International Womens' Day Celebration @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ମହିଳା ସହାୟତା ସେଲ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାଗଦର୍ଶନରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ, ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ସୁଜାତା ଜେନା ଏବଂ  ସମଦୃଷ୍ଟି ର କାର୍ଯ୍ୟ ନିର୍ବାହୀ ସଂପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀ  ମାନଙ୍କ ସ୍ଥିତି, ପ୍ରଗତି,ଗଣ ମାଧ୍ୟମରେ ସେମାନଙ୍କର ଯୋଗଦାନ ଓ ସେମାନଙ୍କର ଆଇନଗତ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ପ୍ରାରମ୍ଭରେ ଆବାହିକା ପ୍ରଫେସର ମିନତୀ ମଲ୍ଲିକ ଏପରି ସଭାର ଆବଶ୍ୟକତା ଓ ଚଳିତ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ପ୍ରଫେସର ହେମନ୍ତ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆମ ସମାଜରେ ନିଜର ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କରି ନାରୀ କିପରି ସଫଳତା ହାସଲ କରିବ ଓ ସ୍ଵାଭିମାନ ଜୀବନ ଜୀଇଁବ ତା ଉପରେ ଗୁରୁତ୍ବ ଦେଇଥିଲେ।

ଏ ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ  ଛାତ୍ରୀ ସୁଶ୍ରୀ ପଲ୍ଲବୀ ଦତ୍ତ, ବିଶ୍ଵରୂପା ରାଉତ ଓ ବିଦ୍ୟୁତ୍ ପ୍ରଭା ମହାନ୍ତଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ସ୍ଥାନ ପାଇଁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ଡ଼ ପ୍ରିୟଙ୍କା ଦାସ ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିଥିବା ସମୟରେ ପ୍ରଫେସର ଏମ୍ ହିମାବିନ୍ଦୁ ପରିଚୟ ପ୍ରଦାନ କରିଥିଲେ। ସଭାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ଵବିଦ୍ୟାଳୟ ସଂଗୀତ ଗାନ କରାଯାଇଥିଲା।ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ ବିଷ୍ଣୁପ୍ରିୟା ହାଁସଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...