସହିତ ଆଗାମୀ ଦିନରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଭବିଷ୍ୟତରେ ସେଫ୍‌ କ୍ୟାମ୍ପେନ୍‌ ଓ ବିଭିନ୍ନ କର୍ମଶାଳା ଆୟୋଜନ କରାଯିବ ଯାହା କି ଛାତ୍ରୀମାନଙ୍କୁ ସମାଜର ବିଭିନ୍ନ ଆହ୍ୱାନର ମୁକାବିଲା କରିବାକୁ ଦକ୍ଷ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ କରାଯିବ ବୋଲି ସେ କହିଥିଲେ । ମୟୂରଭଞ୍ଜର ମହାରାଣୀ ଶ୍ରୀମତୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଏହାର ଆଇନଗତ ସଚେତନତାର ଘୋର ଅଭାବ ରହିଛି ଏବଂ ଏହି ଦିଗରେ ଛାତ୍ରୀମାନଙ୍କୁ ନିର୍ଭୀକ ହୋଇ ଆଗକୁ ଆସିବାକୁ ପ୍ରେରଣା ଦେଇଥିଲେ । ଛାତ୍ରୀ ମାନଙ୍କୁ ନିଜର ଦୁର୍ବଳତାକୁ ଚିହ୍ନଟ କରି ସେ ଦିଗରେ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଥିଲେ । ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନମ୍ରତା ଚଡ୍‌ଢା ବକ୍ତା ହିସାବରେ ଯୋଗ ଦେଇ ଛାତ୍ରୀମାନଙ୍କୁ ନିଜର ଅଧିକାର ବିଷୟରେ ସଚେତନ ହେବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ କରିଥିଲେ । ସଚେତନତା କେବଳ ଛାତ୍ରୀମାନଙ୍କ ଆବଶ୍ୟକ ନୁହେଁ ବରଂ ଛାତ୍ରଙ୍କ ପାଇଁ ମଧ୍ୟ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କେବଳ 'ବେଟି ବଚାଓ ବେଟି ପଢ଼ାଓ' ନୁହେଁ ବରଂ 'ବେଟା କୋ ସମଝାଓ' ନାରାର ଆବଶ୍ୟକତା ରହିଛି ବୋଲି ସେ ଦୃଢ଼ୋକ୍ତି କରିଥିଲେ । ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ . ରେଖା ଭଗତ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଦୀର୍ଘ ବକ୍ତୃତା ଦେଇଥିଲେ । ଭାରତ ସରକାରଙ୍କ ଟେଲିମାନସ କାର୍ଯ୍ୟକ୍ରମ ଉପରେ ସେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହେବ ଏବଂ ଏହା କ୍ୟାମ୍ପସ୍‌ରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ଅଧ୍ୟକ୍ଷା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶକ୍ତିଶ୍ରୀ ସାଥୀ ସମୀକ୍ଷା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ଏକ ସ୍ମରଣିକା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପିକା ସାୟେଦା ଫୌଜିୟା ମାନୋୱାର, ରଶ୍ମି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା 'ଝରାପତ୍ରର ଲୁହ' ଶୀର୍ଷକ ନାଟକ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Celebration of 150 Years of Vande Mataram @MSCBU

 

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଯାଇଛି । ୧୮୭୫ ମସିହା ନଭେମ୍ବର ୭ ତାରିଖରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଗୀତଟି ତାଙ୍କରି ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ ହୋଇଥିଲା । ଏହାର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ୍, ଛାତ୍ରଛାତ୍ରୀ ମାନେ ସମୂହ 'ବନ୍ଦେ ମାତରମ୍‌' ଗାନ କରିଥିଲେ । ଏହି କାର୍ଯକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ 'ବନ୍ଦେ ମାତରମ୍‌' ଭଳି ଏକ କାଳଜୟୀ ଗୀତ ସମସ୍ତଙ୍କ ମନରେ ଦେଶପ୍ରେମ ଉଦ୍‌ବୁଦ୍ଧ କରିବାରେ ସହାୟକ ହୋଇଛି ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଓ ଚିତ୍ରାଙ୍କନ  ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।  କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଡ. ମୋନାଲି ଗୋସ୍ୱାମୀ, ଡ. ଶାନ୍ତିସ୍ଵରୂପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଶିଶିର ବେହେରା, ଡ. ଯତୀନ୍ଦ୍ର ନାଥ ବେଶ୍ରା, ଡ. ଭୁବନେଶ୍ୱର ଶବର ପ୍ରମୁଖ ପରିଚାଳନା କରିଥିଲେ ।

Lecture Series on “From Roots to Relevance: Integrating Indian Knowledge System (IKS) into Course Curriculum Design and Implementation in Higher Education System” and 2nd Academia-Industry Interface Meet 2025 @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଏକ ବତ୍କୃତା ଶୃଙ୍ଖଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ ଏବଂ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ଦୁଇଟି କାର୍ଯ୍ୟକ୍ରମର ମିଳିତ ଉଦ୍‌ଘାଟନୀ ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ର ମାର୍ଗଦର୍ଶନରେ ବିଭିନ୍ନ ଶିଳ୍ପ ସହ ବିଶ୍ୱବିଦ୍ୟାଳୟର ସହଭାଗିତା, ବୌଦ୍ଧିକ ସମ୍ପଦ ଅଧିକାର ବିକାଶ, ଏହାର ବ୍ୟବସାୟୀକରଣ ଓ ଶିଳ୍ପାନୁଷ୍ଠାନକୁ ଏହାର ପ୍ରଯୁକ୍ତି ହସ୍ତାନ୍ତର ଉପରେ ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧ ପରିକର ବୋଲି ମତପ୍ରକାଶ କରିଥିଲେ । ଏଦଦ୍‌ବ୍ୟତୀତ ଭାରତୀୟ ଜ୍ଞାନ ପ୍ରଣାଳୀକୁ ବିଶ୍ୱବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମରେ ସାମିଲ୍‌ କରିବା ଏକ ଆହ୍ୱାନପୂର୍ଣ୍ଣ କିନ୍ତୁ ସୁଦୂରପ୍ରସାରୀ କାର୍ଯ୍ୟ ବୋଲି କହିବା ସହ ସେ ଦିଗରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଚେଷ୍ଟିତ ହେବାକୁ ଆହ୍ୱାନ କରିଥିଲେ । ନର୍ଥ ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ନୋକ୍ସି) ବାଲେଶ୍ୱରର ସଭାପତି ଶ୍ରୀ ପି. କେ. ଡାଭେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ଯୁଗରେ ଶିଳ୍ପର ଆବଶ୍ୟକତା ପ୍ରତି ସେକେଣ୍ଡରେ ବଦଳିବାରେ ଲାଗିଛି, ଉଦୀୟମାନ ଭାରତରେ ସମ୍ବଳର ଅଭାବ ନାହିଁ, ଅଭାବ ଅଛି କେବଳ ପ୍ରେରଣାର, ଛାତ୍ରଛାତ୍ରୀଙ୍କୁ ଏହି ପରିବର୍ତ୍ତିତ ପରିସ୍ଥିତିକୁ ସାମ୍‌ନା କରିବାକୁ ହେଲେ ନିଜ ଭିତରେ ସ୍ପଷ୍ଟତା ରହିବା ଆବଶ୍ୟକ । ଆମେ ଏକ ସୀମିତ କ୍ଷେତ୍ରରେ ଅଛୁ ଏବଂ ଆମକୁ ନିଜ ପାଇଁ ସ୍ଥାନ ତିଆରି କରିବାକୁ ପଡିବ । ପ୍ରତିଭା ଶିକ୍ଷା ଏବଂ ଦକ୍ଷତା ଅପେକ୍ଷା ମନୋଭାବ ଏବଂ ଆଗ୍ରହ ଥିଲେ ସଫଳତା ନିଶ୍ଚୟ ଆସିବ ବୋଲି ସେ କହିଥିଲେ । ବେଲଗାଭୀସ୍ଥିତ ଆଇ.ସି.ଏମ୍‌.ଆର୍‌ ରାଷ୍ଟ୍ରୀୟ ପାରମ୍ପରିକ ଚିକିତ୍ସାବିଜ୍ଞାନ ସଂସ୍ଥାନର ପୂର୍ବତନ ପ୍ରତିଷ୍ଠାତା ତଥା ବୈଜ୍ଞାନିକ ପ୍ରଫେସର ଦେବପ୍ରସାଦ ଚଟ୍ଟୋପାଧ୍ୟାୟ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟରେ କିଭଳି ସହଭାଗିତା ହୋଇପାରିବ ସେ ଦିଗରେ ଆଲୋକପାତ କରିବା ସହ ଭାରତୀୟ ଜ୍ଞାନ ପ୍ରଣାଳୀ ଉପରେ ଏକ ସୁଦୀର୍ଘ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କର କ୍ୟାରିଅର୍ ସୁଯୋଗ ବଢ଼ାଇବା ସାହାଯ୍ୟ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଆବାହକ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯକ୍ରମ ପରିଚାଳନାରେ ଡ. ପ୍ରତାପ କୁମାର ଜେନା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ପ୍ରିୟରଞ୍ଜନ ଦେବତା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ସୀତାରାମ ଦାସ, ଡ. ଜନ୍ମେଞ୍ଜୟ ନାୟକ, ଡ. ଶୁଭାନୀ ରଥ, ଡ. ଗାର୍ଗୀ ମହାନ୍ତି, ସାୟେଦା ଫୌଜିୟା ମାନୋୱାର, ରଶ୍ମି ପ୍ରଧାନ ପ୍ରମୁଖ ସହଯୋଗ କରୁଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ  ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶରେ ଇମ୍‌ଜେନେକ୍‌ସ ଇଣ୍ଡିଆର ସନ୍ତୋଷ ମହାନ୍ତି, ଡ. ଏସ୍‌. ସିଂ, ସାପିଜେନ୍‌ସ ବାୟୋଲୋଜିକ୍‌ସର ଡ. ରଜତ ମହାପାତ୍ର, ବାୟୋସାଇନ୍‌ସେସ୍‌ ଫରିଦାବାଦର ଡ. ଅଭିନବ ଏସ୍‌ ଝା, ଏଫ୍‌ଏସ୍‌ଏସ୍‌ଏଆଇ କୋଲକାତାର ଶ୍ରୀ ନୀଳମଣି ବିଶ୍ୱାଳ, କମ୍ପ୍ୟୁଟେସନାଲ ବାୟୋଲଜି ବିଶାରଦ ଡ. ଆଶୁତୋଷ କୁମାର ପାଣ୍ଡେ, ସୋଆର ପ୍ରଫେସର ଏଚ୍‌.ଏନ୍‌.ଥାଟୋଇ, ଡ. ରାଜୀବ କୁମାର, ବାୟୋସାଇ ହେଲ୍‌ଥ୍‌କେୟାରର କନିଷ୍କ ଖରବନ୍ଦା, ଆଇଏଲ୍‌ଏସ୍‌ ଭୁବନେଶ୍ୱରର ଡ. ଅମରେଶ ପଣ୍ଡା, ଡ. ନିବେଦିତା ଜେନା, ନାନ୍ଦି ଫାଉଣ୍ଡେସନ କୋଲକାତାର ଦେବନାଥ ବରାଳ, ସୁଙ୍ଗୀଲ ଇଣ୍ଡିଆ ରିସାଇକ୍ଲିଙ୍ଗ୍‌ ଆନ୍ଧ୍ର ପ୍ରଦେଶର ଡ. ଦେବରାଜ ମିଶ୍ର, ଓମ୍‌ଜିନ୍‌ ଲାଇଫ୍‌ ସାଇନ୍ସ ଗୁଜରାଟର ଶ୍ରୀ ବିଶ୍ୱନାଥ ବିଜୟ ଥୋମ୍ରେ, ଲାଉରସ୍‌ ଲାବ୍‌ର ଡ. ଶୁଭକାନ୍ତ ଧଳ, ଭୁବନେଶ୍ୱର ମନ୍ତ୍ରା ଉଦ୍ୟୋଗର ଯୋଗେଶ୍ୱର ପ୍ରଭାକର ମହାନ୍ତ, ଇଣ୍ଡିଆନ ଇମ୍ୟୁନୋଲଜିକାଲ୍‌ସର ଡ. ପି. ପଟ୍ଟନାୟକ, ସୁଦ୍‌ ବେଭେରେଜସର ଡ. ଏସ୍‌.ଏସ୍‌. ମହାନ୍ତି, ଆଇ.ସି.ଏମ.ଆର୍‌ ଭୁବନେଶ୍ୱରର ଡ. ଚିତ୍ତରଞ୍ଜନ ସାହୁ, ଫେଡେରସନ ଅଫ ଇଣ୍ଡିଆନ ଏକ୍ସ୍‌ପୋର୍ଟ୍ ଅର୍ଗାନାଇଜେସନର କମଳାକାନ୍ତ ସାହୁ, ଡକ୍ଟର ରେଡି ଲାବ୍‌ର ଡ. ସବ୍ୟସାଚୀ ସ୍ୱାଇଁ, ବ୍ରହ୍ମପୁର ରେଡ଼ିଓଲୋଜି କ୍ୟୁଏ ଲାବ୍‌ର ଶ୍ରୀ ରାଜେନ୍ଦ୍ର କୁମାର ମିଶ୍ର, କିନ୍‌ଟକ୍‌ସ ବାୟୋଟେକ ବେଙ୍ଗାଲୁରୁର ଡ. ଅଭିପ୍‌ସା ମିଶ୍ର ଓ ଭେଲ୍ୟୁଲାବ୍‌ସ୍‌ ହାଇଦରାବାଦର ସୁରଜିତ ଗନ୍ତାୟତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି @ ସେହିଭଳି ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଏକ ବତ୍କୃତା ଶୃଙ୍ଖଳା ରମାଦେବୀ ମହାବିଦ୍ୟାଳୟର ପ୍ରଫେସର ଏସ୍‌.କେ. ଦିଗଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ୟୁ. ଜେନା, ଆଇଆଇଟି ଖଡଗପୁରର ଡ. ଆର୍‌ ଚୋପ୍ରା, ପଦ୍ମଶ୍ରୀ ପୁରସ୍କାରପ୍ରାଫ ଡ. ଦମୟନ୍ତୀ ବେଶ୍ରା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ଗୁରୁଘାସିଦାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶ୍ୱିନୀ କୁମାର ଦିକ୍ଷୀତ ଓ ପ୍ରଫେସର ନବୀନ କୁମାର ବିଶ୍ୱଶର୍ମା, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଯାଦବପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ସିହ୍ନା, ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସର ପ୍ରଫେସର ଦିବ୍ୟେନ୍ଦୁ ମାଇତି, ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ରବିନାରାୟଣ ମିଶ୍ର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ବି.ଏନ୍‌ ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର ବିଶ୍ୱାଳ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁମୋହନ ଦାଶ, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ. ପ୍ରଦୀପ କୁମାର ପରିଡ଼ା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡ. ସଦାନନ୍ଦ ନାୟକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର କଲ୍ୟାଣ ଘଡ଼େଇ ଓ ଶ୍ରେୟାଂଶ କୁମାର ଜୈନ ପ୍ରମୁଖ ବତ୍କୃତା ଦେବାର କାର୍ଯ୍ୟକ୍ରମ ରହିଛି ।

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...