Nabonmesh - a unique talent competition for UG/PG Students @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ନବୋନ୍ମେଷ - ନବସୃଜନର ନୂତନ ଅଧ୍ୟାୟ" ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ କ୍ଲବ୍‌ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ସହଯୋଗରେ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ "ପୋଷ୍ଟର", "ରିଲ୍‌ସ୍‌" ଓ "ମଡେଲ/ପ୍ରୋଟୋଟାଇପ୍‌" ଆଦି ପ୍ରତିଯୋଗିତା ସ୍ନାତକ ଓ ସ୍ନାତକୋତ୍ତର ଭିନ୍ନ ଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିଲା । ପୋଷ୍ଟର ପ୍ରତିଯୋଗିତାରେ ସମୁଦାୟ ୪୯ ଜଣ, ରିଲ୍‌ସ୍‌ ପ୍ରତିଯୋଗିତାରେ ୧୩୩ ଜଣ ଓ ମଡେଲ/ପ୍ରୋଟୋଟାଇପ୍‌ ପ୍ରତିଯୋଗିତାରେ ୬୫ ଜଣ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ କ୍ୟାଶ୍‌ ପୁରସ୍କାର ପ୍ରଦାନ କରିଥିଲେ  । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସ୍ୱଳ୍ପ ସମୟରେ ଏଭଳି ଏକ ଅଭିନବ ପ୍ରତିଯୋଗିତା ଆୟୋଜନ କରିଥିବାରୁ ଗର୍ବ ଅନୁଭବ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଏଥିରେ ଭାଗନେଇଥିବାରୁ ସାଧୁବାଦ ଜଣାଇଥିଲେ । ପି.ଏମ୍‌ ଉଷାର ବିଶ୍ୱବିଦ୍ୟାଳୟର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଦେଇଥିଲେ । ମିଡ଼ିଆ କ୍ଲବ୍‌ର ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରିସର୍ଚ୍ଚ୍‌ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ନାଟ୍ୟଚେତନାର କଳାକାର ସୁଜାତା ପ୍ରିୟମ୍ବଦା ତାଙ୍କରି ଚିତାକର୍ଷକ ଲୋକପ୍ରିୟ ନାଟକ 'ରେବତୀ ଏବତୀ ସେବତୀ' ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ପୋଷ୍ଟର ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ନିତ୍ୟାନନ୍ଦ ସାହୁ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଫଟୋଗ୍ରାଫର ଚାରୁଚନ୍ଦ୍ର ଦାସ, ବାରିପଦାର ସୁନାମଧନ୍ୟ ଚିତ୍ରକାର ମାନସ ରଞ୍ଜନ ପତି ପ୍ରମୁଖ ରହି ଥିଲେ । ସେହିପରି ରିଲ୍‌ସ୍‌ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ବାରିପଦାର ସୁନାମଧନ୍ୟ ୟୁଟ୍ୟୁବର୍‌ ସୋନିଆ ସାଉ, ମୟୂରଭଞ୍ଜ କ୍ରିଏଟର୍‌ସ୍‌ କନ୍‌ସୋର୍ଟିୟମ୍‌ର ପ୍ରତିଷ୍ଠାତା ଶ୍ରୀୟାଂଶୁ ପ୍ରଧାନ ପ୍ରମୁଖ ବିଚାରକ ଭାବେ ରହି ଥିଲେ । ମଡେଲ/ପ୍ରୋଟୋଟାଇପ୍‌ ପ୍ରତିଯୋଗିତାରେ ଫକୀରମୋହନ  ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ପ୍ରଫେସର ପଙ୍କଜ ପାଢ଼ି, ଡ. ସନ୍ତୋଷ କୁମାର ଅଗ୍ରୱାଲ୍‌, ଡ. ପବିତ୍ରମୋହନ ନାୟକ, ଡ. ଗୀତାଞ୍ଜଳି ପଣ୍ଡା, ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ବିଚାରକ ମଣ୍ଡଳୀରେ ରହି ଥିଲେ । 

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସିଡିସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଶ୍ୱବିଦ୍ୟାଳୟରେ ଫଗୁ ଉତ୍ସବ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉଲ୍ଲାସମୟ ବାତାବରଣ ସୃଷ୍ଟି କରିଥିଲା ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...