ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଗେଟ୍ ପରୀକ୍ଷା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍ ଓ ଆଇ.ଆଇ.ଟି. ଖଡଗପୁର ଜୋନାଲ୍ ଅଫିସ୍ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଟି. ଖଡଗପୁରର ପ୍ରଫେସର ଅଜୟ ସିଦ୍ପାରା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଗେଟ୍ ପରୀକ୍ଷାର ପ୍ରକିୟା, ପରୀକ୍ଷା ପଦ୍ଧତି ଓ ସର୍ବୋପରି ଗେଟ୍ ପରୀକ୍ଷାର ଫଳାଫଳ ବା ଗେଟ୍ ସ୍କୋର୍ର ଉପକାରିତା ସମ୍ପର୍କରେ ଦୀର୍ଘ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଫେସର ସିଦ୍ପାରା ଗେଟ୍ ସ୍କୋର ଦ୍ୱାରା କେବଳ ବିଭିନ୍ନ ଶ୍ରେଷ୍ଠ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ନୁହେଁ ବରଂ ବିଭିନ୍ନ ନିଯୁକ୍ତି, ଫେଲୋସିପ, ସ୍କଲାରଶିପ୍, ବାହାର ଦେଶରେ ଉଚ୍ଚଶିକ୍ଷାର ସୁଯୋଗ ରହିଛି, ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୈବପ୍ରଯୁକ୍ତି ବିଭାଗର ପ୍ରଫେସର ବିଶ୍ୱଜିତ ରଥ ଏବଂ ଗବେଷଣା ଓ ବିକାଶ ସେଲ୍ର ସଦସ୍ୟ ଡ. ସ୍ୱରୁପାନନ୍ଦ ବିଷୟୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଦ୍ଭୁତପୂର୍ବ ଉତ୍ସାହ ସହ ପ୍ରାୟ ୩୫୦ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
No comments:
Post a Comment