Two-day National Seminar on 'Role of Libraries in Promoting Reading Habits' @MSCBU

 


ସ୍ଥାନୀୟ ମହାରାଜା ଶୀ୍ରରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ପରି·ଳିତ ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରୋହିତ୍ୟକରି ନିଜସ୍ୱ ବକ୍ତବ୍ୟରେ ପୁସ୍ତକ ଅଧ୍ୟୟନ ପାଇଁ ପାଠାଗାରର ଭୂମିକା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ବିଷୟ ବସ୍ତୁ “ପଢିବାର ଉତ୍ସାହପାଇଁ ପାଠାଗାରର ଭୂମିକା” ଉପରେ ମୁଖ୍ୟ ଅତିଥି ପଶ୍ଚିମବଙ୍ଗସ୍ଥ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗାଶଙ୍କର ରଥ ଏକ ସାରଗର୍ଭକ  ଭାଷଣ ରଖିଥିଲେ । ଏହି ଆଲୋଚନା ଚକ୍ରର ମୁୁଖ୍ୟବକ୍ତା ରୂପେ ପଶ୍ଚିମବଙ୍ଗସ୍ଥ କଲ୍ୟାଣି ବିଶ୍ୱବିଦ୍ୟାଳୟର ପ୍ରଫେସର ପାର୍ଥସାରଥୀ ମୁଖୋପାଧ୍ୟୟ ଯୋଗଦାନକରି ସାଂପ୍ରତିକ ସ୍ଥିତିରେ ଅଧ୍ୟୟନ ପାଇଁ ପାଠାଗାର କିପରି ବିଭିନ୍ନ ଭାବରେ ସହଯୋଗ କରୁଛି ସେ ସମ୍ବଦ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗର ସଂଯୋଜକ ତଥା ଆଲୋଚନା ଚକ୍ରର ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର କାର୍ଯ୍ୟକାରୀ ସଂପାଦକ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନବୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଂଗୀତ ଗାନ କରାଗଲାବେଳେ ଶେଷରେ ‘ବନେ୍ଦ ଉକôଳଜନନୀ’ ସଂଗୀତ ଗାନ କରାଯାଇଥିଲା । ଏହି ଦୁଇ ଦିବସୀୟଆଲୋଚନା ଚକ୍ରରେ ଜାମ୍ସେଦ୍ପୁର ମହିଳା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଅନିତା ମିଶ୍ର, ଆଇ.ଆଇ.ଟି ଖଡଗପୁର ସହକାରୀ ଲାଇବ୍ରେରିଆନ୍ ହେମନ୍ତ କୁମାର ବିଶ୍ୱାଳ, ଟାଟାଷ୍ଟିଲ ଜାମସେଦପୁରର ସୂଚନା ଅଧିକାରୀ ପ୍ରେମରାଜ ମିଶ୍ର, ଭୁବନେଶ୍ୱରର ଇନ୍ଷ୍ଟଚୁ୍ୟଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଲାଇବ୍ରେରିଆନ ତଥା ରାଜଭାଷା  ଅଧିକାରୀ ଅଭିନାଶ ଦାସ ପ୍ରବକ୍ତା ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ବିଭାଗର ସହକାରୀ ପ୍ରଫେସର ସସ୍ମିତା ନାୟକ ଓ ବିଭାଗୀୟ ଗବେଷଣା ଛାତ୍ରଛାତ୍ରୀମାନେ ପରି·ଳନା କରିବାରେ ବିଶେ ଷ ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ବହୁଭାବରେ ଯୋଗଦାନ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...