National Seminar on "Sustainable Business Practices for Economic Growth from Management, Economics and Commerce Perspective" @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ୱାରା ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ବ୍ୟବସାୟ ପରିଚାଳନା, ଅର୍ଥନୀତି ଏବଂ ବାଣିଜ୍ୟ ଦୃଷ୍ଟିକୋଣରୁ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଧାରଣକ୍ଷମ ବ୍ୟବସାୟିକ ପଦ୍ଧତି' ଶୀର୍ଷକ ଏହି ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଆଜିର ଯୁଗରେ ପରିବେଶ ଉପରେ ଗୁରୁତ୍ୱାରୋପ କରି ବ୍ୟବସାୟର ବିକାଶ ସହିତ ସମତୁଲ ଭାବେ ଅର୍ଥନୀତିର ବିକାଶକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ନଚେତ ଆଗାମୀ ଦିନରେ ଆମେ ବିକାଶ ନାମରେ ପରିବେଶକୁ ହରାଇ ସାରିଥିବା ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ଯୋଗ ଦେଇ ଜାଗତିକ ଜଗତର ଗ୍ରହ ନକ୍ଷତ୍ରାଦିଙ୍କ ସହିତ ଆମର ବାସସ୍ଥାନ ପୃଥିବୀର ସୁରକ୍ଷା ଓ ନିଜର ସ୍ୱାର୍ଥକୁ ବିଚାରକୁ ନେବାକୁ ହେବ ବୋଲି ମତବ୍ୟକ୍ତ କରିବା ସହ ପରିବେଶ ସୁରକ୍ଷା ଆମର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଟ୍ରାଇଡେଣ୍ଟ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଡିନ୍‌ ପ୍ରଫେସର ପ୍ରଭାତ କୁମାର ମହାନ୍ତି  ନିଜ ବକ୍ତବ୍ୟରେ ବର୍ଜବସ୍ତୁର ଉତ୍ତମ ପରିଚାଳନା କରି କିପରି ଅର୍ଥନୈତିକ ବିକାଶ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କଲିକତା ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ପ୍ରଫେସର ଶର୍ମିଷ୍ଠା ବାନାର୍ଜୀ ଯୋଗଦାନ କରି ବ୍ୟବସାୟରେ ନିତ୍ୟ ବ୍ୟବହାର୍ଯ୍ୟ ଅଦରକାରୀ ବସ୍ତୁର ପୁନଃ ବ୍ୟବହାର କିପରି କରା ଯାଇପାରିବ ତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିଥିଲେ । ଆଲୋଚନାଚକ୍ରର ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଂପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ପୁସ୍ତିକାକୁ ମଞ୍ଚାସୀନ ଅତିଥିଗଣ ଲୋକାର୍ପଣ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ୧୦ ଜଣ ଗବେଷକ ଓ ଛାତ୍ର ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

National Science Day 2024 Celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ "ବିକଶିତ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା" ଉପରେ ଗୁରୁତ୍ୱାରୋପ କରି ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କୁ ଆନ୍ତଃବିଭାଗୀୟ ଗବେଷଣାରେ କାର୍ଯ୍ୟରତ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ ପୂର୍ବତନ ବରିଷ୍ଠ ବୈଜ୍ଞାନିକ ଡ. ସୁବ୍ରତ କୁମାର ଦାସ "ବିଭିନ୍ନ ଜୈବପ୍ରଯୁକ୍ତି ଉଭାବନରେ ଓଡ଼ିଶାର ଜୈବଉତ୍ସ ବ୍ୟବହାର" ଶୀର୍ଷକ ବିଷୟରେ ନିଜର ଦୀର୍ଘ ବକ୍ତବ୍ୟ ରଖିଥିଲେ । ଜାମ୍‌ସେଦପୁରସ୍ଥିତ ରାଷ୍ଟ୍ରୀୟ ଧାତୁକର୍ମ ପ୍ରୟୋଗଶାଳାର ମୁଖ୍ୟ ବୈଜ୍ଞାନିକ ଡ. ତ୍ରିଲୋଚନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ "ବିକଶିତ ଭାରତ ପାଇଁ ଅଭିନବ ଏବଂ ସ୍ୱଦେଶୀ ବୈଷୟିକଜ୍ଞାନ" ଶୀର୍ଷକ ବିଷୟରେ ନିଜର ଦୀର୍ଘ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ୯୩ ଜଣ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟରର ଏକ ସଂକଳନ ଉନ୍ମୋଚିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍‌ର ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ଶତପଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ତଥା ସହଯୋଗୀ ପ୍ରଫେସର ଡ. ଇନ୍ଦ୍ରଜିତ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟର ପ୍ରଦର୍ଶନୀକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍‌ଘାଟନୀ କରିଥିଲେ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପ୍ରଦର୍ଶନୀରେ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ମାନେ ନିଜର ଗବେଷଣା ଭିତ୍ତିକ ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୋଷ୍ଟର ଉପସ୍ଥାପନା କରୁଥିବା ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ।

Annual Day Celebration of University Literary and Cultural Council

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ - ୨୦୨୪ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ଓ ନିଜ ବକ୍ତବ୍ୟରେ ମୌଳିକ ସାହିତ୍ୟର ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜସ୍ୱ ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗୀ ଭଳି ପରିବେଶ ସୃଷ୍ଟି କରିବାର ପ୍ରଚେଷ୍ଟା କଲେ ସେମାନଙ୍କର ସାହିତ୍ୟ ଅଧ୍ୟୟନର ସାର୍ଥକତା ଲାଭ କରିପାରିବେ ବୋଲି ପ୍ରକାଶ କରିଥିଲେ । ମୟୂରଭଞ୍ଜ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ. ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମୟୂରଭଞ୍ଜର ପ୍ରାଚୀନ ଐତିହ୍ୟ ଓ ଓଡ଼ିଆ ଭାଷା ପ୍ରତି ଅବଦାନ ସମ୍ପର୍କରେ ମତାମତ ରଖି ପ୍ରାଚୀନ ଓଡ଼ିଆ ଭାଷାର ରୂପଚିତ୍ର ପରିପ୍ରେକ୍ଷୀରେ ସହଜଯାନୀ ବୌଦ୍ଧ ପରମ୍ପରାରେ ଲୁଇପାଙ୍କ କଥା ବର୍ଣ୍ଣନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମୟୂରଭଞ୍ଜର ବୁଦ୍ଧିଜୀବି ମାନେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉପସ୍ଥାପନ କରିଥିବା ବିଭିନ୍ନ ଦାବି ସମ୍ବନ୍ଧରେ ଅବଗତ କରାଇଥିଲେ । ବାରିପଦାର ବିଶିଷ୍ଠ ଅନୁବାଦ ସାହିତ୍ୟିକ ଡ. ପ୍ରଣବ ରଞ୍ଜନ ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ନିଜ ଜୀବନରେ ସେ କିପରି ଘଟଣାଚକ୍ରରେ ପଡ଼ି ତପସ୍ୱିନୀ ଓ ଚିଲିକା ଭଳି କାବ୍ୟକୁ ଇଂରାଜୀରେ ଅନୁବାଦ କରିଥିଲେ ତାର ଅନୁଭୂତି ପ୍ରକାଶ କରିବା ସହ ଭାରତୀୟ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା କିପରି ଅତି ସମୃଦ୍ଧ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଡ. ବିଚିତ୍ର ନାଥ ସାହୁ ପରିଷଦର ବିବରଣୀ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‌ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ବିଶ୍ୱବିଦ୍ୟାଳୟରେ ସମାହିତ ବହୁଭାଷୀ କବିତାପାଠ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା ସହରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ଆଗତ କବି/କବୟତ୍ରୀମାନଙ୍କ ଦ୍ୱାରା  ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ କରାଯାଇଥିଲା ଏବଂ କବି/କବୟତ୍ରୀ ମାନଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପରିଚାଳନା କରିଥିଲେ ଏବଂ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ ।  ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବରେ ଭାଗ ନେଇଥିବା କବିମାନେ ହେଲେ ଶଙ୍କର ଜେନା, ଅଶୋକ କୁମାର ପଲେଇ, ଗୋକୁଳଚନ୍ଦ୍ର ଦାସ, ହିମାଂଶୁଶେଖର ଦାସ, ବାସନ୍ତୀଲତା ମହାପାତ୍ର, ଗୀତାରାଣୀ ସାହୁ, ଅଜିତ କୁମାର ପାଣିଗ୍ରାହୀ, ଡ. ସଞ୍ଜୀବ କୁମାର ପାଣିଗ୍ରାହୀ, ସୁମିତା ବେହେରା, ଡ. ରମାକାନ୍ତ ମହାନ୍ତ୍, ଭାସ୍ୱତୀ ପଣ୍ଡା, ଡ. ଗାୟତ୍ରୀ ଦେ ଓ ଗୋପାଳଚନ୍ଦ୍ର ସାଓ ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍କୃତ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ ଓ ଶେଷରେ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପରିଷଦର ଉପସଭାପତି ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଓ ସହ-ସଂପାଦକ ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ବିଶେଷ ଭାବେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

MSCBUConnect Session

 


ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏମ୍‌ଏସ୍‌ସିବିୟୁ କନେକ୍ଟ କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ଉଚ୍ଚଶିକ୍ଷାର ଅନୁଷ୍ଠାନରେ କିପରି ଏକାଡେମିକ୍ କୁଶଳୀ ଏବଂ ଅଭିନବ ହେବେ ସେ ବିଷୟରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ ।

MoU Signed between KISS Deemed to be University and MSCB University

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ କିସ୍‌ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଦିବାସୀ ଜନଜାତିଙ୍କ ଉପରେ ଗବେଷଣା, ଜ୍ଞାନକୌଶଳ ଆଦାନପ୍ରଦାନ, ଶିକ୍ଷାପ୍ରଦାନ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ଯୁଗଳ କିଶୋର ମିଶ୍ର, କୁଳସଚିବ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Workshop for non-teaching employees of colleges and University

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଅଣଶିକ୍ଷକ କର୍ମଚାରୀ ମାନେ  କିପରି କାର୍ଯ୍ୟକ୍ଷମ, ପ୍ରଭାବଶାଳୀ ଏବଂ ସମୟବଦ୍ଧତା ବଜାୟ ରଖିପାରିବେ ତା ଉପରେ ପରାମର୍ଶ ମାନ ଦେଇଥିଲେ । ବିଶ୍ୱବିଦ୍ୟାଳୟ କୁଳସଚିବ ଶ୍ରୀ ସହଦେବ ସମାଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ମାନେ କିପରି ନିଜର କୌଶଳ ବର୍ଦ୍ଧନ ପୂର୍ବକ ଅନୁଷ୍ଠାନର ପ୍ରଗତିରେ ନିଜକୁ ସାମିଲ କରିପାରିବେ ତା ଉପରେ  ଆଲୋକପାତ କରିଥିଲେ । ସେ କର୍ମଚାରୀ ମାନଙ୍କୁ ନିଜର ସ୍ୱ-ମୂଲ୍ୟାୟନ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । କର୍ମଶାଳାର ଆବାହକ ତଥା ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ନୋଡାଲ୍‌ ଅଫିସର ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ୭୪ ଜଣ ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାର ଚାରୋଟି ପର୍ଯ୍ୟାୟରେ ପ୍ରଶାସନିକ ନୀତିନିୟମ ଓ ଆନୁସଙ୍ଗିକ ବିଷୟ ଗୁଡ଼ିକରେ ଆଲୋଚନା କରାଯାଇଥିଲା ଏବଂ ଭବିଷ୍ୟତରେ ଏଭଳି କର୍ମଶାଳାର ଆୟୋଜନ ପାଇଁ ମତପ୍ରକାଶ ପାଇଥିଲା ।

Research Scolars' Conclave 2024

 






ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ରଛାତ୍ରୀଙ୍କର ଏକ ଭବ୍ୟ ସମାବେଶ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ "ରିସର୍ଚ୍ଚ ସ୍କଲାର୍ସ କନ୍‌କ୍ଲେଭ୍‌ ୨୦୨୪" ଶୀର୍ଷକ ଏହି ସମାବେଶରେ ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉଦ୍ଭାବନର ଉଦ୍ଦେଶ୍ୟରେ ଗବେଷଣାରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ ଏବଂ ସ୍ମାର୍ଟଫୋନ୍‌ର ସଫଳ ବ୍ୟବହାର ସହିତ ଲାଇବ୍ରେରୀରେ ଉପଲବଧ୍‌ ପୁସ୍ତକ ଓ ପତ୍ରିକାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ବହୁ ସଂଖ୍ୟାରେ ଗବେଷକ ଗବେଷିକା ଯୋଗ ଦେଇଥିବାରୁ ସେ ଆୟୋଜକ ମଣ୍ଡଳୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ  । ଭୁବନେଶ୍ୱରସ୍ଥିତ ଖଣିତ ଓ ପଦାର୍ଥ ପ୍ରଦୌଗିକ ସଂସ୍ଥାନର ମୁଖ୍ୟ ବୈଜ୍ଞାନିକ ଡ. ବଙ୍କିମ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଭଳି ଏକ ଗବେଷଣା ସମାବେଶ ଆୟୋଜନ ଦିଗରେ ବିଶ୍ୱବିଦ୍ୟାଳୟର ଅଭିନବ ପ୍ରୟାସର ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀ ମାନେ ନିଜ ଗବେଷଣାକୁ ଉପସ୍ଥାପନା କରିବା ତଥା ଅନ୍ୟ ଗବେଷକ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିବା ପାଇଁ ଏଭଳି ସମାବେଶ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ  ଗବେଷଣା ଓ ବିକାଶ ସେଲ୍‌ର ମୁଖ୍ୟ ତଥା ଆବାହକ  ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ଆବାହକ ପ୍ରଫେସର କବିତା କୁମାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ରିସର୍ଚ୍ଚ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ପୋଷ୍ଟର ଉପସ୍ଥାପନା ଷ୍ଟଲ୍‌ ଗୁଡ଼ିକର ଉଦ୍‌ଘାଟନ କରିଥିଲେ ଓ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ତାଙ୍କ ଗବେଷଣା ସମ୍ପର୍କରେ ପଚାରି ବୁଝିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାୟ ସମସ୍ତ ବିଭାଗର ୨୦୦ରୁ ଉର୍ଦ୍ଧ୍ୱ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ବିଚାରକ ରୂପେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ର. ସୂର୍ଯ୍ୟେନ୍ଦୁ କୁମାର ଦେ, ଡ. ଭାସ୍କର ବେହେରା, ଡ. ପଙ୍କଜ କୁମାର ପାଢ଼ୀ, ଡ. ସନ୍ତୋଷ କୁମାର ଅଗ୍ରୱାଲା, ଡ. ଅଶାନ୍ତ ରଞ୍ଜନ ରାଉତରାୟ, ପ୍ର. ସୁନିଲ୍‌ କୁମାର ପାଢ଼ୀ, ଡ. ଜ୍ୟୋତିଶଙ୍କର ପ୍ରଧାନ, ପ୍ର. ସୁବାଶ ଦାଶ ଓ ଡ. ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।  ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଉଦ୍‌ଯାପନୀ ସମାରୋହରେ ଶ୍ରେଷ୍ଠ ଉପସ୍ଥାପକ/ଉପସ୍ଥାପିକା ମାନଙ୍କୁ ପୁରସ୍କାର ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସାଧାରଣ ବିଜ୍ଞାନ ବର୍ଗରେ ରସାୟନ ବିଭାଗର ସଂହିତା ସ୍ୱାଇଁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ଓ ଆଇଟିର ସୁମିତ କୁମାର ମହାନ୍ତ ଦ୍ୱିତୀୟ ଓ ପଦାର୍ଥ ବିଜ୍ଞାନର ଉପେନ୍ଦ୍ର ମହାନ୍ତି ଏବଂ ଭୂବିଜ୍ଞାନର ମଧୁସ୍ମିତା ଓଝା ଯୁଗ୍ମ ଭାବେ ତୃତୀୟ ସ୍ଥାନ,  ଜୀବ ବିଜ୍ଞାନ ବର୍ଗରେ ପ୍ରାଣୀ ବିଜ୍ଞାନ ବିଭାଗର ପି.ବି.ଅନୁରାଧା ସ୍ୱାଇଁ ପ୍ରଥମ, ଜୀବ ବିଜ୍ଞାନର ରୋଜାଲି ସେଠୀ ଦ୍ୱିତୀୟ ଓ ଜୈବପ୍ରଯୁକ୍ତି ବିଭାଗର ମୟୂରୀ ବେହେରା ତୃତୀୟ ସ୍ଥାନ,  ସାମାଜିକ ବିଜ୍ଞାନ ବର୍ଗରେ ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ ପ୍ରଥମ, ଶିକ୍ଷା ବିଭାଗର ସୁମନ କୁମାର ଅଧକ ଦ୍ୱିତୀୟ ଏବଂ ନୃତତ୍ୱ ଓ ଜନଜାତି ବିଭାଗର ତାରକନାଥ ଗୋପାଳ ତୃତୀୟ ସ୍ଥାନ,  ଭାଷା ବର୍ଗରେ ଓଡ଼ିଆ ବିଭାଗର ନିରୂପମା ମହାନ୍ତ ପ୍ରଥମ, ସଂସ୍କୃତ ବିଭାଗର ସସ୍ମିତା ସେଠୀ ଦ୍ୱିତୀୟ ଓ ସାନ୍ତାଳୀ ବିଭାଗର ସଞ୍ଜୟ କୁମାର ହେମ୍ବ୍ରମ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୋଷ୍ଟର ଉପସ୍ଥାପନା କରୁଥିବା ଗବେଷଣାରତ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ।

I.C.R.O Amrit Internship Programme @MSCBU

 





Workshop-cum-Photography Exhibition on the occasion of 18th Pravasi Bharatiya Divas

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...