Bidu Chandan Puja @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଦୁ ଚାନ୍ଦାନ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ହେରିଟେଜ୍‌ କ୍ଲବ୍‌ ଓ ସାନ୍ତାଳୀ ବିଭାଗ ଦ୍ୱାରା ଆୟୋଜିତ ଏହି ପୂଜାରେ ବିଶ୍ୱବିଦ୍ୟାଳୟର ପବିତ୍ର କୁଞ୍ଜରେ ସ୍ଥିତ ଜାହିରାପୀଠରେ ଜ୍ଞାନ, ବୁଦ୍ଧି, ଶିକ୍ଷା ଏବଂ ସମସ୍ତ କଳାର ପ୍ରତିନିଧିତ୍ୱ କରୁଥିବା ଦେବଦେବୀ ବିଦୁ ଚାନ୍ଦାନଙ୍କୁ ପୂଜା କରାଯାଇଥିଲା । ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ  ଏବଂ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ସାନ୍ତାଳୀ ବିଭାଗର ମୁଖ୍ୟ ଡ. ଯତୀନ୍ଦ୍ରନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରି ଏହି ପୂଜାର ଇତିହାସ ଓ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ନୃତତ୍ତ୍ୱ ଓ ଜନଜାତି ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଯୋଗ ଦେଇ ସମଗ୍ର ଛୋଟନାଗପୁର ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ବିଦୁ ଚାନ୍ଦାନ ପୂଜାର ମହତ୍ତ୍ୱ ଉପସ୍ଥାପନା କରିଥିଲେ । ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ କୁମାର ଶତପଥି ନିଜ ବକ୍ତବ୍ୟରେ ଏହି ପର୍ବ ପାଳନ ଆମର ସ୍ଥାୟୀ ପରମ୍ପରା ଏବଂ ମୂଲ୍ୟବୋଧକୁ ପୁନର୍ଜୀବିତ କରିଥାଏ ବୋଲି ମତପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାଏକ, କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଏମ୍‌ ହିମବିନ୍ଦୁ, ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଏବଂ ସାନ୍ତାଳୀ ବିଭାଗର ଅଧ୍ୟାପକ ଦୁର୍ଗା ସୋରେନ ଓ ପିଚୁଆନୁ ଠାକୁର ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ପୂଜାରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ପୂଜାରେ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବାରିପଦା ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟିଙ୍ଗ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ର ସାନ୍ତାଳୀ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...