Celebration of NSS Day @MSCBU
Jhumar Workshop and Inauguration of Indoor Stadium and Gym @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ଓଡ଼ିଶା ଝୁମର ଏକାଡ଼େମୀର ମିଳିତ ସହଯୋଗରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଝୁମର କର୍ମଶାଳା’ର ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଝୁମର ସଂପର୍କରେ ବକ୍ତବ୍ୟ ରଖିବା ସହିତ ବାରିପଦାର ବହୁବିଧ ବିକାଶ ପାଇଁ ଆପଣାର ସହଯୋଗ ଘୋଷଣା କରିଥିଲେ । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ କେନ୍ଦ୍ରମନ୍ତ୍ରୀଙ୍କୁ ଅଭ୍ୟର୍ଥନା ଜଣାଇବା ସହିତ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଆଭାଷୀ ମାଧ୍ୟମରେ ବିଶ୍ବବିଦ୍ୟାଳୟର ନବନିର୍ମିତ ଇନ୍ଡୋର ଷ୍ଟାଡିୟମ ଏବଂ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ । କୁଳପତି ପ୍ରଫେସର ଶତପଥୀ ତାଙ୍କ ସ୍ବାଗତ ଭାଷଣରେ ବିଶ୍ବବିଦ୍ୟାଳୟର ଗରିମାର ପରିଚୟ ଦେବା ସହିତ ବିଶ୍ଵବିଦ୍ୟାଳୟରେ ସ୍ବୟଂବିତ୍ତିୟ ଭାବେ ଚାଲୁ ରହିଥିବା ୯ଗୋଟି ବିଭାଗକୁ ନିୟମିତ କରିବାଲାଗି ନିବେଦନ କରିଥିଲେ । ଏଥିସହିତ ବିଶ୍ବବିଦ୍ୟାଳୟରେ ଆଦିବାସୀ ଗବେଷଣା ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା, ଶିମିଳିପାଳ ଜୈବ ବିବିଧତା ସଂରକ୍ଷଣ ଏବଂ ଜୈବମଣ୍ଡଳ ବିକାଶ ପାଇଁ ଉନ୍ନତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହିତ ବିଶ୍ବବିଦ୍ୟାଳୟରେ ୨୦୧୬ ମସିହାରୁ ଓଡ଼ିଶା ସରକାରଙ୍କ ଅନୁଦାନରେ ପ୍ରତିଷ୍ଠିତ ମାନବସମ୍ବଳ ବିକାଶ କେନ୍ଦ୍ରକୁ ୟୁଜିସି ଅନ୍ତର୍ଗତ ମାଲବ୍ୟ ମିସନ ଶିକ୍ଷକ ତାଲିମ କେନ୍ଦ୍ରର ମାନ୍ୟତା ଦେବାପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ସାଂସଦ,ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଜାତୀୟ ସ୍ମାରକୀ ପ୍ରାଧିକରଣର ସମ୍ମାନନୀୟ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବଶା ବିଶ୍ବବିଦ୍ୟାଳୟର ବିକାଶ ସହିତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ ବାରିପଦାରେ ଝୁମର ଗବେଷଣା ପ୍ରତିଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଥିଲେ । ଉକ୍ତ ଉତ୍ସବରେ ଅତିଥିଭାବରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ଆୟୋଜିତ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବଡ଼ସାହି ବିଧାୟକ ସନାତନ ବିଜୁଳି ମହୋଦୟ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଓଡ଼ିଶା ଝୁମର ଏକାଡ଼େମୀର ସଭାପତି ଶ୍ରୀଯୁକ୍ତ ଅବନୀ ମହାନ୍ତ, ଉପ-ସଭାପତି ଶ୍ରୀ ରାକେଶ ସିଂହ, ସଂପାଦକ ଶ୍ରୀ ବସନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ ।
Malaria Survillance Programme @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ୧୫-ଦିନିଆ ମ୍ୟାଲେରିଆ ନିରୀକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଭାଗ ଓ ବାରିପଦା ପିଆରଏମ ମେଡିକାଲ କଲେଜର ମଲ୍ଟିଡିସିପ୍ଲିନାରୀ ୟୁନିଟର ମିଳିତ ସହଯୋଗରେ ଏହି ନିରୀକ୍ଷଣ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ଉଦ୍ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଜନସ୍ୱାସ୍ଥ୍ୟ ଏବଂ ସମାଜ କଲ୍ୟାଣ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜାତୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର ଐତିହାସିକ ଗୁରୁତ୍ୱ ଓ ସମଗ୍ର ଭାରତରେ ମ୍ୟାଲେରିଆ ମାମଲା ହ୍ରାସ କରିବା ଉପରେ ଏହାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡ଼ାମାଝୀ ମ୍ୟାଲେରିଆର ପ୍ରସାର ନିୟନ୍ତ୍ରଣରେ ନିରୀକ୍ଷଣର ଗୁରୁତ୍ୱାରୋପ କରିବା ସହ ପ୍ରାରମ୍ଭିକ ଚିହ୍ନଟ ହିଁ ପ୍ରଭାବଶାଳୀ ଚିକିତ୍ସା ଏବଂ ପୁନଃସଂକ୍ରମଣକୁ ରୋକିବାର ଚାବିକାଠି ବୋଲି କହିଥିଲେ । ସେ କ୍ୟାମ୍ପସରେ ଜ୍ୱର କିମ୍ବା ସନ୍ଦେହଜନକ ମ୍ୟାଲେରିଆ ଲକ୍ଷଣ ଅନୁଭବ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ ସମୟରେ ପରୀକ୍ଷା କରିବାକୁ ଅନୁରୋଧ କରି କହିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ସୁକାନ୍ତ କୁମାର ନାୟକ ଏପରି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହାର ପ୍ରଭାବକୁ ରୋକିବା ପାଇଁ ମ୍ୟାଲେରିଆ ସଂକ୍ରମଣ ଋତୁରେ ପ୍ରତିବର୍ଷ ସମାନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସୁପାରିଶ କରିଥିଲେ । ବିଭାଗୀୟ ପ୍ରଫେସର ବିଶ୍ୱଜିତ ରଥ ନିଜ ବକ୍ତବ୍ୟରେ ପ୍ରତିରୋଧ ଚିକିତ୍ସା ଅପେକ୍ଷା ଭଲ ବୋଲି କହିବା ସହ ବିଶ୍ୱବିଦ୍ୟାଳୟର ଏହି ପ୍ରୟାସ ଜାତୀୟ ଜନସ୍ୱାସ୍ଥ୍ୟ ଏଜେଣ୍ଡାରେ ଯୋଗଦାନ ଦେଇ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ସମୟୋଚିତ ହସ୍ତକ୍ଷେପ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ । ସର୍ବାଧିକ ପ୍ରସାରଣ ଋତୁରେ ବିଶ୍ୱବିଦ୍ୟାଳୟ ପରିସରରେ ମ୍ୟାଲେରିଆ ଚିହ୍ନଟ ଏବଂ ନିରୀକ୍ଷଣ ନିମନ୍ତେ ଏହି ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଆଗାମୀ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ଘାତନୀ କାର୍ଯ୍ୟକ୍ରମରେ ପ୍ରଫେସର ପୁଷ୍ପାଞ୍ଜଳି ପରିଡା, ପ୍ରଫେସର ପ୍ରଭଞ୍ଜନ ମଲ୍ଲୈକ, ଡ. ସନ୍ତୋଷ କୁମାର ସାହୁ, ଡ. ଶୁଭେନ୍ଦୁ ଶତପଥୀ ଏବଂ ଡ. ସ୍ୱରୂପାନନ୍ଦ ବିଷୟୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଉତ୍ସାହୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Literary Seminar at Dept. of Odia, MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପକ୍ଷରୁ ଏକ ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶିଷ୍ଟ କବି, ସମାଲୋଚକ ଡକ୍ଟର ଦିଲୀପ କୁମାର ସ୍ୱାଇଁ 'ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କବିତା' ସଂପର୍କରେ ନିଜର ସୁଦୀର୍ଘ ବକ୍ତବ୍ୟ ରଖିଥିଲେ । ଡକ୍ଟର ସ୍ୱାଇଁ ସ୍ବାଧୀନତା ପରବର୍ତ୍ତୀ କବିତାକୁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବା ସହିତ ଆଧୁନିକ ଯୁଗକୁ ଆଧୁନିକ ଚେତନା ଭାବରେ ଅଭିହିତ କରିଥିଲେ । ଓଡ଼ିଆ କବିତା କିପରି ସ୍ଥିତିବାଦୀ ଚେତନାରୁ ବିକେନ୍ଦ୍ରୀକରଣ ହୋଇ ଉତ୍ତର ଆଧୁନିକ କବିତା ବେଳକୁ ମାଟି ମନସ୍କ ହୋଇଛି, ସେ ସଂପର୍କରେ ଆଲୋଚନା କରିଥିଲେ । ସଂଯୋଜକ ତଥା ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅନ୍ୟତମ ବକ୍ତା ଭାବରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ଖୋର୍ଦ୍ଧାର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରଭାତ କୁମାର ସାହୁ କବିତାର ଗତି ଓ ପ୍ରକୃତି ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଭାଗର ସହକାରୀ ପ୍ରଫେସର ବିଚିତ୍ରନାଥ ସାହୁ, ଅଧ୍ୟାପକ ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତ ଯୋଗଦେବା ସହିତ ମୟୂରଭଞ୍ଜ ସାହିତ୍ୟ ପରିଷଦର ପ୍ରାକ୍ତନ ସଂପାଦକ ଆଶିଷ କୁମାର ବଶା, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବାଲେଶ୍ଵରସ୍ଥ ଡକ୍ଟର ଭରତ ଚନ୍ଦ୍ର ଦାଶ, ଆଞ୍ଚଳିକ ମହାବିଦ୍ୟାଳୟ, ଗଡ଼ିଆର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ରାଜେନ୍ଦ୍ର ସାମଲ ଯୋଗଦାନ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ସ୍ବରୂପାନନ୍ଦ ବିଷୟୀ ଉପସ୍ଥିତ ରହି ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଯୋଗଦେଇ ଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଶେଷରେ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Outreach Programme on Awareness and Importance of GATE Examination
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...