Valedictory Ceremony of Employability Skill Development Programme
FDP on "Roles and Responsibilities of Teachers in Higher Education System in Odisha in view of New Education Policy 2020" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି ୨୦୨୦ ଅନ୍ତରାଳରେ ଓଡ଼ିଶା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମାନଙ୍କ ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ଶିକ୍ଷକ ମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ହିଁ ଗୋଟିଏ ଜାତିକୁ ଗଢ଼ିପାରେ । ବିଜ୍ଞାନର ସମସ୍ତ ବ୍ୟବସ୍ଥା ସତ୍ୱେ ଶ୍ରେଣୀଗୃହ ଶିକ୍ଷା ହିଁ ସର୍ବୋତ୍କୃଷ୍ଟ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଶିକ୍ଷକ ମାନଙ୍କର ଛାତ୍ରସମାଜ, ବ୍ୟବସ୍ଥା ଓ ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ପ୍ରଫେସର ଏମ୍ ହିମବିନ୍ଦୁ ସମ୍ମାନିତ ଅତିଥିରୂପେ ଯୋଗଦେଇ ଶିକ୍ଷକମାନଙ୍କର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ କାର୍ଯ୍ୟକ୍ରମର ଆବାହକ ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସପ୍ତାହବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସଂଯୋଜକ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅପରାହ୍ନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଭୁବନେଶ୍ୱର କ୍ୟାମ୍ପସର ପ୍ରଫେସର ଡ. ସୁପ୍ରୀତି ମିଶ୍ର 'ଗୁଣାତ୍ମକ ଗବେଷଣାଧର୍ମୀ ଲେଖା ଲେଖିବାର ୨୧ଟି ଅଭ୍ୟାସ' ଶୀର୍ଷକ ବତ୍କୃତା ରଖିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମହାବିଦ୍ୟାଳୟରେ ନୂତନ ରୂପେ ଯୋଗଦେଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।
East-Zone Inter-Univesity Kabaddi (Men) Tournament 2023-24 hosted by MSCB University
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ନମ୍ଭମ୍ବର ୧୫ ତାର୍ଖ ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୋଲିସ୍ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଦ୍ୱିତୀୟଥର ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ଗର୍ବ ଅନୁଭବ କରିବା ସହିତ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଧନ୍ୟବାଦ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶୃଙ୍ଖଳା ହିଁ ଖେଳାଳୀର ଭୁଷଣ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ରୀଡ଼ା ପରିଷଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।
ପୂର୍ବ ଭାରତର ୫୬ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮୫୦ଟି ଖେଳାଳୀ ଓ ମ୍ୟାଚ୍ ଅଧିକାରୀ ଏଥିରେ ଭାଗନେବେ । ଓଡ଼ିଶାରୁ ୧୨ଟି, ଛତିଶଗଡ଼ରୁ ୧୧ଟି, ପଶ୍ଚିମବଙ୍ଗରୁ ୮ଟି, ବିହାରରୁ ୮ଟି, ଉତ୍ତର ପ୍ରଦେଶରୁ ୭ଟି, ଝାଡ଼ଖଣ୍ଡରୁ ୫ଟି, ମଣିପୁରରୁ ୨ଟି ଓ ଆସାମରୁ ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଏଥିନିମନ୍ତେ ଟିମ୍ ଗୁଡ଼ିକୁ ମୋଟ ୪ଟି ଗୃପ୍ ରେ ବିଭକ୍ତ କରାଯାଇଛି । ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ମଗଧ ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ବି.ବି.ଏସ୍.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନ୍ୟାସନାଲ୍ ସ୍ପୋର୍ଟସ୍ ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ, ଏଲ୍.ଏନ୍.ମିଥିଳା ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ଏମ୍.ଜି. କାଶୀ ବିଦ୍ୟାପୀଠ, ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ, ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ଆଲିଆ ବିଶ୍ୱବିଦ୍ୟାଳୟ କଲିକତା, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ଉତ୍ତରପ୍ରଦେଶ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଟି.ଏମ୍.ଭାଗଲପୁର ବିଶ୍ୱବିଦ୍ୟାଳୟ ବିହାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟନ ବିଶ୍ୱବିଦ୍ୟାଳୟ ଆସାମ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ, ଏମ୍.ଏ.ଟି.ଏସ୍ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ. ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ।
ଇଷ୍ଟଜୋନ୍ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଯଥା ଆଡାମାସ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଓ ଭି.ବି.ଏସ୍.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୭ ରେ ଭି.ବି.ଏସ୍.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ୍ ଟ୍ରଫି ହାସଲ କରିଥିଲା । ଭି.ବି.ଏସ୍.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍ ଟ୍ରଫି ପାଇଥିଲା । ସେହିଭଳି ତୃତୀୟ ସ୍ଥାନ ପାଇଁ ଆଡାମାସ ବିଶ୍ୱବିଦ୍ୟାଳୟ ଓ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏଥିରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୩୬-୩୩ରେ ବିଜୟ ଲାଭ କରି ତୃତୀୟ ସ୍ଥାନ ପାଇଥିଲା ।
ଏହି କ୍ରୀଡ଼ାମହାକୁମ୍ଭର ଉଦ୍ଯାପନୀ ସମାରୋହ ନଭେମ୍ବର ୧୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତା ସଫଳ ରୂପେ ଆୟୋଜନ କରିପାରିଥିବାରୁ ଡ. ଘଡ଼େଇ ନିଜ ବକ୍ତବ୍ୟରେ ସାଧୁବାଦ ଜ୍ଞାପନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ଟି ବିଜୟୀ ଟିମ୍ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ପ୍ରତିଯୋଗିତାର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ଏହାର ସମସ୍ତ ଯୋଜନା, ଆୟୋଜନର ଭିତ୍ତିଭୂମି ସୃଷ୍ଟି କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।
ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ସଞ୍ଜୀବ କୁମାର ତନ୍ତୀ, ଉଜିତ କୁମାର ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ, ବାରିପଦା ମହାବିଦ୍ୟାଳୟର ଶ୍ରୀ ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା କବାଡ଼ି ଆସୋସିଏସନର ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା, ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର, ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମୟୂରଭଞ୍ଜର ଜନସାଧାରଣ ସହଯୋଗ କରିଥିଲେ ।
Workshop on "NEP: Roles and Responsibilities of HEIs"
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି: ଉଚ୍ଚ ଶିକ୍ଷାନୁଷ୍ଠାନର ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର 'ମହାବିଦ୍ୟାଳୟ ଉନ୍ନୟନ ପରିଷଦ' ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତିର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିବା ସହିତ ଏହାର ପ୍ରୟୋଗାତ୍ମକ ଦିଗରେ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ନିଜସ୍ୱ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଦେଶ ଓ ଜାତି ପକ୍ଷରେ କିପତି ଅତୀବ ମଙ୍ଗଳସାଧନ କରିବ ତାହା ଉପରେ ଆଲୋକପାତ କରିଥିଲେ । ବିଦ୍ୟାର ଏକଦିଗଦର୍ଶିତା ଅପେକ୍ଷା ପାରସ୍ପରିକ ସାପେକ୍ଷ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଦେଇ ନୂତନ ଶିକ୍ଷାନୀତି ଜାତୀୟ ଚରିତ୍ରକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । ଧରାବନ୍ଧା ଗତାନୁଗତିକ ଶିକ୍ଷାପଦ୍ଧତି ଅପେକ୍ଷା ଏକ ମୁକ୍ତ ଜ୍ଞାନଅର୍ଜନ ପଦ୍ଧତିର ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରି ଭାରତୀୟ ଶିକ୍ଷାଧାରାରେ ପ୍ରାଚୀନଠାରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତ୍ତିତ ଧାରା ଉପରେ ନିଜସ୍ୱ ବକ୍ତବ୍ୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମୟୂରଭଞ୍ଜ ଜିଲ୍ଲାର ୫୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।
Closing Ceremony of Inter-college Male Kabaddi competition
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ପୁରୁଷ ବିଭାଗ ପ୍ରତିଯୋଗିତାର ଅନ୍ତିମ ଦିବସରେ ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନ୍ସିକୁ ହରାଇ ଚାମ୍ପିୟନ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଯାପନୀ ସମାରୋହରେ ଉପସ୍ଥିତ ରହି ବିଜେତା ଟିମ୍କୁ ସିଲ୍ଡ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଶ୍ୱବିଦ୍ୟାଳୟ ଆଥ୍ଲେଟିକ୍ କ୍ଲବ୍ର ଉପସଭାପତି ଡ. ବିଶ୍ୱଜିତ ରଥ, କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂସଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ରମୁଖ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସୃଷ୍ଟିଧର ରାଉତ, ଡ. ନବୀନ କୁମାର ସାହୁ, ଅଧ୍ୟାପିକା ଡ. ମିନତୀ ମଲ୍ଲିକ, ଡ. କବିତା କୁମାରୀ ସାହୁ, ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନ୍ସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂତିଭୂଷଣ ମହାନ୍ତ ଏବଂ ବିଶ୍ୱବିଦ୍ୟାଳୟର ବହୁ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
University signs MoU with Nandi Foundation, Hyderabad
ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରୀ ଦକ୍ଷତା ବିକାଶ ନିଯୁକ୍ତି ଭିତ୍ତିକ ଏକ ଏମ୍ଓୟୁ ଆଜି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ନନ୍ଦି ଫାଉଣ୍ଡେସନର ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରମୁଖ ଦେବନାଥ ବରାଳଙ୍କ ଦ୍ୱାରା ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇ ବିଶ୍ୱବିଦ୍ୟାଳୟର ପ୍ରଗତି ପଥରେ ଆଉ ଏକ ପାଦ ଆଗକୁ ନେଇଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରୀମାନେ ଦକ୍ଷତା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇ ଜୀବନରେ ସ୍ୱାବଲମ୍ବୀ ହେବା ସହିତ ନିଜର ମହାନ୍ ଗୁଣର ବିକାଶ ପାଇଁ ଏକ ପରିବେଶ ସୃଷ୍ଟି ହେବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ଏମ୍ଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍ ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ଓ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।
Workshop on Techinal Document Writing using Latex and Good Ethical Practices in Research and Publication
Inaugural of Inter-college kabaddi @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଦ୍ୱାରା ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ପୁରଷ ଓ ମହିଳା ବିଭାଗକୁ ନେଇ ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ, ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକ ଯଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟ, ଶ୍ରୀମା ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନ୍ସି ଆଣ୍ଡ୍ ମ୍ୟାନେଜ୍ମେଣ୍ଟ, ରାଗଧାସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ, କେନ୍ଦୁଝରସ୍ଥ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଉଦଳା ମହାବିଦ୍ୟାଳୟ, ଝାରପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ, ସ୍ୱାମ୍ପାଟଣାସ୍ଥ ଆଞ୍ଚଳିକ ମହାବିଦ୍ୟାଳୟ, ହରିଚନ୍ଦନପୁରସ୍ଥ ବି.ବି. ମହାବିଦ୍ୟାଳୟ, ବେତନଟୀ ମହାବିଦ୍ୟାଳୟ, ତେଲକୋଇସ୍ଥ ଚାରିଗଡ଼ ମହାବିଦ୍ୟାଳୟ, ଖୁଣ୍ଟା ସ୍ନାତକ ମହାବିଦ୍ୟାଳୟ, ଉଦଳାସ୍ଥ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ରରୁଆଁସ୍ଥ ଏ.ପି. ମହାବିଦ୍ୟାଳୟ, ନୁଦଡିହାସ୍ଥ ମେଧାସନ ମହାବିଦ୍ୟାଳୟ, ବାଙ୍ଗିରିପୋଷିସ୍ଥ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ଘଟଗାଁସ୍ଥ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ, ତୁରୁମୁଙ୍ଗାସ୍ଥ ଡି.ବି. ମହାବିଦ୍ୟାଳୟ, ରିମୁଳି ମହାବିଦ୍ୟାଳୟ, ପିପିଳିଆସ୍ଥ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀମାନେ ଭାଗନେବାର କାର୍ଯ୍ୟକ୍ରମ ରହିଛି । ଆଜି ଅନୁଷ୍ଠିତ ହୋଇଥିବା ଉଦ୍ଘାଟନୀ ମ୍ୟାଚ୍ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସ୍ୱାମ୍ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ୬୬-୪୩ ରେ ପରାସ୍ତ କରିଥିଲା । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକ ପ୍ରଫେସର ଏମ୍. ହିମବିନ୍ଦୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ଆଥ୍ଲେଟିକ୍ କ୍ଲବ୍ର ଉପସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ ପରିଚାଳନା କରୁଥିବାବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପର୍ଯ୍ୟାୟବାଚୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।
National Conference on Emerging Aspects of Physics: New Directions and Societal Applications @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳ...
-
The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15...
-
A five-member team of NAAC has visited the University on a three-day visit to assess and accreditate the academic and intellectual environ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...