ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜସେବା ବିଭାଗ ଦ୍ୱାରା 'ଏକବିଂଶ ଶତାବ୍ଦୀରେ ଆଦିବାସୀ ମାନଙ୍କର ଜୀବନ ଓ ଜୀବିକା କ୍ଷେତ୍ରରେ ସାମାଜିକ କାର୍ଯ୍ୟର ପ୍ରତିଫଳନ' ଶୀର୍ଷକ ଏକ ଦୁଇ ଦିବସୀୟ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡ଼ିଶା ଉଚ୍ଚ ଶିକ୍ଷା ଯୋଜନାର ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ (ଆଇଡିପି) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଡିପିର ସଂଯୋଜିକା ପ୍ରଫେସର ଏମ୍ ହିମବିନ୍ଦୁ ସଭାପତିତ୍ୱ କରିଥିବାବେଳେ ଓଡ଼ିଶା ବୃତ୍ତିଗତ ସାମାଜିକ ସେବାସଂଘର ସଂପାଦିକା ଡ. ଝରଣା ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ମୁମ୍ବାଇର ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ର ଡିନ୍ ପ୍ରଫେସର ବିପିନ ଯୋଜ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଆଦିବାସୀମାନଙ୍କ ଆର୍ଥିକ ଓ ନ୍ୟାୟଗତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ସେମାନେ କିପରି ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ରତାର ପରିଚୟ ପ୍ରଦାନ କରିପାରିବେ ସେଥି ନିମନ୍ତେ ଉପଯୁକ୍ତ ପରିବେଶ ଓ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜସେବା ବିଭାଗର ପ୍ରଫେସର ଆଶୁତୋଷ ପ୍ରଧାନ ନିଜ ବକ୍ତବ୍ୟରେ ଆଦିବାସୀ ମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସାମାଜିକ କର୍ମୀମାନଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡ. ଝରଣା ସ୍ୱାଇଁ ନିଜ ବକ୍ତବ୍ୟରେ ଓଡ଼ିଶା ବୃତ୍ତିଗତ ସାମାଜିକ ସେବାସଂଘର କାର୍ଯ୍ୟକାରିତା ସମ୍ପର୍କରେ ଏକ ବିବରଣୀ ପ୍ରଦାନ କରିଥିଲେ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଆଲୋଚନାଚକ୍ରର ଆବାହକ ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବାବେଳେ ସହ-ଆବାହକ ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ତଥା ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥି ଏହି ଆଲୋଚନାଚକ୍ରର ପର୍ଯ୍ୟୟଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଯୁଗ୍ମ କାର୍ଯ୍ୟକାରୀ ସଂପାଦକ ସହକାରୀ ପ୍ରଫେସର ଭୁବନେଶ୍ୱର ଶବର ଆଲୋଚନାଚକ୍ରର ସମସ୍ତ ପ୍ରବନ୍ଧ ପାଠର ସଂଯୋଜନା କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶା ବ୍ୟତୀତ ମଧ୍ୟପ୍ରଦେଶ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ନେପାଳ, ଭୁଟାନରୁ ଛାତ୍ରଛାତ୍ରୀ ଓ ଗବେଷକମାନେ ଅଂଶଗ୍ରହଣ କରିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ତୋଦୟ ଚେତନା ମଣ୍ଡଳର ନିର୍ଦ୍ଦେଶକ ଡ. ଆଦିତ୍ୟ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟର ପ୍ରଫେସର ସୁସ୍ମିତା କର, ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ମିନତୀ ମଲ୍ଲିକଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଗଣ ଯୋଗଦେଇଥିଲେ । ସମାଜ ସେବା ବିଭାଗର ଅଧ୍ୟାପକ ସୁଜୟ କୁଣ୍ଡୁ ଓ ଅଧ୍ୟାପିକା ପାଏଲ ପ୍ରଧାନ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...
No comments:
Post a Comment