ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିନରେ ବହୁ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ବାରିପଦା ୩୦/୧୧: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିବସରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ସାଂସ୍କୃତିକ ବିଭାଗର ପ୍ରତିଯୋଗିତା ଗୁଡ଼ିକରେ ଓଡ଼ିଆ, ଇଂରାଜୀ ଓ ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆରେ ୧୦୮ ଜଣ ପ୍ରତିଯୋଗୀ ବେଳେ, ଇଂରାଜୀରେ ୧୦୨ ଜଣ ଓ ସାନ୍ତାଳୀରେ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସାଧାରଣଜ୍ଞାନ ପ୍ରତିଯୋଗିତାରେ ରେକର୍ଡ ସଙ୍ଖ୍ୟକ ୩୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗିତାରେ ୫୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏ ସମସ୍ତ ପ୍ରତିଯୋଗିତା, କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ସଂଘମିତ୍ରା ପ୍ରିୟଦର୍ଶିନୀ ସାହୁ ଓ ଅର୍ଥନୀତି ବିଭାଗର ପ୍ରଫେସର ଡ. କବିତା କୁମାରୀ ସାହୁଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା । ଏଥିରେ ଡ. ବିଚିତ୍ରନାଥ ସାହୁ, ଡ. ଶକ୍ତିଶଙ୍କର ଦଣ୍ଡପାଟ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ମୋନାଲି ଗୋସ୍ୱାମୀ, ଡ. ଭୁବନେଶ୍ୱର ଶବର, ଡ. ପ୍ରିୟଙ୍କା ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଅଶୋକ କୁମାର ମଲ୍ଲିକ, ଡ. ସୀତାରାମ ଦାସ, ରାଜକୁମାର ପାତ୍ର, ଡ. ବିନ୍ଦେଶ୍ୱରୀ କଲିଆ, ଡ. କୁକୁ ମହାପାତ୍ର, ଡ. ଭୋଳାନାଥ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଦୀର୍ଘ ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ତର୍କ ପ୍ରତିଯୋଗିତା, ଝୋଟି, ଚିତ୍ରାଙ୍କନ, ନୃତ୍ୟ, ଏକକ ଅଭିନୟ, ଫଟୋଗ୍ରାଫି ଆଦି ବହୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୬ ତାରିଖଠାରୁ ଖେଳ ପର୍ଯ୍ୟାୟରେ ନାନାଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୁଆ-ଓ ପ୍ରାୟୋଜିତ କ୍ରୀଡ଼ା ପ୍ରତିଯୋଗିତା
ବାରିପଦା ୯/୧୨: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୁଆ-ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଠାରୁ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତିକୂଳ ପାଗ ସତ୍ତ୍ୱେ କ୍ୟାରମ, ବ୍ୟାଡ୍ମିଣ୍ଟନ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା କବାଡ଼ି ପ୍ରତିଯୋଗିତା ସମାରୋହରେ ମୟୂରଭଞ୍ଜର ପ୍ରାକ୍ତନ ସାଂସଦ ତଥା ମନ୍ତ୍ରୀ ଶ୍ରୀମତି ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନିମିତ୍ତ ଏହା ଏକ ଉଚିତ ପଦକ୍ଷେପ ବୋଲି ମତବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ପ୍ରକାର ଆୟୋଜନକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ବାରିପଦା ମ୍ୟୁନିସିପାଲିଟିର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ, ୱାର୍ଡ୍ କାଉନ୍ସିଲର ଶିବଶଙ୍କର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍ ହିମବିନ୍ଦୁ ଓ ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ ଆଥ୍ଲେଟିକ କ୍ଲବ୍ର ଉପ-ସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ, ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ଦେବବ୍ରତ ନନ୍ଦୀ, ଡ. ସସ୍ମିତା ନାୟକ, ଡ. ବିଚିତ୍ରନାଥ ସାହୁ, , ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଶ୍ରୀ ଉଜିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଲାଖ ବିନ୍ଧା ପ୍ରତିଯୋଗିତା
ବାରିପଦା ୧୩/୧୨: ଓଡ଼ିଶା ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଲାଖ ବିନ୍ଧା ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । କଇଁଫୁଲିଆ ଦନାର୍ଦ୍ଦନପୁରର ଚୈତନ୍ୟ ଟୁଡ଼ୁ ପ୍ରଥମ, ଦେବେନ୍ଦ୍ରପୁରର କାମେଶ୍ୱର ହେମ୍ବ୍ରମ୍ ଦ୍ୱିତୀୟ ଓ ଝିଙ୍କିରିଆ ରତନପୁରର ଶ୍ରୀନାଥ ବେଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ଓ କ୍ରୀଡ଼ା ସଂସଦର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
Heritage Site cleaning and Awareness Campaign of cleanliness at Sitakund Waterfall and Lulung was done by the MSCB University, Baripada under Social Activities of NUA-O Programme.
ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ନୂଆ-ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବିଭନ୍ନ ବିକାଶମୂଳକ ଦିଗରେ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା କରାଯାଇଥିଲା, ଯାହାମଧ୍ୟରେ ବିଶ୍ୱବିଦ୍ୟାଳୟ ପରିସର ସଫେଇ, ରକ୍ତଦାନ ଶିବିର, ଛାତ୍ରୀଙ୍କ ପରିଚ୍ଛନ୍ନତା, ଆନେମିଆ ରୋଗର ପରୀକ୍ଷଣ, ପର୍ଯ୍ୟଟନ ସ୍ଥଳୀର ସଫେଇ ଓ ସୁରକ୍ଷା, ପ୍ଲାଷ୍ଟିକମୁକ୍ତ ପରିବେଶ, ନାରୀଶିକ୍ଷା ଅଭିଯାନ, ଡାହାଣୀ ଓ ଗୁଣୀଗାରେଡ଼ି ହତ୍ୟା ବିରୋଧରେ ସଚେତନତା ଆଦି ପ୍ରମୁଖ ରହିଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପରିବେଶର ପ୍ରତିକୂଳ ପରିବେଶରେ ମଧ୍ୟ ଛାତ୍ରଛାତ୍ରୀମାନେ ପରିସର ସଫେଇ କରିଥିଲେ । ସେହିପରି ରକ୍ତଦାନ ପରି ମହତ୍ କାମରେ ୧୧୨ ଜଣ ରକ୍ତଦାତା ସ୍ୱେଚ୍ଛାକୃତଭାବେ ପଞ୍ଜୀକରଣ କରିଥିଲେ ଏବଂ ୮୪ ଜଣ ରକ୍ତଦାନ କରିଥିଲେ ଯାହାକି ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର କଥା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୫୫ ଜଣଙ୍କ ଆନେମିଆ ରୋଗର ପରୀକ୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମର ତୃତୀୟ ଦିବସରେ ଛାତ୍ରଛାତ୍ରୀମାନେ ସୀତାକୁଣ୍ଡ ଜଳପ୍ରପାତ ଓ ଶିମିଳିପାଳ ଅଭୟାରଣର ପ୍ରବେଶ ଦ୍ଵାର ପିଠାବଟା (ଲୁଲୁଙ୍ଗ) ଠାରେ ସଫେଇ କରି ସ୍ଥାନୀୟ ଲୋକ, ଦୋକାନୀ ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀର ସଫେଇର ବିଧି ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଶେଷଦିନରେ ଛାତ୍ରଛାତ୍ରୀ ମାନେ ପାର୍ଶ୍ୱ୍ବର୍ତ୍ତୀ ଗ୍ରାମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ କୁନିକୁନି ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ମାନଙ୍କୁ ଶିକ୍ଷାର ଗୁରୁତ୍ୱ, ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ତଥା ଡାହାଣୀ ଓ ଗୁଣୀଗାରେଡ଼ି ପରି ଅନ୍ଧବିଶ୍ୱାସ ଓ ତଦ୍ଜନିତ ହତ୍ୟା ବିରୋଧରେ ସଚେତନତା ଆଦି କାର୍ଯ୍ୟକ୍ରମ କରିଥିଲେ ।
ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜନ୍ମୋତ୍ସବ ଦିବସରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା - ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ସମାପନ
ବାରିପଦା 17/୧୨: ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜନ୍ମୋତ୍ସବ ଦିବସରେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା - ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସର୍ବପ୍ରଥମେ କୁଳପତି ପ୍ରଫେସର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଗଣ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାପରେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସଭାମଞ୍ଚରେ କୁଳପତି ପ୍ରଫେସର ତ୍ରିପାଠୀ ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାଂସ୍କୃତିକ, କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଶ୍ୱବିଦ୍ୟାଳୟର ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡ଼ାଲ ଓ ଟ୍ରଫି ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଯେଉଁ କୃତିତ୍ୱ ପାଇଁ ପୁରସ୍କାର ପାଇଛନ୍ତି, ସେହି କୃତିତ୍ୱର ଧାରାକୁ ଭବିଷ୍ୟତରେ ବଜାୟ ରଖିବାକୁ ପ୍ରେରଣା ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ନୁଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର କବିତା କୁମାର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ, କ୍ରୀଡ଼ା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ପ୍ରଭଞ୍ଜନ ମଲ୍ଲିକ ଓ ସମାଜସେବୀ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ପ୍ରଫେସର ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂଆ-ଓ' ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍ଦର୍ଶନରେ ତା ୧୦ ରୁ ୧୧ ତାରିଖ ଧରି ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ କୁଳସଚିବ ସହଦେବ ସମାଧିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ କବିତା ରଚନା, ଓଡ଼ିଆ ପ୍ରବନ୍ଧ ରଚନା, ଓଡ଼ିଆ ତର୍କ, କ୍ଷୁଦ୍ର ନାଟିକା (ସ୍କିଟ୍), ସାଧାରଣ ଜ୍ଞାନ, ଓଡ଼ିଆ ଭକ୍ତି ସଙ୍ଗୀତ ଓ ଓଡ଼ିଆ ଲୋକ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସାହିତ୍ୟ କମିଟିର ସଦସ୍ୟ/ସଦସ୍ୟା ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. ସ୍ୱରୂପାନନ୍ଦ ବିଷୟୀ, ଡ. ପ୍ରିୟଙ୍କା ଦାସ, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ବିଚିତ୍ରନାଥ ସାହୁ, ଡ. ଭୋଳାନାଥ ଦାଶ, ଡ. ବିନ୍ଦେଶ୍ୱରୀ କଲିଆ, ଶ୍ରୀ ରାଜକୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୭ ଓ ୧୮ ତାରିଖରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ପୁଣି ବିଶ୍ୱବିଦ୍ୟାଳୟରେ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ ।
ବାରିପଦା ୧୨/୦୧: ଓଡ଼ିଶା ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଫୁଟ୍ବଲ୍ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଗ୍ରାମାଞ୍ଚଳ ଫୁଟ୍ବଲ୍ କ୍ଲବ ଯଥା ତକତପୁର, ଛାଞ୍ଚ, ଲକ୍ଷ୍ମୀପୋଷି, ରଙ୍ଗାମାଟିଆ, ଗୁଞ୍ଜୁସାହି, ହରିଣଶୋଳ, ଖଣ୍ଢିଖାଲ, ଉଦଳା, ଏସ୍.ଏସ୍.ଏସ୍.ସି ଧଡ଼ିପଦା, ଜମ୍ଭୀରଡିହା, କେ.ସି.ପୁର, ଭୁବନେଶ୍ୱର ବାଉନ୍ସର, ରଜାବସା, ଶଙ୍ଖାଭଙ୍ଗା, ଝିଙ୍କିରିଆ, ଏମ୍.ବି.ଏସ୍ ବାରିପଦା ଆଦି ଭାଗ ନେଇଥିଲେ । ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ହରିଣଶୋଳ ଟିମ୍ କେ.ସି.ପୁର ଟିମ୍କୁ ୧-୦ ରେ ପରାସ୍ତ କରି ବିଜେତା ଟ୍ରଫି ହାସଲ କରିଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍. ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ, ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଶ୍ରୀ ଉଜିତ କୁମାର ଦାସ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ ଓ ବିଶ୍ୱବିଦ୍ୟଳୟର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
No comments:
Post a Comment