Workshop on The Fundamental Research Approaches of Social Science for Academic Inquiry @MSCBU

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବ ଏବଂ ଜନଜାତି ଅଧ୍ୟୟନ ବିଭାଗ ପକ୍ଷରୁଶିକ୍ଷାମୂଳକ ଅନୁସନ୍ଧାନ ପାଇଁ ସାମାଜିକ ବିଜ୍ଞାନର ମୌଳିକ ଗବେଷଣା ପ୍ରବୃତ୍ତିଶୀର୍ଷକ କାର୍ଯ୍ୟଶାଳା ରୁ ୧୩ ଡିସେମ୍ବର ୨୦୨୫ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ତପଥୀ ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳାଟି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ପ୍ରାୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଖ୍ୟାତ ବ୍ୟକ୍ତିତ୍ୱମାନେ ଯୋଗଦେଇଥିଲେ। ଉଦ୍ଘାଟନୀ ଅଧିବେଶନରେ କୋଲକାତା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ନୃତତ୍ତ୍ବବିତ୍ ପ୍ରଫେସର ଅରୁପ ରତନ ବନ୍ଦୋପାଧ୍ୟାୟ ପ୍ରଧାନ ଅତିଥି ଭାବେ ଏବଂ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଡ଼ଃ ଜ୍ୟୋତି ରତନ ଘୋଷ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହାର ଶୋଭା ବୃଦ୍ଧି କରିଥିଲେ। ପାଞ୍ଚ ଦିନର ଏହି କର୍ମଶାଳାରେ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ପ୍ରଫେସର ବି.ଭି. ଶର୍ମା, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ - ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର, ଭୁବନେଶ୍ୱର, ରେଭେନ୍ସସା ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର, ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ ଷ୍ଟିଚ୍ୟୁଟ ଗିରିଡିହ, କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ କୋରାପୁଟ, ସ୍ୱାମୀ ବିବେକାନନ୍ଦ ବିଶ୍ୱବିଦ୍ୟାଳୟ କୋଲକାତା ପରି ପ୍ରତିଷ୍ଠିତ ସଂସ୍ଥାନର ଗଣ୍ୟମାନ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ସଂଲଗ୍ନ କଲେଜ୍ମାନଙ୍କର ସ୍ନାତକୋତ୍ତର ଛାତ୍ରଛାତ୍ରୀ ଗବେଷକମାନେ ମଧ୍ୟ ଏହି କର୍ମଶାଳାରେ ଯୋଗଦେଇଥିଲେ। ସମାପନୀ ସମାରୋହକୁ ଜାତୀୟ ସ୍ମାରକ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବାସା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୋଭା ବୃଦ୍ଧି କରିଥିଲେ। ଏହି କର୍ମଶାଳାର ଆୟୋଜକ ଥିଲେ ନୃତତ୍ତ୍ବ ବିଭାଗର ମୁଖ୍ୟ ଏବଂ ପ୍ରସିଦ୍ଧ ନୃତତ୍ତ୍ବବିତ୍ ଡ଼ଃ ମୋନାଲି ଗୋସ୍ୱାମୀ। ବିଭାଗର ଅନ୍ୟାନ୍ୟ ପ୍ରସିଦ୍ଧ ଅଧ୍ୟାପକମାନେ, ଡ଼. ବସନ୍ତ କେ. ମୋହନ୍ତା, ଡ଼. ପ୍ରିୟଙ୍କା ଦାସ, ଡ଼. ଭୁବନେଶ୍ୱର ସାବର ଓ ଶ୍ରୀ ସୁଭଜିତ ସେନ୍, ସହ-ସଂଯୋଜକ ଭାବରେ ସହଯୋଗ କରିଥିଲେ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...