MSCBU Won the Odisha state Level Inter - University Staff Football Tournament


ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ କର୍ମଚାରୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କର ଟିମ୍‌ ଯୋଗ ଦେଇଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଟିମ୍‌ ତାର ପ୍ରଥମ ମ୍ୟାଚରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ୪-୦ ରେ ପରାସ୍ତ କରିଥିଲା ଏବଂ ଫାଇନାଲ ମ୍ୟାଚରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷକୁ ଟାଇ ବ୍ରେକରରେ ୪-୩ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ବିଶ୍ୱବିଦ୍ୟାଳୟର ଟିମ୍‌ରେ କୁଳସଚିବ ଶ୍ରୀ ସହଦେବ ସମାଧିଆ (ଅଧିନାୟକ), ପ୍ରଫେସର ସୁକାନ୍ତ କୁମାର ନାୟକ, ଡ. ଯତୀନ୍ଦ୍ରନାଥ ବେଶ୍ରା (ଉପ-ଅଧିନାୟକ), ଡ. ଶାନ୍ତିସ୍ୱରୁପ ବସା, ରାଜୋ ଟୁଡ଼ୁ, ସୁଧିର କୁମାର ବେହେରା, ଦୁର୍ଗା ସୋରେନ, ପିଲୁଚୁଆନୁ ଠାକୁର ମୁର୍ମୁ, ଉପେନ୍ଦ୍ର ଟୁଡ଼ୁ, ରାମଚନ୍ଦ୍ର ବାସ୍କେ, ସୁକଦେବ ସୋରେନ, ବିଶ୍ୱରଞ୍ଜନ ହେମ୍ବ୍ରମ, ରବି ମାଝୀ, ସଂଗ୍ରାମ ହାଁସଦା, ବାବୁଲାଲ ହେମ୍ବ୍ରମ, ବିଦୁ କିସ୍କୁ, ସୁଜୟ କୁଣ୍ଡୁ, ଡାକ୍ତର ମୁର୍ମୁ ପ୍ରମୁଖ ଖେଳିଥିଲେ ।

ଏହି ଖେଳରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କ୍ରୀଡ଼ା ପରିଷଦର ସେକ୍ରେଟାରୀ ଡ. ପ୍ରଭଞ୍ଜନ ମଲ୍ଲିକ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ନଳିନୀ ରଞ୍ଜନ ଦାସ, ସଞ୍ଜୀବ କୁମାର ତନ୍ତୀ, ପ୍ରଦୀପ ବରାଳ, ଉଜିତ କୁମାର ଦାସ, ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।  ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସରେ ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରାଯାଇଥିଲା ।



No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...