Seminar on the Birth anniversary celebration of Maharaja Sriram Chandra Bhanja Deo

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳନ ସମାରୋହ ସହିତ 'ମହାରାଜାଙ୍କ ମହାନୁଭବତା' ଶୀର୍ଷକ ଏକ ଆଲୋଚନାଚକ୍ର  ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉତ୍ତରଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଗୁଣଗାନ କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର କିପରି ଜଣେ ପ୍ରଜାବତ୍ସଳ ରାଜା ଭାବରେ ଖ୍ୟାତି ଅର୍ଜନ କରିଥିଲେ,ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସମ୍ଭକାର ପ୍ରଫେସର ଅଭିରାମ ବିଶ୍ଵାଳ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନାଲେଖ୍ୟ ଉପସ୍ଥାପନା କରିବା ସହିତ ଶ୍ରୀରାମଚନ୍ଦ୍ରଙ୍କୁ ଜଣେ ଦୂରଦୃଷ୍ଟିସଂପନ୍ନ ବହୁଦିଗ୍‌ଦର୍ଶୀ ସଫଳ ରାଜା ଭାବରେ ନିଜ ଅଭିଭାଷଣରେ ଉପସ୍ଥାପନ କରିଥିଲେ ।ମହାରାଜା ଶ୍ରୀରାମଚନ୍ଦ୍ର ମୟୂରଭଞ୍ଜରେ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ, ଜଳସେଚନ , ସ୍ୱାୟତ୍ତ ଶାସନବ୍ୟବସ୍ଥା, ସୁଦୃଢ଼ ବିଚାର ବ୍ୟବସ୍ଥା , ପୋଲିସ ବ୍ୟବସ୍ଥା , ଭାଷା ସାହିତ୍ୟର ବିକାଶ ଦିଗରେ  ବହୁ କାଳଜୟୀ କାର୍ଯ୍ୟ କରିଯାଇଛନ୍ତି l କଟକରେ ମହାରାଜା ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା , ଶ୍ରୀରାମଚନ୍ଦ୍ର ଭବନର ପ୍ରତିଷ୍ଠା , ରେଭେନ୍ସା ମହାବିଦ୍ୟାଳୟର ସୁରକ୍ଷା ଓ ବିକାଶ ତାଙ୍କ କୀର୍ତ୍ତିରାଜିକୁ ଅମ୍ଳାନ କରି ରଖିଛି ବୋଲି ସେ କହିଥିଲେ l ବିଶ୍ଵବିଦ୍ୟାଳୟ  ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ନିଜସ୍ଵ ବକ୍ତବ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ମହନୀୟତା ବର୍ଣ୍ଣନା କରିଥିଲେ ।  ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ପରିଷଦର ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଭାରପ୍ରାପ୍ତ କୁଳସଚିବ ବିଶ୍ଵବିଦ୍ୟାଳୟ ପରିକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ଶାନ୍ତିସ୍ବରୂପ ବଶା ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।


No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...