National Seminar on Emerging Skills for Library and Information Science Professionals in Digital Era @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗ ଦ୍ୱାରା ଏକ ଦ୍ୱିଦିବସୀୟ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ଡିଜିଟାଲ୍ ଯୁଗରେ ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନୀଙ୍କ ଦକ୍ଷତାର ବିକାଶ' ଶୀର୍ଷକ ଏହି ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଦକ୍ଷତାର ବିକାଶ ସହିତ ଡିଜିଟାଲ୍ ଯୁଗରେ ନୂତନ ନିଯୁକ୍ତି ସୁଯୋଗର ଆହ୍ୱାନକୁ ସମ୍ମୁଖୀନ ହେବାକୁ ଦିଗ୍‌ଦର୍ଶନ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗକୁ ଧାରଣକ୍ଷମ କରିବା ନିମନ୍ତେ ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ବିଷୟରେ ପଢ଼ିବା ପାଇଁ କିପରି ଆଗ୍ରହୀ ହେବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ପ୍ରଫେସର ବୁଲୁ ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନର ଉପାଦେୟତା ସମ୍ଭନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ସଂଯୋଜକ ଡ. ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକାରୀ ସଂପାଦକ ସହକାରୀ ପ୍ରଫେସର ଡ. ନବୀନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-କାର୍ଯ୍ୟକାରୀ ସଂପାଦିକା ସସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରରେ ମିଜୋରାମ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରବିନାରାୟଣ ମିଶ୍ର, ଆଇଟିଆର୍‌ ବାଲେଶ୍ୱରର ବୈଜ୍ଞାନିକ ସନ୍ତୋଷ ମୁଣ୍ଡା, ଟାଟା ଷ୍ଟିଲ୍‌ ଜାମସେଦପୁରର କ୍ଷେତ୍ର ପ୍ରବନ୍ଧକ ପ୍ରେମରାଜ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ-କାର୍ଯ୍ୟକାରୀ ସଂପାଦକ ପବିତ୍ର ସିଂ, ସହକାରୀ ପ୍ରଫେସର ଡ. ସୀତାରାମ ଦାସ, ଡ. ରବିନ୍ଦ୍ର କୁମାର ମିଶ୍ର, ଡ. ସୃଷ୍ଟିଧର ରାଉତ, ଡ. ଶାନ୍ତିସ୍ୱରୁପ ବସା, ଡ. ପାର୍ଥସାରଥୀ ମିଶ୍ର, ଶୁଭେନ୍ଦୁ ଶତପଥି ପ୍ରମୁଖ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ୬୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

No comments:

Post a Comment

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...