ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସଂହତି ଶିବିର-୨୦୨୬ ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ବ୍ୟୁରୋ ଏବଂ ଏନ୍ଏସ୍ଏସ୍ ରିଜିଓନାଲ୍ ଡିରେକ୍ଟୋରେଟ୍, ଭୁବନେଶ୍ୱର ଦ୍ୱାରା ଫେବ୍ରୁଆରୀ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରର ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିଲେ ଓ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି ଏକ ଜାତୀୟ ସ୍ତରର ଶିବିର ଆୟୋଜନ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ବାଛିଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଏହାର ସଫଳ ରୂପାୟନ ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି କହିଥିଲେ । ଛାତ୍ରଛାତ୍ରୀଙ୍କୁ ନୈତିକ ମୂଲ୍ୟବୋଧ ପ୍ରତି ସଜାଗ ରହି ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ସେ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଥିଲେ ଯେ ଏହି ଶିବିର ଭାରତର ବିବିଧତା ମଧ୍ୟରେ ଏକତାର ସନ୍ଦେଶ ଦେଇଛି ଏବଂ ଯୁବକ ଯୁବତୀ ମାନେ ଦେଶର ଏକତା ଓ ସମୃଦ୍ଧି ପାଇଁ ସକ୍ରିୟ ଭୂମିକା ନେବେ ଓ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୟୂରଭଞ୍ଜର ମହାରାଣୀ ଶ୍ରୀମତି ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ କହିଥିଲେ ଯେ ଏହି ଶିବିର ଯୁବକ ଯୁବତୀ ମାନଙ୍କୁ ଭାରତର ସାଂସ୍କୃତିକ ବିବିଧତାର ସୌନ୍ଦର୍ଯ୍ୟ ଦେଖାଇବ ଏବଂ ମୟୂରଭଞ୍ଜର ଐତିହ୍ୟ ଓ ପରମ୍ପରାକୁ ସମଗ୍ର ଦେଶରେ ପ୍ରଚାର କରିବାରେ ସହାୟକ ହେବ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ବିଜେତା ଶ୍ରୀ ଚରଣ ହେମ୍ବ୍ରମ୍ ସାନ୍ତାଳୀ ଭାଷାରେ ନିଜର ବକ୍ତବ୍ୟ ଦେଇ ସମସ୍ତଙ୍କୁ ଆକର୍ଷିତ କରିବା ସହ ଦେଶମାତୃକାରେ ସେବାରେ ବ୍ରତୀ ହେବା ପାଇଁ ପ୍ରେରଣା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ କହିଥିଲେ ଯେ ଏହି ଶିବିର ଭାରତର ବିବିଧତାକୁ ଏକତ୍ର କରି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଜାତୀୟ ଏକତାର ଭାବନା ଜାଗ୍ରତ କରିଛି ଓ ଏକ ଭାରତ ଶ୍ରେଷ୍ଠ ଭାରତ ଗଠନ ଦିଗରେ ସହାୟକ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ଜାତୀୟ ସଂହତିର ବିକଳ୍ପ ନାହିଁ ଏବଂ ଆମକୁ ସମସ୍ତ ଆଞ୍ଚଳିକ ଭେଦଭାବକୁ ଭୂଲି ଏ ଦିଗରେ ଯତ୍ନବାନ୍ ହେବାକୁ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ନିହାର ରଞ୍ଜନ ଦାସ ମୟୂରଭଞ୍ଜଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଟିତ ରଘୁନାଥ ମୁର୍ମୁଙ୍କ ମାଟି ବୋଲି କହିବା ସହ ଆମ ଭାଷା ଆମର ଗର୍ବ ବୋଲି କହିଥିଲେ ଏବଂ ଶିବିରାର୍ଥୀଙ୍କୁ ମା ଓ ମାଟି ନିମନ୍ତେ କାର୍ଯ୍ୟକରିବା ପାଇଁ ଆହ୍ୱାନ କରିଥିଲେ । ଏନଏସଏସ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଓ ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ଅନାମ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧ୍ୟାପିକା ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଶିବିରର ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ୧୫ଟି ରାଜ୍ୟରୁ ୨୧୧ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ସହ ମୟୂରଭଞ୍ଜର ୩୯୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରୁଅଛନ୍ତି । ଏହି ସାତ ଦିନିଆ ଶିବିରରେ ଅଂଶଗ୍ରହଣକାରୀମାନେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ଗସ୍ତ କରିବା ସହ ଭାରତର ସବୁଠାରୁ ସ୍ୱଚ୍ଛ ଗ୍ରାମ ଭାବରେ ଜଣାଶୁଣା ପ୍ରସିଦ୍ଧ, ସ୍ୱଚ୍ଛ ଏବଂ ସ୍ଥାୟୀ ଆଦିବାସୀ ଗ୍ରାମ ବୋବେଇଜୋଡା ପରିଦର୍ଶନ କରିବେ ଏବଂ ବିଭିନ୍ନ ପ୍ରତିଯୋଗିତା, ବାରିପଦା ସହରରେ ଏକ ସାଂସ୍କୃତିକ ରାଲି, ବିଭିନ୍ନ ସଚେତନତା ସମ୍ବନ୍ଧୀୟ ବୈଷୟିକ ଅଧିବେଶନରେ ଯୋଗ ଦେବେ । ପ୍ରତ୍ୟେକ ଦିନ ଅଂଶଗ୍ରହଣକାରୀ ଦଳଗୁଡ଼ିକ ଦ୍ୱାରା ବିବିଧତା ମଧ୍ୟରେ ଏକତା ପ୍ରଦର୍ଶନ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
All-India Mundari Writers' Conference was held at the conference hall of Maharaja Sriram Chandra Bhanja Deo University on 25 September...
No comments:
Post a Comment