Celebration of 150 Years of Vande Mataram @MSCBU

 

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଯାଇଛି । ୧୮୭୫ ମସିହା ନଭେମ୍ବର ୭ ତାରିଖରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଗୀତଟି ତାଙ୍କରି ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ ହୋଇଥିଲା । ଏହାର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ୍, ଛାତ୍ରଛାତ୍ରୀ ମାନେ ସମୂହ 'ବନ୍ଦେ ମାତରମ୍‌' ଗାନ କରିଥିଲେ । ଏହି କାର୍ଯକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ 'ବନ୍ଦେ ମାତରମ୍‌' ଭଳି ଏକ କାଳଜୟୀ ଗୀତ ସମସ୍ତଙ୍କ ମନରେ ଦେଶପ୍ରେମ ଉଦ୍‌ବୁଦ୍ଧ କରିବାରେ ସହାୟକ ହୋଇଛି ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଓ ଚିତ୍ରାଙ୍କନ  ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।  କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଡ. ମୋନାଲି ଗୋସ୍ୱାମୀ, ଡ. ଶାନ୍ତିସ୍ଵରୂପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଶିଶିର ବେହେରା, ଡ. ଯତୀନ୍ଦ୍ର ନାଥ ବେଶ୍ରା, ଡ. ଭୁବନେଶ୍ୱର ଶବର ପ୍ରମୁଖ ପରିଚାଳନା କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...