Two Days National Seminar on Socio-Economic and Cultural profile of the Tribes of North Odisha, Changing through the Ages @MSCBU

 


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଉତ୍ତର ଓଡ଼ିଶା ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ରୂପରେଖ: ଯୁଗ ଯୁଗ ଧରି ପରିବର୍ତ୍ତନ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଉତ୍ତର ଓଡ଼ିଶାର ସ୍ଥାନୀୟ ଜନଜାତି ମାନଙ୍କର ସଂସ୍କୃତି କିପରି ଭାବରେ ବଜାୟ ରହିବ ସେ ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତି ମାନେ ନିଜ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମ୍ମୁଖୀନ ହେଉଥିବା ବିଭିନ୍ନ ଆନ୍ଦୋଳନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଜନଜାତି ମାନେ ସମାଜର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ଅଭିଭାଷଣ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତିଙ୍କ ବିକଶିତ ପରିଚୟକୁ ବୁଝିବା ଏବଂ ସମର୍ଥନ କରିବା ଦିଗରେ ଏହି ଆଲୋଚନାଚକ୍ର ଏକ ସମୋୟଚିତ ପଦକ୍ଷେପ ବୋଲି କହିଥିଲେ । ବି.ବି ମହାବିଦ୍ୟାଳୟ, ବାଇଗଣବାଡ଼ିଆର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଜେ.ଏସ.ଡି.ଏନ ସଚନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ଥାନୀୟ ଜନଜାତି ମାନଙ୍କର ଉତ୍ପତ୍ତି ଓ ବିକାଶ ଧାରା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଏହି ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ତୃପ୍ତିରେଖା ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ ଓ ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦିକା ଭାଲେଣ୍ଟିନା ହାଁସଦା ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ମୋଟ ୫ ଜଣ ନିମନ୍ତ୍ରିତ ବକ୍ତା ଓ ୬୯ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Orientation cum Counselling programme on Anti-Ragging @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆଣ୍ଟି-ର‍୍ୟାଗିଂ ଉପରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅଭିମୁଖୀକରଣ ଓ ପରାମର୍ଶ କାର୍ଯ୍ୟକ୍ରମ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସମ୍ବେଦୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହି ବିଶ୍ୱବିଦ୍ୟାଳୟର ଇତିହାସରେ ର‍୍ୟାଗିଂ ଘଟଣା ନ ଘଟିଥିବା ଏକ ଆନନ୍ଦର ବିଷୟ ବୋଲି ମତଦେବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ନିଜ ଘର ମନେ କରି ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ର‍୍ୟାଗିଂ-ବିରୋଧୀ କମିଟିର  ସଦସ୍ୟଗଣ ଯଥା ହଷ୍ଟେଲର ୱାର୍ଡେନ ପ୍ରଫେସର ମିନତୀ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାୟକ, ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ସହକାରୀ କୁଳସଚିବ ଶ୍ରୀ ସଂଜୀବ ତନ୍ତୀ, ମୟୂରଭଞ୍ଜର ସବ-କଲେକ୍ଟର ଶ୍ରୀ ଦୟାସିନ୍ଧୁ ପରିଡା, ବାରିପଦା ଭଞ୍ଜପୁରର ଆଇ.ଆଇ.ସି. ଶ୍ରୀ ଅଜୟ କୁମାର ଜେନା ଓ କଳିଙ୍ଗ ଟିଭି ମୟୂରଭଞ୍ଜର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ର‍୍ୟାଗିଂ ସମ୍ବନ୍ଧୀୟ ଚିନ୍ତା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏବଂ ସହାୟତା ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ର‍୍ୟାଗିଂ ଏବଂ ର‍୍ୟାଗିଂ-ବିରୋଧୀ ଆଇନର ପରିଭାଷା ଉପରେ ଗୁରୁତ୍ୱ ଦିଆଯାଇଥିଲା, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ର‍୍ୟାଗିଂ ମୁକ୍ତ ପରିବେଶର ଗୁରୁତ୍ୱ ଏବଂ ଛାତ୍ରମାନଙ୍କ ମଧ୍ୟରେ ସହାନୁଭୂତି, ସମ୍ମାନ ଏବଂ ପାରସ୍ପରିକ ସମର୍ଥନର ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ର‍୍ୟାଗିଂ ବିରୋଧୀ କମିଟିର ସଦସ୍ୟ ସଂଯୋଜକ ଡକ୍ଟର କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀଗଣ ଯୋଗଦେଇଥିଲେ ।

International Conference on “India’s Pathway to Sustainable Development” @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅର୍ଥନୀତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । "ଭାରତର ସ୍ଥାୟୀ ବିକାଶର ପଥ" ଶୀର୍ଷକ ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭାରତର ସ୍ଥାୟୀ ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବା ସହ ଧାରଣକ୍ଷମ ବିକାଶ ପାଇଁ ଉଚିତ୍‌ ମାର୍ଗରେ ସମ୍ବଳ ବିନିଯୋଗ ଏବଂ ଛାତ୍ରଛାତ୍ରୀମାନଙ୍କ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । କେବଳ ସ୍ଥାୟୀ ବିକାଶ ଉପରେ ଆଲୋଚନା ସମାଧାନ ନୁହେଁ ବରଂ ସ୍ଥାୟୀ ବିକାଶ ହାସଲ କରିବା ପାଇଁ କିଛି ନୀତିଗତ ପଦକ୍ଷେପ ଜରୁରୀ ବୋଲି ସେ ମତପୋଷଣ କରିଥିଲେ । ଏହି ସମ୍ମିଳନୀରେ ନେପାଳର ମଧ୍ୟ-ପଶ୍ଚିମ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପ ବାହାଦୁର ରାୱଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପରିବେଶଗତ ସଂରକ୍ଷଣ ସହିତ ଆର୍ଥିକ ଅଭିବୃଦ୍ଧିକୁ ସନ୍ତୁଳିତ କରିବାରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ବୈଶିକ ଆହ୍ୱାନର ମୁକାବିଲା ପାଇଁ ଆନ୍ତଃରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ୟାମ୍ବ୍ରିଜ୍‌ ୟୁକେର ଆଙ୍ଗଲିଆ ରସ୍କିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋଜ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୃତ୍ତାକାର ଅର୍ଥନୀତି ଓ ବିଭିନ୍ନ ଅର୍ଥନୀତି ମଡେଲଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ଗ୍ଲୋବାଲ୍ ସାଉଥ୍‌ରେ ସ୍ଥାୟୀ ବିକାଶର ପ୍ରମୁଖ ବାହକ ଭାବରେ ଡିଜିଟାଲ୍ ନବସୃଜନ ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା ପାଇଁ ସମର୍ଥନ କରିଥିଲେ । କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ପ୍ରଫେସର ବିଶ୍ୱଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଦୃଢ଼ ଶିଳ୍ପ-ଶିକ୍ଷା ସହଭାଗୀତା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ପ୍ରଫେସର ମିନତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବିଦେଶରୁ ୭ ଜଣ ଓ ଭାରତରୁ ୯ ଜଣ ନିମନ୍ତ୍ରିତ ବକ୍ତା ଓ ୨୧୦ ଜଣ ଗବେଷକ/ଗବେଷିକା ଯୋଗଦେଇ ବିଭିନ୍ନ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ଏବଂ ଗବେଷଣା ଉପସ୍ଥାପନା କରୁଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Two-day National Seminar on 'Role of Libraries in Promoting Reading Habits' @MSCBU

 


ସ୍ଥାନୀୟ ମହାରାଜା ଶୀ୍ରରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ପରି·ଳିତ ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରୋହିତ୍ୟକରି ନିଜସ୍ୱ ବକ୍ତବ୍ୟରେ ପୁସ୍ତକ ଅଧ୍ୟୟନ ପାଇଁ ପାଠାଗାରର ଭୂମିକା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ବିଷୟ ବସ୍ତୁ “ପଢିବାର ଉତ୍ସାହପାଇଁ ପାଠାଗାରର ଭୂମିକା” ଉପରେ ମୁଖ୍ୟ ଅତିଥି ପଶ୍ଚିମବଙ୍ଗସ୍ଥ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗାଶଙ୍କର ରଥ ଏକ ସାରଗର୍ଭକ  ଭାଷଣ ରଖିଥିଲେ । ଏହି ଆଲୋଚନା ଚକ୍ରର ମୁୁଖ୍ୟବକ୍ତା ରୂପେ ପଶ୍ଚିମବଙ୍ଗସ୍ଥ କଲ୍ୟାଣି ବିଶ୍ୱବିଦ୍ୟାଳୟର ପ୍ରଫେସର ପାର୍ଥସାରଥୀ ମୁଖୋପାଧ୍ୟୟ ଯୋଗଦାନକରି ସାଂପ୍ରତିକ ସ୍ଥିତିରେ ଅଧ୍ୟୟନ ପାଇଁ ପାଠାଗାର କିପରି ବିଭିନ୍ନ ଭାବରେ ସହଯୋଗ କରୁଛି ସେ ସମ୍ବଦ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗର ସଂଯୋଜକ ତଥା ଆଲୋଚନା ଚକ୍ରର ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର କାର୍ଯ୍ୟକାରୀ ସଂପାଦକ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନବୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଂଗୀତ ଗାନ କରାଗଲାବେଳେ ଶେଷରେ ‘ବନେ୍ଦ ଉକôଳଜନନୀ’ ସଂଗୀତ ଗାନ କରାଯାଇଥିଲା । ଏହି ଦୁଇ ଦିବସୀୟଆଲୋଚନା ଚକ୍ରରେ ଜାମ୍ସେଦ୍ପୁର ମହିଳା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଅନିତା ମିଶ୍ର, ଆଇ.ଆଇ.ଟି ଖଡଗପୁର ସହକାରୀ ଲାଇବ୍ରେରିଆନ୍ ହେମନ୍ତ କୁମାର ବିଶ୍ୱାଳ, ଟାଟାଷ୍ଟିଲ ଜାମସେଦପୁରର ସୂଚନା ଅଧିକାରୀ ପ୍ରେମରାଜ ମିଶ୍ର, ଭୁବନେଶ୍ୱରର ଇନ୍ଷ୍ଟଚୁ୍ୟଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଲାଇବ୍ରେରିଆନ ତଥା ରାଜଭାଷା  ଅଧିକାରୀ ଅଭିନାଶ ଦାସ ପ୍ରବକ୍ତା ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ବିଭାଗର ସହକାରୀ ପ୍ରଫେସର ସସ୍ମିତା ନାୟକ ଓ ବିଭାଗୀୟ ଗବେଷଣା ଛାତ୍ରଛାତ୍ରୀମାନେ ପରି·ଳନା କରିବାରେ ବିଶେ ଷ ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ବହୁଭାବରେ ଯୋଗଦାନ କରିଥିଲେ ।

Odia Pakhya Celebration @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା, ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ଜିଲ୍ଲା ହସପିଟାଲ୍‌ ବାରିପଦା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜାତୀୟ ସେବା ଯୋଜନା ସଂଯୋଜକ ଡ. ଶିଶିର ବେହେରା, ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା, ଜିଲ୍ଲା ହସପିଟାଲ୍‌ ବାରିପଦା ରକ୍ତ ଭଣ୍ଡାରର ଡ. ହରେକୃଷ୍ଣ, ଛବି ମହାନ୍ତ, କଳ୍ପନା ସିଂ, ସବିତାରାଣୀ ଶେଜପଡ଼ା ପ୍ରମୁଖ ସହଯୋଗ କରିଥିଲେ ।

ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା କେନ୍ଦ୍ରୀୟ ଗ୍ରନ୍ଥାଗାର ପ୍ରାଙ୍ଗଣରେ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍‌ଘାଟନ କରିଥିଲେ । କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୟୂରଭଞ୍ଜର ଲେଖକ ଲେଖିକା ଗଣ ଯଥା ବାସନ୍ତୀଲତା ମହାପାତ୍ର, ଶଙ୍କର ଜେନା, ବୃନ୍ଦାବନ ଦାସ, ରାଜେନ୍ଦ୍ର ସାମଲ, ଧନେଶ୍ୱର ପଣ୍ଡା, ରାଜଲକ୍ଷ୍ମୀ ତ୍ରିପାଠୀ, ସିବୁଲାଲ୍‌ ମହାନ୍ତ, ପ୍ରଫେସର ବବ୍ରୁବାହନ ମହାପାତ୍ର ଆଦିଙ୍କର ସ୍ୱରଚିତ ପୁସ୍ତକ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ଜନସାଧାରଣଙ୍କର କ୍ରୟାର୍ଥେ ପ୍ରଦର୍ଶନୀ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର, ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ, ଡ. ଶିଶିର ବେହେରା, କେନ୍ଦ୍ରୀୟ ଗ୍ରନ୍ଥାଗାରର ମୁଖ୍ୟ ପ୍ରଫେସର ହିରାଲାଲ ଦାଶ, ସହକାରୀ ଗ୍ରାନ୍ଥଗାରିକ ସୁଜାତା ଚକ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରି ପୁସ୍ତକ କ୍ରୟ କରିଥିଲେ ।


Second Wi-Fi Service inaugurated @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫୦୦ଏମ୍‌.ବି.ପି.ଏସ୍ . କ୍ଷମତା ବିଶିଷ୍ଟ ୱାଇ-ଫାଇ ସେବା ଲୋକାର୍ପିତ ହୋଇଯାଇଛି । ବି.ଏସ୍‌.ଏନ୍‌.ଏଲ୍‌ ଦ୍ୱାରା ଏହି ଉପଲବ୍‌ଧ ଏହି ସେବାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁମିତା ସିଂ ଓ ବି.ଏସ୍‌.ଏନ୍‌.ଏଲ୍‌ ବାରିପଦାର ଡି .ଜି. ଏମ୍  ଶ୍ରୀ ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ । ଏହି ୱାଇ-ଫାଇ ସେବା ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷା ସୌଧ, କାର୍ଯ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସର ବ୍ୟବହାରକାରୀଗଣ ଅହୋରାତ୍ର ଇଣ୍ଟରନେଟ ସେବା ପାଇପାରିବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ  ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ଶିକ୍ଷା ନୀତି ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟ ୱାଇ ଫାଇ ଓ ଇଣ୍ଟରନେଟ ସଂଯୋଜକ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Two-Day National Seminar on "Women Empowerment for Viksit Bharat: The Way Forward" @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "ବିକଶିତ ଭାରତ ପାଇଁ ନାରୀ ସଶକ୍ତୀକରଣ: ଆଗକୁ ବଢ଼ିବାର ପଥ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ବିକାଶ ଯାତ୍ରାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବାରେ ଶିକ୍ଷା ଏବଂ ନୀତିଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଣ୍ଟର ଫର୍‌ ୟୁଥ୍‌ ଆଣ୍ଡ୍‌ ସୋସିଆଲ୍‌ ଡେଭେଲପ୍‌ମେଣ୍ଟ୍‌ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନାରୀ ସଶକ୍ତୀକରଣ ପାଇଁ ତୃଣମୂଳ ସ୍ତରରେ ନେତୃତ୍ୱ ଏବଂ ସମ୍ପ୍ରଦାୟର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶୁତୋଷ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ କାର୍ଯ୍ୟ ହସ୍ତକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତୀକରଣର ସାମାଜିକ-ରାଜନୈତିକ ଏବଂ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ । ନିସ୍ୱାସ ଭୁବନେଶ୍ୱରର ଡ. ବି.ଆର. ଆମ୍ବେଦକର ଚେୟାର ପ୍ରଫେସର ସଶ୍ମି ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତୀକରଣ ଦିଗରେ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଏବଂ ନାଗରିକ ସମାଜକୁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗର ସଂଯୋଜକ ତଥା ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠକ ଯଥା ଅନ୍ତୋଦୟ ଚେତନା ମଣ୍ଡଳୀର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ, ମୟୂରଭଞ୍ଜ ବାୟୋଲୋଜିକାଲ୍ ରିସର୍ଚ୍ଚ୍‌ର ମୁଖ୍ୟ ସମୀର କୁମାର ସାହୁ, ସାଧନାର ସମ୍ପାଦକ ରଣଜିତ ମହାପାତ୍ର ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନର ଓଡ଼ିଶା ଇନ୍‌ଚାର୍ଜ୍‌ ରାଜକମଲ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା । ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ସୁଜୟ କୁମାର କୁଣ୍ଡୁ, ଅଧ୍ୟାପିକା ପାୟେଲ୍‌ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

Odisha Divas celebration @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୯୦ତମ ଓଡ଼ିଶା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ‘ସ୍ୱତନ୍ତ୍ର ଓଡ଼ିଶା ଦିବସର ଅନୁଚିନ୍ତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗାରିମାମୟ ଉତ୍କଳର ସ୍ମୃତି ଚାରଣ କରିବା ସହିତ ଆମର ପୂର୍ବପୁରୁଷମାନଙ୍କ ଅବଦାନକୁ ମନେପକାଇଥିଲେ । ନିଜର ନୈତିକ ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିବାଦ୍ୱାରା ଆମେ ଉତ୍କଳମାତାର ଯଥାର୍ଥ ସେବା କରିପାରିବା ବୋଲି ସେ ବ୍ୟକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ମୁଖ୍ୟ ବକ୍ତାରୂପେ ଭାରତୀୟ ସନ୍ଥ ସମାଜର ସଦସ୍ୟ ବନୋଷଧି ଚିକିତ୍ସକ ସମାଜସେବୀ ବାବାଜୀ ଡାକ୍ତର ସନତ ସୁଜାତାନନ୍ଦ ଦାସମହାରାଜ ଯୋଗଦାନକରି ନିଜର ବକ୍ତବ୍ୟରେ ଅତୀତ ଓଡ଼ିଶାର ରୂପରେଖା ବର୍ଣ୍ଣନା କରିବାସହିତ କବି ଲେଖକମାନଙ୍କର ଅବଦାନ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶରତଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମୟୂରଭଞ୍ଜର ଅବଦାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଯୋଗଦାନ କରି ଏହି ସ୍ମରଣୀୟ ଦିବସରେ ଆମର ନୈତିକ ଦାୟିତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଏହି ସମାରୋହରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏ ସଭାର ସାର୍ଥକତା ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିବା ସହିତ ନିଜସ୍ୱ ବକ୍ତବ୍ୟରେ ଇତିହାସ ପୃଷ୍ଠାରେ ଅତୀତ ଓଡ଼ିଶାର ଏକ ଚିତ୍ର ତୋଳିଧରିଥିଲେ ।  ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଗବେଷକ ଓ ଗବେଷିକାଙ୍କ ଦ୍ୱାରା ଲିଖିତ ତଥା ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ଦ୍ୱାରା ସଂକଳିତ ‘ମୁଁ ଯିବି ତୁମରି ପରି’ ପୁସ୍ତକକୁ ମୁଖ୍ୟଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ସଭାର ଶେଷରେ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ ତର୍କ, ଓଡ଼ିଆ ଶାସ୍ତ୍ରୀୟ ସଂଗୀତ ଗାନ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାକୁ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଓ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିନ୍ଧେଶ୍ୱରୀ କଲିଆ, ହୃଷୀକେଶ ମହାନ୍ତ ଓ ରାଜ କୁମାର ପାତ୍ର ପରିଚାଳନା କରିଥିଲେ । କୃତୀପ୍ରତିଯୋଗୀ ଛାତ୍ରଛାତ୍ରୀ ଦେବଜ୍ୟୋତି ଧୀର, ଜ୍ୟୋତିର୍ମୟୀ ସାହୁ, ମୌସୁମୀ ମଣ୍ଡଳ, ମାନଗୋବିନ୍ଦ ଦାସ, ସିମ୍ରନ୍ ପଣ୍ଡା, ବୈଶାଖୀ ମହାନ୍ତି, ସୁନିତା ଦାସ, ନମିତା ସୋରେନ୍, ସୌମ୍ୟ ସୁବର ସାହୁ, ସୁନିଲ କୁମାର ସାହୁ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ବର୍ଷାରାଣୀ ଜେନାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ଓ ଶେଷରେ ‘ତୁହି ମାଆ ଜନମ ଭୁମି’ ସଂଗୀତ ଗାନ କରାଯାଇଥିଲା । ତା’ପରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶା ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...