Road Saftety Awareness @MSCBU

 



ସ୍ଥାନୀୟ ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଚେୟାରମେନ ପ୍ରଫେସର ହେମନ୍ତ କୁମାର ସାହୁ, ଏବଂ କୁଳସଚିବ ସୁମିତା ସିଂ ଙ୍କ ମାର୍ଗଦର୍ଶନରେ ଜାତୀୟ ସେବା ଯୋଜନାର ବ୍ୟୁରୋ ଆନୁକୁଲ୍ୟରେ ଆଜି ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ବାସିନ୍ଦାଙ୍କୁ ସୁବିଧାରେ ଭାଷାରେ ବୁଝାଇବା ନିମନ୍ତେ ଓଡିଆ, ଇଂରାଜୀ, ହିନ୍ଦୀ ଏବଂ ସାନ୍ତାଳୀ ଭାଷାରେ ପ୍ଲାକାର୍ଡ୍‌ କରାଯାଇଥିଲା । ଏହି ଅବସରରେ ସ୍ୱେଚ୍ଛାସେବୀ ମାନଙ୍କର ଏକ ରାଲି ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ତକତପୁର ଛକ ନିକଟରେ ଶେଷ ହୋଇଥିଲା । ସ୍ୱେଚ୍ଛାସେବୀ ମାନେ ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଳୋଗାନ ସହିତ ଏହି ରାଲି ଟିକୁ ଆଗେଇ ନେଇଥିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ, ଏମସିଏମ କଲେଜ, ଶ୍ରୀମା ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟ ରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ସ୍ୱେଚ୍ଛାସେବୀ ମାନେ ତକତପୁର ଛକ ନିକଟରେ ହେଲମେଟ ପିନ୍ଧିଥିବା ଗାଡ଼ି ଚାଳକ ମାନଙ୍କୁ ତଥା ସିଟବେଲ୍ଟ ବ୍ୟବହାର କରୁଥିବା ଗାଡି ଚାଳକ ମାନଙ୍କୁ ଚକୋଲେଟ୍ ବିତରଣ କରିବା ସହ ଯେଉଁ ଚାଳକ ମାନେ ହେଲମେଟ ପିନ୍ଧି ନ ଥିଲେ କିମ୍ବା ସିଟବେଲ୍ଟ ବ୍ୟବହାର କରି ନଥିଲେ ସେମାନଙ୍କୁ ଅଟକାଇ ସଡ଼କ ଦୁର୍ଘଟଣା ଜନିତ କ୍ଷତି ସମ୍ପର୍କରେ ବୁଝାଇଥିଲେ ଏବଂ ପରବର୍ତ୍ତୀ ସମୟରେ ହେଲମେଟ ଏବଂ ସିଟବେଲ୍ଟ ଲଗାଇ ଯାନବାହାନ ଚଳାଇବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ମୋଟର ଯାନ ଯାଞ୍ଚ ନିରୀକ୍ଷକ (ଏମ.ଭି.ଆଇ) ଶାଲଖୁ ମୁର୍ମୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମସ୍ତଙ୍କୁ ଟ୍ରାଫିକ ନିୟମ, ସଂକେତ ଓ ସଡ଼କ ସୁରକ୍ଷା ବିଷୟରେ ସଚେତନତା କରିଥିଲେ । ଏଥିରେ ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ଯୋଗଦେଇ ସଡ଼କ ସୁରକ୍ଷା ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ ଏବଂ ପରିବାର ଲୋକ, ସାଙ୍ଗସାଥି ତଥା ସହପାଠୀ ଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଅନାମ ଚରଣ ରାଉଳ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରିୟବ୍ରତ ବେହେରା, ଏମସିଏମ କଲେଜର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମୀରା ସେନାପତି, ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ସହଯୋଗୀ ସହାୟକ ଅଧିକାରୀ ଅଜୟ କୁମାର ବଳ, ଦେବେନ୍ଦ୍ର କୁମାର ପତି, ରାମଚନ୍ଦ୍ର ବାସ୍କେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁପ୍ରିୟା ହାଁସଦା ପରିଚାଳନା କରିଥିଲେ ଏବଂ ଶେଷରେ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଯମୁନା ମାଝୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...