ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ଵାରା “ଉଚ୍ଚଶିକ୍ଷା ଅନୁଷ୍ଠାନରେ ଯୌନ ନିର୍ଯାତନାର ନିବାରଣ” ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ, ଗବେଷକ ଗବେଷିକା ତଥା ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଭାରେ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସଙ୍ଗୀତ ଗାନ କରିଥିଲେ ଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରି ବିଶ୍ୱବିଦ୍ୟାଳୟ କିପରି ତାର ପରିସର ମଧ୍ୟରେ ଛାତ୍ର ଛାତ୍ରୀ ତଥା ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଇଛନ୍ତି ସେସମ୍ବନ୍ଧରେ ନିଜସ୍ବ ବକ୍ତବ୍ୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାମାଜିକ ତଥା ସ୍ୱୀକୃତିପ୍ରାପ୍ତ ପୋସ ପ୍ରଶିକ୍ଷିକା ନମ୍ରତା ଚଢା ମୁଖ୍ୟ ବକ୍ତାରୂପେ ଯୋଗଦାନ କରି ସାମ୍ପ୍ରତିକସ୍ଥିତିରେ ମହିଳାମାନଙ୍କ ଉପରେ ଘଟୁଥିବା ନିର୍ଯାତନା ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ବାରିପଦା ଓକିଲ ସଂଘର ସଭ୍ୟା ତଥା ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ସୁଜାତା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନାରୀମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାର ଦଣ୍ଡବିଧି ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବାରିପଦାର ଓକିଲ ସଂଘର ପ୍ରାକ୍ତନ ସଭାପତି ବିଭୁପ୍ରସାଦ ଦାସ ଯୋଗଦାନକରି ଶିକ୍ଷାଅନୁଷ୍ଠାନମାନଙ୍କ ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ପ୍ରତି କିପରି ସଚେତନ ରହିବେ ସେ ସମ୍ବନ୍ଧରେ ଅଲୋଚନା କରିଥିଲେ । ଅନ୍ୟତମ ଅତିଥି ଆଲୋଚିକା ଓଡ଼ିଶା ରାଜ୍ୟ ମହିଳା କମିଶନର ପ୍ରାକ୍ତନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଯୋଗଦାନ କରି ମହିଳାମାନେ ନିଜପ୍ରତି ହେଉଥିବା ଅତ୍ୟାଚାର ସମ୍ବନ୍ଧରେ ମୁହଁ ଖୋଲିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଆବାହିକା ପ୍ରଫେସର ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ପ୍ରାରମ୍ଭ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଆଇସିସିର ମୁଖ୍ୟ ଲକ୍ଷ୍ୟ ଯାହା ଶିକ୍ଷାନୁଷ୍ଠାନରେ ମହିଳାମାନଙ୍କୁ ଲିଙ୍ଗଗତ ଅତ୍ୟାଚାରରୁ ସୁରକ୍ଷା ଦେବା, ଅଭିଯୋଗକୁ ନ୍ୟାୟସଙ୍ଗତ ଭାବେ ତଦନ୍ତ କରିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ପରିବେଶ ନିର୍ମାଣ କରିବା ଉପରେ ଆଲୋକପାତ କରିଥିଲେ । ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ତଥା କାର୍ଯ୍ୟକାରୀ ସମ୍ପାଦକ ଡକ୍ଟର ପ୍ରିୟରଞ୍ଜନ ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ତଥା ସହକାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ବିଷ୍ଣୁପ୍ରିୟା ହାଁସଦାଃ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକର୍ମର ଦ୍ବିତୀୟ ଅଧିବେଶନକୁ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ସୁସ୍ମିତା କର ଏବଂ କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଏମ. ହିମାବିନ୍ଦୁ ଅଧ୍ୟକ୍ଷତା କରିଥିଲେ। ସହକାରୀ ରେଜିଷ୍ଟ୍ରାର ଶ୍ରୀ ସଞ୍ଜୀବ ତନ୍ତୀ, ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟ, ଭଗବତୀ ପଣ୍ଡା, ଶୁଭାକାଂଖିନୀ ତ୍ରିପାଠୀ, ସବିତା ବାରିକ, ଓ ସୁଭେନ୍ଦୁ ମିଶ୍ର ସହାୟତା କରିଥିଲେ।
No comments:
Post a Comment