Lecture Series on “From Roots to Relevance: Integrating Indian Knowledge System (IKS) into Course Curriculum Design and Implementation in Higher Education System” and 2nd Academia-Industry Interface Meet 2025 @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଏକ ବତ୍କୃତା ଶୃଙ୍ଖଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ ଏବଂ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ଦୁଇଟି କାର୍ଯ୍ୟକ୍ରମର ମିଳିତ ଉଦ୍‌ଘାଟନୀ ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ର ମାର୍ଗଦର୍ଶନରେ ବିଭିନ୍ନ ଶିଳ୍ପ ସହ ବିଶ୍ୱବିଦ୍ୟାଳୟର ସହଭାଗିତା, ବୌଦ୍ଧିକ ସମ୍ପଦ ଅଧିକାର ବିକାଶ, ଏହାର ବ୍ୟବସାୟୀକରଣ ଓ ଶିଳ୍ପାନୁଷ୍ଠାନକୁ ଏହାର ପ୍ରଯୁକ୍ତି ହସ୍ତାନ୍ତର ଉପରେ ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧ ପରିକର ବୋଲି ମତପ୍ରକାଶ କରିଥିଲେ । ଏଦଦ୍‌ବ୍ୟତୀତ ଭାରତୀୟ ଜ୍ଞାନ ପ୍ରଣାଳୀକୁ ବିଶ୍ୱବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମରେ ସାମିଲ୍‌ କରିବା ଏକ ଆହ୍ୱାନପୂର୍ଣ୍ଣ କିନ୍ତୁ ସୁଦୂରପ୍ରସାରୀ କାର୍ଯ୍ୟ ବୋଲି କହିବା ସହ ସେ ଦିଗରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଚେଷ୍ଟିତ ହେବାକୁ ଆହ୍ୱାନ କରିଥିଲେ । ନର୍ଥ ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ନୋକ୍ସି) ବାଲେଶ୍ୱରର ସଭାପତି ଶ୍ରୀ ପି. କେ. ଡାଭେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ଯୁଗରେ ଶିଳ୍ପର ଆବଶ୍ୟକତା ପ୍ରତି ସେକେଣ୍ଡରେ ବଦଳିବାରେ ଲାଗିଛି, ଉଦୀୟମାନ ଭାରତରେ ସମ୍ବଳର ଅଭାବ ନାହିଁ, ଅଭାବ ଅଛି କେବଳ ପ୍ରେରଣାର, ଛାତ୍ରଛାତ୍ରୀଙ୍କୁ ଏହି ପରିବର୍ତ୍ତିତ ପରିସ୍ଥିତିକୁ ସାମ୍‌ନା କରିବାକୁ ହେଲେ ନିଜ ଭିତରେ ସ୍ପଷ୍ଟତା ରହିବା ଆବଶ୍ୟକ । ଆମେ ଏକ ସୀମିତ କ୍ଷେତ୍ରରେ ଅଛୁ ଏବଂ ଆମକୁ ନିଜ ପାଇଁ ସ୍ଥାନ ତିଆରି କରିବାକୁ ପଡିବ । ପ୍ରତିଭା ଶିକ୍ଷା ଏବଂ ଦକ୍ଷତା ଅପେକ୍ଷା ମନୋଭାବ ଏବଂ ଆଗ୍ରହ ଥିଲେ ସଫଳତା ନିଶ୍ଚୟ ଆସିବ ବୋଲି ସେ କହିଥିଲେ । ବେଲଗାଭୀସ୍ଥିତ ଆଇ.ସି.ଏମ୍‌.ଆର୍‌ ରାଷ୍ଟ୍ରୀୟ ପାରମ୍ପରିକ ଚିକିତ୍ସାବିଜ୍ଞାନ ସଂସ୍ଥାନର ପୂର୍ବତନ ପ୍ରତିଷ୍ଠାତା ତଥା ବୈଜ୍ଞାନିକ ପ୍ରଫେସର ଦେବପ୍ରସାଦ ଚଟ୍ଟୋପାଧ୍ୟାୟ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟରେ କିଭଳି ସହଭାଗିତା ହୋଇପାରିବ ସେ ଦିଗରେ ଆଲୋକପାତ କରିବା ସହ ଭାରତୀୟ ଜ୍ଞାନ ପ୍ରଣାଳୀ ଉପରେ ଏକ ସୁଦୀର୍ଘ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କର କ୍ୟାରିଅର୍ ସୁଯୋଗ ବଢ଼ାଇବା ସାହାଯ୍ୟ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଆବାହକ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯକ୍ରମ ପରିଚାଳନାରେ ଡ. ପ୍ରତାପ କୁମାର ଜେନା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ପ୍ରିୟରଞ୍ଜନ ଦେବତା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ସୀତାରାମ ଦାସ, ଡ. ଜନ୍ମେଞ୍ଜୟ ନାୟକ, ଡ. ଶୁଭାନୀ ରଥ, ଡ. ଗାର୍ଗୀ ମହାନ୍ତି, ସାୟେଦା ଫୌଜିୟା ମାନୋୱାର, ରଶ୍ମି ପ୍ରଧାନ ପ୍ରମୁଖ ସହଯୋଗ କରୁଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ  ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶରେ ଇମ୍‌ଜେନେକ୍‌ସ ଇଣ୍ଡିଆର ସନ୍ତୋଷ ମହାନ୍ତି, ଡ. ଏସ୍‌. ସିଂ, ସାପିଜେନ୍‌ସ ବାୟୋଲୋଜିକ୍‌ସର ଡ. ରଜତ ମହାପାତ୍ର, ବାୟୋସାଇନ୍‌ସେସ୍‌ ଫରିଦାବାଦର ଡ. ଅଭିନବ ଏସ୍‌ ଝା, ଏଫ୍‌ଏସ୍‌ଏସ୍‌ଏଆଇ କୋଲକାତାର ଶ୍ରୀ ନୀଳମଣି ବିଶ୍ୱାଳ, କମ୍ପ୍ୟୁଟେସନାଲ ବାୟୋଲଜି ବିଶାରଦ ଡ. ଆଶୁତୋଷ କୁମାର ପାଣ୍ଡେ, ସୋଆର ପ୍ରଫେସର ଏଚ୍‌.ଏନ୍‌.ଥାଟୋଇ, ଡ. ରାଜୀବ କୁମାର, ବାୟୋସାଇ ହେଲ୍‌ଥ୍‌କେୟାରର କନିଷ୍କ ଖରବନ୍ଦା, ଆଇଏଲ୍‌ଏସ୍‌ ଭୁବନେଶ୍ୱରର ଡ. ଅମରେଶ ପଣ୍ଡା, ଡ. ନିବେଦିତା ଜେନା, ନାନ୍ଦି ଫାଉଣ୍ଡେସନ କୋଲକାତାର ଦେବନାଥ ବରାଳ, ସୁଙ୍ଗୀଲ ଇଣ୍ଡିଆ ରିସାଇକ୍ଲିଙ୍ଗ୍‌ ଆନ୍ଧ୍ର ପ୍ରଦେଶର ଡ. ଦେବରାଜ ମିଶ୍ର, ଓମ୍‌ଜିନ୍‌ ଲାଇଫ୍‌ ସାଇନ୍ସ ଗୁଜରାଟର ଶ୍ରୀ ବିଶ୍ୱନାଥ ବିଜୟ ଥୋମ୍ରେ, ଲାଉରସ୍‌ ଲାବ୍‌ର ଡ. ଶୁଭକାନ୍ତ ଧଳ, ଭୁବନେଶ୍ୱର ମନ୍ତ୍ରା ଉଦ୍ୟୋଗର ଯୋଗେଶ୍ୱର ପ୍ରଭାକର ମହାନ୍ତ, ଇଣ୍ଡିଆନ ଇମ୍ୟୁନୋଲଜିକାଲ୍‌ସର ଡ. ପି. ପଟ୍ଟନାୟକ, ସୁଦ୍‌ ବେଭେରେଜସର ଡ. ଏସ୍‌.ଏସ୍‌. ମହାନ୍ତି, ଆଇ.ସି.ଏମ.ଆର୍‌ ଭୁବନେଶ୍ୱରର ଡ. ଚିତ୍ତରଞ୍ଜନ ସାହୁ, ଫେଡେରସନ ଅଫ ଇଣ୍ଡିଆନ ଏକ୍ସ୍‌ପୋର୍ଟ୍ ଅର୍ଗାନାଇଜେସନର କମଳାକାନ୍ତ ସାହୁ, ଡକ୍ଟର ରେଡି ଲାବ୍‌ର ଡ. ସବ୍ୟସାଚୀ ସ୍ୱାଇଁ, ବ୍ରହ୍ମପୁର ରେଡ଼ିଓଲୋଜି କ୍ୟୁଏ ଲାବ୍‌ର ଶ୍ରୀ ରାଜେନ୍ଦ୍ର କୁମାର ମିଶ୍ର, କିନ୍‌ଟକ୍‌ସ ବାୟୋଟେକ ବେଙ୍ଗାଲୁରୁର ଡ. ଅଭିପ୍‌ସା ମିଶ୍ର ଓ ଭେଲ୍ୟୁଲାବ୍‌ସ୍‌ ହାଇଦରାବାଦର ସୁରଜିତ ଗନ୍ତାୟତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି @ ସେହିଭଳି ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଏକ ବତ୍କୃତା ଶୃଙ୍ଖଳା ରମାଦେବୀ ମହାବିଦ୍ୟାଳୟର ପ୍ରଫେସର ଏସ୍‌.କେ. ଦିଗଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ୟୁ. ଜେନା, ଆଇଆଇଟି ଖଡଗପୁରର ଡ. ଆର୍‌ ଚୋପ୍ରା, ପଦ୍ମଶ୍ରୀ ପୁରସ୍କାରପ୍ରାଫ ଡ. ଦମୟନ୍ତୀ ବେଶ୍ରା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ଗୁରୁଘାସିଦାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶ୍ୱିନୀ କୁମାର ଦିକ୍ଷୀତ ଓ ପ୍ରଫେସର ନବୀନ କୁମାର ବିଶ୍ୱଶର୍ମା, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଯାଦବପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ସିହ୍ନା, ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସର ପ୍ରଫେସର ଦିବ୍ୟେନ୍ଦୁ ମାଇତି, ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ରବିନାରାୟଣ ମିଶ୍ର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ବି.ଏନ୍‌ ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର ବିଶ୍ୱାଳ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁମୋହନ ଦାଶ, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ. ପ୍ରଦୀପ କୁମାର ପରିଡ଼ା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡ. ସଦାନନ୍ଦ ନାୟକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର କଲ୍ୟାଣ ଘଡ଼େଇ ଓ ଶ୍ରେୟାଂଶ କୁମାର ଜୈନ ପ୍ରମୁଖ ବତ୍କୃତା ଦେବାର କାର୍ଯ୍ୟକ୍ରମ ରହିଛି ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...