National Seminar on “Fostering Plant Science for Sustainable Development” @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "ଧାରଣକ୍ଷମ ବିକାଶ ଦିଗରେ ଉଦ୍ଭିଦ ବିଜ୍ଞାନକୁ ପ୍ରୋତ୍ସାହନ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଆମ୍ଭମାନଙ୍କ ଦ୍ୱାରା ପୃଥିବୀର ବ୍ୟାପକ ହନନଦ୍ୱାରା ଧାରଣକ୍ଷମ ବିକାଶ ବିଷୟ ଉପରେ ଆଲୋଚନା କରିବାର ଅଧିକାର ଆମେ ହରେଇସାରିଛୁ ବୋଲି କ୍ଷୋଭ ପ୍ରକାଶ କରିବା ସହ ବ୍ୟାପକ ବୃକ୍ଷରୋପଣ ହିଁ ଏହାର ଏକ ସର୍ବୋତ୍କୃଷ୍ଟ ସମାଧାନ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଉଦ୍ଭିଦ ବିଜ୍ଞାନର ବିଭିନ୍ନ ଆୟାମ ଉପରେ ଆଲୋକପାତ କରିବା ସହ ପୃଥିବୀର ବିଭିନ୍ନ ଆହ୍ୱାନର ମୁକାବିଲା କରିବାରେ ଉଦ୍ଭିଦ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।  ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଏ.କେ. ମଣ୍ଡଳ ଧାରଣକ୍ଷମ ବିକାଶରେ ଆନ୍ତଃବିଭାଗୀୟ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।  ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବୀନ କୁମାର ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଉଦ୍ଭିଦ ବିଜ୍ଞାନରେ ବିଭିନ୍ନ ଅଭିନବ ପଦ୍ଧତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଆଲୋଚନାଚକ୍ରର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର କମଳ ଲୋଚନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ତଥା ବିଭାଗୀୟ ସହକାରୀ ପ୍ରଫେସର ଡ. ସୁଦାମ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଏହି ଆଲୋଚନାଚକ୍ରର ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦିକା ବିଭାଗୀୟ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧ୍ୟାପିକା ନମିତା ମଣ୍ଡଳ ଓ ଅଧ୍ୟାପକ ସୁଧିର କୁମାର ବେହେରା ପ୍ରମୁଖ ଏହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...