Valedictory Ceremony of Employability Skill Development Programme

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ୱାକ୍ଷରିତ ଏମ୍‌ଓୟୁ ଅନୁଯାୟୀ ବିଗତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଦିଆଯାଇଥିବା ପ୍ରଶିକ୍ଷଣ ଯଥା ନିଯୁକ୍ତି ସାକ୍ଷାତକାର, ଆତ୍ମପରିଚୟ, ଶାରୀରିକ ଭଙ୍ଗୀ, ଡିଜିଟାଲ କାର୍ଯ୍ୟକଳାପ, ସମୟ ଓ ଅର୍ଥର ଉପଯୋଗ, ଗୋଷ୍ଠୀଗତ ଆଲୋଚନା, ବୃତ୍ତିଗତତା, ବାୟୋଡାଟା ତିଆରି, ଜଟିଳ ପରିସ୍ଥିତିର ସମ୍ମୁଖୀନ ଓ ସମାଧାନ ଆଦି ବିଷୟ ଗୁଡ଼ିକର ତର୍ଜମା କରିବା ସହିତ ଛାତ୍ରଛାତ୍ରୀଙ୍କର ମତାମତ ଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନନ୍ଦୀ ଫାଉଣ୍ଡେସନ ତରଫରୁ ସଫ୍ଟସ୍କିଲ୍‌ ଟ୍ରେନର ବିଭୁସୁନ୍ଦର ମହାନ୍ତି, ସୌରଭ ଚକ୍ରବର୍ତ୍ତୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରଶିକ୍ଷଣ ଭବିଷ୍ୟତରେ କିପରି ଉପାଦେୟ ହେବ ସେ ସମ୍ବନ୍ଧରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ ।  କାର୍ଯ୍ୟକ୍ରମର ସଂଯୋଜକ ଜୈବପ୍ରଯୁକ୍ତି ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ପ୍ରାଣୀବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...