MoU between CYSD and MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସହ ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ର (ସିୱାଇଏସ୍‌ଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହି ବୁଝାମଣାପତ୍ର ମାଧ୍ୟମରେ ବିଶ୍ବବିଦ୍ୟାଳୟର ନୃତତ୍ତ୍ଵ ବିଜ୍ଞାନ, ଜନଜାତି ଅଧ୍ୟୟନ, ସାମାଜିକ କାର୍ଯ୍ୟ ଓ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ମାଗଣା ଇଣ୍ଟର୍ନସିପ୍, କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ପାଇବା ସହ ସିୱାଇଏସ୍‌ଡି ସହ ମିଳିତ ଭାବେ ଅନୁସନ୍ଧାନ କରିପାରିବେ । ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ସହଦେବ ସମାଧିଆ ଏବଂ ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର ପରାମର୍ଶଦାତା ତଥା ପ୍ରତିଷ୍ଠାତା ଜଗଦାନନ୍ଦ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି । ନୃତତ୍ତ୍ଵ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗର ଡ. ବସନ୍ତ କୁମାର ମହନ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସମନ୍ବୟ ରଖିବାର ଦାୟିତ୍ବ ଦିଆଯାଇଛି। ଆଜିର ଏହି ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା, ଯୁବ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର କୋଷାଧ୍ୟକ୍ଷ ବସନ୍ତ ମହାନ୍ତି, ପ୍ରଫେସର ମିନତୀ ମଲ୍ଲିକ, ପ୍ରଫେସର କବିତା କୁମାରୀ ସାହୁ, ଡ. ବସନ୍ତ କୁମାର ମହାନ୍ତ, ଡ. ମୋନାଲି ଗୋସ୍ବାମୀ, ଡ. ପ୍ରତାପ କୁମାର ଜେନା, ଡ. ପ୍ରିୟଙ୍କା ଦାସ, ଡ. ଭୁବନେଶ୍ଵର ଶବର, ଶୁଭେନ୍ଦୁ କୁମାର ଶତପ‌ଥୀ, ସୁଜୟ କୁଣ୍ଡୁ, ମନୁ ନାୟକ, ଶୁଭଜିତ ସେନ, ପାୟଲ ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ସୁଜାତା ମହାକୁଡ଼, ବିଶ୍ବଜିତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ ସକ୍ରିୟ ନାଗରିକତା ନିର୍ମାଣ ଉପରେ ଏକ ଅତିରିକ୍ତ ବକ୍ତୃତା କାର୍ଯ୍ୟକ୍ରମରେ ଶ୍ରୀ ଜଗଦାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶାସନର ପ୍ରମୁଖ ବୈଶିଷ୍ଟ୍ୟ ଯେଉଁଥିରେ ସହଯୋଗ, ସ୍ବଚ୍ଛତା, ଉତ୍ତରଦାୟିତ୍ବ, ସାମଗ୍ରିକତା ଏବଂ ସଶକ୍ତିକରଣ ଅନ୍ତର୍ଭୁକ୍ତ ସେ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ । ସେ ଭାରତର ସମ୍ବିଧାନ, ମୌଳିକ ଅଧିକାର, ଆରଟିଆଇ, ପଞ୍ଚାୟତିରାଜ, ଗ୍ରାମସଭା, ପଞ୍ଚମ ଓ ଷଷ୍ଠ ଅନୁସୂଚିତ ଅଞ୍ଚଳ ଇତ୍ୟାଦି ବିଷୟରେ ବର୍ଣ୍ଣନା କରିଥିଲେ । ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ | ନୃତତ୍ତ୍ବ ବିଜ୍ଞାନ ଏବଂ ଜନଜାତି ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ଦେଇଥିଲେ । ସାମାଜିକ କାର୍ଯ୍ୟ ବିଭାଗର ଡ. ଶୁଭେନ୍ଦୁ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।





No comments:

Post a Comment

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...