National Space Day 2024 celebration @MSCBU
ଇସ୍ରୋର ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତାକୁ ସ୍ମରଣ କରିବା ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ମହାକାଶ ଦିବସ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଏବଂ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ ଆଭାଷୀ ମାଧ୍ୟମରେ ଯୋଗ ଦେଇ ଏହି ସ୍ମରଣୀୟ ଦିବସ ପାଳନର ଉଦ୍ଦେଶ୍ୟ ଆଲୋଚନା କରିଥିଲେ । ପ୍ରଥମଥରରେ ଚନ୍ଦ୍ରରେ ସଫଟ୍ ଲ୍ୟାଣ୍ଡିଙ୍ଗ୍ କରିଥିବାରୁ ଏହାକୁ ଭାରତର ଏକ ବିରଳର ସଫଳତା ବୋଲି ଅଭିହିତ କରିବା ସହ ଏହାଦ୍ୱାର ସମଗ୍ର ବିଶ୍ୱରେ ଭାରତ ପାଇଁ ସମ୍ମାନ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ଏହା ସହିତ ସେ ଚନ୍ଦ୍ରାୟନ-୩ ମିଶନର ଇତିହାସ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟତମ ବକ୍ତା ଭାବେ ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ. ମାନସ କୁମାର ଦଳାଇ ଆଭାଷୀ ମାଧ୍ୟମରେ ଯୋଗଦେଇ ନିଜ ବକ୍ତବ୍ୟରେ ଚନ୍ଦ୍ରାୟନ-୩ ରେ ବ୍ୟବହୃତ ରକେଟ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ଗଠନ ଉପରେ ନିଜର ସବିଶେଷ ବିବରଣୀ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ନିଜ ବକ୍ତବ୍ୟରେ ଏଭଳି ଏକ ସଫଳ ମିଶନ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବ ବୋଲି ମତବ୍ୟକ୍ତ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Book Release Ceremony by University Literary and Cultural Council, MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କବି କିପରି ସମୟର ଶବ୍ଦ ଓ ଭାବର ତରଙ୍ଗରୁ କବିତାର ସୃଜନ କରେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ରଚିତ ଦୁଇଟି ସମାଲୋଚନା ପୁସ୍ତକ ଯଥା "ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟଧାରା" ଓ "ସମୀକ୍ଷା ସୌରଭ" ଏବଂ କବୟିତ୍ରୀ ଦୀପ୍ତି ମିଶ୍ରଙ୍କ କବିତା ଗ୍ରନ୍ଥ "ଉପହାର"କୁ କୁଳପତି ପ୍ରଫେସର ତ୍ରିପାଠୀ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ତଥା ସୁନାମଧନ୍ୟ କବି ପିନାକୀ ମିଶ୍ର ଯୋଗଦାନ କରି ନିଜ ବକ୍ତବ୍ୟରେ କବିତା କିପରି ଦୁଃଖ ମଧ୍ୟରେ ଆନନ୍ଦ ଦେଇପାରେ ତାହା ତୋଳିଧରିଥିଲେ । କବିତା ଗ୍ରନ୍ଥର ସମୀକ୍ଷକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ କବି ଡ. ନୀଳକଣ୍ଠ ମିଶ୍ର କବିତାଗୁଡ଼ିକର ଭାବ ଓ ଭାଷା ଦୃଷ୍ଟିରୁ ଚମତ୍କାର ସମୀକ୍ଷା କରିଥିଲେ । ସେହିପରି ସମାଲୋଚନା ଗ୍ରନ୍ଥଦ୍ୱୟର ସମୀକ୍ଷକ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଜଗତବନ୍ଧୁ ଆଚାର୍ଯ୍ୟ ଲେଖକଙ୍କର ସମାଲୋଚନାର ବ୍ୟାପକତା ଦିଗରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । କବୟିତ୍ରୀ ଦୀପ୍ତି ମିଶ୍ର ନିଜ ବକ୍ତବ୍ୟର ତାଙ୍କ କବିତା ସୃଜନର ପ୍ରେରଣା ଓ ଭାବ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଏ ଅବସରରେ ଡ. ରମାକାନ୍ତ ମହାନ୍ତଙ୍କ ରଚିତ ଓ ଝୁମର ଗାୟିକା ବିନ୍ଦୁମତି ମହାନ୍ତଙ୍କ କଣ୍ଠସ୍ୱରରେ ପରିବେଷିତ ପରିବେଶ ସୁରକ୍ଷା ସମ୍ପର୍କିତ "ଏକ୍ ପେଡ଼୍ ମା' କେ ନାମ୍" ସଙ୍ଗୀତକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଆ ବିଭାଗର ଅଧ୍ୟାପକ ରାଜକୁମାର ପାତ୍ର ଓ ଅଧ୍ୟାପିକା ବିନ୍ଧେଶ୍ୱରୀ କଲିଆ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ମାନ୍ୟଗଣ୍ୟ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Celebration of International Youth Day @MSCBU
ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ଏକ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଚିକିତ୍ସକ ତଥା ଲେଖକ ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଦେଶରେ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବଗୋଷ୍ଠୀ ଏବଂ ସେମାନେ ହେଉଛି ଦେଶର ଭାଗ୍ୟ ଓ ଭବିଷ୍ୟତ । ଗଭୀର ଅବଲୋକନ ସହ ସୁଚିନ୍ତିତ ଯୋଜନା ମାଧ୍ୟମରେ କାର୍ଯ୍ୟ କଲେ ଯୁବଗୋଷ୍ଠୀ ସଫଳ ହେବା ସହ ଏକ ସୁସ୍ଥ ସମାଜ ଗଠନରେ ଯୋଗଦାନ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ । ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜର ଯୁବସୁଲଭ ପ୍ରତିଭାର ସଦୁପଯୋଗ କରିବାକୁ ପରାମର୍ଶ ଦେବା ସହ ଜିଜ୍ଞାସୁ ହେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଡ. ନନ୍ଦ ନିଜର ଦୀର୍ଘ ଅଭିଭାଷଣରେ ଆଜିର ଯୁବସମାଜ ବସ୍ତୁବାଦୀ ଚିନ୍ତାଧାରାକୁ ଆପଣେଇ ଜୀବନର ଖୁସିକୁ ଜଳାଞ୍ଜଳି ଦେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହ ଯୁବାବର୍ଗଙ୍କୁ ନିଜର ଆରାମ୍ଦାୟକ କ୍ଷେତ୍ର ବା କମ୍ଫୋର୍ଟ୍ ଜୋନ୍କୁ ଛାଡ଼ି ଜୀବନପଥରେ ଆଗେଇ ଚାଲିଲେ ସଫଳତା ପ୍ରାପ୍ତ ହେବ ବୋଲି ମତପ୍ରକାଶ କରିଥିଲେ । ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସାର ଦ୍ୱାର ସର୍ବଦା ଉନ୍ମୁକ୍ତ ରଖିବା ସହ ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧିକାରୀ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଦିବସ ଆରମ୍ଭରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଯୋଗାଭ୍ୟାସ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବର୍ଜ୍ୟବସ୍ତୁର ସୁବିନିଯୋଗ, ଡିଜିଟାଲ୍ ପୋଷ୍ଟର ତିଆରି ଓ ବହୁଭାଷୀୟ ସ୍ନୋଗାନ୍ ଲେଖା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ଆୟୋଜିତ ଏକ ସମ୍ପାନରେ କମ୍ପ୍ୟୁଟର ବିଜ୍ଞାନର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ "ଧାରଣକ୍ଷମ ବିକାଶ ପାଇଁ କୁତ୍ରିମ ବୁଦ୍ଧିମତ୍ତା (Artificial Intelligence for Sustainable Development)", ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ଶୁଭେନ୍ଦୁ କୁମାର ଶତପଥି "ଧାରଣକ୍ଷମ ବିକାଶର ମଶାଲ ବହନକାରୀଗଣ (The Torch Bearers for Sustainable Development)" ଓ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା "ଛାତ୍ରଛାତ୍ରୀଙ୍କ ପ୍ରଗତି ଉପରେ ବେଷୟିକ ଜ୍ଞାନର ପ୍ରଭାବ (Impact of Technology on Students Progress)" ଶୀର୍ଷକ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।
Celebration of International Day of the World's Indigenous Peoples @MSCBU
Celebration of International Day of the World's Indigenous Peoples in the Department of Anthropology and Tribal Studies in Collaboration with the Department of History
Panel Discussion on Union Budget 2024-25 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ବିଭାଗ ଦ୍ୱାରା ୟୁନିୟନ ବଜେଟ ୨୦୨୪-୨୫ ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ୟାନେଲ ଆଲୋଚନାର ଉଦ୍ଘାଟନୀ ସଭାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଆମେରିକାର ଆମ୍ନିଆ କର୍ପୋରେସନର ବୋର୍ଡ୍ ସଦସ୍ୟ ଶ୍ରୀ ପାର୍ଥ ସାରଥି ମିଶ୍ର, ନାଇଜର ଭୁବନେଶରର ସ୍କୁଲ୍ ଅଫ ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ୍ ସାଇନ୍ସର ସହଯୋଗୀ ପ୍ରଫେସର ଡ. ଅମରେନ୍ଦ୍ର ଦାସ, ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପୂର୍ବତନ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଓ ବାରିପଦାର ଚାଟାର୍ଡ୍ ଆକାଉଣ୍ଟାଣ୍ଟ୍ ଶ୍ରୀ ପଙ୍କଜ ପାଣିଗ୍ରାହୀ ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଜ ବକ୍ତବ୍ୟରେ କୁଳପତି ପ୍ରଫେସର ତ୍ରିପାଠୀ ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାକୁ ପ୍ୟାନେଲିଷ୍ଟମାନଙ୍କୁ ଅନୁରୋଧ କରିବା ବଜେଟ କିପରି ସମସ୍ତଙ୍କ ଜୀବନକୁ ପ୍ରଦ୍ଭାବିତ କରେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଫେସର ଆଦିତ୍ୟ କୁମାର ପାତ୍ର ପ୍ୟାନେଲ ଆଲୋଚନାର ଆରମ୍ଭରେ ୟୁନିୟନ ବଜେଟର ନୀତି, ପ୍ରସ୍ତୁତି, ପ୍ରଣାଳୀ ଓ ବିଭିନ୍ନ କାର୍ଯ୍ୟକଳାପ ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ୟାନେଲିଷ୍ଟ ଡ. ଅମରେନ୍ଦ୍ର ଦାସ ଚଳିତ ୟୁନିୟନ ବଜେଟର ଏକ ସମୀକ୍ଷା କରି ଚାକିରି ଏବଂ ଦକ୍ଷତା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ, ଭିତ୍ତିଭୂମି ସୁଦୃଢ଼ୀକରଣରେ ବିନିଯୋଗ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି ଉପରେ ଗୁରୁତ୍ୱ, ଅକ୍ଷୟ ଶକ୍ତି ନିମନ୍ତେ ସବୁଜ ପଦକ୍ଷେପ ଆଦିର ପ୍ରଂଶସା କରିଥିଲେ । ଶ୍ରୀ ପାର୍ଥ ସାରଥି ମିଶ୍ର ବଜେଟକୁ ସମାଲୋଚନା କରି ଆର୍ଥିକ ନିଅଣ୍ଟ, ସୀମିତ ପ୍ରତ୍ୟକ୍ଷ ଲାଭ, ଘୋଷିତ ଯୋଜନାଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା, ମୁଦ୍ରାସ୍ଫୀତି ଚାପ ଆଦି ବିଷୟରେ ନିଜର ଟିପ୍ପଣୀ ପ୍ରଦାନ କରିଥିଲେ । ଶ୍ରୀ ପଙ୍କଜ ପାଣିଗ୍ରାହୀ ବଜେଟରେ ଟିକସକୁ ଏକ ମୁଖ୍ୟ ଆୟାମ ରୂପେ ବିଚାର କରି ଏହା ସମାଜର ବିଭିନ୍ନ ବର୍ଗକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ମତପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ବିଭାଗୀୟ ପ୍ରଫେସର ମିନତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଅଧ୍ୟାପିକା ସୁଜାତା ମହାକୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଶ୍ୱଜିତ ଷଡ଼ଙ୍ଗୀ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।
National Conference on Emerging Aspects of Physics: New Directions and Societal Applications @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳ...
-
The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15...
-
A five-member team of NAAC has visited the University on a three-day visit to assess and accreditate the academic and intellectual environ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...