ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଂରାଜୀ ଓ ସାନ୍ତାଳୀ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "କାଳଜୟୀ ସ୍ୱର: ଭାରତୀୟ ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଆଦିବାସୀ ଜନଜାତିଙ୍କର ଦେଶଜ ସ୍ୱରର ବିଭିନ୍ନ ଦିଗ ଉପରେ ତାଙ୍କର ଆଲୋଚନା କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ସାଂସ୍କୃତିକ ବିବିଧତା, ବିଶେଷକରି ଆଦିବାସୀ ସଂସ୍କୃତି ଉପରେ ତାଙ୍କର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବାବେ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡକ୍ଟର ଖୁଦିରାମ ମୁର୍ମୁ ସାନ୍ତାଳୀ ଭାଷାର ସମୃଦ୍ଧି ଉପରେ ଆଲୋକପାତ କରିଥିଲେ । ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡକ୍ଟର ଦେବଦାସ ରାୟ ଭାରତ ଏବଂ ଏହାର ବିଭିନ୍ନ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ । ସି.ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଡକ୍ଟର ମିନୁଶ୍ରୀ ପଟ୍ଟନାୟକ ଭାରତୀୟ ଆଦିବାସୀ ଲେଖାର ଉତ୍ପତ୍ତି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୋଚନାଚକ୍ରର ଆବାହିକା ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ସମ୍ପାଦକ ଡ. ଯତୀନ୍ଦ୍ରନାଥ ବେଶ୍ରା କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ଇଂରାଜୀ ବିଭାଗର ଅଧ୍ୟାପିକା ପ୍ରତୀକ୍ଷା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସଚିବ ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ, ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ ଓ ସାନ୍ତାଳୀ ବିଭାଗର ଅଧ୍ୟାପକ ଦୁର୍ଗା ସୋରେନ, ପିଲଚୁଆନୁ ଠାକୁର ମୁର୍ମୁ ଏବଂ ଉଭୟ ବିଭାଗର ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ଏବଂ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ଉଭୟ ଭାଷାରେ ପ୍ରାୟ ୧୦୭ଟି ଲେଖା ଗ୍ରହଣ କରାଯାଇଛି । ଦ୍ୱିତୀୟ ଦିନରେ ଏକ ବିଦାୟ ଅଧିବେଶନ ସହିତ ଏହି ଜାତୀୟ ସମ୍ମିଳନୀ ସଫଳତାର ସହ ଶେଷ ହୋଇଥିଲା ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
All-India Mundari Writers' Conference was held at the conference hall of Maharaja Sriram Chandra Bhanja Deo University on 25 September...
No comments:
Post a Comment