Seminar and Competitions organized by MSCBU in the sidelines of World Odia Language Conference 2024

 







ବାରିପଦା ୨୯/୦୧: ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଘାଟିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୁମିକାକୁ ସ୍ମରଣ କରିବା ସହ କେବଳ ମାତୃଭାଷାରେ ଶିକ୍ଷାଲାଭ କରି ନିଜ ନିଜ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସଫଳ ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେଲେ ଓଡ଼ିଆ ଭାଷାକୁ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅବିଛେଦ୍ୟ ଅଂଶ ରୂପେ ଗ୍ରହଣ କରିବାକୁ ପଡ଼ିବ ଏବଂ ଗଭୀର ଉଦ୍‌ଯୋଗ କରିବାକୁ ପଡ଼ିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାର ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ଏବଂ ନବକୃଷ୍ଣ ଚୌଧୁରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଯେଉଁ ନିଷ୍ଠା ଦେଖାଇଛନ୍ତି ତାହାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।  ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱାରୋପ ଦେଶର ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ କରିବା ସହ ମାତୃଭାଷାରେ ଅଧ୍ୟୟନରେ ଯେଭଳି ଭାବଚିତ୍ରର ଉଦ୍ରେକ ହୁଏ ତାହା ଅନ୍ୟ ଭାଷାରେ ହୁଏ ନାହିଁ ବୋଲି କହିଥିଲେ । ନିଜ ବୈଦେଶିକ ଭ୍ରମଣର ଅନୁଭୂତିକୁ ପ୍ରକାଶ କରି ପ୍ରଫେସର ମିଶ୍ର ବହୁ ବିକାଶଶୀଳ ରାଷ୍ଟ୍ର କିଭଳି ମାତୃଭାଷାରେ ଶିକ୍ଷାଦାନକୁ ଅନୁସରଣ କରି ବିକାଶ ପଥରେ ଆଗେଇଚାଲିଛନ୍ତି ତାହାର ଉଦାହରଣ ରଖିଥିଲେ । ମାତୃଭାଷାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭଳି ଏକ ସୁଚିନ୍ତିତ ପଦକ୍ଷେପକୁ ସେ ଭୁୟସୀ ପ୍ରଶଂସା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କୁଳସଚିବ ଶ୍ରୀଯୁକ୍ତ ସହଦେବ ସମାଧିଆ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ ଓ କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ସ୍ୱରଚିତ ଓଡ଼ିଆ କବିତା ପାଠ, ଓଡ଼ିଆ ପ୍ରବନ୍ଧ ରଚନା, ସାଧାରଣ ଜ୍ଞାନ, ସଂଗୀତ, ଅଭିନୟ ଦକ୍ଷତା ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦୁଇଦିନରେ ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା ଆଦି ବିଷୟରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ବାରିପଦା ୩୧/୦୧: ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସାରସ୍ୱତ ଅତିଥି ଭାବେ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ମାସ ୧୦-୧୧ ତାରିଖରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା, ୧୮-୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ଆନ୍ତଃ-ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଏବଂ ଏହି ତ୍ରିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସର ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ନୂଆ ‘ଓ’ ନୋଡାଲ ଅଫିସର ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ କୁଳସଚିବ ଶ୍ରୀ ସହଦେବ ସମାଧିଆ ଅତିଥି ପରିଚୟ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ "ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ" ଶୀର୍ଷକ ଆଲୋଚନାଚକ୍ରରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂପାଦକ ମନୋଜ ଦଳବେହେରା, ବାରିପଦା ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା ଡ. ପଦ୍ମଶ୍ରୀ ଦାସ, ଶ୍ରୀରାମଚନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷା ନାରୀକବି ଅସୀମା ସାହୁ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ "ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା" ଶୀର୍ଷକ ଆଲୋଚନାଚକ୍ରରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରବଚକ ଭାଗବତ ପଣ୍ଡା ଆଲୋଚନା କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତୃତୀୟ ଦିବସର ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ "ଓଡ଼ିଆ ଭାଷା-ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା" ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ, ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ସିଂ ଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଯୋଗଦେଇଥିଲେ । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଛାତ୍ରଛାତ୍ରୀମାନଙ୍କର  ଅଭିମତ, ଅନୁଚିନ୍ତନ ଓ ପ୍ରସ୍ତାବନା ମାନ ଗ୍ରହଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ. କମଳ ଲୋଚନ ବାରିକ, ଡ. ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. କୁକୁ ମହାପାତ୍ର, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ପ୍ରିୟଙ୍କା ଦାସ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଚିତ୍ରନାଥ ସାହୁ, ରାଜକୁମାର ପାତ୍ର, ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Our students won it again at Startup Odisha Yatra 2024

Congratulations Goutam, Sukdev and Smruti, Susmita for getting Startup Odisha Yatra 2024 awards, ₹3,00,000 each...!!!

University's Millet Research found global recogntion with product commercialization by Bangalore based company

 


Bangalore based company Skearth Healthcare Pvt Ltd  is excited to announce a strategic collaboration with Asst. Professor Dr. Gargee Mohanty from the Zoology department of Maharaja Sriram Chandra Bhanja Deo University. This partnership aims to harness Dr. Mohanty's expertise in nutrition and agricultural sciences to enhance the development and refinement of millet-based nutritional products for both the Indian and International markets.

Millet, recognized for its nutritional richness, holds immense potential in promoting health and wellness. Asst. Professor Dr. Gargee Mohanty brings a wealth of knowledge in the field, making her a valuable asset to Skearth Healthcare's mission to provide innovative and sustainable dietary solutions.

Dr. Mohanty expressed enthusiasm about the collaboration, stating, "I am honored to contribute to Skearth Healthcare's commitment to improving global health through nutrition. Millets offer a diverse range of benefits, and I look forward to working closely with the team to develop products that cater to varied dietary needs."

Skearth Healthcare Pvt Ltd is confident that Dr. Gargee Mohanty's academic insights and research experience will significantly bolster their ongoing efforts in creating cutting-edge millet-based nutritional products. This collaboration aligns with the company's dedication to delivering high-quality, science-backed solutions that contribute to the well-being of individuals worldwide.

Vice Chancellor Professor Santosh Kumar Tripathy congratulated Dr. Gargee Mohanty and his students. He expressed his happiness over the fact that University has achieved this feat on Millet research in the International Year of Millet. This industry collaboration will further add momentum to the growth of the University and advancement of research activities in the University.

Workshop on 'Hands-on Introduction to MATLAB and Its Applications in Mathematics' @MSCBU


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗ ଦ୍ୱାରା ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ମ୍ୟାଟ୍‌ଲାବ୍‌ ଓ ଗଣିତରେ ଏହାର ପ୍ରୟୋଗ' ଶୀର୍ଷକ ଏହି କର୍ମଶାଳାକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଜୀବନରେ ଗଣିତର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଗଣିତର ଯୋଗ, ବିଯୋଗ, ଗୁଣନ, ହରଣ ମଧ୍ୟରେ କେବଳ ଯୋଗ ଓ ଗୁଣନ ଦ୍ୱାରା ଜୀବନର ଉତ୍ତୋରତ୍ତର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କୁ ମ୍ୟାଟ୍‌ଲାବ୍‌ର ପ୍ରାକ୍ଟିକାଲ୍‌ ଶିକ୍ଷା ଦିଆଯାଉଥିବାରୁ ସେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏନ୍‌.ଆଇ.ଟି ରାଉରକେଲା ପ୍ରଫେସର ପଙ୍କଜ କୁମାର ଶ' ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ କ୍ଷେତ୍ରରେ ଥିବା ଗଣିତକୁ ନେଇ ମ୍ୟାଟ୍‌ଲାବ୍‌ରେ ଥିବା ଅପାର ସମ୍ଭାବନା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମ୍ୟାଟ୍‌ଲାବ୍‌ର ବିଭିନ୍ନ ଟୁଲ୍‌ ସମ୍ଭନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । କର୍ମଶାଳାର ଆବାହକ ତଥା ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ସଂଯୋଜକ ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଦେଇଥିଲେ । କର୍ମଶାଳାର କାର୍ଯ୍ୟକାରୀ ସଂପାଦିକା ସହକାରୀ ପ୍ରଫେସର ଡ. ସଂଯୁକ୍ତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-କାର୍ଯ୍ୟକାରୀ ସଂପାଦକ ଲମ୍ବୋଦର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଣିତ ବିଭାଗର ସହକାରୀ ପ୍ରଫେସର ସ୍ମୃତିଲେଖା ଦାସ, କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା, ଡ. ପାର୍ଥସାରଥି ମିଶ୍ର, ଏନ୍‌.ଆଇ.ଟି ରାଉରକେଲାର ଗବେଷକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ୮୪ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, ଅଧ୍ୟାପିକା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Workshop-cum-Photography Exhibition on the occasion of 18th Pravasi Bharatiya Divas

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...