Hands-on Training on Management Skills @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ପଞ୍ଚ ଦିବସୀୟ ବ୍ୟକ୍ତିଗତ ପ୍ରଶିକ୍ଷଣ କାର୍ଯକ୍ରମ ଉଦ୍‌ଘାଟିତ ହୋଇଯାଇଛି । "ବ୍ୟବସାୟ ପରିଚାଳନା ଦକ୍ଷତା" ଶୀର୍ଷକ ଏହି ବ୍ୟକ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଆଜିର ଗତିଶୀଳ ଯୁଗରେ ବ୍ୟବସାୟ ପ୍ରଶାସନରେ କେବଳ ଶ୍ରେଣୀଶିକ୍ଷା ନୁହେଁ ବରଂ ବ୍ୟବହାରିକ ଦକ୍ଷତାର ଯଥେଷ୍ଟ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଶିଳ୍ପ-ଶିକ୍ଷା ସହଯୋଗର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଭାବେ ଟ୍ରାଇଡେଣ୍ଟ ଏକାଡେମୀର ପ୍ରଫେସର ପ୍ରଭାତ କୁମାର ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ପ୍ରଯୁକ୍ତିବିଦ୍ୟା ଏବଂ ନୈତିକ ଶାସନର ସମନ୍ୱିତକରଣ ଉପରେ ଜୋର୍‌ ଦେଇଥିଲେ । ଭାଇଜାକ୍‌ ଷ୍ଟିଲ୍‌ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ. କିଶୋର ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଳ୍ପାନୁଷ୍ଠାନରେ ବିଭିନ୍ନ କୌଶଳର ପ୍ରୟୋଗ କିପରି ଦିନକୁ ଦିନ ବଦଳିବାରେ ଲାଗିଛି ଏବଂ ନିଯୁକ୍ତିଦାତାମାନେ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ କେଉଁ ସବୁ ଗୁଣର ସନ୍ଧାନ କରୁଛନ୍ତି ସେ ବିଷୟରେ ଏକ ସାରଗର୍ଭକ ଅଭିଭାଷଣ ଦେଇଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ସଂଯୋଜକ ତଥା ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଋ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନ୍‌ଏମ୍‌ଆଇଟି ବିଜିନେସ୍‌ ସ୍କୁଲ୍‌ର ପ୍ରଫେସର ସୁଦୀପ ଘୋଷ, ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ୍‌ କ୍ୟାପ୍‌ଟେନ ସଞ୍ଜୀବ ମହାପାତ୍ର, ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍‌.କେ. ଦିଗଲ, ଏନ୍‌ଆଇଟି ରାଉରକେଲାର ପ୍ରଫେସର ଚନ୍ଦନ କୁମାର ସାହୁ, ଫାଷ୍ଟଟ୍ରାକ୍‌ କନ୍‌ସଲ୍‌ଟାଣ୍ଟ୍‌ର ନିର୍ଦ୍ଦେଶକ ପି. କେ. ପାରିମାଣିକ, କର୍ପୋରେଟ୍ ପ୍ରଶିକ୍ଷକ ସି.ଏମ୍‌.ଏ. ପି.କେ. ସାହୁ, ଗୋଲାପ ଗ୍ରୁପ୍‌ ଅଫ୍‌ ଏଜୁକେସନର ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାସ, ଅର୍‌ମାସ ମୟୂରଭଞ୍ଜର ଡେପୁଟି ସିଇଓ ମିସ୍‌ ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...