Celebration of Swachh Bharat Diwas @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ଜାତୀୟ ସେବା ଯୋଜନାର ବିଶ୍ୱବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର  ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପୋଷିତ ଗ୍ରାମ ଲକ୍ଷ୍ମୀପୋଷିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଚାରା ରୋପଣ ଓ ବିତରଣ କରାଯାଇଥିଲା । ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଏହି ଅବସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶାରୀରିକ, ମାନସିକ ଓ ପାରିପାର୍ଶ୍ୱିକ ସ୍ୱଚ୍ଛତା ସମ୍ବନ୍ଧରେ ଆଲୋକପାତ କରିବା ସହ ମାନସିକ ସ୍ୱଚ୍ଛତା ହିଁ ଶାରୀରିକ ଓ ପାରିପାର୍ଶ୍ୱିକ ସ୍ୱଚ୍ଛତାକୁ ଆନୟନ କରେ ବୋଲି ଗାନ୍ଧିଜୀଙ୍କ ଦର୍ଶନକୁ ଭିତ୍ତି କରି ଆଲୋଚନା କରିଥିଲେ । ମୟୂରଭଞ୍ଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟାପକ ସଂଘର ସମ୍ପାଦକ ଐତିହାସିକ ଡ. ଶ୍ୟାମସୁନ୍ଦର ଦାସ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ସାମ୍ପ୍ରତିକ ସମାଜ ଓ ପାରିପାର୍ଶ୍ୱିକ ସ୍ଥିତିରେ ସ୍ୱଚ୍ଛତାର ଗୁରୁତ୍ୱ ସମ୍ବନ୍ଧରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଜାତୀୟ ସେବା ଯୋଜନାର ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ  ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଘୁପତି ରାଘବ ରାଜାରାମ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।

No comments:

Post a Comment

Workshop-cum-Photography Exhibition on the occasion of 18th Pravasi Bharatiya Divas

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...