East-Zone Inter-Univesity Kabaddi (Men) Tournament 2023-24 hosted by MSCB University

 







ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ନମ୍ଭମ୍ବର ୧୫ ତାର୍ଖ ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୋଲିସ୍‌ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଦ୍ୱିତୀୟଥର ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ଗର୍ବ ଅନୁଭବ କରିବା ସହିତ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଧନ୍ୟବାଦ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶୃଙ୍ଖଳା ହିଁ ଖେଳାଳୀର ଭୁଷଣ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  କ୍ରୀଡ଼ା ପରିଷଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ପୂର୍ବ ଭାରତର ୫୬ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮୫୦ଟି ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ  ଏଥିରେ ଭାଗନେବେ । ଓଡ଼ିଶାରୁ ୧୨ଟି, ଛତିଶଗଡ଼ରୁ ୧୧ଟି, ପଶ୍ଚିମବଙ୍ଗରୁ ୮ଟି, ବିହାରରୁ ୮ଟି, ଉତ୍ତର ପ୍ରଦେଶରୁ ୭ଟି, ଝାଡ଼ଖଣ୍ଡରୁ ୫ଟି, ମଣିପୁରରୁ ୨ଟି ଓ ଆସାମରୁ ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଏଥିନିମନ୍ତେ ଟିମ୍‌ ଗୁଡ଼ିକୁ ମୋଟ ୪ଟି ଗୃପ୍‌ ରେ ବିଭକ୍ତ କରାଯାଇଛି । ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ମଗଧ ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ବି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନ୍ୟାସନାଲ୍‌ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ଏମ୍‌.ଜି. କାଶୀ ବିଦ୍ୟାପୀଠ, ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ, ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ଆଲିଆ ବିଶ୍ୱବିଦ୍ୟାଳୟ କଲିକତା, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ଉତ୍ତରପ୍ରଦେଶ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଟି.ଏମ୍‌.ଭାଗଲପୁର ବିଶ୍ୱବିଦ୍ୟାଳୟ ବିହାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟନ ବିଶ୍ୱବିଦ୍ୟାଳୟ ଆସାମ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ, ଏମ୍‌.ଏ.ଟି.ଏସ୍‌ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ. ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ।

ଇଷ୍ଟଜୋନ୍‌ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଯଥା ଆଡାମାସ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଓ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ  ପ୍ରତିଦ୍ୱନ୍ଦିତା ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୭ ରେ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ୍‌ ଟ୍ରଫି ହାସଲ କରିଥିଲା । ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍‌ ଟ୍ରଫି ପାଇଥିଲା । ସେହିଭଳି ତୃତୀୟ ସ୍ଥାନ ପାଇଁ ଆଡାମାସ ବିଶ୍ୱବିଦ୍ୟାଳୟ ଓ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୩୬-୩୩ରେ ବିଜୟ ଲାଭ କରି ତୃତୀୟ ସ୍ଥାନ ପାଇଥିଲା ।

ଏହି କ୍ରୀଡ଼ାମହାକୁମ୍ଭର ଉଦ୍‌ଯାପନୀ ସମାରୋହ ନଭେମ୍ବର ୧୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତା ସଫଳ ରୂପେ ଆୟୋଜନ କରିପାରିଥିବାରୁ ଡ. ଘଡ଼େଇ ନିଜ ବକ୍ତବ୍ୟରେ ସାଧୁବାଦ ଜ୍ଞାପନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ଟି ବିଜୟୀ ଟିମ୍‌ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା  । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ପ୍ରତିଯୋଗିତାର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ଏହାର ସମସ୍ତ ଯୋଜନା, ଆୟୋଜନର ଭିତ୍ତିଭୂମି ସୃଷ୍ଟି କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ସଞ୍ଜୀବ କୁମାର ତନ୍ତୀ, ଉଜିତ କୁମାର ଦାସ,  ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ, ବାରିପଦା ମହାବିଦ୍ୟାଳୟର ଶ୍ରୀ ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା କବାଡ଼ି ଆସୋସିଏସନର ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା, ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର, ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମୟୂରଭଞ୍ଜର ଜନସାଧାରଣ ସହଯୋଗ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...