Closing Ceremony of Inter-college Male Kabaddi competition

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ପୁରୁଷ ବିଭାଗ ପ୍ରତିଯୋଗିତାର ଅନ୍ତିମ ଦିବସରେ ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିକୁ ହରାଇ ଚାମ୍ପିୟନ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ରହି ବିଜେତା ଟିମ୍‌କୁ ସିଲ୍‌ଡ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ଡ. ବିଶ୍ୱଜିତ ରଥ, କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂସଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ରମୁଖ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସୃଷ୍ଟିଧର ରାଉତ, ଡ. ନବୀନ କୁମାର ସାହୁ, ଅଧ୍ୟାପିକା ଡ. ମିନତୀ ମଲ୍ଲିକ, ଡ. କବିତା କୁମାରୀ ସାହୁ, ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂତିଭୂଷଣ ମହାନ୍ତ ଏବଂ ବିଶ୍ୱବିଦ୍ୟାଳୟର ବହୁ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...