MoU between CYSD and MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସହ ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ର (ସିୱାଇଏସ୍‌ଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହି ବୁଝାମଣାପତ୍ର ମାଧ୍ୟମରେ ବିଶ୍ବବିଦ୍ୟାଳୟର ନୃତତ୍ତ୍ଵ ବିଜ୍ଞାନ, ଜନଜାତି ଅଧ୍ୟୟନ, ସାମାଜିକ କାର୍ଯ୍ୟ ଓ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ମାଗଣା ଇଣ୍ଟର୍ନସିପ୍, କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ପାଇବା ସହ ସିୱାଇଏସ୍‌ଡି ସହ ମିଳିତ ଭାବେ ଅନୁସନ୍ଧାନ କରିପାରିବେ । ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ସହଦେବ ସମାଧିଆ ଏବଂ ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର ପରାମର୍ଶଦାତା ତଥା ପ୍ରତିଷ୍ଠାତା ଜଗଦାନନ୍ଦ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି । ନୃତତ୍ତ୍ଵ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗର ଡ. ବସନ୍ତ କୁମାର ମହନ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସମନ୍ବୟ ରଖିବାର ଦାୟିତ୍ବ ଦିଆଯାଇଛି। ଆଜିର ଏହି ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା, ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର କୋଷାଧ୍ୟକ୍ଷ ବସନ୍ତ ମହାନ୍ତି, ପ୍ରଫେସର ମିନତୀ ମଲ୍ଲିକ, ପ୍ରଫେସର କବିତା କୁମାରୀ ସାହୁ, ଡ. ବସନ୍ତ କୁମାର ମହାନ୍ତ, ଡ. ମୋନାଲି ଗୋସ୍ବାମୀ, ଡ. ପ୍ରତାପ କୁମାର ଜେନା, ଡ. ପ୍ରିୟଙ୍କା ଦାସ, ଡ. ଭୁବନେଶ୍ଵର ଶବର, ଶୁଭେନ୍ଦୁ କୁମାର ଶତପ‌ଥୀ, ସୁଜୟ କୁଣ୍ଡୁ, ମନୁ ନାୟକ, ଶୁଭଜିତ ସେନ, ପାୟଲ ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ସୁଜାତା ମହାକୁଡ଼, ବିଶ୍ବଜିତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ ସକ୍ରିୟ ନାଗରିକତା ନିର୍ମାଣ ଉପରେ ଏକ ଅତିରିକ୍ତ ବକ୍ତୃତା କାର୍ଯ୍ୟକ୍ରମରେ ଶ୍ରୀ ଜଗଦାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶାସନର ପ୍ରମୁଖ ବୈଶିଷ୍ଟ୍ୟ ଯେଉଁଥିରେ ସହଯୋଗ, ସ୍ବଚ୍ଛତା, ଉତ୍ତରଦାୟିତ୍ବ, ସାମଗ୍ରିକତା ଏବଂ ସଶକ୍ତିକରଣ ଅନ୍ତର୍ଭୁକ୍ତ ସେ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ । ସେ ଭାରତର ସମ୍ବିଧାନ, ମୌଳିକ ଅଧିକାର, ଆରଟିଆଇ, ପଞ୍ଚାୟତିରାଜ, ଗ୍ରାମସଭା, ପଞ୍ଚମ ଓ ଷଷ୍ଠ ଅନୁସୂଚିତ ଅଞ୍ଚଳ ଇତ୍ୟାଦି ବିଷୟରେ ବର୍ଣ୍ଣନା କରିଥିଲେ । ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ | ନୃତତ୍ତ୍ବ ବିଜ୍ଞାନ ଏବଂ ଜନଜାତି ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ଦେଇଥିଲେ । ସାମାଜିକ କାର୍ଯ୍ୟ ବିଭାଗର ଡ. ଶୁଭେନ୍ଦୁ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।





MSCBU NSS Volunteers' service @Rathyatra

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାରିପଦା ରଥଯାତ୍ରାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ବିଶେଷ ଷ୍ଟଲ୍‌ ମାଧ୍ୟମରେ ଗତ ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ଷ୍ଟଲ୍‌ରେ ସ୍ୱେଚ୍ଛାସେବୀମାନେ ପାନୀୟ ଜଳଯୋଗାଣ ସହ ଆପତ୍‌ କାଳରେ ଲୋକଙ୍କୁ ସହାୟତା କରୁଥିଲେ । ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍‌ଘାଟନ କରିଥିବାବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନୀ ପର୍ଯ୍ୟାୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ଅନାମ ଚରଣ ରାଉଳ, ପ୍ରଫେସର ସୁକାନ୍ତ କୁମାର ନାୟକ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଶ୍ରୀ ପ୍ରଦୀପ କୁମାର ବରାଳ ପ୍ରମୁଖ ସହଯୋଗ କରିଥିଲେ ।

27th Foundation Day Celebration @MSCBU


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସମାରୋହର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍‌ ଓ ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । 

କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ଆପଣେଇବା ସହ ପାରମ୍ପାରିକ ଜ୍ଞାନ କୌଶଳର ସୁରକ୍ଷା, ନୃତ୍ୟ, ସଙ୍ଗୀତ, ଯୋଗ, କଳା ଓ ବିଜ୍ଞାନ ଦିଗରେ ଅନୁସନ୍ଧାନ ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧପରିକର ବୋଲି କହିବା ସହ ଶିମିଳିପାଳକୁ ନେଇ ଏକ ଉତ୍କର୍ଷ କେନ୍ଦ୍ର, ଜନଜାତି ଅଧ୍ୟୟନ କେନ୍ଦ୍ର, ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ପାଇଁ ଲୁଇପାଙ୍କ ନାମରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ସୂଚନା ପ୍ରଯୁକ୍ତିବିଦ୍ୟା ଚେୟାର ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଏକ ପଛୁଆ ଜିଲ୍ଲା ନୁହେଁ ବରଂ ପଣ୍ଡିତ ରଘୁନାଥ ମୁର୍ମୁ, ଲୁଇପା, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବିଭିନ୍ନ ବିଶିଷ୍ଟବ୍ୟକ୍ତିଙ୍କ ନାମରେ ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ମତପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟକୁ ଏକ ମଣିଷ ତିଆରି କାରଖାନା ରୂପେ ଅଭିହିତ କରି ଆଗାମୀ ଦିନରେ ଶିମିଳିପାଳ ଓ ଓଡ଼ିଆ ଗବେଷଣାରେ ବ୍ରତୀ ହେବାକୁ ନିବେଦନ କରିଥିଲେ । ସରକାରଙ୍କ ତରଫରୁ ବିଶ୍ୱବିଦ୍ୟାଳୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ବିଶ୍ୱବିଦ୍ୟାଳୟ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସାଜିଛି ବୋଲି କହିବା ସହ ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ରହିଥିବାରୁ ସେ ସାଧୁବାଦ ଜ୍ଞାପନ କରିଥିଲେ । ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ଅଶୀ ଦଶକର ମୟୂରଭଞ୍ଜର ଜନ ଆନ୍ଦୋଳନ ଦ୍ୱାରା କିଭଳି ଏ ବିଶ୍ୱବିଦ୍ୟାଳୟର ଜନ୍ମ ହୋଇଥିଲା ତାର ସ୍ମୃତିଚାରଣ କରିବାସହ ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ନିଜ ବକ୍ତବ୍ୟରେ ଖୋଡ଼ିଆ, ଲୋଧା ଆଦି ପିଭିଟିଜି ସମ୍ପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ ବିଶ୍ୱବିଦ୍ୟାଳୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ପାରମ୍ପରିକ କୃଷି ଉପରେ ଗବେଷଣା କରିବାକୁ ଆହ୍ୱାନ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସଭାରେ ପ୍ରଥମେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ କରାଯାଇଥିଲା । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ 'ଆମ ବିଶ୍ୱବିଦ୍ୟାଳୟ ଅନନ୍ୟ' ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ‘ବାର୍ଷିକ ରିପୋର୍ଟ’ ଓ ‘ବିଶ୍ୱବିଦ୍ୟାଳୟ ସମ୍ବାଦପତ୍ର’ ଉନ୍ମୋଚନ କରାଯାଇଥିଲା । କୁଳସଚିବ ଶ୍ରୀ ସହଦେବ ସମାଧିଆ ୨୦୨୩-୨୪ ମସିହାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ “ଭୁମି ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଓଡ଼ିଆ ଭାଷାର ସୁନାମଧନ୍ୟ ଲେଖିକା ଡ. କବିତା ବାରିକ, ବିଶିଷ୍ଟ କ୍ରୀଡ଼ାବିତ୍‌ ଓ ସୁଦକ୍ଷ ସିନେ ଅଭିନେତା ଶ୍ରୀ ଅସିତ ବରଣ ପତି ଓ କାର୍ଯ୍ୟଦକ୍ଷ ପ୍ରଶାସକ ଓ ପ୍ରବୀଣ ଶିକ୍ଷାବିତ୍‌ ଡ. ରଜନୀକାନ୍ତ ବିଶ୍ୱାଳ ।

ଏ ଅବସରରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା: ସେମାନେ ହେଲେ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି  ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି (୧୯୯୯-୨୦୦୦ ମସିହା),  ପ୍ରଫେସର ସୁଦର୍ଶନ ନନ୍ଦ (୨୦୦୫-୨୦୦୮ ମସିହା), ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର (୨୦୧୪-୨୦୧୭ ମସିହା), ପ୍ରଫେସର ପ୍ରଦୀପ କୁମାର ଚାନ୍ଦ (୨୦୧୭-୨୦୨୦ ମସିହା), ଓ ପ୍ରଫେସର କିଶୋର କୁମାର ବସା (୨୦୨୦-୨୦୨୨ ମସିହା ) ।

ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେମାନେ ହେଲେ ଜୈବ ପ୍ରଯୁକ୍ତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ହୃଦୟନାଥ ଥାଟୋଇ ଏବଂ ଅର୍ଥନୀତି ବିଭାଗର ପ୍ରଫେସର ଆଦିତ୍ୟ କୁମାର ପାତ୍ର ।

ପ୍ରାଣୀ ବିଜ୍ଞାନ ବିଭାଗର ୨୦୨୩ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବାରୁ ସୁଶ୍ରୀ ଚିନ୍ମୟୀ ଦାସଙ୍କୁ କୁମୁଦିନୀ ମେମୋରିଆଲ୍ ପୁରସ୍କାର ଓ  ୨୦୨୪ ମସିହାର ଶ୍ରେଷ୍ଠ ଇତିହାସ ସ୍ନାତକ ପାଇଁ ଡକ୍ଟର ଅଶୋକ ପ୍ରିୟଦର୍ଶୀ ମେମୋରିଆଲ୍ ପୁରସ୍କାର ବହଳଦା ଧୀରଜଲାଲ ମହାବିଦ୍ୟାଳୟର ଶ୍ରୀ ବିକାଶ ସିଂଙ୍କୁ ପ୍ରଦାନ କରାଯାଇଥିଲା ।

ଏ ବର୍ଷ ଅନୁଷ୍ଠିତ ହୋଇଥିବା ପ୍ରଫେସର ଦୀପକ ଷଡ଼ଙ୍ଗୀ ମେମୋରିଆଲ୍ ଆନ୍ତଃ-ବିଶ୍ୱବିଦ୍ୟାଳୟ ଇଂରାଜୀ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଭିଲିପ୍‌ସା ମହାନ୍ତି, ଦ୍ୱିତୀୟ ସ୍ଥାନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସତ୍ୟବ୍ରତ ସ୍ୱାଇଁ ଓ ତୃତୀୟ ସ୍ଥାନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଖୁସ୍‌ବୁ ଖାତୁନ୍‌ଙ୍କୁ ସମ୍ମାନିତ କରାଯାଇଥିଲା ।

ଏ ବର୍ଷ ପାଇଁ ସର୍ବୋତ୍ତମ କର୍ମଚାରୀ ଭାବେ ଏହି ବିଶ୍ୱବିଦ୍ୟାଳୟର ଅଣ-ଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ତୃତୀୟ-ଶ୍ରେଣୀ କର୍ମଚାରୀ ବର୍ଗରେ ମୌସୁମୀ ଘୋଷଙ୍କୁ ଏବଂ ଚତୁର୍ଥ-ଶ୍ରେଣୀ କର୍ମଚାରୀ ବର୍ଗରେ କଳ୍ପରେଖା ସିଂଙ୍କୁ ସମ୍ମାନିତ କରାଯାଇଥିଲା ।

ଜାତୀୟ ସେବା ଯୋଜନାର ପୁରସ୍କାର ଗୁଡ଼ିକ ମଧ୍ୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଶ୍ରେଷ୍ଠ ୟୁନିଟ୍‌ ଭାବେ ପୁରସ୍କୃତ କରାଯାଇଥିଲା । ଯଶିପୁର ମହାବିଦ୍ୟାଳୟର ଶ୍ରୀ ମଥୁରା ଆଲ୍‌ଦା ଓ ବାରିପଦା ମହାବିଦ୍ୟାଳୟର ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦତ୍ତଙ୍କୁ ସର୍ବୋତ୍ତମ ପ୍ରୋଗ୍ରାମ ଅଫିସର ପୁରସ୍କାର ପ୍ରଦାନ କରାଯାଇଥିଲା । ସର୍ବୋତ୍ତମ ସ୍ୱେଚ୍ଛାସେବୀ ଭାବେ ସୀମା ସାହୁ, ମାମୁନି ଧଳ, ସାଗରିକା ପଟ୍ଟନାୟକ ଓ ଶୁଭମ ରଞ୍ଜନ ମହାନ୍ତଙ୍କୁ ପୁରସ୍କୃତ କରାଯାଇଥିଲା । ସେଭଳି ଚିନ୍ମୟ ମହାନ୍ତ, ନିବେଦିତା ମହାନ୍ତ, ସ୍ମିତ୍‌ ସ୍ମିତା ମୁଣ୍ଡା, ସୁସ୍ମିତା ଦେ, ସିଦ୍ଧାର୍ଥ ଶଙ୍କର ନାୟକ ଓ ଅମିତ କୁମର ସିଂଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । 

ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିଗଣ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ, ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀ,  ନିମନ୍ତ୍ରିତ ଅତିଥି ଗଣ, ଗଣମାଧ୍ୟମ ପ୍ରତିନିଧିଗଣ ଯୋଗଦେଇଥିଲେ ।

MSCBU Won the Odisha state Level Inter - University Staff Football Tournament


ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ କର୍ମଚାରୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କର ଟିମ୍‌ ଯୋଗ ଦେଇଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଟିମ୍‌ ତାର ପ୍ରଥମ ମ୍ୟାଚରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ୪-୦ ରେ ପରାସ୍ତ କରିଥିଲା ଏବଂ ଫାଇନାଲ ମ୍ୟାଚରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷକୁ ଟାଇ ବ୍ରେକରରେ ୪-୩ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ବିଶ୍ୱବିଦ୍ୟାଳୟର ଟିମ୍‌ରେ କୁଳସଚିବ ଶ୍ରୀ ସହଦେବ ସମାଧିଆ (ଅଧିନାୟକ), ପ୍ରଫେସର ସୁକାନ୍ତ କୁମାର ନାୟକ, ଡ. ଯତୀନ୍ଦ୍ରନାଥ ବେଶ୍ରା (ଉପ-ଅଧିନାୟକ), ଡ. ଶାନ୍ତିସ୍ୱରୁପ ବସା, ରାଜୋ ଟୁଡ଼ୁ, ସୁଧିର କୁମାର ବେହେରା, ଦୁର୍ଗା ସୋରେନ, ପିଲୁଚୁଆନୁ ଠାକୁର ମୁର୍ମୁ, ଉପେନ୍ଦ୍ର ଟୁଡ଼ୁ, ରାମଚନ୍ଦ୍ର ବାସ୍କେ, ସୁକଦେବ ସୋରେନ, ବିଶ୍ୱରଞ୍ଜନ ହେମ୍ବ୍ରମ, ରବି ମାଝୀ, ସଂଗ୍ରାମ ହାଁସଦା, ବାବୁଲାଲ ହେମ୍ବ୍ରମ, ବିଦୁ କିସ୍କୁ, ସୁଜୟ କୁଣ୍ଡୁ, ଡାକ୍ତର ମୁର୍ମୁ ପ୍ରମୁଖ ଖେଳିଥିଲେ ।

ଏହି ଖେଳରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କ୍ରୀଡ଼ା ପରିଷଦର ସେକ୍ରେଟାରୀ ଡ. ପ୍ରଭଞ୍ଜନ ମଲ୍ଲିକ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ନଳିନୀ ରଞ୍ଜନ ଦାସ, ସଞ୍ଜୀବ କୁମାର ତନ୍ତୀ, ପ୍ରଦୀପ ବରାଳ, ଉଜିତ କୁମାର ଦାସ, ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।  ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସରେ ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରାଯାଇଥିଲା ।



Bana Mahotsav @MSCBU

 




ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବ ବୋଲି ମତପ୍ରକାଶ କରିଥିଲେ । କୁଳସଚିବ ଶ୍ରୀ ସହଦେବ ସମାଧିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ପରିଚାଳନାରେ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ ସୌଧ ପରିସର ପ୍ରାନ୍ତରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ମିଳିତ ଭାବରେ ବୃକ୍ଷରୋପଣ କରିଥିଲେ । ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ଆମ୍ବ, ପଣସ, ପିଜୁଳି, ସପେଟା, ଲିଚୁ, ଜାମୁ, ବାହାଡ଼ା, ହରିଡ଼ା ଆଦି ଉପାଦେୟ ଗଛଚାରାମାନ ରୋପଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ଓ ଅଧିକାରୀ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Workshop-cum-Photography Exhibition on the occasion of 18th Pravasi Bharatiya Divas

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...