National Space Day 2024 celebration @MSCBU

 


ଇସ୍ରୋର ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତାକୁ ସ୍ମରଣ କରିବା ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ମହାକାଶ ଦିବସ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଏବଂ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ ଆଭାଷୀ ମାଧ୍ୟମରେ ଯୋଗ ଦେଇ ଏହି ସ୍ମରଣୀୟ ଦିବସ ପାଳନର ଉଦ୍ଦେଶ୍ୟ ଆଲୋଚନା କରିଥିଲେ । ପ୍ରଥମଥରରେ ଚନ୍ଦ୍ରରେ ସଫଟ୍‌ ଲ୍ୟାଣ୍ଡିଙ୍ଗ୍‌ କରିଥିବାରୁ ଏହାକୁ ଭାରତର ଏକ ବିରଳର ସଫଳତା ବୋଲି ଅଭିହିତ କରିବା ସହ ଏହାଦ୍ୱାର ସମଗ୍ର ବିଶ୍ୱରେ ଭାରତ ପାଇଁ ସମ୍ମାନ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ଏହା ସହିତ ସେ ଚନ୍ଦ୍ରାୟନ-୩ ମିଶନର ଇତିହାସ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟତମ ବକ୍ତା ଭାବେ ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ. ମାନସ କୁମାର ଦଳାଇ ଆଭାଷୀ ମାଧ୍ୟମରେ ଯୋଗଦେଇ ନିଜ ବକ୍ତବ୍ୟରେ ଚନ୍ଦ୍ରାୟନ-୩ ରେ ବ୍ୟବହୃତ ରକେଟ୍‌ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ଗଠନ ଉପରେ ନିଜର ସବିଶେଷ ବିବରଣୀ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ନିଜ ବକ୍ତବ୍ୟରେ ଏଭଳି ଏକ ସଫଳ ମିଶନ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବ ବୋଲି ମତବ୍ୟକ୍ତ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...