International Conference on "Recent Trends in Biotechnology for a Better Tomorrow" @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଜୈବପ୍ରଯୁକ୍ତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । "ବାୟୋଟେକ୍ନୋଲଜି ଫର୍‌ ଏ ବେଟର୍‌ ଟୁମୋରୋ" ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ସ୍ଥାୟୀ ଜୈବପ୍ରଯୁକ୍ତିବିଦ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାଂପ୍ରତିକ ସମସ୍ୟା ଗୁଡ଼ିକ ଉପରେ ଗବେଷଣା କରିବାକୁ ନବପିଢ଼ିର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନ ବିବେକାନନ୍ଦ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ନୃସିଂହ ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୈବପ୍ରଯୁକ୍ତିବିଦ୍ୟା ଗବେଷଣାରେ ଆନ୍ତଃଶାଖାଗତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଉପନିର୍ଦ୍ଦେଶକ (ବୈଷୟିକ) ଡକ୍ଟର ଶଶିକାନ୍ତ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ  ଓଡିଶାର ଜୈବପ୍ରଯୁକ୍ତି ଗବେଷଣାର ବିଭିନ୍ନ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବାରେ ସରକାରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦୃଢ଼ ଶିଳ୍ପ-ଶିକ୍ଷା ସହଭାଗୀତା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ୱଜିତ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଥାଇଲାଣ୍ଡ୍‌ ବ୍ୟାଙ୍କକ୍‌ର ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିର ପ୍ରଫେସର ଅଭିଷେକ ଦତ୍ତ ଓ ଦେଶ ବିଦେଶରେ ପ୍ରାୟ ୨୨ ଜଣ ନିମନ୍ତ୍ରିତ ବକ୍ତା ଗବେଷଣା ଉପସ୍ଥାପନା କରୁଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...