ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ପିଜି ୟୁନିଟ୍ ଦ୍ୱାରା ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ "ଜିଲ୍ଲା ସ୍ତରୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫" ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଏନ୍ଏସ୍ଏସ୍ ଭଳି କାର୍ଯ୍ୟକ୍ରମ ଛାତ୍ରମାନଙ୍କୁ ସମାଜ ପ୍ରତି ଦାୟିତ୍ୱବାନ୍ କରି ଦେଶ ଗଠନରେ ସହାୟକ ହେଉଛି ଏବଂ ଏହି ପ୍ରଶିକ୍ଷଣ ସେମାନଙ୍କୁ ଆଗାମୀ ଦିନରେ ନେତୃତ୍ୱ ନେବାକୁ ଗଢ଼ି ତୋଳିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଡିଏଫ୍ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ପରିବେଶ ସଂରକ୍ଷଣରେ ଯୁବକମାନଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଡିପିଓ ଡକ୍ଟର ଅନମ ଚରଣ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଆର୍.କେ. ସିଂହ କହିଥିଲେ ଯେ ଯୁବକମାନେ ଦେଶର ଭବିଷ୍ୟତ ଏବଂ ଏନ୍ଏସ୍ଏସ୍ ସେମାନଙ୍କୁ ସଚେତନ ନାଗରିକ ଭାବେ ଗଢ଼ି ତୋଳୁଛି । ଏସ୍ଏନ୍ଓ ଡକ୍ଟର ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ସରକାରଙ୍କ ଯୁବ ନୀତି ଅନୁଯାୟୀ ଏହି ପ୍ରଶିକ୍ଷଣ ଯୁବକମାନଙ୍କୁ ସଶକ୍ତ କରିବ । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କ୍ୟାମ୍ପସ୍ରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ପ୍ରଥମ ଦିବସର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡକ୍ଟର ଶୁଭେନ୍ଦୁ କୁମାର ଶତପଥି ଯୁବକଙ୍କ ସମାଜ ବିକାଶରେ ଭୂମିକା ବିଷୟରେ କହିଥିଲେ, ମଧୁସୂଦନ ଦାସ ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ଦିଲ୍ଲୀପ ଭୋଇ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଦେଇଥିଲେ । ଦ୍ୱିତୀୟ ଦିବସରେ ଡକ୍ଟର ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ଯୋଗ ଓ ଶ୍ରମଦାନ ପରେ ସାଲ୍ଖ୍ ମୁର୍ମୁ ରାସ୍ତା ସୁରକ୍ଷା, ଡକ୍ଟର ଯତୀନ୍ଦ୍ର ନାଥ ବେଶ୍ରା ନେତୃତ୍ୱ, ଡକ୍ଟର ବସନ୍ତ ମହାନ୍ତ ଆଦିବାସୀ ସଂସ୍କୃତି ସଂରକ୍ଷଣ, ଡକ୍ଟର ଅନମ ଚରଣ ରାଉଳ ସ୍ୱେଚ୍ଛାସେବାର ମହତ୍ତ୍ୱ, ଶ୍ରୀମତୀ ଉଷା ଶତପଥୀ ନୈତିକ ନେତୃତ୍ୱ, ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଡିଜିଟାଲ୍ ସାକ୍ଷରତା ଏବଂ ଡକ୍ଟର ସୀତାରାମ ଦାସ ଉଦ୍ୟୋଗୀତା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ ଓ ବିତର୍କ ପ୍ରତିଯୋଗିତା ହୋଇଥିଲା । ତୃତୀୟ ଦିବସରେ ଯୋଗ, କ୍ୟାମ୍ପସ୍ ପରିଷ୍କାର ଓ ବୃକ୍ଷରୋପଣ ପରେ ପ୍ରକାଶ କୁମାର ବାରିକ ଶିଶୁ ଅଧିକାର, ବିଶ୍ୱନାଥ ମୁଣ୍ଡା ଅଗ୍ନି ସୁରକ୍ଷା, ପ୍ରଶାନ୍ତ କୁମାର ନାୟକ ବିପର୍ଯ୍ୟୟ ପରିଚାଳନା ଏବଂ ସବିତା ମାଝୀ ଅପରାଧ ନିବାରଣ ଓ ସାଇବର୍ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ରିଲ୍ସ୍ ନିର୍ମାଣ, କ୍ୱିଜ୍ ଓ ଚିତ୍ରକଳା ପ୍ରତିଯୋଗିତା ହୋଇଥିଲା । "ମାଇ ପ୍ଲାନ୍ ଫର୍ କ୍ୟାମ୍ପସ୍ ଭଲ୍ୟୁଣ୍ଟିଅର୍ସ" କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ନିଜ ନିଜ କ୍ୟାମ୍ପସ୍ରେ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିଥିଲେ । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସବ୍କଲେକ୍ଟର ଡକ୍ଟର ଦୟାସିନ୍ଧୁ ପରିଡ଼ା ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମ ନେତୃତ୍ୱ ବିକାଶ, ସାମାଜିକ ସଚେତନତା ଓ ଦକ୍ଷତା ବୃଦ୍ଧିରେ ଅତ୍ୟନ୍ତ ସଫଳ ହୋଇଥିଲା ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...
No comments:
Post a Comment