National Conference on Emerging Aspects of Physics: New Directions and Societal Applications @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ "ପଦାର୍ଥ ବିଜ୍ଞାନର ଉଦୀୟମାନ ଦିଗ: ନୂତନ ଦିଗ ଏବଂ ସାମାଜିକ ପ୍ରୟୋଗ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ।  ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ଥାୟୀ ଶକ୍ତି ସମାଧାନ ଏବଂ ସ୍ୱାସ୍ଥ୍ୟସେବା ନବସୃଜନ ସମେତ ସମସାମୟିକ ସାମାଜିକ ଆହ୍ୱାନ ଗୁଡ଼ିକର ମୁକାବିଲା କରିବାରେ ନାନୋ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପ୍ର. ଲମ୍ବୋଦର ପ୍ରସାଦ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ୱାଣ୍ଟମ୍ ଫିଜିକ୍ସରେ ସାମ୍ପ୍ରତିକ ପ୍ରଗତି, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସୁରକ୍ଷିତ ଯୋଗାଯୋଗ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସେମାନଙ୍କର ସମ୍ଭାବ୍ୟ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପ୍ର. ନରେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପଦାର୍ଥ ବିଜ୍ଞାନରେ ଆନ୍ତଃବିଷୟିକ ଗବେଷଣାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଅନ୍ୟ ବୈଜ୍ଞାନିକ କ୍ଷେତ୍ରଗୁଡ଼ିକ ସହିତ ସହଯୋଗ କିପରି ଯୁଗାନ୍ତକାରୀ ଆବିଷ୍କାରର କାରଣ ହୋଇପାରେ ତାହା ଉପରେ ଆଲୋକପାତ କରିଥିଲେ । ସମ୍ମିଳନୀର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ପ୍ର. ସୁସ୍ମିତା କର ଏହି ସମ୍ମିଳନୀର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ ।  ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜ୍ୟୋତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ପ୍ରଫେସର ଇନ୍ଦ୍ରଜିତ ନାଏକ, ସହଯୋଗୀ ପ୍ରଫେସର ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ, ଲ୍ୟାବ୍‌ ଆସିଷ୍ଟାଣ୍ଟ୍‌ ଡ. ଶ୍ରୀକୃଷ୍ଣ ମହାନ୍ତ ପ୍ରମୁଖ ଏହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୧୦ ଜଣ ନିମନ୍ତ୍ରିତ ବକ୍ତା ଓ ୪୮ ଜଣ ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

Two-days National Seminar on Exploring the Wonders of Geology @MSCBU

 



The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15 February, 2025. The seminar on the topic "Exploring the Wonders of Geology", brought together experts, researchers, and students discussing recent advancements and discoveries in the field of geology. Prof. Santosh Kumar Tripathy, Hon’ble Vice-Chancellor, attended as the Chief Guest, while Prof. Hemanta Kumar Sahu, Chairman of the P.G. Council, presided over the inaugural session. In his address, Prof. Tripathy highlighted that Geology is the basics of all science subjects as it deals with starting from the origin of the universe to the occurrence of minerals in the earth.The Chief Speaker, Prof. Mruganka Kumar Panigrahi from the Department of Geology & Geophysics, IIT Kharagpur, delivered an insightful talk on contemporary geological research, highlighting emerging trends in mineral exploration, geohazards, and sustainable resource management. Dr. Subhransu Bhusan Ray, Former Deputy Director General of the Geological Survey of India (GSI), Kolkata, attended as the Guest of Honour, sharing his vast experience in geological surveys and exploration. Convenor of the Seminar Dr. P. S. Sahoo, the Convenor, extended a warm welcome to all attendees. Dr. Debasis Singh, organizing secretary of the seminar spoke on the theme of the Seminar while the joint organizing secretary Dr. Sushree Sagarika Behera offered vote of thanks. Among the other dignitaries, Sri Manoranjan Mahapatra, Former Director Geology, Department of Steel and Mines, Government of Odisha, Sri Ramakanta Mahanta, Retired Joint Director Geology, Department of Steel and Mines, Government of Odisha, and Dr. Asim Amitabh Pradhan, Assistant Professor, Department of Geology, Fakir Mohan University and many other distinguished scholars of Geology delivered their lecture. The seminar provided a valuable platform for knowledge exchange and academic collaboration, fostering discussions on significant geological topics and inspiring future research in the field. The attendees of the seminar had a field visit to Sitakund and Baldiha dam. 

Bidu Chandan Puja @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଦୁ ଚାନ୍ଦାନ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ହେରିଟେଜ୍‌ କ୍ଲବ୍‌ ଓ ସାନ୍ତାଳୀ ବିଭାଗ ଦ୍ୱାରା ଆୟୋଜିତ ଏହି ପୂଜାରେ ବିଶ୍ୱବିଦ୍ୟାଳୟର ପବିତ୍ର କୁଞ୍ଜରେ ସ୍ଥିତ ଜାହିରାପୀଠରେ ଜ୍ଞାନ, ବୁଦ୍ଧି, ଶିକ୍ଷା ଏବଂ ସମସ୍ତ କଳାର ପ୍ରତିନିଧିତ୍ୱ କରୁଥିବା ଦେବଦେବୀ ବିଦୁ ଚାନ୍ଦାନଙ୍କୁ ପୂଜା କରାଯାଇଥିଲା । ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ  ଏବଂ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ସାନ୍ତାଳୀ ବିଭାଗର ମୁଖ୍ୟ ଡ. ଯତୀନ୍ଦ୍ରନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରି ଏହି ପୂଜାର ଇତିହାସ ଓ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ନୃତତ୍ତ୍ୱ ଓ ଜନଜାତି ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଯୋଗ ଦେଇ ସମଗ୍ର ଛୋଟନାଗପୁର ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ବିଦୁ ଚାନ୍ଦାନ ପୂଜାର ମହତ୍ତ୍ୱ ଉପସ୍ଥାପନା କରିଥିଲେ । ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ କୁମାର ଶତପଥି ନିଜ ବକ୍ତବ୍ୟରେ ଏହି ପର୍ବ ପାଳନ ଆମର ସ୍ଥାୟୀ ପରମ୍ପରା ଏବଂ ମୂଲ୍ୟବୋଧକୁ ପୁନର୍ଜୀବିତ କରିଥାଏ ବୋଲି ମତପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାଏକ, କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଏମ୍‌ ହିମବିନ୍ଦୁ, ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଏବଂ ସାନ୍ତାଳୀ ବିଭାଗର ଅଧ୍ୟାପକ ଦୁର୍ଗା ସୋରେନ ଓ ପିଚୁଆନୁ ଠାକୁର ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ପୂଜାରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ପୂଜାରେ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବାରିପଦା ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟିଙ୍ଗ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ର ସାନ୍ତାଳୀ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ ।

Special lecture on "Cancer Awareness" @MSCBU

 


A special lecture on the topic "Cancer: Awareness to Empowerment" was held on 11.02.2025. The Speaker on the occasion was Dr. Chira Ranjan Khadanga, Consultant and HOD, Department of Radiation Oncology, SUM Ultimate Medicare.

Special lecture on the Governments flagship scheme "SUBHADRA" @MSCBU

 



A Special lecture on the Governments flagship scheme "SUBHADRA - An initiative for empowerment of women" was held on 10.02.2025. The speaker on the occasion was Dr. Gitanjali Panda from the Department of Economics at FM University. Hon'ble Vice-Chancellor Prof. Santosh Kumar Tripathy was the Chief Guest on the occasion. The lecture was followed by Prize distribution by the guests to the students who had participated in various events organized in view of the SUBHADRA initiative.


Winter Session of NSS @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଆୟୋଜିତ ଏହି ସ୍ୱତନ୍ତ୍ର ଶିବିର ଗତ ତିରିଶ ଜାନୁଆରୀ ଠାରୁ ପାଞ୍ଚ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିଲା । ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଦୂର ଓ ଆଭାଷୀ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦାଙ୍କ ପରିଚାଳନାରେ ଲକ୍ଷ୍ମୀପୋଷି ଠାରେ ଏହି କାର୍ଯ୍ୟକ୍ରମ ସମାହିତ ହୋଇଯାଇଛି । ସେବା ଯୋଜନାର ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଡ. ଶିଶିର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ପଚାଶଜଣ ଛାତ୍ରଛାତ୍ରୀ ଭାଗ ନେଇ ବିଭିନ୍ନ ପ୍ରକାର ସାମାଜିକ ସେବା କର୍ମ କରିଥିଲେ । ବିଶ୍ୱବିଦ୍ୟାଳୟର ପୋଷ୍ୟଗ୍ରାମରେ ଲୋକମାନଙ୍କର ଆର୍ଥିକ ଅବସ୍ଥା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର କାରଣ, ବାଲ୍ୟବିବାହ, ସାକ୍ଷରତା ଆଦି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ପଥପ୍ରାନ୍ତ ନାଟକ ମାଧ୍ୟମରେ ଅନ୍ଧବିଶ୍ୱାସ ଦୂରୀକରଣ, ନିଶା ନିବାରଣ, ବାଲ୍ୟବିହାହର କୁପରିଣତି ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇଥିଲେ । ଏହି ଶିବିରରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନା, ସାମୁହିକ ସେବାରେ ବ୍ୟକ୍ତିତ୍ୱର ବିକଶ, ଲିଙ୍ଗଗତ ସମାନତା, ନେତୃତ୍ୱର ଦକ୍ଷତା, ଶିଶୁମାନସିକତା, ଏକ ଦେଶ ଏକ ନିର୍ବାଚନ, ଯୌନ ନିର୍ଯ୍ୟାତନା, ଅଣଆଦିବାସୀମାନଙ୍କ ଦ୍ୱାରା ଆଦିମ ଜନଜାତି ସଂସ୍କୃତିକୁ ଆପଣାଇ ନେବା, ଏକ ସୁସ୍ଥ ଜୀବନଯାପନ ପାଇଁ କୁତ୍ରିମ ବୁଦ୍ଧିମତ୍ତାର ଆବଶ୍ୟକତା ଆଦି ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ଭାବରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍‌. ହିମବିନ୍ଦୁ, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥୀ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ଜନ୍ମେଞ୍ଜୟ ନାୟକ, ଡ. ପ୍ରିୟଙ୍କା ଦାସ, ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ପ୍ରକାଶ ବାରିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ତରୁଣ କୁମାର ଓଝା ଓ ପ୍ରାକ୍ତନ ସେବା ଯୋଜନା ସଂଯୋଜିକା ଉଷା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନାମଚରଣ ରାଉତ, ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

National Conference on Emerging Aspects of Physics: New Directions and Societal Applications @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳ...