ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ମୁଖ୍ୟ ଏବଂ ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାରମ୍ବରେ କୁଳସଚିବ ଶ୍ରୀଯୁକ୍ତ ସହଦେବ ସମାଧିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଯଥା ଅନୁବନ୍ଧିତ କଲେଜ ଗୁଡ଼ିକ ପାଇଁ ଦଶ ସୂତ୍ରୀ କାର୍ଯ୍ୟପନ୍ଥା, ମୋ କଲେଜ ଅଭିଯାନର ବର୍ତ୍ତମାନ ଓ ଭବିଷ୍ୟତ ଉନ୍ନତି, ଛାତ୍ରଛାତ୍ରୀ ମାନଙ୍କର ରୋଜଗାରକ୍ଷମତା ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକଳାପ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟରେ ରହିଥିବା ଉତ୍ତମ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ, ଛାତ୍ରଛାତ୍ରୀଙ୍କର ସଫଳତା ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଗବେଷଣାତ୍ମକ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ । ଏହା ସହିତ ବିଭିନ୍ନ ଆଞ୍ଚଳିକ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମର ବ୍ୟବସ୍ଥା ଗ୍ରହଣ କରିଥିବାରୁ ସେ ବିଶ୍ୱବିଦ୍ୟାଳୟ କୁଳପତି ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପ୍ରଶଂସା କରିଥିଲେ । ଏଥି ସହିତ ବିଶ୍ୱବିଦ୍ୟାଳୟକୁ ଏକ ଅନନ୍ୟ କ୍ୟାମ୍ପସ୍ ଗଠନ ଦିଗରେ ନେଟ୍ ଜିରୋ ପଦକ୍ଷେପ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍ ହିମବିନ୍ଦୁ, ସି.ଡି.ସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, ପ୍ରଫେସର ପ୍ରମୋଦ କୁମାର ଶତପଥି, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, କ୍ୟାରିୟର କାଉନସିଲ ମୁଖ୍ୟ ଡ. ସୁକାନ୍ତ କୁମାର ନାୟକ, ପ୍ଲେସମେଣ୍ଟ ସେଲ ମୁଖ୍ୟ ଡ. କବିତା କୁମାରୀ ସାହୁ, ସମସ୍ତ ବିଭାଗୀୟ ମୁଖ୍ୟ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଉଚ୍ଚପଦାଧିକାରୀଗଣ ଯୋଗ ଦେଇଥିଲେ । ଏହି ପରିଦର୍ଶନରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି ଉପସ୍ଥିତ ଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
The Photography Club and Nature Club of the Maharaja Sriram Chandra Bhanja Deo University organized a photo exhibition in the Zoology Depart...
No comments:
Post a Comment