East-Zone Inter-University Mens' Volleyball Tournament - Day 4 Roundup




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୭:୩୦ଟା ସୁଦ୍ଧା ପୁଲ୍‌ ମ୍ୟାଚ ଗୁଡ଼ିକରେ ପୁଲ୍‌-ଏ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ମଣିପୁର ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍ତରପ୍ରଦେଶର ଏମ୍‌.ଜି.କାଶୀ ବିଦ୍ୟାପୀଠ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍‌-ବି ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡର ଡ.ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟକୁ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍‌-ସି ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବିହାରର ପାଟଳିପୁତ୍ର ବିଶ୍ୱବିଦ୍ୟାଳୟକୁ ଏବଂ ପଶ୍ଚିମବଙ୍ଗର ଆଡାମାସ ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍‌-ଡିରେ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିହାରର ଏଲ୍‌ ଏନ୍‌ ମିଥିଳା ବିଶ୍ୱବିଦ୍ୟାଳୟକୁ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । କ୍ୱାଲିଫାୟାର୍‌ ମ୍ୟାଚ୍‌ରେ କିଟ୍‌ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏବଂ ଏମ୍‌.ଜି. କାଶୀ ବିଦ୍ୟାପୀଠ ଆଡାମାସ ବିଶ୍ୱବିଦ୍ୟାଳୟ ପରାସ୍ତ କରିଥିଲା । ଆସନ୍ତାକାଲି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ ଖେଳକୁ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ରେଫରୀ ବୋର୍ଡ୍‌ର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଓ ପ୍ରତିଯୋଗିତାର ପ୍ରୋଟେଷ୍ଟ୍‌ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ଜାତୀୟ ରେଫରୀ ରାଜେଶ ଦାସଙ୍କ ନେତୃତ୍ୱରେ ଆସୋସିଏସନ୍‌ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରମୁଖ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...