National Seminar on 'Frontiers in Chemical Science' @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର  ଅନୁଷ୍ଠିତ ହୋଇଯାଇଛି । 'ଫ୍ରଣ୍ଟିୟରସ୍‌ ଇନ୍‌ କେମିକାଲ୍‌ ସାଇନ୍ସ' ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟନ କରିବା ଅବସରରେ ନିଜ ବକ୍ତବ୍ୟରେ ଶିକ୍ଷକ ଓ ଗବେଷକ ମାନଙ୍କର ମାନସିକ ପରିବର୍ତ୍ତନ ଦ୍ୱାରା ନୂତନ ଗବେଷଣାକୁ ଆଗକୁ ନେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ନିଜକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍‌ ନାନୋ ସାଇନ୍ସ ଆଣ୍ଡ୍‌ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ଯୋଗଦାନ କରି ଗବେଷଣାତ୍ମକ ରଚନାରେ ନିଜକୁ ବ୍ରତୀ କରିବାଦ୍ୱାରା ବୈଜ୍ଞାନିକ ଓ ଶିକ୍ଷକ ମାନେ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶାର ବୟୋଜ୍ୟେଷ୍ଠ ରସାୟନବିତ୍‌ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତଥା ଆଇଆଇଟି ଖଡଗପୁରର ଅବସରପ୍ରାପ୍ତ ପ୍ରଫେସର ବଳରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉତ୍ତରରେ ପ୍ରଫେସର ସାହୁ ଛାତ୍ର ଓ ଶିକ୍ଷକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ସମାଜରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂହ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ଡ. ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଭିଏସ୍‌ଏସ୍‌ୟୁଟି ବୁର୍ଲାର ପ୍ରଫେସର ଏସ୍‌.କେ. ସ୍ୱାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍‌.କେ. ବଡ଼ମାଳୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଏଆଇସିଏସ୍‌ କୋଲକାତାର ପ୍ରଫେସର ଏନ୍‌. ପ୍ରଧାନ, ଏନ୍‌ଆଇଟି ରାଉରକେଲାର ପ୍ରଫେସର ଏନ୍‌. ପଣ୍ଡା, ଆଇଆଇଟି ହାଇଦରାବାଦର ପ୍ରଫେସର ଏସ୍‌. କେ. ମାର୍ଥା, ନାଇଜର ଭୁବନେଶ୍ୱରର ପ୍ରଫେସର ଜେ. ଏନ୍‌. ବେହେରା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ୟୁ. ପି. ଓଝା,  ଆଇଆଇଟି ଖଡଗପୁରର ପ୍ରଫେସର ଏ. ରାଜାକୁମାର, ପ୍ରଫେସର ଏନ୍‌.ଡି. ପ୍ରଦୀପ ସିଂହ, ସିଏସ୍‌ଆଇଆର ଏନ୍‌ଏମ୍‌ଏଲ୍‌ ଜାମସେଦପୁରର ଡ. ତ୍ରିଲୋଚନ ମିଶ୍ର, କେଇସି ଭୁବନେଶ୍ୱରର ଡ. ପି. ମହାପାତ୍ର, ଆଇଜର ବ୍ରହ୍ମପୁରର ଡ. ପ୍ରସେନଜିତ ଦା, ଡ. ଏ.ଏନ୍‌. ଦୋଡ୍ଡି, ସିଭି ରମଣ ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟର ଡ. ପି.କେ ମହାପାତ୍ର, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ସ୍ୱାଗତିକା ସାହୁ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ବି. ମହାନ୍ତି ପ୍ରମୁଖ ବତ୍କୃତା ପ୍ରଦାନ କରିଥିଲେ । ଆଲୋଚନାଚକ୍ରକୁ ସଫଳତା ସହ ପରିଚାଳନାରେ ଡ. ଅମର କୁମାର ଦୋରା, ଡ. ଆଶିଷ କୁମାର ଜେନା, ଡ. ଭବାନୀ ଶଙ୍କର ମହାନ୍ତ, ନୀଳିମା ତ୍ରିପାଥୀ, ରିକା ପଣ୍ଡା, ଗଣେଶ୍ୱର ମୁଖି, ସନ୍ଧ୍ୟାରାଣୀ ମିଶ୍ର, ଦେବାଶିଷ ଦାସ, ଚିନ୍ମୟ ଚିରସୁନ୍ଦର ବେହେରା, ସଂହିତା ସ୍ୱାଇଁ ଓ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପ୍ରଥମ ଦିବସର ସନ୍ଧ୍ୟାରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...