Inter-college Kabaddi Tournament @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଉଭୟ ପୁରୁଷ ଏବଂ ମହିଳାଦଳର ୧୪ ଗୋଟି ଟିମ୍ ଯୋଗଦାନ କରିଥିଲେ । ମହିଳା ବର୍ଗର କବାଡ଼ି ପ୍ରତିଯୋଗିତାରେ ମୟୂରଭଞ୍ଜ କଲେଜ ଅଫ୍ ଆକାଉଣ୍ଟାସି ଆଣ୍ଡ୍ ମ୍ୟାନେଜମେଣ୍ଟ ଦଳ ଚମ୍ପିୟାନ ହୋଇଥିଲେ ଏବଂ ଆଂଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣା, କେନ୍ଦୁଝର ରନର୍ସ ଅଫ୍ ହୋଇଥିଲେ । ସେହିପରି ପୁରୁଷ ବର୍ଗରେ ମୟୂରଭଞ୍ଜ କଲେଜ ଅଫ୍ ଆକାଉଣ୍ଟାସି ଆଣ୍ଡ୍ ମ୍ୟାନେଜମେଣ୍ଟ ଦଳ ଚମ୍ପିୟାନ ହୋଇଥିବା ବେଳେ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ରନର୍ସ ଅଫ୍ ହୋଇଥିଲେ । ଏହାର ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଯାପନୀ ଉତ୍ସବରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଜୀବେନ୍ଦୁ କୁମାର ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜୟୀ ଏବଂ ରନର୍ସ ଅଫ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏବଂ କୃତି ଖେଳାଳୀମାନଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ସ୍ନାତକୋତ୍ତର କ୍ରୀଡ଼ା ପରିଷଦର ଉପ ସଭାପତି ପ୍ରଫେସର ବିଶ୍ୱଜିତ ରଥ ଖେଳାଳୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ଉନ୍ନତ ଭବିଷ୍ୟତର କାମନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ାପରିଷଦର ଉପ ନିର୍ଦ୍ଦେଶକ ଡକ୍ଟର ଶିଶିର ବେହେରା ସମସ୍ତ ଖେଳାଳୀ ଓ ଖେଳ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ତ୍ରିଦିବସୀୟ କବାଡ଼ି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ାଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ଶ୍ରୀ ଉଜିତ କୁମାର ଦାସ ସଫଳ ରୂପେ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ପ୍ରଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।
Wildlife Week 2024 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ବନ୍ୟପାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ମତ ରଖିବା ସହିତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ସୀମିତ ନ ରଖି ବିଶ୍ୱବିଦ୍ୟାଳୟ ବାହାର ସମାଜରେ ସାଧାରଣ ଲୋକଙ୍କୁ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଉପରେ ସଚେତନ କରିବା ପାଇଁ ଆହ୍ୱାନ କରିଥିଲେ । ବନ୍ୟପ୍ରାଣୀ ମାନେ ବନ୍ୟ ଭାବେ ଜୀବନଯାପନରେ ଅଭ୍ୟସ୍ତ, ହେଲେ ଆମେ ସଭ୍ୟତାର ଦ୍ୱାହି ଦେଇ ତାଙ୍କ କ୍ଷେତ୍ରକୁ ଅତିକ୍ରମଣ କରି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ । ପରିବେଶର ସନ୍ତୁଳନ ପାଇଁ ସମସ୍ତ ଜୀବଙ୍କର ଆବଶ୍ୟକତା ରହିଛି । ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା, ବନ୍ୟପ୍ରାଣୀଙ୍କ ବାସସ୍ଥାନରେ ଅନଧିକାର ପ୍ରବେଶର ନିୟନ୍ତ୍ରଣ, ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ବର୍ଜ୍ଜନ ଆଦି ଦିଗରେ ଯଥେଷ୍ଟ ପଦକ୍ଷେପ ନେବାକୁ ହେବ ବୋଲି ସେ ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ସି.ଭି.ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଶ୍ୱେତାଶ୍ରୀ ପୁରୋହିତ ଯୋଗଦାନ କରି ଜୈବବିବିଧତା ଓ ବନ୍ୟପାଣୀ ସଂରକ୍ଷଣ ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ଶୁଭାନୀ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ପଫେସର ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଫଟୋଗ୍ରାଫି, କୁଇଜ୍ ଓ ଚିତାଙ୍କଙ୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଭାଗୀୟ ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ, ଡ. ସୃଷ୍ଟିଧର ରାଉତ, ଡ. ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।
Celebration of Swachh Bharat Diwas @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ଜାତୀୟ ସେବା ଯୋଜନାର ବିଶ୍ୱବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପୋଷିତ ଗ୍ରାମ ଲକ୍ଷ୍ମୀପୋଷିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଚାରା ରୋପଣ ଓ ବିତରଣ କରାଯାଇଥିଲା । ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଏହି ଅବସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶାରୀରିକ, ମାନସିକ ଓ ପାରିପାର୍ଶ୍ୱିକ ସ୍ୱଚ୍ଛତା ସମ୍ବନ୍ଧରେ ଆଲୋକପାତ କରିବା ସହ ମାନସିକ ସ୍ୱଚ୍ଛତା ହିଁ ଶାରୀରିକ ଓ ପାରିପାର୍ଶ୍ୱିକ ସ୍ୱଚ୍ଛତାକୁ ଆନୟନ କରେ ବୋଲି ଗାନ୍ଧିଜୀଙ୍କ ଦର୍ଶନକୁ ଭିତ୍ତି କରି ଆଲୋଚନା କରିଥିଲେ । ମୟୂରଭଞ୍ଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟାପକ ସଂଘର ସମ୍ପାଦକ ଐତିହାସିକ ଡ. ଶ୍ୟାମସୁନ୍ଦର ଦାସ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ସାମ୍ପ୍ରତିକ ସମାଜ ଓ ପାରିପାର୍ଶ୍ୱିକ ସ୍ଥିତିରେ ସ୍ୱଚ୍ଛତାର ଗୁରୁତ୍ୱ ସମ୍ବନ୍ଧରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଘୁପତି ରାଘବ ରାଜାରାମ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।
Pledge on the occasion of International Day for Older Persons
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏବଂ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଗଣ ସାମୂହିକ ଶପଥପାଠ କରିଥିଲେ । ବୟସ୍କ ନାଗରିକଙ୍କ ପାଇଁ ଏକ ଅନୁକୂଳ ତଥା ଯତ୍ନଶୀଳ ସମାଜ ଗଠନ ନିମନ୍ତେ ଏହି ଶପଥପାଠ କାର୍ଯ୍ୟକ୍ରମରେ ସମସ୍ତେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଯତ୍ନ, ଦୁର୍ବ୍ୟବହାର ତଥା ଉପେକ୍ଷାରୁ ସୁରକ୍ଷା ପଦାନ, ସୁସ୍ଥ, ସକ୍ରିୟ ଓ ସ୍ୱତନ୍ତ୍ର ରହିବାରେ ସହଯୋଗ, ପରିବାର ଓ ସମାଜ ପ୍ରତି ବରିଷ୍ଠ ନାଗରିକଙ୍କ ଯୋଗଦାନର ସମ୍ମାନ ଓ ନିଜ ଉଚ୍ଚାରଣ ଓ ଆଚରଣରେ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Workshop-cum-Photography Exhibition on the occasion of 18th Pravasi Bharatiya Divas
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...
-
A training programme for students, research scholars and faculty members regarding e-Resources provided by Odisha State Higher Education Cou...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏକ ତିନିଦିନିଆ ନାକ ସଚେତନତା ଓ ମୂଲ୍ୟାଙ୍କନ କର୍ମଶାଳା ମଙ୍ଗଳବାର ଦିନ କୁଳପତି ପ୍ରଫ...