International conference on Computational Intelligence in Pattern Recognition

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'କମ୍ପ୍ୟୁଟେସନାଲ୍‌ ଇଣ୍ଟେଲିଜେନ୍‌ସ ଇନ୍‌ ପ୍ୟାଟେର୍ଣ୍ଣ ରିକୋଗ୍‌ନିସନ୍‌' ଶୀର୍ଷକ ଏକ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସି.ଆଇ.ପି.ଆର୍‌ ୨୦୨୪ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ଆମେରିକାର ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟର ପ୍ରଫେସର କେ.ସି.ସନ୍ତୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଇ.ଏସ୍‌.ଆଇ. ବେଙ୍ଗାଲୁରୁର ସହଯୋଗୀ ପ୍ରଫେସର ଡ. ସରୋଜ କୁମାର ମେହେର ସମ୍ମାନିତ ଅତିଥି ଭାବେ ଏବଂ ଆଇ.ଆଇ.ଇ.ଏସ୍‌.ଟି. ଶିବପୁରର ପ୍ରଫେସର ଡ. ଅସିତ କୁମାର ଦାସ, ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ. ହିମବିନ୍ଦୁ ପ୍ରମୁଖ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଫେସର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଜୀବନର ପ୍ରତ୍ୟେକ ମୂହୁର୍ତ୍ତରେ ଆଜି କିପରି କୁତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଦେଖିବାକୁ ମିଳୁଛି ସେ ବିଷୟରେ ଆଲୋକପାତ କରିବା ସହ ବିଶ୍ୱବିଦ୍ୟାଳୟ ଏଭଳି ଏକ ଉଚ୍ଚକୋଟୀର ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିପାରିଥିବାରୁ ସେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଅତିଥି ପ୍ରଫେସର କେ.ସି.ସନ୍ତୋଷ ଏଭଳି ଏକ ସମ୍ମିଳନୀଗୁଡ଼ିକ ପରସ୍ପର ଭିତରେ ଜ୍ଞାନ ଆଦାନ ପ୍ରଦାନରେ ସହାୟକ ହୋଇଥାଏ ବୋଲି କହିବା ସହ ଆମର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଲୁଚିରହିଥିବା ପ୍ୟାଟେର୍ଣ୍ଣ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମର ଆବାହକ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ବିଶେଷ ଭାବରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ-ଆବାହିକା ତଥା କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି ଓ ବିଭାଗୀୟ ସହକାରୀ ପ୍ରଫେସର ଡ. ପାର୍ଥସାରଥୀ ମିଶ୍ର, ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟପିକା ଏବଂ କମ୍ପ୍ୟୁଟର ବିଜ୍ଞାନ ଓ କମ୍ପ୍ୟୁଟର ପ୍ରୟୋଗ ବିଭାଗର ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଏବଂ ଏସ୍‌.ଇ.ଆର୍‌.ବି. ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶରୁ ୧୧୦ ଜଣ ଗବେଷକ ଗବେଷିକା ପଞ୍ଜୀକରଣ କରିଛନ୍ତି ଏବଂ ୯୦ ଜଣ ସେମାନଙ୍କର ଗବେଷଣାକୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।


ଏହି ସମ୍ମିଳନୀରେ ୟୁକେର ପ୍ରଫେସର ତାରିକ ଅହମଦ ରସିଦ, ଅଷ୍ଟ୍ରେଲିଆର କୁଇନ୍‌ସ୍‌ଲାଣ୍ଡ ୟୁନିଭର୍‌ସିଟି ଅଫ୍‌ ଟେକ୍ନୋଲଜିର ପ୍ରଫେସର ରିଚି ନାୟକ, ଇଟାଲୀର ଟେରାମୋ ବିଶ୍ୱବିଦ୍ୟାଳୟର ଡ. ଡାନିଲୋ ପେଲୁସି, ଆଇ.ଆଇ.ଟି. ପାଟନାରୁ ପ୍ରଫେସର ମହେଶ କୁମାର ଏଚ.କୋଲେକର, ଆଇ.ଆଇ.ଟି. ଖଡ଼ଗପୁରର ଡ. ଦେବାଶିଷ ସାମନ୍ତ, ଆଇ.ଆଇ.ଟି. ଭୁବନେଶ୍ୱରର ଡ. ଦେବୀପ୍ରସାଦ ଡୋଗ୍ରା, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ନାରୁଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜିର ଡ. ସୌମେନ ବାନାର୍ଜୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଡ. ଅଶାନ୍ତ ରଞ୍ଜନ ରାଉତରାୟ, ଏନ୍‌.ଆଇ.ଟି ରାୟପୁରର ଡ. ସତ୍ୟ ପ୍ରକାଶ ସାହୁ ଓ ଡ. ଶୁଭେନ୍ଦୁ ରୂପ, ଆଇ.ଆଇ.ଇ.ଏସ୍‌.ଟି. ଶିବପୁରର ଡ. ମଳୟ କୁଲେ, ଭିସୁଟ୍‌ ବୁର୍ଲାର ଡ. ବିଘ୍ନରାଜ ନାଏକ, ଆର୍‌.ଆଇ.ଟି ତାମିଲନାଡ଼ୁର ଡ. ଏସ୍‌ ବିମଲ, ଗିତମ୍‌ ବିଶାଖାପାଟଣାର ଡ. ସୁରେଶ କୁମାର ପ୍ରେମଦା, ସୋଆ ବିଶ୍ୱବିଦ୍ୟାଳୟର ଡ. ମନୋହର ମିଶ୍ର, ସି.ଭି.ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡ. ରାମ ବାରିକ, ଆଲ୍‌ହା ବିଶ୍ୱବିଦ୍ୟାଳୟ କଲିକତାର ଡ. ସୌଭିକ ସେନଗୁପ୍ତ, ୟୁ.ଇ.ଏମ୍‌ କଲିକତାର ଶ୍ରୀ ଶଙ୍ଖଦୀପ ଚାଟାର୍ଜୀ ଏବଂ ଏନ୍‌.ଆଇ.ଟି. ରାଉରକେଲାର ଡ. ପଙ୍କଜ ସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକାଦଶତମ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଓ ମୟୂରଭଞ୍ଜ ସାହିତ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍‌ଦର୍ଶନ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ମୟୂରଭଞ୍ଜ ସାହିତ୍ୟ ପରିଷଦର ଉପସଭାପତି ସୁଶ୍ରୀ କାବେରୀ ମିଶ୍ର, ଯୁଗ୍ମ ସମ୍ପାଦିକା ବାସନ୍ତୀଲତା ମହାପାତ୍ର ଓ କୋଷାଧ୍ୟକ୍ଷ ସମରେନ୍ଦ୍ର ବସା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସହ-ସଂପାଦକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‌ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । "ଗୌରବମୟ ଆମ ଓଡ଼ିଆ ଭାଷା" ଶୀର୍ଷକ ଏକ ଆଲୋଚନାଚକ୍ରରେ ବକ୍ତାଗଣ ଆଲୋଚନା କରିଥିଲେ । ଏହି ଅବସରରେ "ଋତୁରାଜ ବସନ୍ତ" ଭାବକୁ ନେଇ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଏବଂ ବାରିପଦା ସହରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ଆଗତ କବି/କବୟତ୍ରୀ ମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ କରାଯାଇଥିଲା । ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିବା କବି ମାନେ ହେଲେ ଅଜିତ କୁମାର କବାଟ, ଜୟନ୍ତ କୁମାର ଦ୍ୱାରୀ, ସତୀଶଚନ୍ଦ୍ର ବେହେରା, ବୀଣାପାଣି ପଣ୍ଡା, ନରସିଂହ ବାରିକ, ବନମାଳୀ ପାତ୍ର, ଜ୍ୟୋତ୍ସ୍ନାରାଣୀ ତିଆଡ଼ି, ମୋନାଲିସା ମହାପାତ୍ର, ଡ. ସଞ୍ଜୀବ କୁମାର ପାଣିଗ୍ରାହୀ, ମୋନିକା ପଣ୍ଡା, ଅଜୟ କୁମାର ପାଳ, ସୁଧାମୟୀ ଦାସ, ଭାଗବତ ପଣ୍ଡା, ମିତାରାଣୀ ସାହୁ, ନିରୁପମା ମହାନ୍ତ, ଡ. ଗାୟତ୍ରୀ ଦେ, ଭାସ୍ୱତୀ ପଣ୍ଡା ଓ ଡ. ଶଶିଧର ବିଶ୍ୱାଳ । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ଏବଂ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ ଓ ଶେଷରେ ତୁହି ମା ଜନମ ଭୂମି ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Academia-Industry Interface Meet @MSCBU

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି ସମାବେଶ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସରସ୍ୱତୀର ପ୍ରତୀକ ଓ ଶିଳ୍ପାନୁଷ୍ଠାନ ଲକ୍ଷ୍ମୀର ପ୍ରତୀକ ବୋଲି ସୂଚାଇବା ସହ ଲକ୍ଷ୍ମୀ ଓ ସରସ୍ୱତୀ ଦୁଇ ସଉତୁଣୀ ନ ହୋଇ ଦୁଇ ଭଉଣୀ ହୋଇ ସହାବସ୍ଥାନ କଲେ ଦେଶର ପ୍ରଗତି ସମ୍ଭବ ବୋଲି ମତପ୍ରକାଶ କରିବା ସହିତ ବିଭିନ୍ନ ଶିଳ୍ପ ସହ ବିଶ୍ୱବିଦ୍ୟାଳୟର ସହଭାଗିତା ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧ ପରିକର ବୋଲି ମତପ୍ରକାଶ କରିଥିଲେ ।  ନର୍ଥ ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ନୋକ୍ସି) ବାଲେଶ୍ୱରର ସଭାପତି ଶ୍ରୀ ପି. କେ. ଡାଭେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଦୃଢ଼ ଉତ୍ସାହ ଓ ମନୋଭାବ ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ବୋଲି କହିବା ସହ ବିଶ୍ୱବିଦ୍ୟାଳୟରେ ଏକ ଶିଳ୍ପ ଓ ଶିକ୍ଷାୟତନ କମିଟି ଗଠନ ପୂର୍ବକ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟରେ କିଭଳି ସହଭାଗିତା ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଜାତୀୟ ଅନୁସନ୍ଧାନ ବିକାଶ ନିଗମର ବରିଷ୍ଠ ଆଞ୍ଚଳିକ ପରିଚାଳକ ତଥା ମୁଖ୍ୟ ଡ. ବିଜୟ କୁମାର ସାହୁ ନିଜ ବକ୍ତବ୍ୟରେ ଜାତୀୟ ଅନୁସନ୍ଧାନ ବିକାଶ ନିଗମର କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିବା ସହ ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ସମ୍ପଦ ଅଧିକାର ବିକାଶ, ଏହାର ବ୍ୟବସାୟୀକରଣ ଓ ଶିଳ୍ପାନୁଷ୍ଠାନକୁ ଏହାର ପ୍ରଯୁକ୍ତି ହସ୍ତାନ୍ତର ଉପରେ ଏକ ଦୀର୍ଘ ଭାଷଣ ରଖିଥିଲେ । ଇମ୍‌ଜେନେକ୍ସର ସିଇଓ ଡ. ସୁଜୟ ସିଂହ ଆଭାଷୀ ମାଧ୍ୟମରେ ନିଜର ସାରଗର୍ଭକ ଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏବଂ ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଆଲୋଚନାଚକ୍ରର ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଂପାଦକ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ସ୍ମରଣିକାକୁ ମଞ୍ଚାସୀନ ଅତିଥିଗଣ ଲୋକାର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଆଲୋଚନାଚକ୍ରରେ ବିଭିନ୍ନ ଦୀକ୍ଷାନ୍ତ ଭାଷଣ, ପ୍ୟାନେଲ୍‌ ଆଲୋଚନାଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ଶିଳ୍ପାନୁଷ୍ଠାନ ଓ ଷ୍ଟାର୍ଟଅପ୍‌ର ୧୨ ଗୋଟି ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା । ଆର.ଜି.ଏନ୍‌.ଆଇ.ଆଇ.ପି.ଏମ୍‌, ଗ୍ଲାସ୍କୋସ୍ମିଥ୍‌କ୍ଲାଇନ୍‌, ମାଇଲାବ, ହାଲିଅନ, ଅରବିନ୍ଦ ଫାର୍ମା, ଏମଏସଏନ୍‌, ଆକ୍ୟୁରେକ୍ସ୍‌, ଇମ୍‌ଜେନେକ୍ସ, ଫିନ୍‌ରେ, ସୁଦ୍‌-ବେଭ କନ୍‌ସଲ୍‌ଟିଙ୍ଗ, ଲୁମିଏରେ,  ଆଇଏଫ୍‌ଏଫ୍‌, ଆଇସର୍ଭୟୁ, ଆଡଭେଣ୍ଟ, ମଲ୍‌ବାୟୋ, ଆଦିତ୍ୟ ବିର୍ଲା, ଏସ୍‌ଡି ବାୟୋସେନ୍ସର, ଇଣ୍ଡିଆନ ଇମ୍ୟୁନୋଲୋଜିକାଲସ୍‌, ଆଇଏମ୍‌ଏମ୍‌ଟି, ଏନ୍‌ଆର୍‌ଡିସି, ମୟୂର କେମିକାଲ୍‌ସ୍‌ ଆଦି କମ୍ପାନୀ ତଥା ଅନୁଷ୍ଠାନର ପ୍ରତିନିଧିଗଣ ଯୋଗଦାନ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...