Seminar on “Role of Educational Institutions in the Process of Human Development and Nation Building” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖାର ମିଳିତ ସହଯୋଗରେ “ମଣିଷ ତିଆରି ଓ ଦେଶ ନିର୍ମାଣ ପ୍ରକ୍ରିୟାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ କେବଳ ବୃତ୍ତିମୂଳକ ଜ୍ଞାନ ନୁହେଁ, ବରଂ ନୈତିକ ମୂଲ୍ୟବୋଧ, ଦେଶପ୍ରେମ ଏବଂ ସମାଜ ସେବାର ଭାବନା ସହିତ ଗଢ଼ି ତୋଳିବା ଦ୍ୱାରା ଜାତି ଗଠନରେ ସହାୟକ ହେବା ପାଇଁ ଉଦ୍ଦିଷ୍ଟ ଓ ବିଶ୍ୱବିଦ୍ୟାଳୟ ଏହି ଦିଗରେ ସର୍ବଦା ପ୍ରତିବଦ୍ଧ ରହିବ ବୋଲି କହିଥିଲେ । ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ୍ ଭାନୁଦାସ ଧାକ୍ରାସ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଅନୁସାରେ ମନୁଷ୍ୟ ଗଠନ ହିଁ ପ୍ରକୃତ ଶିକ୍ଷା ବୋଲି କହିବା ସହ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ଜ୍ଞାନ ଦାନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଏବଂ ଜାତୀୟ ଚେତନା ଜାଗ୍ରତ କରି ଦେଶ ଗଠନରେ ମୂଳ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖାର ନଗର ପ୍ରମୁଖ ଶ୍ରୀ ଶିବ ଶଙ୍କର ଗିରି ଓଁକାର ଏବଂ ଶାନ୍ତି ମନ୍ତ୍ର ଆବୃତ୍ତି କରିଥିଲେ ଓ ନଗର ସଞ୍ଚାଳକ ଶ୍ରୀ ସନ୍ଦୀପ କୁମାର ଚାନ୍ଦ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନରେ ଆଦର୍ଶ ହୋଇ ଜାତିର ଭବିଷ୍ୟତ ଗଢ଼ିବାରେ ମୂଖ୍ୟ ଭୂମିକା ଗ୍ରହଣ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରପେସର ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
All-India Mundari Writers' Conference was held at the conference hall of Maharaja Sriram Chandra Bhanja Deo University on 25 September...
No comments:
Post a Comment