National Sports Day-2025 @MSCBU

 



National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate the birth anniversary of Major Dhyan Chand, one of India’s greatest sporting legends. The event was organized under the able guidance of the Hon’ble Vice-Chancellor, Prof. B. B. Mishra. The main function was held at the 200 seated Annex Hall, with participation of students, faculty members, and staff.  The programme was presided over by Prof. K. L. Barik, Chairman, PG Council, MSCB University.  The event began with a tribute to Major Dhyan Chand, followed by a pledge ceremony conducted by Vice President of PG Athletic Club Prof. Biswajit Rath, in which students and staff pledged their commitment to uphold the values of sportsmanship and physical fitness. In his address, Prof. K. L. Barik highlighted the legendary accomplishments of Major Dhyan Chand in the field of hockey, underscoring his role in elevating India's status in international sports. He encouraged students to engage in sports regularly to maintain physical fitness, enhance mental well-being, and develop qualities such as discipline and teamwork.

Following the formal session, a friendly cricket match was organized among students to promote active participation in sports. The match was held under the motivational tagline: “#Ek Ghanta Khel Ke Maidan Mein”, encouraging everyone to dedicate at least one hour daily to physical activity. The entire programme was efficiently coordinated by Dr. Suvendu Kumar Satapathy, Asst. Professor, Department of Social Work, Mr. P. R. Das, Physical Education Teacher (PET) and Mr. Girishchandra Parimanik, gym instructor of the University.


Anti-Ragging Week (15-18 Aug 2025) observation @MSCBU

 





Click here to watch the entire Play titled 'Emiti hebani Kebe"


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୨ ଅଗଷ୍ଟରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ପାଳନ ହେଉଥିବା ଆଣ୍ଟି-ର‍୍ୟାଗିଂ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ଏଥିରେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦାନ କରି ନିଜ ବକ୍ତବ୍ୟରେ ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ର‍୍ୟାଗିଂମୁକ୍ତ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ନିମନ୍ତେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରିପଦା ପି.ଆର.ଏମ୍‌. ମେଡିକାଲ୍‌ କଲେଜର ପ୍ରଫେସର ଡା. ଇନ୍ଦ୍ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ର‍୍ୟାଗିଂ ଉପରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶିତ ବିଭିନ୍ନ ଆଇନଗତ ଦିଗ ଉପରେ ଏକ ସାରଗର୍ଭକ ଭାଷଣ ଦେବା ସହ ୨୦୨୫ ମସିହାର ବିଭିନ୍ନ ର‍୍ୟାଗିଂ କେସ୍‌ ଗୁଡ଼ିକର ବର୍ଣ୍ଣନା କରିଥିଲେ । ବାରିପଦାର ବରିଷ୍ଠ ଅଧିବକ୍ତା ଶ୍ରୀ ବିଭୁପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ର‍୍ୟାଗିଂର ବିଭିନ୍ନ ପ୍ରକାର ଓ ଏଥିନିମନ୍ତେ ଥିବା ବିଭିନ୍ନ ଦଣ୍ଡବିଧାନ ଉପରେ ତର୍ଜମା କରିଥିଲେ । ପ୍ରଫେସର ବାରିକ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟରେ ର‍୍ୟାଗିଂ ପ୍ରତି ଶୁନ୍ୟ-ସହନଶୀଳତା ଅବଲମ୍ବନ କରାଯାଉଅଛି ଏବଂ ଭବିଷ୍ୟତରେ ମଧ୍ୟ ଏହା କରାଯିବ ବୋଲି ଦୃଢ଼ୋକ୍ତି କରିଥିଲେ । ବିଶ୍ୱବିଦ୍ୟାଳୟ ର‍୍ୟାଗିଂ ସ୍କ୍ୱାଡ୍‌ର ସଦସ୍ୟ ପ୍ରଫେସର ସୁକାନ୍ତ କୁମାର ନାୟକ ର‍୍ୟାଗିଂ ସ୍କ୍ୱାଡ୍‌ର କାର୍ଯ୍ୟକଳାପ ଉପରେ ଏକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆବାହିକା ତଥା ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଣ୍ଟି-ର‍୍ୟାଗିଂ ବିଷୟରେ 'ଏମିତି ହେବନି କେବେ' ଶୀର୍ଷକ ଏକ ନାଟକ ପ୍ରଦର୍ଶିତ କରାଯାଇଥିଲା । ଆଣ୍ଟି-ର‍୍ୟାଗିଂ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଓ ପୋଷ୍ଟର ପ୍ରତିଯୋଗିତାମାନ କରାଯାଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । 

୧୨ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂହ, ହଷ୍ଟେଲର ୱାର୍ଡେନ ପ୍ରଫେସର ରାଜେଶ କୁମାର ସିଂ, ଆଣ୍ଟି-ର‍୍ୟାଗିଂ କମିଟିର ସଦସ୍ୟଗଣ: ପଦାର୍ଥ ବିଜ୍ଞାନ ପ୍ରଫେସର ଡ. ଇନ୍ଦ୍ରଜିତ ନାଏକ, ମୟୂରଭଞ୍ଜ ବାୟୋଲଜିକାଲ୍‌ ରିସର୍ଚ୍ଚ୍‌ର ଶ୍ରୀ ସମୀର କୁମାର ସାହୁ, କଳିଙ୍ଗ ଟିଭିର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ, ସହକାରୀ କୁଳସଚିବ ଶ୍ରୀ ସଞ୍ଜିବ କୁମାର ତନ୍ତୀ; ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ପ୍ରଫେସର ବାରିକ ଛାତ୍ରଛାତ୍ରୀମାନଙ୍କୁ ର‍୍ୟାଗିଂ ବିରୋଧୀ ୟୁଜିସି ନିୟମାବଳୀ ପାଳନ କରିବାକୁ ଏବଂ ଆବଶ୍ୟକ ହେଲେ ଯେକୌଣସି ସମସ୍ୟା ବିଷୟରେ ସ୍କ୍ୱାଡ୍ କିମ୍ବା କମିଟି ସଦସ୍ୟଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ । ସେ ବରିଷ୍ଠ ଏବଂ କନିଷ୍ଠ ଛାତ୍ରମାନଙ୍କ ମଧ୍ୟରେ ସମନ୍ୱୟ ପାଇଁ ମଧ୍ୟ ଆହ୍ୱାନ କରିଥିଲେ, ପ୍ରତ୍ୟେକଙ୍କୁ ସେମାନଙ୍କର କ୍ୟାରିଅର ଅନୁସରଣ କରିବା ଏବଂ ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରଫେସର ନାଏକ ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ଏନଜିଓ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସଦସ୍ୟଙ୍କୁ ନେଇ ଆଣ୍ଟି-ର‍୍ୟାଗିଂ କମିଟି ଗଠନ ଏବଂ ଆଣ୍ଟି-ର‍୍ୟାଗିଂ ସ୍କ୍ବାଡ୍ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଆଣ୍ଟି-ର‍୍ୟାଗିଂ ପଦକ୍ଷେପଗୁଡ଼ିକର ଏକ ସଂକ୍ଷିପ୍ତ ସମୀକ୍ଷା ପ୍ରଦାନ କରିଥିଲେ । ହଷ୍ଟେଲର ୱାର୍ଡେନ ହଷ୍ଟେଲରେ ଏକ ସହାନୁଭୂତିଶୀଳ ଏବଂ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ କ୍ଷତିକାରକ ଅଭ୍ୟାସରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂହ ୟୁଜିସି ନିୟମାବଳୀରେ ଉଲ୍ଲେଖ ଥିବା ର‍୍ୟାଗିଂରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନେଇ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧ ବୋଲି କହିଥିଲେ ।  ଶ୍ରୀ ସମୀର କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ ଏବଂ ର‍୍ୟାଗିଂ ବିରୋଧୀ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।



Independence Day Celebration @MSCBU

 






ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଓ ସିକ୍ୟୁରିଟି ଅଧିକାରୀମାନଙ୍କ ମିଳିତ ପ୍ୟାରେଡ କରାଯାଇ ବିଶ୍ବବିଦ୍ୟାଳୟରେ ଅବସ୍ଥାପିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।  ତାପରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ପତାକା ଉତ୍ତୋଳନ ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇ ଭାରତମାତା ଏବଂ ମହାପୁରୁଷ ମାନଙ୍କର ଜୟଗାନ କରାଯାଇଥିଲା। ପ୍ରଫେସର ବାରିକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ବାଧୀନତା ଏକ ଶବ୍ଦ ମାତ୍ର ନୁହେଁ, ଏହା ପ୍ରତିଟି ଭାରତୀୟଙ୍କ ଆତ୍ମ ସ୍ବାଭିମାନ, ସମ୍ମାନ ଓ ଅସ୍ମିତାର ପରିଚୟ। ସମସ୍ତେ ଏହି ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ଜାତୀୟତାର ବିକାଶ ପାଇଁ ସମର୍ପିତ ହେବାହିଁ ଦେଶ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। କାର୍ଯ୍ୟକ୍ରମରେ କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରଣ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ ରଣା, ଗବେଷଣା ଓ‌ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ବି‌ଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଗବେଷିକା, ଅଣଶିକ୍ଷକ କର୍ମଚାରୀମାନେ ଯୋଗଦାନ କରିଥିଲେ। ପରେ 'ଘର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଅନୁସାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବିଶ୍ବବିଦ୍ୟାଳୟରୁ ବାହାରି ତକତପୁର ପରିକ୍ରମା କରିଥିଲା। ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଘର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ,ସଞ୍ଜିବନୀ ନାଥ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଅଳକା ପ୍ରିୟଦର୍ଶିନୀ ସାମଲ ଏବଂ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ,  ଜ୍ୟୋତିପ୍ରକାଶ ଶତପଥୀ ଏବଂ ବିଶ୍ବରଂଜନ ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡକ୍ଟର ବିଷ୍ଣୁପ୍ରିୟା ହାଁସ୍‌ଦା ଏବଂ ଡକ୍ଟର ଶିଶିର ବେହେରା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

'Mayurbhanjara Analochita Muktisangramee' Book Review @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଐତିହାସିକ ଡ. ଶ୍ୟାମସୁନ୍ଦର ଦାସଙ୍କ ଲିଖିତ 'ମୟୂରଭଞ୍ଜର ଅନାଲୋଚିତ ମୁକ୍ତି ସଂଗ୍ରାମୀ' ପୁସ୍ତକର ଏକ ସମୀକ୍ଷା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବାକୁ ସହ ଛାତ୍ରଛାତ୍ରୀଙ୍କୁ ଏଭଳି ବିଷୟରେ ଗବେଷଣାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ସେବାନିବୃତ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷା ସଚିବ ଡ. ଅରୁଣ କୁମାର ରଥ ଏହି ପୁସ୍ତକର ସମୀକ୍ଷା କରି ମୟୂରଭଞ୍ଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ବିଗତ ଦିନର ସେହି ମୁକ୍ତିସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ଏହି ପୁସ୍ତକର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି  ବୋଲି ମନ୍ତବ୍ୟ ଦେଇଥିଲେ । ମୟୂରଭଞ୍ଜ ମିଶ୍ରଣ ପରେ ମୟୂରଭଞ୍ଜର ଯେଭଳି ବିକାଶ ହେବା କଥା ତାହା ହୋଇନି ବୋଲି କ୍ଷୋଭ ପ୍ରକାଶ କରିବା ସହ ମୟୂରଭଞ୍ଜର ବିକାଶର ନକ୍ସା ପ୍ରସ୍ତୁତ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ଆହ୍ୱାନ କରିଥିଲେ । ୨୦୪୭ ସୁଦ୍ଧା ମୟୂରଭଞ୍ଜକୁ ଏକ ବିକଶିତ ଜିଲ୍ଲା ରୂପେ ଦେଖିବାକୁ ହେଲେ, ସେଥିପାଇଁ ବର୍ତ୍ତମାନରୁ ହିଁ ଚିନ୍ତା କରି ତା'ର ଏକ ଖସଡା ପ୍ରସ୍ତୁତ କରିବାକୁ ପଡିବ । ମୟୂରଭଞ୍ଜର ବିକାଶ ପାଇଁ ଶିକ୍ଷାର ବିକାଶ ଅପରିହାର୍ଯ୍ୟ ହୋଇଥିବାରୁ ମୟୂରଭଞ୍ଜରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି । ସାମଗ୍ରିକ ଚେତନା ଓ ସଂସ୍ଥା ବିନା ମୟୂରଭଞ୍ଜର ବିକାଶ ଅସମ୍ଭବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ବିଚାରକ ଆଦିତ୍ୟ କୁମାର ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ପ୍ରତ୍ରକାର ସଞ୍ଜୟ କୁମାର ଚୌଧୁରୀ, ବାଇଗଣବାଡ଼ିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ବେହେରା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦାନ କରି ମୟୂରଭଞ୍ଜର ଗୌରବଗାଥାକୁ ସ୍ମରଣ କରିଥିଲେ । ପୁସ୍ତକର ଲେଖକ ଡ. ଶ୍ୟାମସୁନ୍ଦର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଦୀନେଶ ଷଡ଼ଙ୍ଗୀ ଏହି ସମାରୋହରେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ସୁମିତା ସିଂ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା, ମୟୂରଭଞ୍ଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...